Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଲଜ୍ଜା..........ଲଜ୍ଜା
ଲଜ୍ଜା..........ଲଜ୍ଜା
★★★★★

© Sachidananda Kar

Others

2 Minutes   384    32


Content Ranking


              - ' ବାପା ! ଗୋଟେ ରଚନା ଲେଖିବାର ଅଛି।ଟିକେ କହିଦେବ, ପ୍ଲିଜ୍। '

             - ' କି ରଚନା ? '

             - ' ଆମ ଗାଆଁ। ' 

             - ' ମତେ ସମୟ ନାହିଁ।ମମିକି କହିବୁ ଯା'। '

             - ' ମମି ସହରରେ ବଢିଛି।ଗାଆଁ ଦେଖିନାହିଁ।ତେଣୁ ସେ ପାରିବନି। '

            - ' ଗାଆଁ ଉପରେ ସମସ୍ତେ ରଚନା କହିପାରିବେ। ' 

            - ' ହଁଯେ,ହେଲେ ତୁମେ ତ ଗାଆଁରେ ବଢିଛ।ତୁମ ଭଳି ମମି ପାରିବନି। ' 

            - ' ହଉ,କହୁଛୁ ଯଦି ଲେଖ୍। '

            ବାପା ରଚନା ଡାକିବାକୁ ଆରମ୍ଭ କଲେ।

            ପୁଅ ଲେଖିଲା...........

            - ' ଗାଆଁ ଏକ ଉପଯୁକ୍ତ ବାସସ୍ଥଳୀ ନୁହେଁ।ଗାଆଁର ଲୋକମାନେ ଚାଷକାମ କରନ୍ତି।ଅଭାବ ଅସୁବିଧାରେ ଚଳନ୍ତି।ସେମାନଙ୍କ ଖାଇବା ପିଇବାର ଢଙ୍ଗ ଭଲ ନୁହେଁ।ବର୍ଷାଦିନେ ଗାଆଁ ରାସ୍ତା କାଦୁଅରେ ପଚର ପଚର ହୁଏ।ଗାଆଁଲୋକେ ମେଞ୍ଚେ ମେଞ୍ଚେ ଖାଆନ୍ତି।ଶସ୍ତା ପୋଷାକ ପିନ୍ଧନ୍ତି।ଚଟାଣରେ ହେଁସ,ମଶିଣା ବିଛାଇ ଶୁଅନ୍ତି।ଖୁବ୍ ବଡପାଟିରେ ଚିଲ୍ଲେଇ ଚିଲ୍ଲେଇ କଥା ହୁଅନ୍ତି।ଟିକେ ଟିକେ କଥାରେ କଳି ଝଗଡ଼ା ଲାଗନ୍ତି।ରାତିରେ ଡିବି,ଲଣ୍ଠନ ଜାଳି କାମ କରନ୍ତି।ଇତ୍ୟାଦି... ଇତ୍ୟାଦି। '

           ରଚନାଟା ଡାକି ଦେଇ ବାପା ଚାଲିଗଲେ।

           ପୁଅ ମମି ପାଖକୁ ଆସିଲା।କହିଲା - ' ମମି, ଦେଖ ତ ବାପା ରଚନା ଡାକି ଦେଲେ। '

            ପୁଅକୁ ସବୁବେଳେ ମମି ହିଁ ପାଠ ପଢାଇଥାନ୍ତି।ତେଣୁ ବାପା ତାକୁ ଡାକିଥିବା ରଚନାଟିକୁ ସେ ପଢିଲେ।କହିଲେ - ' ଇଏ କି ରଚନା ! ଏମିତି ଲେଖିଲେ ଶୂନ ପାଇବୁ।ମୁଁ ଡାକୁଛି ଲେଖ୍। '

           ପୁଅ ଆଶ୍ଚର୍ଯ୍ୟ ହୋଇ ମମି ଆଡେ ଚାହିଁଲା।

           ଆହା ! ସହର ଏମିତି କି ସର୍ତ୍ତ ରଖିଦେଇଛି ଯେ !ମୁକୁଳି ପାରୁନାହିଁ ମଣିଷ !ଫେରି ପାରୁନାହିଁ ଗାଆଁକୁ ! - ମମି ଭାବିଲେ।

           ଏବେ ମମି ରଚନା ଆରମ୍ଭ କଲେ।

           ପୁଅ ଲେଖିଲା............

           - ' ପ୍ରାକୃତିକ ସୌନ୍ଦର୍ଯ୍ୟରେ ଗାଆଁଟି ପରିପୂର୍ଣ୍ଣ।ଗାଆଁର ଲୋକମାନେ ଖୁବ୍ ସରଳ ଜୀବନଯାପନ କରନ୍ତି।କୃଷି ଓ ପଶୁପାଳନ ସେମାନଙ୍କର ପ୍ରଧାନ ଜୀବିକା।ସେମାନେ ବିଭିନ୍ନ ପର୍ବପର୍ବାଣି ପାଳନ କରନ୍ତି।ଭୋଜିଭାତରେ ଏକାଠି ହୁଅନ୍ତି।ପରସ୍ପରକୁ ସାହାଯ୍ୟ କରନ୍ତି।ଗାଆଁରେ ସବୁ ଋତୁ ଅନୁଭବ କରି ହୁଏ ।ଗାଆଁ ପରିବେଶ ଭାରି ଶାନ୍ତ ଲାଗେ।ଗାଆଁ ଲୋକଙ୍କର ଜୀବନ ବେଶ୍ ସୁନ୍ଦର।ଏହା ଏକ ଉପଯୁକ୍ତ ବାସସ୍ଥଳୀ ଅଟେ। ଇତ୍ୟାଦି........ ଇତ୍ୟାଦି। '

             ପରଦିନ ଶ୍ରେଣୀରେ ଗୁରୁଜୀଙ୍କୁ ରଚନା ଦେଖାଇଲା ପୁଅଟି।ଭୁଲବଶତଃ ଆଗ ବାପା ଡାକିଥିବା ରଚନାଟି ଦେଖାଇଦେଲା।ଗୁରୁଜୀ ସେଥିରେ ଶୂନ ଦେଇ ପୁଅକୁ ପାଖକୁ ଡାକିଲେ।ପୁଅ ତା'ର ଭୁଲ୍ ବୁଝିପାରି ପରେ ମମି ଡାକିଥିବା ରଚନାଟି ଦେଖାଇଲା।ଗୁରୁଜୀ ତାହା ପଢି ଖୁସି ହୋଇଗଲେ।ତାକୁ ଦଶରୁ ଦଶ ନମ୍ବର ଦେଲେ।

             ଘରକୁ ଫେରିଲା ପୁଅଟି।ବାପାଙ୍କୁ କହିଲା - ' ବାପା ! ରଚନାରେ ମୁଁ ଦଶରୁ ଦଶ ପାଇଛି। ' 

             ବାପା ଆନନ୍ଦରେ ପୁଅର ମୁହଁକୁ ଚାହିଁଲେ।

             ପୁଅ ପୁଣି କହିଲା - ' ବାପା ! ତୁମେ ଡାକିଥିବା ରଚନାରେ ନୁହେଁ।ମମି ଡାକିଥିବା ରଚନାରେ ପାଇଛି।ତୁମେ ଡାକିଥିବା ରଚନାରେ ମତେ ଶୂନ ମିଳିଛି। '

            ବାପାଙ୍କୁ ଖାତା ଦେଖାଇଲା ପୁଅ।

            ବାପାଙ୍କର ଆନନ୍ଦ ହଠାତ୍ କେଉଁଠି ହଜିଗଲା ଯେମିତି।ପୁଅର ମୁହଁକୁ ଚାହିଁବାକୁ ଆଉ ସାହସ ଜୁଟାଇ ପାରୁ ନ ଥିଲେ ସେ।ଏକ ବିଚିତ୍ର ଅବସ୍ଥାରେ ରହିଥିଲେ।

            ଲଜ୍ଜା.....!ଲଜ୍ଜା.......!!ଲଜ୍ଜା........!!!

ରଚନା ସହର ଶୂନ

Rate the content


Originality
Flow
Language
Cover design

Comments

Post

Some text some message..