Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Laxman Kumar Behera

Others

3  

Laxman Kumar Behera

Others

ହଷ୍ଟେଲ

ହଷ୍ଟେଲ

5 mins
7.6K


ଲକ୍ଷ୍ମଣ କୁମାର ବେହେରା (ଯତି)

ବାପା ମୁଁ ଆଉ କଲେଜ୍ ରେ ପାଠ ପଢିବି ନାହିଁ । ଆମ ଗାଆଁ ରୁ କଲେଜ୍ ବହୁତ ବାଟ ହେଉଛି । ଅଠର କିଲୋମିଟର ରାସ୍ତା ତ ବଳମ ଛକରୁ ପୁଣି ଆମ ଘରୁ ଛଅ କିଲୋମିଟର ହେବ ବଳମ ଛକ । ସବୁଦିନେ ଛକ ଯାଏଁ ଯିବି ପୁଣି ଘରକୁ ଫେରିବି ସାଇକେଲରେ । ବସ୍ ରେ ବି ସବୁଦିନେ ଭିଡ । କେବେ ବି ସେ କଣ୍ଡକ୍‌ଟର ଅସିତ୍ ଭାଇ ମୋତେ ସିଟ୍ ଟିଏ ଦେଉନାହାନ୍ତି, ବସିବା ପାଇଁ । ନା ଗଲାବେଳେ ସିଟ୍ ପାଉଛି ନା ଆସିଲା ବେଳେ । ଯିବା ଆସିବା କରି ପୁରା ଥକି ଯାଉଛି ମୁଁ । ଭଲରେ ପାଠ ପଢି ହେଉନି ବାପା । ମୁଁ ଯିବା ଆସିବା କରି ପଢି ପାରିବିନି ଆଉ । ଗତ ଦୁଇ ବର୍ଷ ୩ ଯିବା ଆସିବା କରି ପଢିଲି, ଲାଭ କ'ଣ ହେଲା ? ପରୀକ୍ଷାରେ କିଛି ଭଲ ଲେଖି ପାରିଲି ନାହିଁ । ପରୀକ୍ଷା ଫଳ ବି ଭଲ ହେଲା ନାହିଁ । ତେଣୁ ମୁଁ ଭାବୁଛି ପାଠ ପଢା ବନ୍ଦ କରିଦେବି ।

ଏକଥା ଶୁଣି ଦନେଇ ଦାସ୍ ର ମନ ଦୁଃଖରେ ଭାଙ୍ଗି ପଡିଲା । ଅଭାବି ଲୋକ । ଧିର କଣ୍ଠରେ ଝିଅକୁ ବୁଝାଇ କହିଲା, ଏ ମା' ତୁ ଯଦି ଦୁଇ ବର୍ଷ ପାଠ ପଢି ଆଉ କଲେଜ ଯିବୁନାହିଁ, ଏ ଗାଁ ଲୋକେ କଣ କହିବେ କହିଲୁ । ତୁ ତ ସବୁ ଜାଣିଛୁ ମା' ଏ ଗାଆଁ କଥା । ଗରିବ ମାନଙ୍କୁ କେତେ ଟାହିଟାପରା କଥା କୁହନ୍ତି ଆଉ ଧନି ଲୋକ ମାନଙ୍କର ଯେତେ ଭୁଲ୍ ହେଲେ ବି ସେମାନଙ୍କୁ ପ୍ରଶଂସାରେ ପୋତି ପକାନ୍ତି । ଆଉ ଗୋଟେ ବର୍ଷ ପାଠ ପଢିଲେ ତୋର ୩ ସରିଯିବ । ଠିକ୍ ଅଛି ତୁ ଯଦି କହିବୁ ତୋ ପାଇଁ ମୁଁ କଉ ହଷ୍ଟେଲ୍ ରେ ରହିବା ବ୍ଯବସ୍ଥା କରିଦେବି । ତୁ ହଷ୍ଟେଲ ରେ ରହି ପାଠ ପଢିବୁ । ତୋ ମାଆ ତତେ ପଢେଇବା ପାଇଁ ଅନେକ ସ୍ବପ୍ନ ଦେଖିଥିଲା । ତୁ ପାଠ ପଢା ଛାଡିଦେଲେ ତୋ ମାଆ ଉପରେ ଥାଇ ମୋତେ କ'ଣ ଭାବିବ କହିଲୁ !

ହଷ୍ଟେଲ ର ନାଆ ଶୁଣି ସେଦିନ ସିପ୍ରାର ମନ ଭାରି ଖୁସି । ସହରରେ ରହି ପାଠ ପଢିବି, ଦେବଗଡର ଗଣେଶ ପୂଜା, ପ୍ରଧାନପାଟ ମହୋତ୍ସବ, ପୁରୁଣାଗଡର ରଥଯାତ୍ରା ••• ମନ ଭରି ସବୁ ଦେଖିବି, ଏଇ କଥା ଭାବି ସେ ନାଚିବାକୁ ଲାଗିଲା ।

ମୋ ଝିଅ ମୋତେ ଛାଡି ହଷ୍ଟେଲରେ ରହିବ । ମା ଛେଉଣ୍ଡ ଝିଅଟି । କେମିତି ଯେ' ସେଠାରେ ଚଳିବ ••• ଏଇ କଥା ଭାବି ଦନେଇ ଦାସ୍ ବିଚଳିତ ହେଉଥାଏ ଯେତିକି ନିରବରେ ବି କାନ୍ଦୁଥାଏ ସେତିକି ।

ସକାଳ ହେଲା । ଝିଅକୁ ଧରି ଦନେଇ ଦାସ୍ ଦେବଗଡ ଅଭିମୁଖେ ବାହାରିଲା । ବାଟସାରା କହିକହି ଯାଉଥାଏ, ଚାଉଳ ବସ୍ତା ଭିତରେ ଆମ୍ବ ଆଚାର, କୋଳଥ ଡାଲି, କଖାରୁ ବଡି ••• ସବୁ ଦେଇଛି ମା, ତୋ ମାଆ ଯେଉଁ ଭାଗବତ ବହିଟି ସବୁଦିନେ ପଢୁଥିଲା ସେଇଟି ବି ଦେଇଛି । ସବୁଦିନେ ପଢୁଥିବୁ ମାଆ । ତିନି ହଜାର ଟଙ୍କା ଦେଇଛି, ସବୁ ମାସରେ ପଇସା ପଠାଇବି । ଭଲରେ ଚଳିବୁ। ମୋ ନାଆ ରଖିବୁ । ଅସୁବିଧା ହେଲେ ଘରକୁ ପଳାଇ ଆସିବୁ ମାଆ । ଦନେଇ ଦାସ୍ ସେଦିନ ସିପ୍ରା କୁ ନାମିଦାମି ହଷ୍ଟେଲରେ ଛାଡି ଗାଁ କୁ ଫେରିଆସିଲା ।

ସିପ୍ରାର ପୁରୁଣା ବାନ୍ଧବୀ ସରିତା । ଦୁହେଁ ଏକା କଲେଜରେ ପାଠ ପଢନ୍ତି । ଭାରି ଖୁସି ସିପ୍ରାକୁ ଅତି ନିକଟରେ ଦେଖି । ନିଜ ଖଟ ପାଖରେ ତା'ର ଖଟକୁ ପକାଇ କହିଲା ତୁ ମୋ ପାଖରେ ଶୋଇବୁ । ଦୁହେଁ ସାଙ୍ଗ ହୋଇ ସବୁଦିନେ କଲେଜ୍ ଯିବା ଆସିବା କରିବା । ମନରେ ଅସିମ ଆନନ୍ଦ । ମନର ଭାବନାକୁ ଦୁହେଁ ଆଦାନପ୍ରଦାନ କରନ୍ତି ପ୍ରତିଦିନ । ପାଠ ପଢା ଜୋରସୋର୍ ରେ ଚାଲିଥାଏ । ସରିତା ଟିଉସନ୍ ଯାଏ କିନ୍ତୁ ସିପ୍ରା ଅର୍ଥ ଅଭାବରୁ ଟିଉସନ୍ ଯାଇପାରେ ନାହିଁ । ସରିତା ଟିଉସନରେ ଯାହା ଲେଖିଥାଏ ସବୁ ସିପ୍ରାକୁ ଲେଖିବା ପାଇଁ ଦିଏ । ସରିତା ପ୍ରଚୁର ଟଙ୍କା ଖର୍ଚ୍ଚ କରେ । ସରିତା ତା'କୁ ବି ଟଙ୍କା ଦିଏ କିନ୍ତୁ ସିପ୍ରା ନେବାକୁ ମନା କରେ । ତଥାପି ସିପ୍ରାକୁ କହେ ଯଦି କେବେ ତୋର ଟଙ୍କା ଦରକାର ହୁଏ ମୋତେ ଜଣାଇବୁ । ସରିତାର ଗତ ଦୁଇ ( ୩ ପ୍ରଥମ ବର୍ଷ ଓ ଦ୍ବିତୀୟ ବର୍ଷ ) ବର୍ଷର ଚାଲିଚଳଣୀ, ବର୍ତ୍ତମାନର ବେଶଭୂଷା ଆଉ କଥାବାର୍ତ୍ତା ସବୁକୁ ଲକ୍ଷ୍ଯ କରି ମନରେ ତା'ର ଅଜସ୍ର ପ୍ରଶ୍ନ ଉଙ୍କି ମାରୁଥାଏ । କିଛି ପଚାରି ପାରୁ ନଥାଏ । ପ୍ରାୟ ଏକ ମାସ ପରେ ମନରେ ସାହସ ଜୁଟାଇ ଥରେ ସରିତାକୁ ପଚାରିଲା,

- ଏ ସରିତା ଗୋଟେ କଥା ତତେ ପଚାରିବି ବୋଲି ଭାବୁଛି ଯଦି କିଛି ଖରାପ ନ ଭାବିବୁ ତା' ହେଲେ ପଚାରିବି ।

- ହଁ ମ ପଚାର । ତୁ ପରା ମୋର ସବୁଠୁ ଭଲ ସାଙ୍ଗ, ଖରାପ ଭାବିବି କାହିଁକି ?

- ମନରେ ଡର ଥାଏ ତଥାପି କହିଲା, " ତମ ବାପା କ'ଣ କାମ କରନ୍ତି ? "

- ସିପ୍ରା ର କଥା ଶୁଣି ସରିତା କହିଲା ଭାଗ ଚାଷ କରନ୍ତି । କ'ଣ ହେଲା ଯେ' ?

- କିଛି ନାହିଁ, ମାସକୁ କେତେ ଟଙ୍କା ଲେଖାଏଁ ପଠାନ୍ତି କି ତମ ଘରୁ ?

- ହଜାରେ ଟଙ୍କା ।

- ସିପ୍ରା ମନରେ ପାପ ଛୁଉଁଥାଏ, ତଥାପି ପଚାରିଲା ।

ତା' ହେଲେ ଏତେ ଟଙ୍କା କେଉଁଠୁ ପାଉଛୁ ?

- ଓଃ ଏଇ କଥା, ତତେ କହିବି ହେଲେ ତୁ କାହାକୁ କହିବୁ ନି ତ । ପ୍ରତିଜ୍ଞା କର !

- ହଁ ମ, କାହାକୁ କହିବିନି କହ ।

- ଶୁଣ ଗୋଟେ ପିଲା ମୋତେ ବହୁତ ଭଲପାଏ । ସେ ମୋତେ ଟିଉସନ୍ ବାଟରେ ସବୁଦିନେ ଅପେକ୍ଷା କରିଥାଏ । ସେ ମୋତେ ହଜାରେ ଟଙ୍କା ଦିଏ ପତ୍ଯକ ଥର ଶାରୀରିକ ସମ୍ପର୍କ ରଖିଲେ । ବହୁତ ଭଲ ପିଲାଟା । ଏଇ ସହରରେ ବଡ ଦୋକାନଟେ ତା'ର ଅଛି ••• ଭଲ ଗୀତ ଗାଏ, ନାଚେ ବି •••• । ସରିତା ତା'ର ମନର ସବୁ କଥା ସେଦିନ ସିପ୍ରାକୁ କହିଚାଲିଥାଏ ଖୁସି ମନରେ ।

ହେଲେ ଏକଥା ଶୁଣି ସିପ୍ରାର ଦେହ ଝାଳରେ ଭର୍ତ୍ତି । ମୁଣ୍ଡ ତା'ର ଚକର୍ ଖେଳୁଥାଏ । ସେ ସବୁ ବୁଝିକି ବି ଅବୁଝା ରହୁଥାଏ ।

- ସରିତା ହସି ଦେଇ କହିଲା ମୋ କଥା ଶୁଣୁଛୁ କି ନାହିଁ ।

- ହଁ ଶୁଣୁଛି ।

- ତୁ ଯଦି କହିବୁ ତୋ ପାଇଁ ବି ତା'ର ସାଙ୍ଗକୁ କହିବା ପାଇଁ କହିଦେବି । ମାନେ ତୋ ପାଇଁ ଠିକ୍ କରିଦେବି । ତୁ ବି ମୋ ଭଳି ଟଙ୍କା ଖର୍ଚ୍ଚ କରି ପାରିବୁ । ମୋ ପୁରୁଷ ବନ୍ଧୁର ସାଙ୍ଗ ରାଜେଶକୁ ଜଣାଇଦେବି କି କହ ! ସେ ବହୁତ ଭଲ ପିଲାଟା । ସିଏ ଇଲୋକ୍ଟ୍ରୋନିକ୍ସ ଦୋକାନ ଦେଇଛି, ହୋଲସେଲର୍ । ପୋଲସର୍ ବାଇକ୍ ରେ ଯିବା ଆସିବା କରେ । ତତେ ସେ ଦେଖିଛି କଲେଜ୍ ଯିବା ବାଟରେ । ଟିଉସନ୍ ଯିବା ବାଟରେ ମୋତେ ସେ କହିଛି ଅନେକ ଥର ତୋ କଥା । ତୋର ଟଙ୍କା ପଇସାର କିଛି ଅଭାବ ରହିବ ନାହିଁ । ମୋବାଇଲ୍ ଟିଏ ମଗାଇ ଦେବି କି ତୋ ପାଇଁ ।

ସିପ୍ରା ହଠାତ୍ ମନରେ କ'ଣ ଭାବିଲା କେଜାଣି ସରିତାକୁ ସବୁ ମନା କଲା । ନା ନା ମୋ କଥା କିଛି ସେ ପିଲାକୁ କହିବୁ ନାହିଁ । ମୋ ବାପା ମୋତେ ବହୁତ ଭଲ ପାଆନ୍ତି । ମୋତେ ସବୁ ମାସରେ ତିନି ହଜାର ଟଙ୍କା ଲେଖାଏଁ ପଠାଇ ଦେଉଛନ୍ତି । ମୁଁ ମୋ ବାପାଙ୍କ ବିଶ୍ଵାସକୁ ଭାଙ୍ଗି ପାରିବିନି । ଆମେ ବହୁତ ଗରିବ ତଥାପି ଏସବୁ ମୋତେ ଜମା ଭଲ ଲାଗୁନି । ଆଉ ବର୍ଷେ ପରେ ତ ୩ ସରିବ । ବିବାହ ପ୍ରସ୍ତାବ ଅନେକ ଆସୁଛି । ଦେଖୁ ଦେଖୁ ପାଠ ପଢା ସରି ବିବାହ ବି ସରିଯିବ । ପାପ କାମ କ'ଣ ପାଇଁ କରିବା କହିଲୁ ।

ସିପ୍ରା ସେଦିନ ସରିତାର ସବୁ କଥା ଜାଣିବା ପରେ ତା'କୁ ଅନେକ ବୁଝାଇବାକୁ ଚେଷ୍ଟା କଲା କିନ୍ତୁ ସରିତା ଜମାରୁ ସିପ୍ରା କଥା ନଶୁଣି ଟିଉସନ୍ ଯିବା ପାଇଁ ସଜବାଜ ହେଉଥାଏ ।

କବି କୁଟୀର

ଦଣ୍ଡାସିଂହା, ବାରକୋଟ

ଦେବଗଡ (ଓଡିଶା)

ପିନ୍ - ୭୬୮୧୦୮

ମୋ- 09668242720


Rate this content
Log in