Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଲୋଭରୁ ମୃତ୍ୟୁ

ଲୋଭରୁ ମୃତ୍ୟୁ

2 mins
7.3K


ଦୁନିଆରେ ଜୀବନ ପାଇ ବଂଚିଥିବା ଯେତେ ଜୀବଜନ୍ତୁ ରହିଛନ୍ତି, ସେମାନଙ୍କ ମଧ୍ୟରେ ମଣିଷ ହେଉଛି ଅନ୍ୟତମ । ତା’ ମଧ୍ୟରେ ଅନେକ ଉପାଦାନ ଭର୍ତ୍ତିକରି ପୃଥିବୀ (ପୃଥିବୀରେ ମିଳୁଥିବା ଉପାଦାନ ମାନଙ୍କ ଦ୍ୱାରା ହିଁ ଜୀବନ ସୃଷ୍ଟି ସମ୍ଭ ହୋଇଛି) ତାକୁ ଏ ପ୍ରକୃତିରେ ସୃଷ୍ଟି କରିଛି । ପିଲାଟିଏ ଜନ୍ମହେବା ସଙ୍ଗେ ସଙ୍ଗେ ତା ସହିତ ବହୁତ ଗୁଣ ଓ ଦୋଷର ବି ଜନ୍ମ ହୋଇଥାଏ । ସତ୍ୟ, ଶାନ୍ତି, ଦୟା, କ୍ଷମା, ପରୋପକାର ଆଦି ମହାନ୍ ଗୁଣରେ ବିଭୂଷିତ ହୋଇ ଅନେକ ପ୍ରଶଂସିତ ହେଉଥିବା ବେଳେ ଆଉ କେତେକ କାମ, କ୍ରୋଧ, ଲୋଭ, ମୋହ, ମାୟା ଆଦି ମନ୍ଦଗୁଣ ଯୋଗୁଁ ଦଣ୍ଡିତ ହୁଅନ୍ତି । ସେଥିପାଇଁ ମହାପୁରୁଷମାନେ କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ – ଏହି ଛଅଗୋଟି ମନ୍ଦଗୁଣକୁ ଷଡରିପୁ ଭାବରେ ନାମିତ କରିଛନ୍ତି । କାହିଁକିନା ଏମାନେ ମଣିଷକୁ ସର୍ବଦା ବାଟବଣା କରନ୍ତି ।

ଷଡରିପୁ ମଧ୍ୟରେ ଲୋଭ ଗୋଟିଏ ବଡ ରିପୁ । ଏହା ବିଭିନ୍ନ ପ୍ରକାରର । କିଏ ଟଙ୍କା, ସୁନା ପାଇଁ ଲୋଭ କରେ ତ ଆଉ କିଏ କ୍ଷମତା ଓ ପଦପଦବୀ ପାଇଁ ଲାଳାୟିତ ହୁଅନ୍ତି । ପୃଥିବୀର ପ୍ରତ୍ୟେକ ବ୍ୟକ୍ତି ଏଥିରୁ ଯମା ମୁକ୍ତ ନୁହଁନ୍ତି । ପିଲାମାନେ ଭଲ ଖାଦ୍ୟ ପାଇଁ ଲୋଭ କରନ୍ତି । ଭଲ ଚାକିରି ପାଇବା ପାଇଁ ଛାତ୍ରଛାତ୍ରୀମାନେ ଖୁବ୍ ବ୍ୟସ୍ତ ହୁଅନ୍ତି । ଭକ୍ତ ଭଗବାନଙ୍କୁ ଲାଭ କରିବା ପାଇଁ ଆଶାୟୀ ହୁଏ । ପିଲାମାନେ ବି ଭଲ ପାଠ ପଢିବାକୁ ଲୋଭ କରନ୍ତି, ଧାର୍ମିକମାନେ କେବଳ ମହାପୁରୁଷଙ୍କ ବାଣୀକୁ ଲୋଭ କରିଥା’ନ୍ତି ।

ସତ୍ତ୍ଵ, ରଜ, ତମ – ଏହି ତିନୋଟି ଗୁଣକୁ ନେଇ ମଣିଷ ଗଢା ହୋଇଛି । ସତ୍ତ୍ଵଗୁଣରୁ ଜ୍ଞାନର ଜନ୍ମ । କିନ୍ତୁ ଲୋଭର ଜନ୍ମ ରଜଗୁଣରୁ । ପୂର୍ବକାଳରେ ବହୁ ରଜୋଗୁଣୀ ରାଜା ଅନ୍ୟ ରାଜାମାନଙ୍କର ରାଜ୍ୟକୁ ବଳପୂର୍ବକ ଆକ୍ରମଣ କରୁଥିଲେ । ସେମାନଙ୍କ ମନରେ ପର ରାଜ୍ୟ ଗ୍ରାସ କରିବାର ନିଶା କେବେବି କମୁ ନ ଥିଲା । ଅଶୋକ ବହୁ ବର୍ଷ ପୂର୍ବେ ସମଗ୍ର ଏହିପରି ଏକ ଭୟଙ୍କର ଯୁଦ୍ଧ କରିଥିଲେ । ସେ ଥିଲେ ମଗଧର ରାଜା । ଉତ୍କଳର ବୀରତ୍ୱ, କଳା, ସଂସ୍କୃତି ପ୍ରତି ଆକର୍ଷିତ ହୋଇ ସେ ଅଚାନକ ଭାବରେ ଏହି ଦେଶକୁ ଆକ୍ରମଣ କଲେ । ଫଳରେ ଉତ୍କଳର ହଜାର ହଜାର ଲୋକ ମୃତ୍ୟୁମୁଖକୁ ଗଲେ । ରକ୍ତପାତରେ ଦୟାନଦୀର ପାଣି ଲାଲ୍ ହୋଇଯାଇଥିଲା ।

ବର୍ତ୍ତମାନ ଦେଶରେ ଲୋଭ ସବୁଲୋକଙ୍କୁ ପ୍ରବଳ ମାତ୍ରାରେ ଗ୍ରାସ କରିଛି । ଏହି ଲୋଭ ପାଇଁ ମଣିଷ ଆଉ ମଣିଷକୁ ଚିହ୍ନିପାରୁ ନାହିଁ । ଭାଇ ଭାଇ ଭିତରେ ଥିବା ମଧୁର ସମ୍ପର୍କ ଦିନକୁ ଦିନ ଅତ୍ୟନ୍ତ ତିକ୍ତ ହୋଇ ଉଠୁଛି । ତେଣେ ଦୁର୍ନୀତି ମଧ୍ୟ ହୁ ହୁ ହୋଇ ବଢୁଛି । ଭଲମନ୍ଦର କୌଣସି ବାଛ ବିଚାର ନାହିଁ ।

ଏଇ ଲୋଭରୁ ହିଁ ପାପର ଜନ୍ମ । ଲୋଭୀମାନଙ୍କର ପାପ, ପୁଣ୍ୟ, ଭଲ, ମନ୍ଦର ବିଚାର କିଛି ବି ନ ଥାଏ । ବୟସ ଯେତେ ବଢି ବଢି ଚାଲେ ଲୋଭ କ୍ରମଶଃ ସେହି ପରିମାଣରେ ବଢେ । ଖାଦ୍ୟ ଅଧିକ ଲୋଭରେ ଖାଇଲେ ଅଜୀର୍ଣ୍ଣ ହୁଏ । ଫଳରେ ସେସବୁ ଝାଡା, ବାନ୍ତିରେ ହିଁ ଯାଏ । ଠିକ୍ ସେହିପରି ଅତ୍ୟଧିକ ଲୋଭ ପାପ ଓ ମୃତ୍ୟୁକୁ ଡାକି ଆଣେ । ଶେଷରେ ଅନ୍ୟାୟ ଅନୀତିକୁ ନିଜର କରିନିଏ ।

ତେଣୁ ଅନ୍ୟମାନଙ୍କ ପ୍ରତି ଉଦାର ହୁଅ । ଦରିଦ୍ରକୁ ଧନ ଦାନ କର । ଅସହାୟକୁ ସହାୟତା କର । ତାହେଲେ ଯାଇ ପ୍ରକୃତ ଶାନ୍ତି ମିଳିବ ।


Rate this content
Log in

Similar oriya story from Children