Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଧର୍ମନିରପେକ୍ଷତା
ଧର୍ମନିରପେକ୍ଷତା
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୨

Tragedy

3 Minutes   7.8K    20


Content Ranking

ଆଜି ଅଗଷ୍ଟ ମାସ ପନ୍ଦର ତାରିଖ ସବୁ ସ୍ଥାନରୁ ଭାସି ଆସୁଛି କରତାଳିର ସୁଅ । ତାହା ସହିତ ଭାସି ଆସୁଛି ବିଜୁ ମହାପୁରୁଷଙ୍କର ବାଣୀର ଭାଷଣ । ସବୁ ଆଡ଼େ ଲୋକମାନଙ୍କ ମନରେ ଆନନ୍ଦର ସୁଅ । ବିଜୁ ଭଲ ଭଲ କଥାମାନ ଭାଷଣରୁ ଛୁଟି ଆସୁଛି ଯେପରିକି ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ଯାହା କି ଅନ୍ୟ ଦେଶଠାରୁ ଭାରତର ଉପସ୍ଥିତିକୁ ସ୍ୱତନ୍ତ୍ରତା ଦର୍ଶାଉଛି । ହୋଇପାରେ ଧର୍ମନିରପେକ୍ଷତାର ଅର୍ଥ ଏ ଗଳ୍ପରେ ଆମେ ବୁଝିପାରିବା । ତେଣୁ ସବୁସ୍ଥାନର ଲୋକମାନେ ଆଜି ଗର୍ବରେ ଛାତି ଫୁଲାଇ ବୁଲୁଛନ୍ତି । କିନ୍ତୁ ଏକତା ଆଜିର ଦିନରେ ଏଠି ଏତେ ଶୁନ୍‌ଶାନ୍ କାହିଁକି ? ଏଠି କାହିଁକି କେବଳ ଭାରତର ଯବାନ୍ ଆଉ ପୋଲିସ୍‌ମାନେ ଏ ଗାଁ କ’ଣ ଖାଲି ପୋଲିସ୍‌ମାନଙ୍କର କିନ୍ତୁ ଏଠି ଗୋଟେ ଲୋକ ଚିତ୍କାର କରି କହୁଛି ଦିଅ ମୋତେ ମୋ ଶୁଭାକୁ ଫେରେଇ ଦିଅ । ସେ କେବଳ ଚିତ୍କାର କରୁନି ସେ ହସୁଛି ସେ ବହୁ ଜୋର୍‌ରେ ହସୁଛି । ସତେ ଯେପରି ତାର ସର୍ବସ୍ୱ କିଏ ଲୁଟି ନେଇଛି । ସେଇଟା ତା’ର ହସ କି କାନ୍ଦ କେହି ଜାଣି ପାରୁନାହାନ୍ତି । ସେ ଗାଁରେ ଦେଖାଯାଉଛି ବହୁ ଛୋଟ ଛୋଟ ପାହାଡ଼ମାନ । ସେଗୁଡ଼ିକ ପାହାଡ଼ ନୁହଁନ୍ତି ସେଗୁଡ଼ିକ ପୋଡ଼ା ଛଣ ଘରର ଗଦାଗୁଡ଼ିକ । ଜ୍ଞାନ ସେହି କଳା ପାଉଁଶରୁ କିଛି ଆଣି ମୁହଁରେ ବୋଳି ହେଉଛି ଏବଂ କିଛି ପାଟିରେ ପୁରାଇ ଦେଇ ଖାଲି କାନ୍ଦୁଛି ।

ଜ୍ଞାନ ଥିଲା ତାଙ୍କ ଗାଁର ଦୀପ୍ତମାନ ପ୍ରଦୀପଟିଏ । ତାଙ୍କ ଗାଁର ସମସ୍ତଙ୍କର ଦୁଃଖକୁ ସେ ବୁଝୁଥିଲା । କାରଣ କାହାରି ଦୁଃଖ ସେ ଦେଖି ପାରୁନଥିଲା । ସେ ତାଙ୍କ ଗାଁକୁ ବହୁତ ଭଲ ପାଉଥିଲା । କାରଣ ତାଙ୍କ ଗାଁରେ ସବୁଧର୍ମର ଲୋକେ ବିନା ଦ୍ୱିଧାରେ ପରସ୍ପର ସହ ମିଶି ଚଳୁଥିଲେ । ସେ ତାଙ୍କ ଗାଁକୁ ଭଲ ପାଉଥିବାର ଆଉ ଗୋଟେ କାରଣ ହେଉଛି ତାଙ୍କ ଗାଁରେ ଥିଲା ତା’ର ଜୀବନ ଶୁଭା । ଯିଏ କି ଥିଲା ଖ୍ରୀଷ୍ଟିୟାନ୍ ସମ୍ପ୍ରଦାୟର । ଜ୍ଞାନ ହିନ୍ଦୁ ହେଲେ ମଧ୍ୟ ସେ ଜାତି ପ୍ରଥାରେ ବିଶ୍ୱାସ କରୁନଥିଲା । ତା’ମତରେ ଜାତିପ୍ରଥା ହେଉଛି ନିଜ ଇଚ୍ଛାର ମତ କିନ୍ତୁ ସବୁ ମଣିଷଙ୍କର ରକ୍ତ ଲାଲ୍ । ସେ ଶୁଭାକୁ ତା’ ଜୀବନଠାରୁ ବି ଅଧିକ ଭଲ ପାଉଥିଲା । ଶୁଭା ଥିଲା ତା’ର ପିଲାଦିନର ସାଥୀ । ଶୁଭାର ବାପା ମରିଯାଇଥିଲେ ସେ ଥିଲା କେବଳ ତା’ ମାଆଙ୍କର ଏକମାତ୍ର କନ୍ୟା । ଶୁଭା ଓ ଜ୍ଞାନ ସାଥି ହୋଇ ପିଲାଦିନରୁ ଖେଳି ଆସୁଥିଲେ । କିନ୍ତୁ ବଡ଼ ହେଲା ପରେ ସେମାନେ କେବେ ଯେ ପରସ୍ପରକୁ ଭଲ ପାଇ ବସିଲେ ଜାଣିନଥିଲେ । ବଡ଼ ହେଲା ପରେ ଜ୍ଞାନକୁ ବାରଣ କରାଯାଇଥିଲା । ଶୁଭା ସହ ମିଶିବାକୁ କାରଣ ସେ ଥିଲା ହିନ୍ଦୁ । କିନ୍ତୁ ଦୁହେଁ ଜାଣିଥିଲେ ପରସ୍ପର ବିନା କେହି ବଞ୍ଚିପାରିବେ ନାହିଁ ।

କିନ୍ତୁ ଦିନେ କୌଣସି ଏକ କାରଣରୁ ହିନ୍ଦୁ ଆଉ ଖ୍ରୀଷ୍ଟିୟାନ୍‌ମାନଙ୍କ ମଧ୍ୟରେ ଲାଗିଲା ମତାନ୍ତର କାରଣ ଲୋକଙ୍କ କହିବା ଅନୁସାରେ ହିନ୍ଦୁମାନଙ୍କର ଜଣେ ଗୁରୁଙ୍କୁ ଖ୍ରୀଷ୍ଟିୟାନ୍‌ମାନେ ହତ୍ୟା କରିଥିଲେ । କିନ୍ତୁ କାରଣଟି ଥିଲା ସମସ୍ତଙ୍କର ଅଗୋଚରରେ । ହୋଇପାରେ ଏହା ଥିଲା ଏକ ଷଡ଼ଯନ୍ତ୍ର । ଯାହାକି ବହୁ ଲୋକଙ୍କୁ ଆଣି ଦେଇଥିଲା ଲାଭ । କାରଣ ଯାହା ବି ହେଉ ସେ ଗାଁର ଲୋକମାନେ ବି ପରସ୍ପର ବିରୋଧୀ ହୋଇଥିଲେ । ଖ୍ରୀଷ୍ଟିୟାନ୍‌ମାନେ ସଂଖ୍ୟାଲଘୁ ହୋଇଥିବାରୁ ସେମାନଙ୍କ ଜୀବନ ଦୁର୍ବିସହ ହୋଇ ଉଠିଲା । ଯିଏ ଯାହାକୁ ପାରିଲେ ହତ୍ୟା କଲେ ସମସ୍ତଙ୍କ ଘର କ୍ରୋଧର ଅଗ୍ନିରେ ଭସ୍ମୀଭୂତ ହୋଇଗଲା । ଆଉ ଶୁଭା ହେଲା ଗଣଧର୍ଷଣ ତଥାପି ସେ ବଞ୍ଚିଥିଲା । ଏ ଖବର ଜ୍ଞାନ ପାଇ ଶୁଭାକୁ ତାଙ୍କ ଘରକୁ ନେଇ ଆସିଲା କିନ୍ତୁ ତାଙ୍କ ଘର ଲୋକେ ତାଙ୍କୁ ଗ୍ରହଣ କଲେ ନାହିଁ । କିନ୍ତୁ କଥାରେ ଅଛି ପ୍ରକୃତ ଭଲ ପାଇବା ପାଖରେ ସବୁ ସମ୍ଭବ ତେଣୁ ଜ୍ଞାନ ଶୁଭାକୁ ନେଇ ରହିଲା ଗାଁର ଶେଷ ମୁଣ୍ଡରେ ଥିବା ଏକ କୁଡ଼ିଆରେ । ଦୁଇଦିନ ଏମାନେ ଶାନ୍ତିରେ ରହିଲେ । କିନ୍ତୁ ଏକଥା ସବୁଆଡ଼େ ବିସ୍ତାରିତ ହୋଇଗଲା । ଆଉ ତା’ପରେ ଜ୍ଞାନ ଦେଖିଲା ତା’ର କୁଡ଼ିଆ ହୋଇଯାଇଛି ପୋଡ଼ା କୁଟା ଗଦା ଯାହା ଭିତରେ କି ସେ ତା’ର ଜୀବନକୁ ରଖି ଯାଇଥିଲା ଗାଁ ଭିତରକୁ ସେ ହସିଲା ଆହୁରି ଜୋର୍‌ରେ ହସିଲା ଏବଂ ସେହି କୁଟା ଗଦାକୁ ନିଜ ଦେହରେ ବୋଳି ବହୁତ ହସିଲା । ଖୋଜୁ ଖୋଜୁ ସେ ଗଦା ଭିତରୁ ପାଇଲା ଗୋଟେ ପୋଡ଼ା ଖପୁରୀ ।

ଏ ହେଉଛି ଶିକ୍ଷିତ ଯୁଗର ଧର୍ମନିରପେକ୍ଷତାର ସଂଜ୍ଞା ।

ଧର୍ମନିରପେକ୍ଷତା ଦୀପ୍ତମାନ ହିନ୍ଦୁ

Rate the content


Originality
Flow
Language
Cover design

Comments

Post

Some text some message..