Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Tragedy

3  

Satyabati Swain

Tragedy

ପ୍ରଳାପ

ପ୍ରଳାପ

3 mins
316


ମୋର ଗୋଟିଏ ଅଜବ ନିଶା ଖେଳରେ ସମସ୍ତଙ୍କୁ ହରାଇବା । ହାରିବା ମୁହଁ ଦେଖିନି ଏ ଯାଏଁ । ଏ ନିଶାଟା ମୋର ଦକ୍ଷତା ଭାବି ଖେଳୁଥିଲା ବେଳେ ଠିକ୍ ଥିଲା । ମାତ୍ର ଯେତେବେଳେ ଏଇଟା ମୋର ନିଶା ହୋଇଗଲା ଓ ଗର୍ବ ମୋତେ ଗ୍ରାସ କଲା ସେବେଠୁ ମୁଁ ଆଉ ଖୁସି ମୁହଁ ଦେଖିନି । କାହିଁକି ଏ ଅହଂ ମୋତେ କାବୁ କଲା ବା ମୁଁ କାହିଁକି ଅହଂକାରକୁ ସୁଯୋଗ ଦେଲି ମୋ ଭିତରେ ପଶିବାକୁ ତାହା ତର୍ଜମା କଲା ବେଳକୁ ମୋ ପାଖେ ଆଉ କିଛି ନଥିଲା । ସସାଗରା ଧରାର ମୁଁ ଏକମାତ୍ର ଅଛି । ମୁଁ ରାଜା । ଏ ବିଶାଳ ଭୂଖଣ୍ଡର ଶାସକ ।

ଏବେ ମୋ ରାଜ୍ୟ, ମନ୍ତ୍ରୀ, ପ୍ରଜା, ସୈନ୍ୟ,ସେନାପତି ସାମନ୍ତ, ରାଣୀ, ରାଜକୁମାର, ରାଜକୁମାରୀ ବନ୍ଧୁ ପରିଜନ କହିଲେ ମୁଁ ଏକା । ସବୁ ଅଛି; ନାହିଁ ସମ୍ପର୍କ, ନାହିଁ ଖୁସି, ନାହିଁ ବଞ୍ଚିବାର ମୋହ । ମୁଁ ଏପରି ରାଜା ମୃତ୍ୟୁ ବି ମୋତେ କୋଳେଇ ନେବାକୁ ଘୃଣା କରୁଛି ।


ଦିନେ ମୋର ସମସ୍ତେ ଥିଲେ । ରାଜା ହେବା ଲୋଭରେ ମହାରାଜ ବାପା ଓ ମହାରାଣୀ ମା’ଙ୍କୁ ବନ୍ଦି ଜରାଶ୍ରମରେ ରଖିଲି । ବିନା ସ୍ନେହ ମମତାରେ ସେମାନେ ପ୍ରାଣ ତ୍ୟାଗ କଲେ ।

ପ୍ରାଣପ୍ରିୟା ରାଣୀ ସ୍ତ୍ରୀ ମୋତେ ଛାଡ଼ି ଚାଲିଗଲା କଟୁଆଳ, ମୋର ଜଣେ ଆତ୍ମୀୟ ସହ ଗୋଟିଏ ଛୋଟ ପୁଅ ରାଜକୁମାର ଓ ଗୋଟିଏ ଝିଅ ରାଜକୁମାରୀକୁ ମୋ ପାଖେ ଛାଡି । କାହିଁକି ନା ମୁଁ କେବଳ ଆସାଧୁ ଉପାୟରେ ଧନ ଅର୍ଜନ ନିଶାରେ ଚୁର୍ ରହିଲି । ସୁରା, ସାକୀ, ଜୁଆ ଓ ସୁନ୍ଦରୀ ନାରୀଙ୍କ ଗହଣରେ ରାତିଦିନ ମଜ୍ଜି ରହୁଥିଲି । କେବେ ଭାବିଲି ନାହିଁ ମୋ ସ୍ତ୍ରୀଟିଏ ଅଛି । ତାର ଚାହିଁବା ପାଇବା ଇଚ୍ଛା ଥିବ । ସେ ବି ଜଣେ ମଣିଷ । ସେ ବି ବନ୍ଦ କବାଟ ଅନ୍ଧାରରେ ଖୋଜୁଥିବ ଗୋଟେ ଦେହ, ମନ, ପ୍ରେମ ଓ ଦରଦ । ମୁଁ ମୋ ଖୁସିରେ ମଜଗୁଲ ରହିଲି । କେବେ ଭାବିଲି ନାହିଁ ଧନ କି ରାଜ୍ୟ ଜୟ ନୁହେଁ ନିରୋଳା ପ୍ରେମ, ପୁରୁଷ ଛାତିର ଉଷ୍ମତାରେ ବେଶୀ ଖୁସି ରୁହେ ଜଣେ ନାରୀ । ତା’ ପୁରୁଷଟି କେବଳ ତାର ହୋଇ ରହୁ । ମୁଁ ବେଶ୍ୟା ଶକ୍ତ, କାମୁକ, ଲମ୍ପଟ । ସୁନ୍ଦର ଝିଅଟିଏ ଦେଖିଲେ କଳେବଳେ କୌଶଳେ ଟେକି ଆଣି ଭୋଗ କଲି ଝୁଣି ଝୁଣି । ସହି ପାରିଲା ନାହିଁ ମୋ ସ୍ତ୍ରୀ ଏସବୁ । କଟୁଆଳ ତାର ଦେହ, ମନ, ଖୁସିକୁ ଚିହ୍ନିଲା, ବୁଝିଲା । ପ୍ରେମ ପ୍ରଣୟ ସୁଅରେ ଭସାଇଲା । ଏଣୁ ମୋ ସ୍ତ୍ରୀଟି କଟୁଆଳ ରୂପି ମୋ ଜଣେ ସାନ ଭାଇ ସଙ୍ଗେ ଫେରାର ହୋଇଗଲା ।

ମନ୍ତ୍ରୀ, ପରିଷଦ, ସେନାପତି, ସୈନ୍ୟଙ୍କୁ କେବଳ ରାଜ୍ୟ ଜୟ କାମରେ ନିଯୁକ୍ତ କଲି । ଖଟି ଖଟି ସେମାନେ ବେହାଲ ହୋଇଗଲେ । କୌଣସି ଦିନ ମୁଁ ସେମାନଙ୍କ ଭଲ ମନ୍ଦ ତାଙ୍କ ପରିବାର ଦୁଃଖ ସୁଖ ବୁଝିଲି ନାହିଁ । ଏଣୁ ଆସ୍ତେ ଆସ୍ତେ ସମସ୍ତେ ଜଣକ ପରେ ଜଣେ ମୋଠୁ ଦୁରେଇ ଗଲେ ।


ପ୍ରଜାଙ୍କ ହାନି ଲାଭ ନବୁଝି, ଜୁଆ, ଯୁଦ୍ଧ, ବେଶ୍ୟା, ମଦରେ ବୁଡି ରହିଲି । ସେମାନେ ତୁଚ୍ଛାଟାରେ ମୋ ସାଥ କାହିଁକି ଦେଇ ଥା’ନ୍ତେ । ସେମାନେ ବି ନିଜ ସୁଖ ସନ୍ଧାନରେ ମୋ ରାଜ୍ୟ ଛାଡି ଚାଲି ଗଲେ ।

ମୋ ରାଜକୁମାର ଓ ରାଜକୁମାରୀ ବଡ଼ ହେଲେ ବିନା ସେହ୍ନ,ବିନା ମା’, ସଂସ୍କାରରେ । ହେଲେ ଉଦ୍ଧତ ସ୍ୱେଚ୍ଛାଚାରୀ । ପୁଅଟି ଗୋଟିଏ ଅଜାତି ଘର ଝିଅକୁ ବିବାହ କରିବ ଅଡ଼ି ବସିଲା । ମୁଁ ସ୍ୱୀକୃତି ଦେଲି ନାହିଁ । ମୋ ଅହଂ, ବଡ଼ପଣ ଗୋଟିଏ ଅଜାତି ଛୋଟ ଲୋକ ଘରୁ ଝିଅ ବୋହୁ ହୋଇ ଆସୁ ଚାହିଁଲି ନାହିଁ । ଲୋକ ଲଗାଇ ଝିଅଟିକୁ ମାରି ଫିଙ୍ଗି ଦେଲି ବାଘ ମୁହଁରେ । ସେଇ ଦୁଃଖରେ ରାଜ କୁମାର ଆତ୍ମହତ୍ୟା କଲା । ମୁଁ ବାପା ହୋଇ ପୁଅ ଖୁସି ଦେଖିଲି ନାହିଁ । ଦେଖିଲି ମିଛ ବଂଶ, ପରମ୍ପରା, ଆଭିଜାତ୍ୟ ।

ଆଉ ମୋ ରାଜକୁମାରୀ ସେ ବି ତା ଭାଇ ରାସ୍ତା ଧରିଲା । ଗୋଟିଏ ଦିନ ମଜୁରିଆ ରଙ୍ଗ ଵାଲାକୁ ପ୍ରେମ କଲା । ସେ ପୁଅ ପରି ଦୁର୍ବଳ ମନା ନଥିଲା । ସେ ଜାଣିଥିଲା ମୁଁ ତାକୁ ସେ ରଙ୍ଗବାଲା ସଙ୍ଗେ ବିବାହ କରେଇ ଦେବିନି । ଏଣୁ ସେ ଲୁଚି ଘରୁ ପଳାଇ କୋର୍ଟ ମ୍ୟାରେଜ୍ କଲା ଏବଂ କୁଆଡେ ଯାଇ ରହିଲା ସେ ପତ୍ତା ମୋତେ ବି ମାଲୁମ ନାହିଁ ।

ଏ ଦୁନିଆ ଚେସ ବୋର୍ଡର ରାଜା ମୁଁ ସବୁ ହରାଇ ନିଃସ୍ବ । ମନ୍ତ୍ରୀ, ହାତୀ, ଘୋଡା, ସୈନ୍ୟ, ବୋଟ ସବୁକୁ ଅନ୍ୟ ପକ୍ଷ ଖେଳାଳୀର ଜିତିଛି । କିନ୍ତୁ ଏ ଜିତିବା ମୋତେ ଖୁସି ପରିବର୍ତ୍ତେ ଖାଲି ଦୁଃଖ ହିଁ ଦେଉଛି । ଖେଳି ଖେଳି ହାଲିଆ ମୁଁ । ବୟସ ଖସି ଯାଇଛି । ଅତଏବ ବେଶ୍ୟା ମୋତେ ଆଡ଼ ଆଖିରେ ଚାହୁଁ ନାହାନ୍ତି । ଧନ ନାହିଁ । ଖେଳିବା ପାଇଁ ହାତ କି ମନରେ ଆଉ ଆଗ୍ରହ ନାହିଁ ।


ଏବେ ମୋର ଥକିଲା ବୟସ ଓ ଥରିଲା ହାତ । ଦିନେ ଯେଉଁ ସୂର୍ଯ୍ୟ ଜଳୁଥିଲା ସେ ଏବେ ପଶ୍ଚିମ ଆକାଶ ଦିଗବଳୟରେ ହଜିବା ଉପରେ ।

ହା.. ହା.. ହା.. ତେବେ ବି ମୁଁ ଜଣେ ରାଜା । ସମସ୍ତଙ୍କୁ ପରାସ୍ତ କରିଛି, ହରାଇଛି କି ନିଜେ ପରାସ୍ତ ହୋଇଛି, କି ହାରିଛି ବୁଝି ପାରୁନି । ହଁ ହଁ ମୁଁ ଜଣେ ରାଜା । କିଛି କ୍ଷଣ ପରେ ମୋର ଅସ୍ତିତ୍ୱ ହରାଇବି ।


ଜଣେ ବିଜୟୀ ରାଜା ସବୁ ହରାଇ ପ୍ରଳାପ କରୁଥିଲେ ବଳ, ବୟସ, ଜିତିବାର ଜୋଶ ସରିଗଲା ପରେ ମୃତ୍ୟୁକୁ ଅପେକ୍ଷା କରି ଏକା ଏକା । 


Rate this content
Log in

Similar oriya story from Tragedy