Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Children

2  

ଓଡ଼ିଆ ଗଳ୍ପ ଓ କବିତା - ୧

Children

ଜହ୍ନମାମୁଁ -117

ଜହ୍ନମାମୁଁ -117

3 mins
7.7K


ଚନ୍ଦ୍ର ଓ ଚକୋର-୧

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ବି ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।

କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ତାକୁ ସେ ତାଙ୍କ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜା! ଆପଣ ଏ ଭୟାବହ ରାତିରେ ଯେ ଏଭଳି ଶ୍ରମ ସ୍ୱୀକାର କରୁଛନ୍ତି, ଏହା ପଛରେ କାହାର ହାତ ଅଛି? ସେ ଆପଣଙ୍କୁ ଯେଉଁ ନିର୍ଦେଶ ଦେଇଛି, ଆପଣ ତାହା ଠିକ୍ ଭାବରେ ବୁଝିଛନ୍ତି ତ? ଅନେକ ସମୟରେ ଜଣେ ଗୋଟାଏ କଥା ବୁଝାଉଥାଏ, ଅନ୍ୟ ଜଣେ ତାକୁ ଭିନ୍ନ ଭାବରେ ବୁଝେ । ଏହାର ଗୋଟାଏ ଦୃଷ୍ଟାନ୍ତ ଦେଉଛି, ମନଦେଇ ତାହା ଶୁଣ । ଶୁଣିଲେ ତମ ଶ୍ରମ ଭାର ଲାଘବ ହେବ ।”

ଏତିକି କହି ସେ ବେତାଳ ଗପିଲା: ସବୁଜଗିରି ରାଜ୍ୟର ରାଜା ଚନ୍ଦ୍ରଦେବଙ୍କ ଦରବାରରେ ବିମଳାଦିତ୍ୟ ନାମକ ଜଣେ କବି ଥିଲେ । ସେ ସର୍ବଦା ଉପମା ବା ଚିତ୍ରକଳା ଜରିଆରେ, ଲଳିତ ମଧୁର ଭାବରେ କଥା କହୁଥିଲେ । ରାଜା ତାଙ୍କର ବହୁତ ଆଦର କରୁଥିଲେ ।

ବିମଳାଦିତ୍ୟ ଯଦି ବଜାର ସଉଦା କରିବାକୁ ଯାଉଥିଲେ, ସେଠି ବି ଦୋକାନୀମାନେ ନିଜ କାମଦାମ ଛାଡି ମୁଗ୍ଧ ଭାବରେ ତାଙ୍କ କଥା ଶୁଣୁଥିଲେ । ଆଉ କେହି ତାଙ୍କୁ ଅନୁକରଣ କରି କବିତାରେ କଥା କହିବାକୁ ଚେଷ୍ଟା କଲେ ଲୋକେ କହୁଥିଲେ, “ଥାଉ, ଥାଉ, ଏଡେ ସହଜରେ ବିମଳାଦିତ୍ୟ ବନିବା ସମ୍ଭବ ନୁହେଁ । ସେଭଳି ପ୍ରତିଭା ତ ଜନ୍ମଗତ । ବୁଝିଲ?”

କେଶବ ନାମକ ବାଳକ ବିମଳାଦିତ୍ୟ ପାଖରେ ସେବକ ରୂପେ ଯୋଗ ଦେଇଥାଏ । ସତ କଥା ହେଲା, କେଶବ ଜଣେ ଥିଲାବାଲା ଘରର ପିଲା । କାହା ଘରେ ସେବକ ହେବାର ଆବଶ୍ୟକତା ତା’ର ନଥିଲା । କିନ୍ତୁ ବିମଳାଦିତ୍ୟଙ୍କ ପ୍ରତି ଗଭୀର ଭକ୍ତି ଯୋଗୁଁ ତାଙ୍କ ଘରେ ସେ କାମ କରୁଥାଏ ।

ବିମଳାଦିତ୍ୟ ବି ତା’ ପ୍ରତି ସଦୟ ଥିଲେ । ଯେତେବେଳେ ଘରେ କିଛି କାମଦାମ ନଥାଏ, କେଶବ ସେତେବେଳେ ବହିପତ୍ର ପଢାରେ ମନୋନିବେଶ କରୁଥାଏ । ବିମଳାଦିତ୍ୟ ତାକୁ ଉତ୍ସାହ ଦେଉଥାନ୍ତି । ସେ ସାହିତ୍ୟର କୌଣସି ସମସ୍ୟା ବୁଝି ନ ପାରିଲେ ତାକୁ ସେ ବୁଝାଇ ଦେଉଥାନ୍ତି । ବିମଳାଦିତ୍ୟ ଯାହା କହୁଥାନ୍ତି, ସେ ତାକୁ ମନେ ରଖୁଥାଏ ।

କ୍ରମେ କେଶବର ବି ବିମଳାଦିତ୍ୟଙ୍କ ଭଳି କଥା କହିବାର ଅଭ୍ୟାସ ହୋଇଗଲା । ସେ ଯେ ଜାଣିଶୁଣି ସେଭଳି କଥାବାର୍ତ୍ତା କରୁଥାଏ, ତାହା ନୁହେଁ, ସ୍ୱତଃସ୍ଫୁର୍ତ ଭାବରେହିଁ ସେ ତାହା କରୁଥାଏ । ଦୋକାନ ବଜାରରେ ଲୋକେ କହିବାକୁ ଆରମ୍ଭ କଲେ, “ଏ ଯୁବକ ବିମଳାଦିତ୍ୟଙ୍କ ଉପଯୁକ୍ତ ଶିଷ୍ୟ ଏକା!”

ଦିନେ କବି ବିମଳାଦିତ୍ୟ ଅସୁସ୍ଥତା ହେତୁ ଦରବାରକୁ ଆଉ ଯାଇ ପାରିଲେ ନାହିଁ । ସେ କେଶବକୁ କହିଲେ, “ରାଜାଙ୍କୁ ଯାଇ କହିଦେ, ଆଜି ଚକୋର ପାଇଁ ଅମାବାସ୍ୟା ।”

କେଶବ ନମ୍ର ଭାବରେ ରାଜ ପ୍ରାସାଦକୁ ଗଲା ।

ରାଜା ସେତେବେଳେ ପ୍ରାସାଦର ଏକ ନିର୍ଜନ ବାରାନ୍ଦାରେ ବିଶ୍ରାମ କରୁଥିଲେ । କେଶବ ଯାଇ ତାଙ୍କୁ ଅଭିବାଦନ କରି କହିଲା, “ମହାରାଜ! ଆଜି ଆପଣଙ୍କୁ ଅମାବାସ୍ୟାର ଚକୋର ରୂପେହିଁ ସମୟ ବିତାଇବାକୁ ପଡିବ ।”

ରାଜା ଭ୍ରୁକୁଂଚନ କରି କହିଲେ, “ସତେ? ବଡ ଆନନ୍ଦର କଥା । ବଡ ଆନନ୍ଦର କଥା!”

“ହଁ ମହାରାଜ । ଆପଣଙ୍କର ଆନନ୍ଦ ସ୍ୱାଭାବିକ!” ଏହା କହି କେଶବ ବୁଲି ପଡିଲା ।

ରାଜା ଗମ୍ଭୀର ଭାବରେ କେଶବକୁ ଡାକିଲେ “ଶୁଣ ଯୁବକ!” କେଶବ ତାଙ୍କ ଆଡକୁ ଅଗ୍ରସର ହୋଇ ପୁଣି ଅଭିବାଦନ କରନ୍ତେ ରାଜା ପ୍ରଶ୍ନ କଲେ, “ଯୁବକ! ତମେ ଏଥିରୁ କ’ଣଟା ବୁଝି ପକାଇଲ ଯେ ଗୋଟାଏ ମନ୍ତବ୍ୟ ଦେଇଦେଲ? ମୁଁ କାହିଁକି ଆନନ୍ଦିତ?”

“ମହାରାଜ! ଆଜି ଅମାବାସ୍ୟା ତ ଆଗାମୀ କାଲି ପ୍ରତିପଦ । ଦିନକୁ ଦିନ ଚନ୍ଦ୍ର ବଢିବ । ତେଣୁ ଚକୋର ଆନନ୍ଦିତ ନ ହେବ କିଆଁ?”

ରାଜାଙ୍କ ବିରକ୍ତି ଭାବ ଦୂର ହୋଇ ସଙ୍ଗେ ସଙ୍ଗେ ତାଙ୍କ ମୁହଁ ଉଜ୍ଜ୍ୱଳ ଦେଖାଗଲା । ସେ କେଶବକୁ ପାଖକୁ ଡାକି ତା’ ସହ ଆହୁରି କିଛି ସମୟ ଗପସପ ହେଲେ । ସେ ଯିବା ବେଳକୁ ତାକୁ କିଛି ପୁରସ୍କାର ମଧ୍ୟ ଦେଲେ ।

କେଶବ ଲେଉଟି ଯାଇ ବିମଳାଦିତ୍ୟଙ୍କୁ ପୁରସ୍କାର ବିଷୟ କହିବାରୁ ବିମଳାଦିତ୍ୟ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ମୋ ଅସୁସ୍ଥତାରେ ରାଜା ଦୁଃଖିତ ନ ହୋଇ ପୁରସ୍କାର ଦେଲେ?”

କେଶବ କହିଲା “ମହାଶୟ! ଆପଣଙ୍କ ଦୂତ ରିକ୍ତ ହସ୍ତରେ ଫେରି ଆସିବା ସେ ନିଶ୍ଚୟ ପସନ୍ଦ କଲେ ନାହିଁ!”

ବିମଳାଦିତ୍ୟ ଖୁସି ହେଲେ ।

ପରଦିନ ତାଙ୍କ ଅସୁସ୍ଥତା ର ଉପଶମ ହେଲା ନାହିଁ । ସେ ପୁଣି କେଶବକୁ ରାଜଦରବାରକୁ ପଠାଇଲେ । କେଶବ ସେଦିନ ରାଜାଙ୍କ ପାଖରେ ଆହୁରି ଅଧିକ ସମୟ ରହିଲା ।


Rate this content
Log in

Similar oriya story from Children