Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସ୍ଵାଭିମାନ
ସ୍ଵାଭିମାନ
★★★★★

© Sarada Parida

Inspirational

2 Minutes   7.3K    13


Content Ranking

ସନ୍ଧ୍ୟା ସମୟ । ସହରର ଦୈନଦିନ ବଜାରରେ ଲାଗିସାରିଥାଏ ଗହଳି ଚହଳି । ରାଜ ରାସ୍ତାର ଧାରେ ଧାରେ ଗୁନ୍ଥି ହୋଇ ସାରିଥାନ୍ତି ଉଠା ବେପାରୀ ମାନେ । ପଣି ପରିବା ଠୁ ଆରମ୍ଭ କରି ଚାଇନା ଖେଳଣା ଯାଏ ମେଲି ସାରିଥାଏ ସବୁକଛିର ପଶରା । ବେପାରୀ ଆଜ୍ଞା ଏ ଦୁଇ ପଇସା ମୁନାଫା କମାଇବାର କୌଶଳରେ ଭିନ୍ନ ଭିନ୍ନ କାରସାଦିରେ ଥାନ୍ତି ବ୍ୟସ୍ତ ଆଉ ଗ୍ରାହକଙ୍କୁ ଲୋଭାଇଲା ଛାଡୁଥାନ୍ତି ଭଳି ଭଳିକା କୁହାଟ । ଆଉ ତହୁଁ ଚାଲାକ ଗ୍ରାହାକ ଆହୁରି ଦୁଇ ପଇସା ବଞ୍ଚେଇବା ଚକରରେ ଗୋଟାକୁ ଗୋଟା ଦୋକାନରେ ମୁଲେଇ କରିବାରେ ବ୍ୟସ୍ତ ଥାନ୍ତି । ଦୋକାନ ମାନଙ୍କର ସେଇ ଲମ୍ବ ଲାଇନ ଭିତରୁ ଟିକେ ଦୂରେଇକି ବସିଥାନ୍ତି ଜଣେ ଦୃଷ୍ଟି ବାଧିତ ବ୍ୟକ୍ତି । ସାମ୍ନାରେ ମେଲିଦେଇଥାନ୍ତି କ୍ୟାଲେଣ୍ଡର , ପାଞ୍ଜି , ରାଶିଫଳ ଆଉ ବିଭିନ୍ନ ଚଟି ବହିର ପଶରା । ପାଖକୁ ଲାଗି ଥୁଆ ହୋଇଥାଏ ଓଜନ ପରିମାପକ ଯନ୍ତ୍ରଟାଏ । ହିସାବ ପତ୍ର ରଖିବାକୁ ପାଖରେ ବସିଥାଏ ଦଶ ବାର ବର୍ଷର ପିଲାଟାଏ । ଖୁବ ଡଉଲ ଡାଉଲ ଚେହେରା ।

ସମ୍ଭବତ ଦୃଷ୍ଟିବାଧିତ ଲୋକଟିର ପୁଅ ହେବ ବୋଧେ । ମାର୍ଜିତ ବ୍ୟବହାର ଯେ କୌଣସୀ ଲୋକର ମନ କିଣି ନେବ ନିଶ୍ଚୟ । ଯାହା ଜଣାପଡୁଥାଏ ପିଲାଟି ପାଖ କେଉଁ ଏକ ବିଦ୍ୟାଳୟରେ ପାଠ ପଢୁଥିବ ନିଶ୍ଚୟ । ସନ୍ଧ୍ୟାକୁ ହାତ ବାଣ୍ଟିବାକୁ ଆସିବସିଛି ନିଶ୍ଚୟ । ଜଣେ ଭଦ୍ର ବ୍ୟକ୍ତି ସାମ୍ନାରେ ଥିବା ଚଟି ବହି ଆଉ କ୍ୟାଲେଣ୍ଡର ମାନଙ୍କରୁ କିଛି ହାତରେ ଧରିଲେ । ପିଲାଟି ସର୍ବମୋଟ ହିସାବ କରି ବସିଲା । ତାର ପ୍ରାପ୍ୟ ହେଉଥାଏ ୯୨ ଟଙ୍କା । ପିଲାଟି ପଇସା ଥିବା ମୁଣି ଟାକୁ ଅଣ୍ଡାଳି ହେଉଥାଏ । ସମ୍ଭବତ ଫେରେଇବା ପାଇଁ ବାକି ୮ ଟଙ୍କାର ଖୁଚୁରାର ଅଭାବ । ଭଦ୍ର ବ୍ୟକ୍ତି ଜଣଙ୍କ ତାକୁ ଆଉ ପଇସା ନ ଫେରେଇବା ପାଇଁ ପ୍ରବର୍ତ୍ତଉ ଥାନ୍ତି । ମାତ୍ର ପିଲାଟି ଶାନ୍ତ ସୁଲଭ ଭଦ୍ରାମିର ସହ ଏଡାଇ ଯାଉଥାଏ ଭଦ୍ରବ୍ୟାକ୍ତିଙ୍କର ଯାଚନାକୁ ।

ବଡ ସ୍ଵାଭିମାନୀ ପିଲାଟାଏ । ଭଦ୍ର ବ୍ୟକ୍ତି ଜଣଙ୍କ ଏଥର ଓଜନ ପରିମାପକ ଜନ୍ତ୍ରରେ ଛିଡା ହେଲେ , ସେତେବେଳକୁ ସ୍ଵାଭିମାନୀ ପିଲାଟି ବାକି ପଇସା ଫେରେଇବାକୁ ଆବଶ୍ୟକୀୟ ଖୁଚୁରା ପାଇଯାଇଥିଲା ବୋଧ ହୁଏ । ନିଜର ସଚ୍ଚୋଟ ସ୍ଵାଭିମାନର ଆଖିରେ ଏକ ସଚ୍ଚୋଟ ସ୍ଵାଭିମାନୀ ଦୁନିଆର କାଳ୍ପନିକ ଚିତ୍ର ତଇରି କରିନେଇଥିବା ଅନ୍ଧ ବ୍ୟକ୍ତି ଜଣଙ୍କ ପୁଅର କାନରେ ଫୁଙ୍କି ଦେଉଥିଲେ ସ୍ଵାଭିମାନୀ ହେବାର ମନ୍ତ୍ର । ହେଲେ ସିଏ କଣ ଜାଣିଛନ୍ତି ଏ ମିଛ ରଙ୍ଗ ଭରା ଏ ଦୁନିଆକୁ , ଦେଖିଛନ୍ତି ବାସ୍ତବତାର ଦ୍ଵାହି ଦେଇ ଆଖି ସାମନାରୁ ଖସି ଯାଉଥବା ମରୀଚିକା ମାନଙ୍କୁ । ମୁଁ ସେଇ ମୁହୂର୍ତ୍ତରେ ବାଟ କାଟି ଚାଲି ଯାଉ ଯାଉ ମୂଲ୍ୟାଙ୍କନ କରିବସୁଥିଲି ଆପଣାକୁ । ମୂଲ୍ୟାଙ୍କନ କରିବସୁଥିଲି ବାବୁ ଭାୟାର ଫିସାଦି ଭିତରେ ଗରିବର ଗଳାରୁନ୍ଧି ଦେଉଥିବା ଆଦବ କାଇଦା ଆଉ ସେମାନଙ୍କର ଝାଳ ବୁହା ଧନକୁ ହାତେଇ ବେଧଡକରେ ଅୟଶ କରିବାର ସଉକ ଉପରେ । ସତରେ କେଡେ ସ୍ଵାଭିମାନୀଟାଏ ମୁଁ । ତାର ଉତ୍ତର ଖୋଜୁ ଖୋଜୁ ବ୍ୟତିବ୍ୟସ୍ତ ହୋଇପଡୁଥିଲେ ବି କେଉଁ କେଉଁ ଦୂର ପର୍ଯ୍ୟନ୍ତ ଅସ୍ପଷ୍ଟ ଥିଲା ଉତ୍ତର ସିନା । ସମୁଦ୍ର ବକ୍ଷରେ ଅନେକ ବର୍ଷାର ଟୋପା ଝଡପଡନ୍ତି , ମାତ୍ର ସାମୁକାରେ ମୁକ୍ତାଟିଏ ତିଆରି ହେବା ପାଇଁ ଲୋଡା ଥାଏ ଗୋଟିଏ ମାତ୍ର ବିନ୍ଦୁର । ସ୍ଵାଭିମାନ ପିଲାଟି ଜାଜୁଲ୍ୟ ମାନ ସଚ୍ଚୋଟତାର ଆଭା ଆଗରେ ଜୀବନର ଉନ୍ମୁକ୍ତ ଦିଗକୁ ଦେଖିବାକୁ ଚେଷ୍ଟା କରୁଥିଲି ମୁଁ ସେତେବେଳେ ।

ବଜାର ପିଲା ସ୍ଵାଭିମାନୀ

Rate the content


Originality
Flow
Language
Cover design

Comments

Post

Some text some message..