Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational Others

2  

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational Others

ଜୀବନ ନୁହଁଈ ମୂଲ୍ୟହୀନ

ଜୀବନ ନୁହଁଈ ମୂଲ୍ୟହୀନ

2 mins
1.8K


ଶ୍ରୀ ଶୋଭାକର ପ୍ରଧାନ

ଗଛରେ ଫୁଟୁଥିବା ଫୁଲମାନଙ୍କରେ ଗୁଣୁଗୁଣୁ କରି ଅନେକ ଭଅଁର ଗୀତ ଗାଇ ଗାଇ ମଧୁ ସଂଗ୍ରହ କରିବାରେ ଲାଗିପଡିଥାନ୍ତି l ଗଛ ମୂଳରେ ଥିବା ମାଟି ଭିତରୁ ଅଧା ଦେହ ବାହାର କରି ଏ ସବୁକୁ ଦେଖୁଥାଏ ଜିଆ l ଏମିତିରେ ତା’ର କେହି ସାଥି ନ ଥିବାରୁ ତା’କୁ କେଉଁଠି ମନ ଲାଗୁ ନ ଥାଏ l ଗୁରୁଣ୍ଡି ଗୁରୁଣ୍ଡି ବାହାରି ଡାକ ଛାଡିଲା, ‘ପତଙ୍ଗରାଜ ! ପତଙ୍ଗରାଜ.....! ତମେ ନା ଭାରି ଭଲ l କେଡେ ସୁନ୍ଦର ଖେଳୁଛ, ମଜା କରୁଛ l ମତେ ତୁମ ସାଥିରେ ଖେଳାନ୍ତନି !’’ ଭଁଅର ରାଜା ଝପଟି ଆସି ତାତ୍ସଲ୍ୟ କରି କହିଲା, ‘ କଅଣ କହିଲୁ, ତୋ’ର ସେ ଯୋଗ୍ୟତା କାହିଁ ? ଅମେରୁ ଦଣ୍ଡି ପ୍ରାଣୀ ହିସାବରେ ତତେ ସଂସାର ଜାଣେ l ମାଟି ଭିତରେ ଥାଉ l ବାହାର ଦୁନିଆ ବିଷୟରେ ତୁ କ’ଣ ଟା ଜାଣିବୁ l ତୁ ଆମ ସରି କି ? ହା....ହା...ହା !’’ ହସି ସାହି ଚାଲିଗଲା l

ଅପମାନିତ ବୋଧ କରି ମାଟିରେ ପଶିଗଲା ଜିଆ l ନିଜକୁ ଖୁବ୍ ଧିକ୍କାର କଲା l ଈଶ୍ଵରଙ୍କୁ ମନେ ମନେ ଅଭିଯୋଗ କଲା, ତା’କୁ କାହିଁକି ଏମିତି ଜୀବନ ଦେଇଛନ୍ତି l ମାଟି ଭିତରେ ବାସ, ତା’ ପୁଣି ବାହାର ଦୁନିଆ ଅଗୋଚର l ବାହାରର ଭଲମନ୍ଦ ଜାଣିଲା ନାହିଁ l ତା’ଜୀବନ ମୂଲ୍ୟହୀନ ବିଚାରି ବହୁତ କାନ୍ଦିଲା l ଏ ସମୟରେ କାହାର ପାଦଶବ୍ଦ ଶୁଣି ସେପଟେ ତା’ର ଧ୍ୟାନ ଚାଲିଗଲା l ସେମାନଙ୍କ ଦଳ ଭିତରୁ ଚଷମା ପିନ୍ଧା ଭଦ୍ରଲୋକ ଜଣଙ୍କ କହୁଥା’ନ୍ତି ଯେ- ରାସାୟନିକ ସାର ପ୍ରୟୋଗ ଯୋଗୁଁ ମାଟିର ଉର୍ବରତା କମିବାରେ ଲାଗିଛି l ଆପଣମାନେ ସମସ୍ତେ ମାଟିରେ ଜୈବିକ ଖତ ପ୍ରୟୋଗ କରନ୍ତୁ l ଗୋ-ମହିଷାଦିଙ୍କ ଗୋବର ବହୁତ ପରିମାଣରେ ପକାନ୍ତୁ l ଏଥିରେ ବିପଦରେ ଥିବା ଜିଆଙ୍କ ବଂଶ ସୁରକ୍ଷିତ ହେବ l କୃଶକ ମାନଙ୍କ ବନ୍ଧୁ ହେଉଛି ଜିଆ l ଆଉ ଆପଣ ନିଜର ବନ୍ଧୁମାନଙ୍କର ସୁରକ୍ଷା ଯେମିତି କରିବେ, ସେମାନେ ମାଟିର ଉର୍ବରତା ସେତିକି ବଢାଇବେ l ଆପଣଙ୍କ ଫସଲ ଉତ୍ପାଦନରେ ସହାୟକ ହେବେ l ଜିଆଚାଷ ବିଷୟରେ ସବୁ ସୁବିଧା ଆମ କୃଷିବିଭାଗ ତରଫରୁ ଆପଣ ମାନଙ୍କୁ ଯୋଗାଇ ଦିଆଯିବ l ସମସ୍ତ ଚାଷୀ ମୁଣ୍ଡ ହଲାଇ ହଁ ଭରିଲେ l

ସବୁ ଶୁଣୁଥିଲା ଜିଆ l ନିଜକୁ କହିଲା, ‘’ଛି,ମୁଁ ଈଶ୍ଵରଙ୍କୁ କେତେ କ’ଣ କହିଗଲି l ମାଟି ଭିତରେ ଥିଲେ କ’ଣ ହେଲା ? କୁଡିଆର ଲୋକଙ୍କୁ ନେଇ କୋଠାର ବଡ ବଡ ବାବୁମାନେ ମୋ ପାଇଁ ଯେତେବେଳେ ଭାବୁଛନ୍ତି, ମୋ ଜୀବନ କେମିତି ମୂଲ୍ୟହୀନ ହେବ ? ଖୁସିର ତରଙ୍ଗ ଖେଳୁଥିଲା ତା ଦେହରେ l


Rate this content
Log in

Similar oriya story from Inspirational