Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswa Bharati Dash

Inspirational

2  

Biswa Bharati Dash

Inspirational

'ମା'

'ମା'

5 mins
1.4K


- ମାମା, ଚାଲେ ନାନୁ ଘରକୁ . . 

- ହଉ ତୁ ଶୀଘ୍ର ଖାଇ ଦେ' , ବେଟା, ଅଫିସ୍ ଟାଇମ୍ ହେଉଛି ପରା !!. . . 

- ନାଇଁ , ନାନୁ ମୋତେ ଖୁଆଇବ...

- ଆଚ୍ଛା ହଉ । ଶୁଣ୍, ନାନୁକୁ ହଇରାଣ କରିବୁନି ବେଟା । ମୁଁ ଆଉ ତୋ ବାବା ଅଫିସରୁ ଆସିଲେ ତୋ ପାଇଁ ଜନ୍ମଦିନ ଡ୍ରେସ୍ ଆଣିବା । 

- ହଉ ମାମା । ଆଉ ନାନୁର ?

- ହଉ ଠିକ୍ ଅଛି, ସମସ୍ତଙ୍କ ପାଇଁ ଆଣିବା । 

(ଟୁଲୁ, ଯେ କି ନର୍ସରିରେ ପଢୁଛି..... ଥଣ୍ଡା ଜ୍ୱର ହେଲେ ସ୍କୁଲରେ ବି ମନା କରୁଛନ୍ତି ପିଲାଙ୍କୁ ପଠେଇ ବାକୁ,ଟୁଲୁକୁ ବି ଟିକେ ଥଣ୍ଡା ହୋଇଛି । ତେଣୁ ତା ମାମା ଆଜି ତାକୁ ସ୍କୁଲକୁ ଛାଡ଼ି ନାହାନ୍ତି ।)

- ନାଆଆଆନୁଉଉଉ.... (ଚଢ଼ି ଗଲା ତା ନାନୁଙ୍କ ଉପରକୁ)

- ଆରେ ଟୁଲୁ, ତୁ ଏତେବେଳେ ! ସ୍କୁଲ୍ ଯିବୁନି କି ମା !

- ନାଃ , ଆଜି ସ୍କୁଲ୍ ନାହିଁ । ମାମା କହିଲା ତୁ ନାନୁ ପାଖରେ ଥିବୁ । 

- ହଁ ଦିଦି, ଏତେ ଜିଦି କଲା । ଖାଇନି ଆସିଛି । ସେ ଏଇଠି ଥାଉ । ମୁଁ ଅଫିସରୁ ଫେରିଲା ବେଳେ ତାକୁ ନେଇଯିବି ସାଙ୍ଗରେ । ତାକୁ ଟିକେ ଥଣ୍ଡା ହୋଇଛି ।

- ହଉ ତୁ ଚିନ୍ତା କର୍ ନି ।

(ଟୁଲୁ, ଯେ କି ପ୍ରିୟବ୍ରତ ଦାଶ ଓ ସୁପ୍ରିୟା ଦାସଙ୍କ ଏକମାତ୍ର ଅଲିଅଳି ଝିଅ । ପାପା ମାମା ବ୍ୟତିରକେ ସେ ଯଦି ଆଉ କାହାକୁ ଖୁବ୍ ଭଲପାଏ ସେ ହେଲେ ତାର ବଡ଼ ମାଉସୀ , ଲକ୍ଷ୍ମୀପ୍ରିୟା ଚୌଧୁରୀ , ଯାହାଙ୍କୁ ସେ ନାନୁ ଡାକେ । ଲକ୍ଷ୍ମୀ ଦିଦି , ଗୁଣରେ ଓ ରୂପରେ ଅପସରାଙ୍କ ଠୁ ବି ବଳିପଡ଼ିବେ । ହେଲେ ଭଗବାନ୍ ସନ୍ତାନର ସୁଖ କେମିତି ଲେଖିଛନ୍ତି କେଜାଣି . . . ଦୁଇଟି ପୁତ୍ର ସନ୍ତାନର ଜନ୍ମଦାତ୍ରୀ ହୋଇ ମଧ୍ୟ ନିସନ୍ତାନ ଥିଲେ । ଜଣେ ଜନ୍ମ ହେବାର ବର୍ଷେ ପରେ ହୃଦୟ ଜନିତ ଏକ ରୋଗରେ ଓ ଅନ୍ୟଟି ଚନ୍ଦ୍ରଭାଗାରେ ସାଙ୍ଗ ସାଥୀଙ୍କ ସହ ପାଣିରେ ଭାସିଯାଇ ତାଙ୍କ କୋଳ ଶୂନ୍ୟ କରିଦେଇଛନ୍ତି . . . ବାସ୍ , ଟୁଲୁକୁ ପାଇ ନିଜର ସବୁକିଛି ଭୁଲିବାକୁ ଇଚ୍ଛା କରନ୍ତି ସେ । )

ଏମିତି ସମୟ ଚକରେ ଗଡ଼ି ଚାଲିଛନ୍ତି ସମସ୍ତେ . . . .ପିଲାବେଳ ଯାଇ କୈଶୋରରେ ପାଦଥାପିଲାଣି ଟୁଲୁ . . . .ମାମା ତାର ଏବେ ବ୍ୟାଙ୍କ୍ ମ୍ୟାନେଜର୍ ଓ ତା ବାବା ଏବେ ୟୁରୋପରେ । ଏତେବଡ଼ ଆଲିଶାନ୍ ଘର ଥାଇ ବି , ଟୁଲୁ ପ୍ରାୟ ତା ନାନୁଙ୍କ ପାଖରେ ରହେ । ପାଠରେ ଯେମିତି ମନରେ ମଧ୍ୟ ସେମିତି . . . ଏବେ ମେଡିକାଲ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛି ।

- ନାନୁ , ମୋର ମେଡିକାଲ ପରୀକ୍ଷା କେମିତି ହେବ , ଭାବି ପାରୁନି . . . 

- ମୋ ଝିଅ .... ତାକୁ ପୁଣି ଡର !!

- ନାନୁ !! (କହି କୁଣ୍ଢେଇ ପକେଇଲା )

- ଯା ମା' , ଯୁଦ୍ଧଭୂମିକୁ ଯିବା ସମୟରେ ଯୋଦ୍ଧା ଡରିଗଲେ ହାରିଯାଏ . . . ତୁ ବି ତ ଏକପ୍ରକାର ଯୋଦ୍ଧା . . . ମୋର ଆଶୀର୍ବାଦ ଅଛି . . . ପରୀକ୍ଷାକୁ ଯିବା ପୂର୍ବରୁ ମାମା ବାବାଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେବୁରେ !

- ସିଓର୍ ନାନୁ ।

- ଯା' ମା' ପରୀକ୍ଷା ସୁସ୍ଥ ମନରେ ଦେଇକି ଆସେ । 

- ଆରେ, ଟୁଲୁ , ଏତେ ସକାଳୁ ସକାଳୁ ମା' ?

- ( କୁଣ୍ଢେଇ ପକାଇଲା ) ନାନୁ . . . ନାନୁ . . . ମୁଁ . . .(ବାସ୍ କାନ୍ଦି ପକେଇଲା ଜୋରରେ )

- କ'ଣ ହେଲା ବେଟୁ . . .କହ ମାମା . . . !!

- ମୁଁ . . . ମୁଁ . . . ମେଡିକାଲ ଏଣ୍ଟ୍ରାନ୍ସରେ . . . ୧୦୦ ଭିତରେ ଆସିଛି ।

- (ବାସ୍ ନାନୁଙ୍କ ଆଖିରେ ପାଣି ) ଆଚ୍ଛା , ତୁ ବାବା ମାମାଙ୍କୁ କହିଛୁ କି ନାହିଁ ?

- ହଉ ଟିକେ ଚାଲ ମନ୍ଦିର ଯିବା , ତାପରେ ଯାହା . . . 

- ଆରେ , ତୋ ମାସା (ମଉସା) ଙ୍କୁ ଟିକେ ଚାହା ଦେଇ ଦିଏ ।

- ଲକ୍ଷ୍ମୀଦି , ତୁମେ ଏତେ ସକାଳୁ !

- ହଁ ରେ , ଦେଖୁନୁ , ଏଇ ପାଗେଲୀଟିକୁ . . .ସତରେ ତୁମେ ଦୁହେଁ ଖୁବ୍ ଆଶୀର୍ବାଦିତ , ୟାକୁ ପାଇଛ । ଦେଖିଲୁ ତୋ ଝିଅ କେଡ଼େଟେ ହୋଇଗଲାଣି ! ଡାକ୍ତରାଣୀ ତିତିକ୍ଷା ପ୍ରିୟା ଦାଶ !

- ହଉ ଅପା, ତା ରେଜାଲ୍ଟ ବାହାରୁ ଆଗ !

- ଆରେ !! ଏ କ'ଣ ତୁ ପ୍ରିୟାକୁ କହିନୁ ! 

- ଆଃ . . . ଦି . . ସବୁ ତୁମ ଆଶୀର୍ବାଦ । ତୁମେ ଦେଇଥିବା ସଂସ୍କାର ! ମୁଁ ସିନା ଜନ୍ମ ଦେଇଛି , ହେଲେ ସଂପୂର୍ଣ୍ଣ ମା' ଟିଏ ତ ତୁମେ ତାର ! ସତରେ ଦି' , ଗର୍ଭଧାରଣ କରି ମାତୃତ୍ୱ ଲାଭ କଲେ ଜଣେ ମା ହୋଇ ଯାଏ ? ମା'ର କର୍ତ୍ତବ୍ୟ ଯିଏ ଠିକ୍ ଭାବେ ସମ୍ପାଦନ କରି,ପିଲାଟିକୁ ସଂପୂର୍ଣ୍ଣ ଗଢ଼ିତୋଳେ,ସେ ହିଁ ତ ତାର ମା ' । 

- ହଉ,ତୁ ଏତେ କଥା କହନି ପ୍ରିୟା, ଯାଏଁ ଆଜି ରାତିରେ ମୋ ଘରେ ସମସ୍ତଙ୍କ ପାଇଁ ଖାଇବା ବ୍ୟବସ୍ଥା କରିବି । ତୋ ଭାଇ ବି ଯିବେ ଅଫିସ । ମୁଁ ଆସୁଛିରେ .....

- ସତରେ ଦି', ତୁମ ସ୍ନେହ, ଆଦର୍ଶ ଓ ମମତା ପାଖରେ ମୋର ମାତୃତ୍ୱ ପଛରେ ପଡ଼ିଯାଇଛି । ମୋ ଝିଅ ପାଇଁ ଆଜି ମୁଁ ଏଇଥିପାଇଁ ଗର୍ବିତ ତୁମ ପରି ମା' ଟିଏ ସେ ପାଇଛି.....

ବାସ୍......ଟୁଲୁ ସବୁ ଲକ୍ଷ୍ୟ କରୁଥାଏ ଓ ତା ଆଖିରୁ ଅମାନିଆ ଲୁହ କେଇ ବୁନ୍ଦା ଆପେଆପେ ଝରି ଆସୁ ଥାଏ..... ମନେମନେ ଭାବୁଥାଏ, ସତରେ କଣ ମା' ଏମିତି ????

ଶେଷରେ କିଛି କଥା ମୋର :( ନାରୀ ଏକ ପ୍ରେରଣା )

ଏ ପୃଥିବୀରେ ପ୍ରତିଟି ଜନ୍ମ ଏକ ନାରୀ ପାଖରୁ ହିଁ ହୋଇଥାଏ । ନିଶ୍ଚିତ ଭାବେ ତା'ର ମୂଳ ଆଧାର ଏକ ପୁରୁଷ । ଏ ସଂସାରରେ ଜନ୍ମ ନେଇଥିବା ପ୍ରତିଟି ଜୀବନ ଏକ ମାତୃଗର୍ଭର ସହାୟତା ହିଁ ବଢେ ।

ଯୁଗେଯୁଗେ ନାରୀ ମହାନ୍ । ତା'ର ମହାନତା ବୁଝିବା , ଏତେ ବି ସହଜ ନୁହଁ । ସେଥିପାଇଁ ସାତ ଜନ୍ମ ବି ନିଅଣ୍ଟ ପଡ଼ିବ । ସଂସାରୀ ଠୁ ବ୍ରହ୍ମଚାରୀ ସମସ୍ତେ ଏକଥା ନିଶ୍ଚିତ ସ୍ବୀକାର କରିବେ , ମା'ବିନା ପ୍ରାଣୀଟିଏ ଜନ୍ମ ନେଇ ପାରେନା । ଏହା ଏକ ପ୍ରାକୃତିକ ଧାରା । ଏକ ସନ୍ତାନର ପ୍ରଥମ ପରିଚୟ ଏକ ମା'ର ପୁତ୍ରଟିଏ ସେ ! ତେଣୁ ଜୀବନର ପ୍ରଥମ ପ୍ରେରଣା ହେଉଛି ମାତୃ ରୂପ , ତା'ପରେ ଅନ୍ୟ ସବୁ ରୂପ । କାହାପାଇଁ କେଉଁ ରୂପେ ନାରୀ ନିଜକୁ ସାବ୍ୟସ୍ତ କରେ ସେକଥା କେବଳ ସେ ନିଜେ ହିଁ ଜାଣି ପାରେ । 

ନାରୀଟିଏ ସଂସାରରେ ରହି ମଧ୍ୟ ବ୍ରହ୍ମଚର୍ଯ୍ୟ ପାଳନ କରି ପାରେ , ନିଜ କର୍ତ୍ତବ୍ୟକୁ ନିଜର ସାଧନା ଭାବି । ସେ ସାଧନା ବି କାହାପାଇଁ , ହେଉ ସେ ସାରା ବିଶ୍ବ ପାଇଁ ଅବା ଦେଶ ପାଇଁ ଅବା ଜାତି ପାଇଁ ଅବା ନିଜ ପରିସରର ସଂପର୍କମାନଙ୍କ ପାଇଁ , ସେ ବନ୍ଧୁ , ବାନ୍ଧବୀ , ପୁତ୍ର , କନ୍ୟା , ପିତା , ମାତା , ଶାଶୁ , ଶ୍ବଶୁର , ଭାଇ , ଭଉଣୀ , ନଣନ୍ଦ ,ଦିଅର ଅବା କେହିବି ନିଜର , ଯାହାକୁ ସେ ଖୁବ୍ ଆପଣାର ଭାବେ । ନିରାଶ ହୋଇ ମାର୍ଗ ପାଉ ନ ଥିବା ପୁରୁଷକୁ ଶୀର୍ଷାଗ୍ରେ ପହଞ୍ଚାଇ ପାରେ ଏକ ଦୃଢ଼ ମାତୃଶକ୍ତି । ସେଥିପାଇଁ ତ ପ୍ରତିଟି ମଣିଷ ସେଇ ସାହାରା ଓ ପ୍ରେମରେ ନିଜକୁ ସହଜ କରିପାରନ୍ତି , ପ୍ରତିଟି କଷ୍ଟଦାୟକ ସମୟରେ ମଧ୍ୟ ! ହେଲେ ସେ ବାବଦରେ ତାର ପ୍ରାପ୍ୟକୁ କେବେ ବି ହିସାବ ରଖେନା । 

ଯୁଗେ ନାରୀ ନମସ୍ୟା ! ସକଳ ଗୁଣର ଜନ୍ମଦାତ୍ରୀ ନାରୀଟିଏ । ସେ ହେଉଛି ଏ ସଂସାରର ପ୍ରଥମ ଶିକ୍ଷୟତ୍ରୀ ଓ ପଞ୍ଚ ମହାଭୂତର ଧାତ୍ରୀ ! ଏ ସଂସାରର ବହନ କ୍ରିୟାର ଦାୟିତ୍ୱ , ନାରୀକୁ ହିଁ ଅର୍ପଣ କରାଯାଇଛି । ଇତିହାସ ର ପୃଷ୍ଠା ଲେଉଟାଇଲେ ଅନେକ୍ ଦୃଷ୍ଟାନ୍ତ ଦେଖିବାକୁ ମିଳେ ଏଇ ପ୍ରେରଣାଦାୟୀ ନାରୀ ମାନଙ୍କର ।

@ ବିଶ୍ବ ଭାରତୀ (ଗୋସ୍ୱାମୀ) ଦାଶ ।

      । ବାଙ୍ଗାଲୋର ।


Rate this content
Log in

Similar oriya story from Inspirational