ଓଟ
ଓଟ
-ଦେଖିନେ.... ହଜାରରେ ଗୋଟିଏ...
-ହଜାରରୁ ଗୋଟିଏ କାହିଁକି?
ଏକ ଲକ୍ଷ ସାତ ହଜାର ଏକରୁ ଗୋଟିଏ କାହିଁକି ନୁହେଁ.....
ଏକ ଲକ୍ଷ ସାତ ହଜାର ଏକ'ପତିରୁ ଗୋଟିଏ ପତି ସେ ନିଜ ପାଇଁ ନିର୍ବାଚନ ପାଇଁ ଖେଳଉଛି ଲାପଟପ୍ ।ସ୍ବୟମ୍ବର ସଭା ।ହା ହା ହା....।
ମାମା ଜୋରରେ ହସିଲା କିନ୍ତୁ ନିଃଶବ୍ଦରେ। ଶବ୍ଦଟା ଭିତରେ ଭିତରେ ସିମେଟେଇ ଗଲା ।ଯୋଗ୍ୟପାତ୍ର /ପାତ୍ରୀର ଖୋଜାଖୋଜି ଭିତରେ ନିତିନିତି ନିଜକୁ ମ୍ୟାଚ୍ କରିବାକୁ ଭଲ ଲାଗେ ।କାହାର ହାଇଟ୍ କାହାର ୱେଟ୍ କାହାର କଲର୍ କାହାର ଷ୍ଟାଟସ୍ ଦେଖି ଗୋଟାକ ପରେ ଗୋଟାଏ ରିଜେକ୍ଟ୍ ମାରୁଥିବ।ବେଳେବେଳେ ନିଜର ନିଜତ୍ଵକୁ ନେଇ ଖୁସି ଲାଗନ୍ତା । ବା....ମୁଁ କେତେ ମହାନ୍ ସତରେ....।ହା ହା ହା....।।
ବାହାଘର ୩ବର୍ଷ କପ୍ଲିଟ୍ । କାଖରେ ୨ଟା ଛୁଆ । ମାଟ୍ରମୋନିଆଲରେ ମ୍ୟାଚିଙ୍ଗ କରି ବାହା ହେଇଛି ।ଏମିତି ମ୍ୟାଚିଙ୍ଗ ଯେ ତା ଲାଇଫ୍ ଏବେ ସ୍ପେସିଆଲ୍ ରିପୋଟ୍।
ସିଏ ବହୁତ ଭାବୁଛି ଯେ....ଆପଣଙ୍କୁ କ'ଣ କହିବ???ପ୍ରୋବ୍ଲେମଟା ବି ନିହାତି ଇଉନିକ୍ । ଯୌତୁକ ଜନିତ ନୁହେଁ.... ଶାଶୁଘର ଫ୍ୟାମିଲି ଟ୍ରଚର୍ ନୁହେଁ.... ତା'ହେଲେ????
ତା ସ୍ଵାମୀ ସୁନ୍ଦର...ସ୍ଵାସ୍ଥ୍ୟବାନ ....ଭଲ ମିକ୍ସଙ୍ଗ..ଭଲ ଜୋକ୍ କରନ୍ତି. ପରକୀୟ ପ୍ରୀତି ନାହିଁ ତାଙ୍କର ।କେଉଁ ଝିଅକୁ ଆଖି ଉଠେଇ ଚାହାନ୍ତି ନାହିଁ।
କିନ୍ତୁ..ମାମା ଖୁସି ନୁହଁ।
ବାହାଘରର ଦୀର୍ଘ ୪ବର୍ଷ କଟେଇ ସାରିଲାଣି ସେ । କହିଲେ କୁଳ କୁଟୁମ୍ବକୁ ଲାଜ...ନକହିଲେ କୁଳ ଭାସୁଛି...।କେମିତି କହିବ ଯେ...ଯାହା ଗୁପ୍ତ....ସୁପ୍ତ ନୁହେଁ...।ଯାହା ଅନୁରକ୍ତ....ଅବିଭକ୍ତ ନୁହେଁ..।
ଏବେ ବି ମାର୍ଟିମୋନିଆଲ୍ ପେଜରେ ହଜେ ସେ..।ମ୍ୟାଚ୍ କରାଏ...ଫଟୋ...।କାଷ୍ଟ୍ ଦେଖେ । ପାଇଗଲେ ଖୁସି ହୁଏ । ହେଲେ ...ପୁରାତନ ସମାଜର ଚିନ୍ତାଟା ନୂଆ । ମଣିଷଟା ଆଉ କି କରିବ ଯେ......।
ସତ କହିଲେ....ସମସ୍ତ ବିବାହିତାମାନଙ୍କର ବିତୃଷ୍ଣା ଆସିଗଲେ କେବେ ନା କେବେ...ଆଉ ଜଣଙ୍କ ଛବି ଆସେନି...ମନକୁ??ହେଇଥିଲେ.ଭଲ ହେଇଥାନ୍ତା ବୋଲି ଇଛା କହେନି???କିନ୍ତୁ ସମାଜ ଓ ସଭ୍ୟତାର ନାଲି ଆଖି ପଛକୁ ଡାକି ଆଣେନି????
କହିହୁଏନି...।ବସ୍ତ୍ର ତଳେ ସମସ୍ତେ ଉଲଗ୍ନ।
ସବୁ ନାରୀ ଟିକେ ଟିକେ ସୀତା....।।।।
ପ୍ରୋବ୍ଲେମ୍ କାହାକୁ କହିବ....କେମିତି କହିବ???
ପେଟ କାଟୁଛି?
ନା.....
କାନ ବିନ୍ଧୁଛି???
ନା....
ଗୋଡ ଘୋଳା ହେଉଛି?
ନା....
ଡାଉରୀ....ପ୍ରୋବ୍ଲେମ୍.?????
ରେଫ୍....ସେକ୍ସୁଆଲ୍ ଏକ୍ସପ୍ଲୋଏଟେସନ୍.....????
ୱ।ର୍କଲୋଡ୍....ଡିସ୍ ଷ୍ଟାଣ୍ଟ ଫ୍ରମ୍ ହଜ୍ ଵ୍ୟାଣ୍ଡ....????
ଅନ୍ଏବେଲ୍ ଟୁଗେଦର୍ ନେସ୍?????
ନା...ନା...ନା..
ତେବେ????
କହି ପାରିବିନି....
କହିବାକୁ ହେବ । ଏମିତି କି ପ୍ରୋବ୍ଲେମ୍ ଯେ..।ନାରୀଠୁ ପୁଣି ବଳିଯାଏ....ସେ ସହିପାରେନି....କହିପାରେନି...।
ଇଏ ସେଇ ସମାଜ...ଯେଉଁଠି ଦେବୀ ପୂଜା ମହା ଜାକଜମକରେ ହୁଏ...ଆଉ ସ୍ତ୍ରୀ ପୂଜା????
ପିଠିରେ...।
ଇଏ ସେହି ସମାଜ ଯେଉଁଠି..ଝିଅ ଟାକୁ ମା’ ଭଉଣୀ..ସ୍ତ୍ରୀ ସାଙ୍ଗ ରୂପେ ବେଶ୍ ଖୁସି....ଝିଅ ରୂପେ ପାଇଲେ..
କଟକର ଫଳ ପେଟି....ନୟାଗଡ କୂଅ..ନହଲେ କୁକୁର ପାକୁଳି...।
ହ ମ...
ଏ ପୁରୁଷ ପୁରାତନ ପୁରୁଷ।
ଆଦିମ।
ଆଦି ମାନବ।
ପୁରୁଷ ଝିଅ ବେଶରେ ନାରୀ ଚରିତ୍ର ଖୁବ୍ ଭଲରେ ପ୍ଲେ କରେ....ନିଖୁଣ ଭାବରେ....ହେଲେ ମେକପ୍ ଖସିଲେ ସେ ଆଦିମ....ଅଣମଣିଷ...।।।।
ତେବେ କଥା ହେଉଛି...ମାମା ବାରବାର ଧିକ୍କରାରେ ସୁଖି ସମାଜକୁ...।
ନା ନା ଦୁନିଆ ତିଆରୁଥିବା କାରିଗରକୁ..।
ଏଠି ମମ୍ ତାଜଙ୍କ ମୃତ୍ୟୁ ପରେ ଶାହାଜାହାନମାନେ ଗଢନ୍ତି ତାଜ୍ ମହଲ....ଅତୀବ ସୁନ୍ଦର...।
କିନ୍ତୁ ଜୀବନ ବେଳେ...
ଫୁଟ୍...ହୁଟ୍।
କେଦାରଗୌରୀଙ୍କ ଦେହାନ୍ତ ପରେ..ବା ବା....ହେଲେ ଜୀବନ କିଳେ.....??????ପ୍ରେମ ବେଳେ????
ପ୍ରକୃତ କଥା ହେଲା...ତା ସ୍ଵାମୀଙ୍କୁ ସେ ଯେତେ ଭଲ ପାଇଲେ ବି କହିପାରେନି....ତା ମନ କଥା । ସେ ଶୋଇଯା'ନ୍ତି ନିରବରେ । ଆଉ ମାମା ନିଜ ଭିତରେ ଭିଡି ଟାଣିହୁଏ।
ମାଟ୍ରମୋନିଆଲ୍ ମ୍ୟାଚିଙ୍ଗ.... ଆହାଃ...।
ଟିକେ ଆଦରତା....ସ୍ନେହ..ପ୍ରେମ....।ଠିକ୍ ସେଇଆ ବି ନୁହେଁ..।
ଆଦିମତ୍ତାର ସତ୍ତାରେ ସେ ବେସାହାରା।
ବେଳେବେଳେ ଏମିତି ଲାଗେନି...
କି ଯେଉଁ ଚିଜଟା ଖରାପ.ବଦନାମ...କଳଙ୍କର ବାର୍ତ୍ତାବହ...ସମାଜ ଯାହାକୁ ଘୃଣା କରେ....ପୁଣି ସେଇଥିପାଇଁ ଶୃଙ୍ଖଳ...ହାତଗଣ୍ଠି...ବାହାବେଦୀ...ମିଛ ଗୋପନତାର ପ୍ରହସନ ରଚାଏ...।ସବୁ ମଣିଷ ପୋଷାକ ତଳେ ନଗ୍ନ....।ମନ ଭିତରେ କେବେକେବେ ପିଶାଚ । ସବୁ ମଣିଷ ଇଵ୍.ଆଦାମ୍ । କେଉଁ ଅଜଣା । ମୁହୂର୍ତ୍ତରେ ମତୁଆଲା...ବେଚେନ୍....ଆଉ ବେଶ୍ ପାରିବାର ।କିନ୍ତୁ ସୁରକ୍ଷା ଶୃଙ୍ଖଳା ଶାନ୍ତି ପ୍ରଦାନକାରୀ ପୋଲିସ୍ ଯଦି ଅଯୋଗ୍ୟ ବିପର୍ଯ୍ୟୟ ଅବସମ୍ଭାବୀ । ସ୍ଵାମୀ ଯଦି ଅଯୋଗ୍ୟ... ଅସମର୍ଥ...ଅକ୍ଷମ ତେବେ...ସୁଖ ନାହିଁ... ଶାନ୍ତି ନାହିଁ..ସମ୍ଭୋଗ ନାହିଁ । ସମ୍ପତ୍ତି ଅର୍ଥହୀନ । ଅଜଣା ଅଦେଖା ଦୁଃଖ ସହି ହୁଏନି...କହି ବି..।
ଏଥିପାଇଁ କେସ୍?
ଦଫା କେତେ????
କି କେସ୍ ଫାଇଲ୍ ହେବ????
ଲୋକଲଜ୍ଜା ପାଇଁ ନିରବିଯିବ।
ସମସ୍ତେ କହିଲେ ଯା..ଖାଇନେ....ପି'ନେ...ଶୋଇଯା'....।
ସେ ବି ଚୀରକାଳ ଆଜ୍ଞାବହ....
କଥା ମାନିଛି...କଣ୍ଟାଝଣ୍ଟା ଚୋବେଇ ଚୋବେଇ ଜୀବନ ଜୀଇଛି।
ମରୁଭୂମି ଓ ଓଟ ପରି....
ତଫାତ୍
ତା ପାଟିରୁ ଝରୁଛି..ତାଜା ରକ୍ତ..
ଆଉ ଆର...
ମନ ପୋଡାର ଗନ୍ଧ ଉକୁଟି ଆସୁଛି ଦଲକାଏ ପବନରେ.....।।।।।
ନର୍ମଦା ସାହୁ
ଭୁବନେଶ୍ଵର
(ଆଜିର "ନିର୍ଭୟ"ରେ ପ୍ରକାଶିତ)