Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଜହ୍ନମାମୁଁ -186
ଜହ୍ନମାମୁଁ -186
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

2 Minutes   7.6K    18


Content Ranking

ପୋତାଧନ 2

 ଦୁହେଁ ଆସି ନିରାପଦରେ ଘରେ ପହଁଚିଲେ । ରଘୁ ଗୋଟିଏ ସ୍ଥାନରେ ସବୁ ଧନତକ ପୋତି ଦେଲା । ଗୌରୀ କ୍ଳାନ୍ତ ହୋଇ ଶୋଇ ପଡିଲା । ତା’ପରେ ରଘୁ ସେ ସ୍ଥାନରୁ କଳସୀକୁ ନେଇ ଅନ୍ୟ ଏକ ଗୁପ୍ତ ସ୍ଥାନରେ ଖୋଳି ତାହା ପୋତିଦେଲା ।

ସକାଳ ହେଉ ହେଉ ଗୌରୀ ଉଠି ପଡି କହିଲା, “ମୋ ପାଇଁ କିଛି ଶାଢୀ ଓ ଅଳଙ୍କାର କିଣି ଆଣ । କାହିଁକିନା ଏବେ ତ ଆମେ ଧନୀ ହୋଇଗଲାଣି ନା?”

ରଘୁ କହିଲା “ପାଗଳ ନା କ’ଣ? ଏବେ ସୁନା ଜିନିଷ କିଣିଲେ ଲୋକ ଜାଣିପାରି ଧରିବେ । ଆଉ କିଛିଦିନ ଯାଉ ।”

ଗୌରୀ ଓ ରଘୁ ଏହିକଥା ଉପରେ କଳି କଲେ । କିଛି ସମୟ ପରେ ଗୌରୀ ଘର ପଛଆଡ କୂଅକୁ ପାଣିପାଇଁ ଗଲା । ସେଠାରେ ରାଧାକୁ ଦେଖି ସେ କହିଲା, “ଭଉଣୀ, ଜାଣ ମୋ ସ୍ୱାମୀ ଭାରି କଞ୍ଜୁସ୍ ।”

ରାଧା ପଚାରିଲା “ଆଜି ହଠାତ୍ କାହିଁକି ଏ କଥା?”

ଗୌରୀ କହିଲା “କଥା କ’ଣ କି, ମୋ ସ୍ୱାମୀ ସୁନାମୋହର ଭରା କଳସ ପାଇଛନ୍ତି ଅଥଚ ସେ ମୋ ପାଇଁ ଶାଢୀ ଅଳଙ୍କାର କିଣି ଦେଉ ନାହାଁନ୍ତି – କିନ୍ତୁ ତମେ ଏକଥା କାହାରି ଆଗରେ ଆଉ କହିବ ନାହିଁଟି?”

ପରଦିନହିଁ ସେହି କଥାଟା ସାରା ଗ୍ରାମରେ ରାଷ୍ଟ୍ର ହୋଇଗଲା । ଜମିଦାର ଏକଥା ଶୁଣି ରାଗିକରି ରଘୁ ପାଖକୁ ଆସି କହିଲେ, “ଆରେ ଦୁଷ୍ଟ, ବିଶ୍ୱାସଘାତକ । ତୋ ଦରିଦ୍ରତା ଯୋଗୁଁ ଜମି ଚାଷ କରିବାକୁ ଦେଲି ବୋଲି ସୁନାମୋହର ଭରା କଳସ କ’ଣ ତୁ ନେବୁ? ତାହା କ’ଣ ତୋ ବାପାଅଜା ଚୌଦପୁରୁଷର ସମ୍ପତ୍ତି କି?”

ରଘୁ ପଚାରିଲା “ଆଜ୍ଞା, ଏ କି କଥା କହୁଛନ୍ତି? ଆପଣଙ୍କୁ ଏସବୁ କଥା କିଏ କହିଛି?”

ଜମିଦାର କହିଲେ “କାହିଁକି? ତୋ ସ୍ତ୍ରୀ ତ ସବୁକଥା ସମସ୍ତିଙ୍କୁ କହି ଦେଇଛି ।” ସେତେବେଳକୁ ଗ୍ରାମର ଲୋକମାନେ ମଧ୍ୟ ଏ ଅଦ୍ଭୁତ କଥା ଶୁଣି ସେଠାରେ ଜମା ହୋଇ ଗଲେଣି । ରଘୁ ଗୌରୀ ଆଡକୁ ରାଗିକରି ଚାହିଁବାରୁ ଗୌରୀ କହିଲା, “କାହିଁକି ବା ଆଉ ରାଗୁଛ? କାଲି ଆସେ ସୁନାମୋହରର କଳସ ଆଣି ନଥିଲେ?”

ରଘୁ ପଚାରିଲା “ଏସବୁ କଥା କେବେ ଘଟିଲା?”

ଗୌରୀ ଉତ୍ସାହିତ ହୋଇ କହିଲା “ତମେ କ’ଣ ଭାବୁଛ ମୁଁ ଭୁଲି ଯାଇଛି କି? ସେଦିନ ରାତିରେ ଘର ଅଗଣାରେ ପଡିଥିବା ଜାଲ ଭିତରେ ମାଛମାନେ ପଡିଥିଲେ ଆଉ ପୋଖରୀ କୂଳରେ ପୋଳୁହ ଭିତରେ କୁକୁଡା ପଡିଥିଲା ।”

ଗୌରୀ ଦେଖିଲା ସମସ୍ତେ ତା’ କଥା ଶୁଣି ଖାଲି ହସୁଛନ୍ତି । ସେ ରାଗିଯାଇ କହିଲା, “ଆରେ ସମସ୍ତେ କାହିଁକି ହସୁଛ? ମୋ କଥା ବିଶ୍ୱାସ ହେଉନାହିଁ?”

ସମସ୍ତେ ଅଧିକ ଉତ୍ସାହ ଦେଇ ଗୌରୀକୁ ପଚାରିଲେ “ହଁ ତା’ପରେ କ’ଣ ହେଲା କୁହ?”

ଗୌରୀ ନିଜ କଥାକୁ ପ୍ରମାଣିତ କରିବାକୁ ଯାଇ ଆହୁରି ଉତ୍ସାହିତ ହୋଇ ସେ କହିଲା ।

“ତେବେ ସମସ୍ତେ ଶୁଣ, ସେଦିନ ବିନା ବାଦଲରେ ରକ୍ତ ବର୍ଷା ହୋଇଥିଲା । ହଁ ଅଧରାତିରେ ଜମିଦାରଙ୍କୁ ଭୂତ ଉଠାଇ ନେଇଥିଲା ଆଉ ସେଥିପାଇଁ ତାଙ୍କ ଚାକର ମୁଣ୍ଡ ପିଟି କାନ୍ଦୁଥାଏ ।”

ସମସ୍ତେ ହସି ହସି କହିଲେ, “ଛିଃ ଏ ପାଗଳୀ କଥାରେ ପଡି ମଣିଷ ତା’ କାମଦାମ ଛାଡି ଆଜି ବହୁତ ହଇରାଣ ହେଲାଣି ।” ଏକଥା କହି ହସି ହସି ଓ ଗୌରୀର କଥା ସବୁ ବିଷୟରେ ଆଲୋଚନା କରୁ କରୁ ସମସ୍ତେ ସେଠାରୁ ଫେରିଗଲେ । କେହିବି ତା’ର ସେ କଥାକୁ ଯମାରୁ ବିଶ୍ୱାସ କଲେ ନାହିଁ ।

ରଘୁ ଗୌରୀ ପାଗଳୀ

Rate the content


Originality
Flow
Language
Cover design

Comments

Post

Some text some message..