Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Krupasindhu Mishra

Classics

2  

Krupasindhu Mishra

Classics

ମହାଭାରତ (୪୦)ଲାଖବିନ୍ଧା

ମହାଭାରତ (୪୦)ଲାଖବିନ୍ଧା

2 mins
7.0K


ମହାଭାରତ (୪୦)ଲାଖବିନ୍ଧା

ପାଞ୍ଚାଳ ରାଜକୁମାର ଧୃଷ୍ଟଦ୍ୟୁମ୍ନ ସଭା ମଧ୍ୟରେ ଛିଡା ହୋଇ ଜଣ ଜଣ କରି କ୍ଷତ୍ରିୟ ରାଜାମାନଙ୍କୁ ଆହ୍ବାନ କଲେ. ପ୍ରଥମେ ସେ ଦୁର୍ଯ୍ୟୋଧନଙ୍କୁ ଲାଖ ବିନ୍ଧିବାକୁ ଆମନ୍ତ୍ରଣ କଲେ ଦୁର୍ଯ୍ୟୋଧନ କର୍ଣ୍ଣଙ୍କୁ ଚାହିଁଲେ. କର୍ଣ୍ଣ କହିଲେ, “ସେ ପ୍ରଥମେ କ୍ଷତ୍ରିୟ ରାଜାମାନଙ୍କୁ ଡାକୁଛନ୍ତି. ମୋର ଯିବା ସୁନ୍ଦର ହେବ ନାହିଁ .ତୁମେ ଯାଅ” .ଦୁର୍ଯ୍ୟୋଧନ ଯିବା ଆଗରୁ ଥରେ ପାଞ୍ଚାଳୀଙ୍କ ଉପରେ ଦୃଷ୍ଟି ପକାଇଦେଲେ. ତାଙ୍କର ରୂପ ଲାବଣ୍ୟ  ଦୁର୍ଯ୍ୟୋଧନଙ୍କର ଚକ୍ଷୁ ଝଲସାଇ ଦେଲା. ତାଙ୍କୁ ସବୁ କିଛି ଅସ୍ପଷ୍ଟ ଦେଖାଗଲା. ଧନୁ ତଳେ ହାତ ବୁଲାଉଁ ବୁଲାଉଁ ସେ ଜଳ ଘଟକୁ ଓଲଟାଇ ପକାଇଲେ. ସମସ୍ତେ ହସିଲେ. ଲାଜରେ ଫେରି ଆସି ସେ ନିଜ ସ୍ଥାନରେ ବସିଲେ .ତତ୍ପରେ ମଗଧରାଜ ଜରାସନ୍ଧ ମହାଦର୍ପରେ  ପଟା ଉପରକୁ ଉଠି ଧନୁଟିକୁ କଷ୍ଟରେ ଉଠାଇଲେ କିନ୍ତୁ ଗୁଣ ଦେଇ ପାରିଲେ ନାହିଁ. ଏହିପରି ଭାବରେ ଶିଶୁପାଳ ରୁକ୍ମଣ କାଶୀଶ୍ୱର ,ବଜ୍ରନାଭ ଆଦି ସମସ୍ତ କ୍ଷତ୍ରିୟ ରାଜାମାନେ ବିଫଳ ହେବାରୁ ରାଜା ଦୃପଦ ଯେ କୌଣସି ରାଜା ଚେଷ୍ଟା କରି ପାରନ୍ତି ବୋଲି ଘୋଷଣା କଲେ . ଏଥର ଉଠିଲେ ମହାବୀର କର୍ଣ୍ଣ ..ମହା ଦର୍ପରେ ଚରଣ ଚାଳି ସେ ଧନୁ ନିକଟକୁ ଯିବା ବେଳକୁ ବଲରାମ ଶ୍ରୀକୃଷ୍ଣଙ୍କୁ କହିଲେ ,”ଏବେ ଏହି କର୍ଣ୍ଣ ହିଁ ଲାଖ ବିନ୍ଧିବା ନିଶ୍ଚିତ .” କର୍ଣ୍ଣ ପଟା ଉପରକୁ ଉଠି

ଧନୁଟିକୁ ସହଜରେ ଉଠାଇ ଅନାୟାସରେ ଗୁଣ ଚଢାଇଲେ ଏବଂ ଗୁଣ ଟଙ୍କାରି ତଳକୁ ଦୃଷ୍ଟି ଓ ଉପରକୁ ମୁଷ୍ଠି କରି ତୀର ପ୍ରୟୋଗ କଲେ. ତୀର ଚକ୍ରରେ ବାଜି ଖସି ପଡିବାରୁ ସେ ମଧ୍ୟ ଲଜ୍ଜାରେ ମ୍ରିୟମାଣ ହୋଇ ନିଜ ସ୍ଥାନକୁ ଫେରି ଆସିଲେ. ଦୁର୍ଯ୍ୟୋଧନଙ୍କୁ କନ୍ୟା ଦେବା ଉଦ୍ଦେଶ୍ୟରେ ଦ୍ରୋଣ ମଧ୍ୟ ନିଷ୍ଫଳଚେଷ୍ଟା କଲେ. ଅଶ୍ୱତ୍ଥାମା, କୃପ ଶଲ୍ୟ ଆଦି ଅକୃତକାର୍ଯ୍ୟ ହେବା ପରେ ଭୀଷ୍ମ ଉଠିଲେ .ଜିତିଲେ କନ୍ୟାକୁ ଦୁର୍ଯ୍ୟୋଧନକୁ ଦେବେ ବୋଲି ସର୍ତ୍ତ କରି ଯିବା ବେଳକୁ ତାଙ୍କର ଦୃଷ୍ଟି ଶିଖଣ୍ଡୀ ଉପରେ ପଡି ଯିବାରୁ ସେ ଫେରି ଆସିଲେ. ଏହି କ୍ରମରେ ଶଲ୍ୟ,କୃପ ଓ ଜୟଦ୍ରଥ ମଧ୍ୟ ଚେଷ୍ଟା କରି ବିଫଳ ହେଲେ. ୟା ପରେ ଆଉ କୌଣସି ରାଜା ଅଯଥା ଉଠି ଅପମାନିତ ହେବାକୁ ଇଚ୍ଛା କଲେ ନାହିଁ.

(କ୍ରମଶଃ)


Rate this content
Log in

Similar oriya story from Classics