Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trupti Paikaray

Inspirational

3.8  

Trupti Paikaray

Inspirational

ମୋ ଜେଜେଙ୍କ ଫେସବୁକ୍ ଆକାଉଣ୍ଟ୍

ମୋ ଜେଜେଙ୍କ ଫେସବୁକ୍ ଆକାଉଣ୍ଟ୍

8 mins
14.4K


ମୋ ଜେଜେଙ୍କ ଫେସବୁକ୍ ଆକାଉଣ୍ଟ୍

ଆଜି ସକାଳୁ ମୋ ନିଦଟା ଟିକେ ଶୀଘ୍ର ଭାଙ୍ଗିଗଲା, ଖଟ ଉପରେ ମୁଁ ସେମିତି ପଡି ରହିଥାଏ, ହାତଟା ଚାଲିଗଲା ମୋ ମୋବାଇଲ ଫୋନ ପାଖକୁ ଆଉ ସାଙ୍ଗେ ସାଙ୍ଗେ ମୁଁ ଫେସବୁକ ଖୋଳିପକେଇଲି I ଭଳିକି ଭଳି ପୋଷ୍ଟ, କମେଣ୍ଟସ, ଭିଡ଼ିଓସ, ଫୋଟୋ ମୋ ସାଙ୍ଗମାନେ ସେୟାର କରିଛନ୍ତି I  ତାପରେ, ମୋର ଟିକେ ଇଚ୍ଛା ହେଲା ମୋ ଜେଜେଙ୍କ ଫେସବୂକ ଆକାଉଣ୍ଟ ଦେଖିବାକୁ, ହଁ ମୁଁ କହୁଛି ମୋ ଜେଜେଙ୍କ କଥା, ମୋ ଜେଜେ " ମିସ୍ଟର. ହୃଦୟାନନ୍ଦ ମିଶ୍ର", ଫେସବୂକ ରେ ସେ "ହୃଦୟାନନ୍ଦ ମିଶ୍ର" ରୁ ହୋଇଯାଇଛନ୍ତି "ହୃଦୟମିଶ୍ର@ନୋଇଡା". ଏହି ଆକାଉଣ୍ଟ ମୁଁ ହିଁ ଓପେନ କରିଥିଲି, ମୋ ଜେଜେଙ୍କ ପାଇଁ, ୨୦୧୧ ମସିହାରେ I  ଆମର ଏକ ଛୋଟ ପରିବାର, ମୋ ପାପା "ଅରୁଣ ମିଶ୍ର", ପେଶା ରେ ଜଣେ ସଫ୍ଟୱେର ଇଞ୍ଜିନିଅର, ମାମା "କଲ୍ୟାଣୀ ମିଶ୍ର" ସେ ବି ପେଶା ରେ ଜଣେ ସଫ୍ଟୱେର ଇଞ୍ଜିନିଅର, ଆମେ ଦୁଇ ଭାଇ ଭଉଣୀ, ମୁଁ ଶୋଭନ, ମୋ ସାନ ଭଉଣୀ ରାଧିକା I ଆମ ଗାଁ ମାଧବପୂର୍ ରେ ଆମର ଏକର ଏକର ଜମି, ଆଉ ଭଗବାନ ଆମ ଜମିରେ ଭରିଦେଇଛନ୍ତି ସୁନାର ଫସଲ ସତେ ଯେମିତି I ପ୍ରତିବର୍ଷ ଆମେ ପାଉ ସେଥିରୁ ପ୍ରଚୁର ଧାନ, ଗହମ, ମକ୍କା, ବାଦାମ, ଆଳୁ, ଆଉ ବିଭିର୍ଣ୍ଣ ପନିପରିବା I ମୋ ଜେଜେ ଥିଲେ ଆମ ଗାଁରେ ଜଣେ ବଡ ଜମିଦାର, ପାଠ ପଢେଇ ମୋ ପାପାଙ୍କୁ ବଡ ମଣିଷ କରିବାରେ ତାଙ୍କ ଅବଦାନ କହିଲେ ନସରେ, ସେ ଥିଲେ ଭାରି ନିଆରା ମଣିଷଟିଏ, ପୁରା ଆଧୁନିକ ଚିନ୍ତାଧାରା ର "ମର୍ଡନ ଜେଜେ ମୋର" ସେତେବେଳେ ବି ସେ ଜିନ୍ସ ପିନ୍ଧୁଥିଲେ I ମୋ ଜେଜେମା ୨୦ ବର୍ଷ ପୂର୍ବରୁ ଆର ପାରିକୁ ଚାଲି ଯାଇଥିଲେ,  ଆଉ ଜେଜେ ବିଲକୁଲ ଏକା ସେ ବିରାଟ ଆମ ଗାଁ ଘରେ, ମୋ ପାପା ଚାକିରି କରିବା ଦିନରୁ ବାହାରେ I ମୋ ପ୍ୟାରେଣ୍ଟସ ପ୍ରଥମେ ମୁମ୍ବାଇ ରେ ରହୁଥିଲେ, ତାପରେ ମୋ ମାମାଙ୍କୁ ଗୋଟେ ଭଲ ଚାକିରି ମିଳିଲା ନୋଇଡା, ଦିଲ୍ଲୀରେ I ତେଣୁ ପାପା ବି ଟ୍ରାନ୍ସଫର ହେଇ ନୋଇଡା ପଳେଇ ଆସିଲେ ଆଉ ଗୋଟେ ଜାଗାରେ ୨ ଜଣ ରହିଲେ I ଆମେ ସେତେବେଳେ ଛୋଟ ହୋଇଥାଉ, ମୋର ମନ ଅଛି ସେଇ ଛୋଟ ଦିନ କଥା, ସେତେବେଳେ ପ୍ରତିବର୍ଷ ଆମେ ଗାଁକୁ ଯାଉ ଆଉ ଜେଜେ ଆମ ସହ ଆସନ୍ତି ଆଉ ମାସେ/ଦିମାସେ ରହି ପୁଣି ଗାଁକୁ ପଳେଇ ଯାନ୍ତି, ଜେଜେ ଆସିଲେ ଆମ ଖୁସି କହିଲେ ନସରେ I ସେଇ ଗାଁର ଭୁତ ଗପ, ନୀତିବାଣୀ, ପୁଣି ପାର୍କକୁ ବୁଲିଯିବା ଆଉ ଆଇସ କ୍ରିମ ଖିଆ ନିଶା, ମନଇଛା ବୁଲିବା ସବୁ ମିଳିଯାଏ ଆଉ ପାପା, ମାମା  ବି ଜେଜେଙ୍କ ଡରରେ ଆମକୁ କିଛି କୁହନ୍ତିନି I

ଏମିତି କିଛିଦିନ ଚାଲିଗଲା, ଆମେ ଧୀରେ ଧୀରେ ବଡ ହେଇଗଲୁ, ଆଉ ମୁଁ ବି ସେଇ ଇଂଜିନିୟରିଂ ପଢ଼ିଲି, ମୋ ପାପା ଆଉ ମାମାଙ୍କ ଇଛା କେମିତି ଆମ ପୁଅଝିଅ ବି ବଡ ବଡ ନାଁ କରା ଇଞ୍ଜିନିଅର ହେବେ, ଫରେନ ଯିବେ, ବହୁତ ପଇସା କମେଇବେ I ଏମିତି କିଛି ବର୍ଷ ପରେ ମୋ ପାପାଙ୍କର ଗୋଟେ ଅଫିସିଆଲ ପ୍ରୋଜେକ୍ଟରେ ୫ ବର୍ଷ ପାଇଁ ଆମେରିକା ଯିବାକୁ ପଡିଲା, ମାମା ଆଉ ଆମେ ଦୁଇ ଭାଇଭଉଣୀ, ପାପା ପ୍ଲାନ କଲେ ଜେଜେଙ୍କୁ ନୋଇଡା ନେଇଆସିବାକୁ, ଆଉ ଜେଜେଙ୍କୁ କହିଲେ "ମୁଁ ଆମେରିକା ଯାଉଛି ବାପା  ମତେ ସେଠି ବହୁତ ପଇସା ମିଳିବ, ତମେ ଏ  ଜମିବାଡ଼ି ସବୁ ବିକ୍ରି କରିଦେଇ ଦିଲ୍ଲୀ ପଳେଇଚାଲ, ଆମର ଏସବୁ କଣ ହେବ?"ହେଲେ  ଜମିବାଡ଼ି ନ ବିକିବାକୁ ଜେଜେ ବହୁତ ନେହୁରା ହେଇଥିଲେ,ମୁଁ ସେଦିନ ପାପାଙ୍କ ସହ ଯାଇଥିଲି ଗାଁକୁ ଜେଜେଙ୍କୁ ଆଣିବାକୁ I ବାବା ଜେଜେଙ୍କ କଥା ଶୁଣି କହିଲେ ହଉ ଏବେ ଥାଉ, ହେଲେ ଆମେରିକାରୁ ଫେରି ଆମେ ସବୁ ଜମିବାଡ଼ି, ଘର ବିକ୍ରି କରିଦେବା, ଆଉ ତୁମେ ଆମ ପାଖରେ ଦିଲ୍ଲୀରେ ରହିବ, ସେଦିନ ଜେଜେ “ମୋ ପେଟ ଖରାପ” କହି କିଛି  ଖାଇ ନଥିଲେ, ଆଉ ମୋର ଏବେ ବି ସେ କଥା ମନ ଅଛି I   ଆମ ପାଖରେ ୫ ବର୍ଷ ରହିବେ ବୋଲି ଶୁଣି, ମୋ ଜେଜେଙ୍କର ସେ ଗାଁ ଛାଡି ଟିକେ ବି ଆସିବାକୁ ଇଛା ନଥାଏ, ହେଲେ କର୍ତ୍ତବ୍ୟ ଆଉ ସମାଜ ଆଗରେ ନିଜର ସବୁକିଛି ଇଚ୍ଛାକୁ ଜଳାଞ୍ଜଳି ଦେବାକୁ ପଡେ କେବେକେବେ I ସେ ଥିଲେ ମୁକ୍ତ ଆକାଶ ତଳେ ଥଣ୍ଡା ପବନ ଖାଇ ଗାଁ ରାସ୍ତାରେ ବୁଲିବା ମଣିଷ, ହେଲେ ଏଇ ନୋଇଡାରେ ସବୁ କିଛି ଯେମିତି ନିଆରା I  ମୋ ଜେଜେ ଆସିଲେ ସତ, ନିଜ ପୁଅବୋହୁଙ୍କ  ସୁଖରେ ସୁଖୀ ହେଇ, ଆଉ ନାତିନାତୁଣୀଙ୍କ ମୋହରେ, ହେଲେ ଏହି ଆସିଲା ପରେ ତାଙ୍କୁ ଗୋଟେ ନୀରବତା ଖାଇଗଲା ଯେମିତି I ମାମା ଅଫିସରୁ ଫେରିଲା ବେଳକୁ ରାତି ୯ ବାଜି ଯାଏ, ମୋ ଭଉଣୀ ତା ପାଠ ପଢ଼ାରେ ବ୍ୟସ୍ତ, ତାର ମ୍ୟୁଜିକ କ୍ଲାସ, ତାପରେ ଏରୋବିକ କ୍ଲାସ ଏମିତି ସେ ବି ପୁରା ବିଜି, ଆଉ ମୋର କ୍ଲାସ ସକାଳ ୧୦ ରୁ ପ୍ରାୟ ଷ୍ଟାର୍ଟ ହୁଏ ଆଉ ୩.୩୦ ଭିତରେ ସରିଯାଏ I ମୋର ବି ବହୁତ ପ୍ଲାନ ଥିଲା କିଛି କୋଚିଂ କ୍ଲାଶେସ ଜ଼ଏନ କରିବାକୁ, ହେଲେ କାହିଁକି କେଜାଣି ଜେଜେଙ୍କୁ ଦେଖି ମୋ ମନରେ ବହୁତ କଷ୍ଟ ହେଲା, ମୁଁ ପ୍ଲାନ କଲି କିଛି ଆନଲାଇନ କ୍ଲାଶେସ ଜଏନ କରିବାକୁ, ତାହେଲେ ମୁଁ ମୋ ଜେଜେଙ୍କୁ ଟାଇମ ଦେଇପାରିବି I

 

 

ମୋର ପ୍ରକୁତରେ ଇଞ୍ଜିନିୟରିଂ ପଢିବାକୁ ବିଲକୁଲ ଇଛା ନଥିଲା, କିଛି ନୂଆ କରିବାକୁ ମନ ଥିଲା, ମୋର ଲେଖାଲେଖିରେ ଟିକେ ଇଂଟରେଷ୍ଟ ଥିଲା, ଆଉ ମୁଁ ଭଲ ପେଣ୍ଟିଙ୍ଗ ବି କରୁଥିଲି, ହେଲେ ଆଜିକାଲି ସେସବୁକୁ କିଏ ପଚାରେ? ପିଲା ଜନ୍ମ ହେବାଦିନୁ ବାପାମା ପ୍ଲାନ କରନ୍ତି, ଆମ ପୁଅଝିଅ ଡାକ୍ତର, ଇଞ୍ଜିନିଅର ହେବେ, କେହି କେବେ କହେନି ମୋ ପୁଅ ପେଣ୍ଟରଟିଏ ବା ରାଇଟର ହେଵ, ଏସବୁ ଭିତରେ ମୁଁ ବି ଥିଲି, ବି.ଟେକ, ତାପରେ ବଡ ସଫ୍ଟୱେର କମ୍ପାନୀ ରେ ମାସକୁ ୨/୩ ଲକ୍ଷ ଆସୁଥିବା ଭଳି ଚାକିରୀ, କିଛି ବର୍ଷ ପରେ ପୁଣି ଆମେରିକା, ଫ୍ରାନ୍ସ, ଅଷ୍ଟ୍ରେଲିଆ ପରି ବଡ ବଡ ସହରରେ ଚାକିରୀ, ଏସବୁ ଭିତରେ ମୁଁ ବି ପୁରା ଅଣନିଶ୍ୱାସୀ ହେଇଯାଉଥିଲି, ଯେମିତି ମୋ ଜେଜେ ନୋଇଡା- "ଫ୍ଲାଟ ନମ୍ବର ସ୍ୱ୧/୨ ରେ ହେଇଯାଉଥିଲେ, ସକାଳୁ ସଞ୍ଜଯାଏ ସେଇ ବେଡ଼ରୁମରୁ ବାଲକୋନୀ, ପୁଣି ସେଇ ବାଲକୋନୀରୁ ବେଡ଼ରୁମ ହେଉଥିଲେ I ମତେ ଲାଗୁଥିଲା ଗୋଟେ ମୁକ୍ତ ବିହଙ୍ଗକୁ ସତେ ଯେମିତି କିଏ ଗୋଟେ ପଞ୍ଜୁରୀରେ ବାନ୍ଧିଦେଇଛି I ଇଛାହେଉଥିଲା ଜେଜେଙ୍କୁ ନେଇ ଟିକେ ଗାଁ ରେ ବୁଲେଇ ଆଣନ୍ତି, ହେଲେ ପାପା ଆଉ ମାମା  ଅନୁମତି ଦେଲେ ତ !

 

ଏମିତି ସବୁଦିନ ମୋ ଭଉଣୀ ପଳେଇଯାଏ ତା କାମରେ, ମାମା ଅଫିସରୁ ଫେରନ୍ତି କୋଉ ଦିନ ରାତି ୮ ରେ ତ, କେବେ ରାତି ୧୦ରେ, ମିଟିଂ, କନ୍ଫରେନ୍ସ, ଟ୍ରେନିଂ ସେ ସବୁଥିରେ ତାଙ୍କ ସମୟ କଟିଯାଏ, ହେଲେ  ମତେ ବହୁତ ସମୟ ମିଳିଯାଏ ମୋ ଜେଜେଙ୍କ ସହ କଟେଇବାକୁ, ଆଉ ଜେଜେ ବି ମତେ ଭାରି ଭଲ ପାଆନ୍ତି, ଆଉ ମତେ ତାଙ୍କ ପାଖରେ ପାଇ କେତେ ଖୁସି ହେଇଯାନ୍ତି, ଆମ ଘରେ ଗୋଟେ ଲେଡି କାମ କରେ, ସେ ରୋଷେଇ କରିଦେଇ ଯାଇଥାଏ, ଖାଇବାର କିଛି ଅସୁବିଧା ନଥାଏ, ତାପରେ ମୋ ପାଠ ପଢା ସାରି ମୁଁ ଚାଲିଯାଏ ଜେଜେଙ୍କ ରୁମକୁ, ତାପରେ ଆରମ୍ଭ ହୁଏ ଆମ ଖଟି, ଗାଁ କଥା, ସେଇ ଜମି ଆଉ ଫସଲ କଥା, ସେଇ ଗାଁ ରବି ଦାଦା, ମାନସ ଦାଦା କଥା, ଜେଜେଙ୍କ ଚିନ୍ତା ଜମିରେ ପାଣି ମଡ଼ାହେଲାକି ନାହିଁ, ସେ ଜମି ବଛା ହେଲା କି ନାହିଁ, ଘରେ କେହି ନଥିଲା ବେଳେ ଚୁପ କରି ମତେ ଫୋନ  ନମ୍ବରଟିଏ ବଢ଼େଇ ଦିଅନ୍ତି ରବିଦାଦାଙ୍କ ନମ୍ବର, କହନ୍ତି "ଫୋନ ଟିକେ ଲଗା, ମୁଁ କଥା ହେବି ୫ ମିନଟ", ହେଲେ ୫ ମିନଟ ରୁ ୨୫ ମିନିଟ ହେଇଯାଏ, ଗଛ କଥା, ବିଲବାଡ଼ି କଥା ଗପୁଗପୁ, ମୋ ଜେଜେ ସବୁବେଳେ ମତେ କୁହନ୍ତି ଭଲ ମଣିଷ ହବୁ, ବଡ ମଣିଷ ହେଇ ବହୁତ ନାଁ କମେଇବୁ, କେତେ କେତେ ମହାତ୍ମା ମାନଙ୍କ କାହାଣୀ କହନ୍ତି, ଆଉ କହନ୍ତି ନାତି ମନରଖ , ସବୁବେଳେ ତୁ ଯାହା ଭଲ ପାଉ ତାହା କରିବୁ କାମରେ, ତାହେଲେ ତୁ ବହୁତ ଉନ୍ନତି କରିବୁ, ଆଉ ବାଧ୍ୟବାଧକତା ରେ ଯାହା କରାଯାଏ ସେଥିରେ ଶାନ୍ତି ନଥାଏ I ଏମିତି ଦିନେ ଖଟିଗପ ଚାଲିବା ଭିତରେ ମୁଁ ଫେସବୂକ ଖୋଲି ଦେଖୁଥିଲି, ଜେଜେ ପଚାରିଲେ ୟେ କଣ? ଜେଜେଙ୍କୁ ଫେସବୂକ ବିଷୟରେ ବୁଝେଇ ତାଙ୍କୁ ପ୍ରାକଟିକାଲ କ୍ଲାସ କରେଇ ଗୋଟେ ଆକାଉଣ୍ଟ ଖୋଲିଲି ତାଙ୍କ ନାଁ ରେ, ତାପରେ ମୋ ଜେଜେଙ୍କୁ ଆଉ ନିଦ ହେଲIନାହିଁ ସେଦିନ, ପଚାରିଲେ ଟିକେ ରିତା ଆଈ, ଭୁବନ ଅଙ୍କଲ ସମସ୍ତଙ୍କୁ ଆଡ କର, ସେମାନେ ସବୁ ମୋ ଜେଜେଙ୍କ ଶାଳୀ ଆଉ ଶଳା ହେବେ I  ମୁଁ ଖୋଜି ଖୋଜି ପୁରା ପରିବାର ସମସ୍ତଙ୍କୁ ଫେସବୂକ ରେ ଆଡ଼ କରିଦେଇଥିଲି, ଜେଜେଙ୍କ ତରଫରୁ ସମସ୍ତଙ୍କୁ ମେସେଜ ଆଉ ଚାଟ କରୁଥିଲି  I  ହେଲେ ଜେଜେଙ୍କର ପ୍ରତି କଥାରେ କିଛି ମାନେ ଲୁଚିରହିଥିଲା, ଦିନେ ଏମିତି କଥାବାର୍ତା ଭିତରେ ଜେଜେଙ୍କୁ କହିପକେଇଲି, ଜେଜେ ମତେ ଇଞ୍ଜିନିଅର ହବାକୁ ଇଛା ନାହିଁ, ମୁଁ କିଛି ନୂଆ କରିବାକୁ ଚାହେଁ, ହେଲେ ପାପା ଆଉ ମାମା ଚାହାନ୍ତି, ମୁଁ କେମିତି ଚାକିରି କରି ଫରେନ ଯାଏ I ସେଦିନ ଜେଜେ ମତେ ଆଶୀର୍ବାଦ ଦେଇ କହିଥିଲେ, ତୁ ବହୁତ ବଡ ମଣିଷ ହେବୁ, ଏତେ ନାଁ କମେଇବୁ ଯେ ସେଦିନ ସମସ୍ତେ ବୁଝିବେ ତୋର ମହତ୍ୱ, ହେଲେ ବାବା ତୁ ଭଲ କାମ କରିଚାଲେ ଆଉ ତୋର ଯାହା ଇଚ୍ଛା ସେଥିରେ କିଛି ସମୟ ଦେ I ସେଦିନ ମତେ ସାହସ ମିଳିଥିଲା, ଆଉ ସେଦିନ ଆରମ୍ଭ ହେଇଥିଲା ମୋ ପ୍ରଥମ ଯାତ୍ରା I ଜେଜେଙ୍କୁ ଖୋଲିକି କହିଥିଲି ଜେଜେ "ମୁଁ ଗୋଟେ ଲେଖକ ହେବାକୁ ଚାହେଁ" ଜେଜେ ଖୁସି ହେଇ କହିଥିଲେ ୟେ ତ ବହୁତ ଭଲ କଥା, ଗୋଟେ ଲେଖକ ନିଜ ଲେଖା ମାଧ୍ୟମରେ ସମାଜ ପାଇଁ ବହୁତ କିଛି କରିପାରେ, ତା ଲେଖନୀ ରେ ସେ ପରିବର୍ତ୍ତନ ଆଣିପାରେ ସମାଜରେ, ହେଲେ ସେଥିପାଇଁ ଗଭୀର ନିଷ୍ଠା ଦରକାର, ତାପରେ ନିଜ ଡାଏରୀ ଆଣି ପଢ଼େଇଲି ଜେଜେଙ୍କୁ ଲେଖିଥିବା ଗଳ୍ପ, କବିତା, ପ୍ରବନ୍ଧ ସବୁ, ଆଉ ଜେଜେ ବିଶ୍ୱାସ କରିପାରିଲେଣି ଯେ ମୁଁ ଏତେ ଭଲ ଲେଖିଛି ବୋଲି, ସେହି ଦିନଠାରୁ ମୋ କଲମ କେବେ ବନ୍ଦ ହେଇ ନଥିଲା, ଗୋଟେ ପରେ ଗୋଟେ ବହି ଲେଖିଚାଲିଲି କେମିତି ଗୋଟେ ନିଶାରେ, ଭାବିନଥିଲି ମୋ ଲେଖା ଏତେ ଭଲ ଚାଲିବ, ତଥାପି ମନରେ ବହୁତ ବିଶ୍ୱାସ ଥିଲା, "ମୁଁ କରିପାରିବି", ତାପରେ ମିଳିଥିଲା ମତେ ବହୁତ ଷ୍ଟେଟ, ନେସନାଲ ଆଉ ଇଣ୍ଟେରନେଶନାଲ ଲେବଲ ଆୱାର୍ଡସ ସବୁ, ମୋ ଜୀବନ ଯେମିତି ବଦଳି ଚାଲିଥିଲା, ସେଇ  କାଗଜ ଉପରେ କିଛି ଲେଖିଦେଲେ ମତେ ବହୁତ ଶାନ୍ତି ମିଳୁଥିଲା I ଆଉ ୨୦୧୪ ରେ ମୋର ପ୍ରଥମ ନଭେଲ ପବ୍ଲିଶ ହେଇଥିଲା ଇଂଲିଶରେ " ମାଇଁ ଗ୍ରାଣ୍ଡପା@ନୋଇଡା" I ୟା ଭିତରେ କିନ୍ତୁ ଅନେକ କିଛି ଜିନିଷ ବଦଳି ଯାଇଥିଲା, ମୋ ଜେଜେଙ୍କର  ବ୍ରେନସ୍ଟ୍ରୋକ ହେଲା, ତାପରେ ତାଙ୍କ ଦେହ ଦିନକୁ ଦିନ ଅଧିକ ଖରାପ ହେବାକୁ ଲାଗିଲା,  ବୋଧେ, ଗାଁରୁ ଦୂରରେ ରହି ସେ ମନ ଭିତରେ ଗାଁ କୁ ହିଁ ଝୁରୁଥିଲେ, ଶେଷରେ ମୋ ଜେଜେ ଚାଲିଗଲେ, ବହୁତ ମନଦୁଃଖରେ ନିଜକୁ ସମ୍ଭାଳି ମୋ ଜେଜେଙ୍କ କଥା ମାନି ମୁଁ ଲେଖିଚାଲିଥିଲି, ଭାବିନଥିଲି ଲୋକମାନେ ମୋ ଲେଖାକୁ ଏତେ ଭଲ ପାଇବେ, ସବୁ କ୍ରେଡିଟ କିନ୍ତୁ ମୋ ଜେଜେଙ୍କୁ ଯାଏ, ସେ ମତେ ଆଶୀର୍ବାଦ ଆଉ ସାହସ ନଦେଇଥିଲେ, ମୁଁ ଆଜି ଏତେ ବଡ କାମ କରି ପାରିନଥାନ୍ତି I ଆଉ ସେଥିପାଇଁ ମତେ ମିଳିଥିଲା "ବେଷ୍ଟ ସେଲିଂ ଅଥର ଆୱାର୍ଡ", ଆଉ ବହୁତ ପୁରସ୍କାର I ହେଲେ ମୋ ପାପା  ଆଉ ମାମା ମତେ ନେଇ ଅଶାନ୍ତି ଥିଲେ, ମୁଁ ଭଲ ବଡ ବଡ ଇଣ୍ଟେରନେଶନାଲ ଜବ ଅଫରସ ସବୁ ରିଜେକ୍ଟ କରିଚାଲିଥିଲି, ଆଉ ଦିଲ୍ଲୀ ନୋଇଡାବେସ୍ଡ ଗୋଟେ ଛୋଟ ସଫ୍ଟୱାରେ କମ୍ପାନୀ ରେ କାମ କରୁଥିଲି ମାସକୁ ୩୦,୦୦୦ ଟଙ୍କା ଦରମାରେ I ହେଲେ ମୋ ଲେଖାର ଡିମାଣ୍ଡ ଦିନକୁଦିନ ବଢିବାକୁ ଲାଗିଲା, ବହୁତ ଅଫରସ ଆସିଲା ଲେଖିବାକୁ, ମତେ ଶେଷକୁ ମୋ ଚାକିରି ଛାଡିବାକୁ ପଡିଲା, ମୋ ପ୍ୟାରେଣ୍ଟସ ମୋ ଉପରେ ବହୁତ ରାଗୁଥିଲେ, ସେମାନେ ମୋ ସହ ଏତେ ଭଲରେ କଥା ବି ହେଉନଥିଲେ ଆଉ "ସଫ୍ଟୱାରେ ଇଞ୍ଜିନିଅର ରୁ ହେଇଗଲି ଗୋଟେ ଲେଖକ, ଆଉ ଏହି ନୂଆ ପରିଚୟକୁ ନେଇ ଆଜି ମୁ ବହୁତ ଖୁସି I ବେଶୀ ଖୁସିଲାଗେ ଯେତେବେଳେ ଲୋକମାନେ ମତେ ପ୍ରଶଂଶା ପତ୍ର ଲେଖି ପଠାନ୍ତି, ଯେଉଁଥିରେ ସେମାନଙ୍କର ମୋ ପ୍ରତି ଥିବା ଭଲ ପାଇବାଥାଏ I

ହେଲେ, ଗୋଟେ ଜିନିଷର ବହୁତ କମି ଥିଲା, ମୋ ଜେଜେଙ୍କ ଅନୁପସ୍ଥିତି, ଆଉ ଗୋଟେ ଜିନିଷ ମୁଁ କେବେ ବି ଭୁଲିନି I ପ୍ରତିବର୍ଷ ମୁଁ ଆମ ଗାଁ କୁ ୨/୩ ଥର ନିଶ୍ଚୟ ଯାଏ, ଆଉ ଆମ ଗାଁ ଘରକୁ ପୁରା ନୂଆ କରିଦେଇଛି, ମୋ ଜେଜେଙ୍କ ରୁମରେ ମୋର ଗୋଟେ ବଡ ଅଫିସ କରିଛି, ସେଠି ମୁଁ ଯାଇ ମନଇଛା ଲେଖେ ଆଉ ପେଣ୍ଟିଙ୍ଗ କରେ, ମୋର ଗୋଟେଗୋଟେ ପେଣ୍ଟିଙ୍ଗ କିଣିବାକୁ ଲୋକ ଫରେନ ରୁ ବି ଅର୍ଡ଼ର କରନ୍ତି, ଆଉ ଜମିବାଡିରେ ସବୁ ଫାଂର୍ମିଙ୍ଗ ଆକ୍ଟିଭିଟିସ ବି ଦେଖେ, ଲେଖକ ସାଙ୍ଗକୁ ଗୋଟେ "ଆଗରୋ  ଅଣ୍ଟ୍ରପ୍ରେନୁୱେର" ବି ମୁ ବନିଯାଇଛି, ଆଉ ଅର୍ଗାନିକ ଫାଂର୍ମିଙ୍ଗ  ପ୍ରମୋଟ କରି କରି ମତେ ବହୁତ ଫଣ୍ଡିଙ୍ଗ ଏଜେନ୍ସି ଇନଭେଷ୍ଟମେଣ୍ଟ ଅଫର  ଦେଉଛନ୍ତି, ବହୁତ ଏନ.ଜି.ଓ ମାନେ ମୋ ସହ କାମ କରୁଛନ୍ତି I ଆଉ ବହୁତ ପ୍ରୋଜେକ୍ଟସ ଅଫର ବି ମିଳୁଛି, ଗାଁ ର ୮୦% ଲୋକ ଆମର ଫାର୍ମରେ କାମ କରି ଭଲ ପଇସା କମାଉଛନ୍ତି, ଆଉ କୁହନ୍ତି "ହୃଦୟ ବାବୁଙ୍କ ନାତି ଆମ ଗାଁ ର ଗୌରବ", ମତେ ବହୁତ ଭଲ ଲାଗେ ଲୋକମାନେ ଯେତେବେଳେ ମୋ ଜେଜେଙ୍କ ନାଁ ନିଅନ୍ତି , ଆଉ ଲୋକମାନଙ୍କ ମୁହଁରୁ ଶୁଣିକି ମୁଁ ଏତେ ଖୁସି ହେଇଯାଏ ଯେ, ଇଭନିଂ ରେ ଜେଜେଙ୍କ ଫୋଟୋ ପାଖରେ ବସି କଫି ପି ପି ଜେଜେଙ୍କୁ ସବୁ କଥା କୁହେ ମନେମନେ, ହେଲେ ମୋ ଜେଜେ ଙ୍କ ଫେସବୂକ ଆକାଉଣ୍ଟ ଆଜି ବି ଅଛି, ଜେଜେଙ୍କୁ ବେଶି ମିସ କଲେ ତାଙ୍କ ଫେସବୂକ ଆକାଉଣ୍ଟ ଟିକେ ଓପେନ କରିଦିଏ I

 

By: ତୃପ୍ତି ରେଖା ପାଇକରାୟ ,ମୋବାଇଲ ନମ୍ବର- ୦୭୨୦୯୨୯୮୯୧୪ 

(Trupti Rekha Paikaray, Mob: 7209298914 )

Email Id: newtrupti@gmail.com  

 

 


Rate this content
Log in

Similar oriya story from Inspirational