Quotes New

Audio

Forum

Read

Contests


Write

Sign in
Wohoo!,
Dear user,
କେହି ଜଣେ ଆପଣାର
କେହି ଜଣେ ଆପଣାର
★★★★★

© ସତ୍ୟବତୀ ସ୍ୱାଇଁ

Thriller Others

3 Minutes   122    1


Content Ranking

ହାଡ ଭଙ୍ଗା ଶୀତ ସାଙ୍ଗକୁ ତିତିଲ୍ ର ଅତ୍ୟାଚାର । ଚାରିଆଡେ ଉହୁ ଉ ଉ ଶବ୍ଦ । ଦାନ୍ତରେ ଦାନ୍ତ ବାଜୁଛି । ଖତୁ ବୁ ଥରୁଛି ଶୀତରେ । ଉଦଣ୍ଡି ତିତିଲ୍ ମନ ଇଚ୍ଛା ନାଚି ବେହାଲ କରି ଦେଇଛି ସାରା ସଂସାର । ତି ତି ଲ୍ ଚାଲିଗଲା ପରେ ପରେ ଲୋକ ମାନେ ଯିଏ ଯାହାର ବସା, ବେଉସା ସଜଡ଼ା ସଜଡିରେ ବ୍ୟସ୍ତ । ଖତୁ ବି ବ୍ୟସ୍ତ ତା ଜରି, ବଟଲ ଗୋଟାଇବା ଓ ଭିକ ମାଗିବା କାମରେ  । ନଲେ ମାଲିକମଉସା ଟା ଖାଇବାକୁ ତ ଦେବା ନାହିଁ ଦେବ କିନ୍ତୁ ଗୋଇଠା ବିଧା ଖାଇବାକୁ ଭଲ ରକମ ।

ଖତୁ ମାଲିକମଉସା କୁହେ ପାଇଥିଲା କେଉଁ ଗୋଟେ ଅଳିଆ ଗଦାରୁ ତାକୁ ।  ଖତୁ ଭାବେ ବେଳେବେଳେ ପିଲା ମାନେ ତ ଘରେ,ନଲେ ମେଡିକାଲର ଜନ୍ମ ନିଅନ୍ତି,ଅଥଚ ସେ କେମିତି ଅଳିଆ ଗଦାରେ ଜନ୍ମ ନେଲା!!ମାଲିକ କୁହେ ଖତ ଗଦା ତା ବାପାବୋଉ । ସେଥିପାଇଁ ନାଁ ତା ଦେଇଛି ଖତୁଆ,ଅଳିଆଗଦା ପୁଅ ଖତୁଆ ।  ମୁହଁ ଶୁଖେଇ ମାଲିକକୁ ଦିନେ ଖତୁ ପଚାରିଲା ଛିଃ ତାର କି ଅସନା ନାଁ । ବେଇ ଲୋ ଆଉ କିଛି ନାଁ ତୁମକୁ ମିଳିଲା ନାହିଁ । ପାନ ଖିଆ ପାଟି ଦେଖେଇ ସେ କହିଲେ ହେଃ ନଲେ କଣ କ୍ଷେତ୍ର ମୋହନବାବୁ ହୋଇଥାନ୍ତା । ୟାପ୍ ମରିଥାନ୍ତୁ,କୁକୁର କି ବିଲୁଆ ଖାଇ ଥାନ୍ତେ,ଆଣି ବଞ୍ଚାଇଲି ଏବେ ଦେଖ୍ ପୁଅ ଭଲ ନାଁ ଖୋଜିଲାଣି ।

ଏମିତି କହିଲି ନା । ସବୁ ବେଳେ ଗୋଟେ କହି ହଉଛି ଅଳିଆ ପୁଅ ଖତ, ଖତୁ । କାଇଁକି ମୋତେ ଆଉ ଗୋଟେ ନାଁ ଦେଲୁ ନାଇଁ, ପଇସା ପଡୁଥିଲା କି । ଯାଉଛୁ ନା ଦେଖିବୁ ଏଇଲେ କହି ମାଲିକ ମଉସା ଗୋଡ଼ାଏ । ଖତୁ ଦାନ୍ତ ଦେଖେଇ କୁହେ ଏ ଏ । ଯାହା ହେଲେବି ଖତୁ ପାଇଁ ସେ ଭଗବାନ । ତି ତି ଲ୍ ପାଇଁ ଭିକ କି ଜରି ଫରି କିଛି କାମ ହେଇନି ତିନି ଦିନ ଧରି । ମାଲିକ ମଉସା ତା ପରି ଆଉ ଦଶଟା ପିଲା ବି ପାଳିଛି । ସମସ୍ତେ ଏଇ କାମରେ ଲାଗନ୍ତି । ବଣ୍ଟା ବଣ୍ଟିରେ କିଏ କେଉଁ ଆଡେ ଯିବ ଭିକ ମାଗି କି ଜରି ଗୋଟାଇ ମାଲିକ ମଉସା ସ୍ଥିର କରନ୍ତି ।

ଖତୁର ଆଜି କଳିଙ୍ଗ ହସପିଟାଲ ଆଡେ ପାଳି ଥିଲା ।  ଖତୁ ବଢ଼ିଆ ଗୀତ ଗାଏ । ଶୁଣି ଶୁଣି ଅବିକଳ ଗୀତ ଗାଇ ପାରେ । ସେଇ ପାଇଁ ଭଲ ରୋଜଗାର ହୁଏ ତାର । ଖତୁ ଟା ବି ଭାରି ଖୁସି ମିଞ୍ଜାସିଆ ପିଲା । ଡେଇଁ ଡେଇଁ ଗୀତ ଗାଇ ଗାଇ ଯାଉଥାଏ । ଗୋଟିଏ ପାଚିରି ପାଖେ ବୁଢ଼ୀ ମାଉସୀଟିଏ ଶୀତରେ ଶୋଇ ଥର ଥର ହେଉଥାଏ । ଖତୁ ଡାକିଲା ମାଉସୀ ଏ ମାଉସୀ । ତା ଛିଣ୍ଡା ଚାଦର ଟି ବୁଢ଼ୀ ମାଉସୀକୁ ଘୋଡାଇ ଦେଲା । ତଥାପି ଥରୁଥାଏ ମାଉସୀ ।

ଖତୁ ଇଆଡ଼େ ସିଆଡେ ଅନାଇଲା । ତିତିଲ୍ରେ ଭାଙ୍ଗି ପଡିଥିବା କିଛି ଶୁଖିଲା ଡାଙ୍ଗ ଆଣିଲା । ପାଖ ଚା ଦୋକାନୀ ପାଖରୁ ଦିଆସିଲି ଆଣି ନିଆଁ ଲଗାଇଲା । ବୁଢ଼ୀ ମାଉସୀଙ୍କୁ ଉଠାଇ ବସାଇଲା । ଶୁଖିଲା ମୋଟା ଡାଙ୍ଗ ହୁ ହୁ ଜଳିଲା । ବୁଢ଼ୀ ମାଉସୀ ନିଆଁ ପୋଇ ହୋଇ ଟିକେ ଟାଣ ହେଲାରୁ ମୁହଁରେ ହସ ଫୁଟିଲା । ଖତୁ ବି ବୁଢ଼ୀ ମାଉସୀ ହସ ଦେଖି ଅତି ଖୁସିରେ ହସୁଥିଲା ।

ଖତୁ ପଚାରିଲା ମାଉସୀ ତୋର କଣ କେହି ନାହିଁ?ଏଠି ଏମିତି କାଇଁ ପଡିଥିଲୁ?ବୁଢ଼ୀ ହାତପାଦ ସେକୁ ସେକୁ କହିଲା ସମସ୍ତେ ଥିଲେ ରେ ପୁଅ । ଅନେଶୋତ ମହାବାତ୍ୟାରେ କାନ୍ଥ ପଡି ମୋ ସ୍ୱାମୀ ପୁଅ ଓ ଝିଅ ସମସ୍ତେ ମରି ଯାଇଛନ୍ତି । ନିଆଶ୍ରୀ ହୋଇ ମାଗି ଯାଚି ଚଳେ । ଏଇଠି ପଲା ଖଣ୍ଡେ ମାରି ଘର କରି ରହୁଥିଲି । ଏ ତି ତି ଲ ଟା ମୋ ଘର ଭାଙ୍ଗି ଦେଲା ପୁଅ । ଓଦା ହୋଇ ଜରୁଆ ଜରୁଆ ଲାଗୁଥିଲା । ଯାହା ଚିରା ଦର ଥିଲା ଘୋଡ଼ି ହେବାକୁ କୁଆଡେ ଉଡି ଗଲା । ମୁଁ ଏଇଠି ମାଟି କାମୁଡି ପଡିଛି ବାପା । ବାପରେ ତୁ କିଏ କହିଲୁ?

ମୋ ପାଇଁ ଭଗବାନ ହୋଇ ଆସିଲୁ??

ଖତୁ କହିଲା ତାର ବି କେହି ନାହିଁ । ଅଳିଆ ଗଦାରୁ ତାର ଜନ୍ମ । ମାଲିକ ମଉସା ବଡ଼ କରିଛନ୍ତି,ଏମିତି ଭିକ,ଜରି, ଅଳିଆ ମଳିଆ ଗଦାରୁ ଗୋଟାଏ ।

ନା ରେ ଧନ!ଏମିତି କହିବୁ ନାହିଁ ତୁ ଆଜିଠୁ ମୋ ନାତିଆ । ମୁଁ ତୋ ଆଈ ।

ସତ କହୁଛୁ ତୁ ମୋ ଆଈ!! ଆହୁରି ଆହୁରି ଖତୁ ଡାଙ୍ଗ ପକାଉଥିଲା ନିଆଁ ହୁ ହୁ ଜଳୁଥିଲା । ଆଈ ହସୁଥିଲା ନିଆଁ ଓ ନାତିଆକୁ ପାଇ । ଖତୁ ହସୁଥିଲା କେହି ଜଣେ ତାକୁ ଆପାଣର ନାତି କହିଲା ବୋଲି । 

ନିଆଁ ଆଈ ଖତୁ

Rate the content


Originality
Flow
Language
Cover design

Comments

Post

Some text some message..