Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakas Tripathy

Inspirational Romance

2.5  

Prakas Tripathy

Inspirational Romance

ସେକେଣ୍ଡ ଇନିଂସ

ସେକେଣ୍ଡ ଇନିଂସ

3 mins
707


* ପ୍ରକାଶ ତ୍ରିପାଠୀ

ଏତେ ପୁରୁଷ ଙ୍କ ଭିତରୁ କେବଳ ଜଣଙ୍କୁ ପସନ୍ଦ କରିଥିଲେ ସାମୀ ପାଣ୍ଡ୍ୟା। ଲମ୍ବା ଚେହେରା ଓ ଗୌରବର୍ଣଯୁକ୍ତ ସେଇ ବ୍ୟକ୍ତି ଙ୍କ ବ୍ୟକ୍ତିତ୍ୱ ନିକଟରେ ଅଟକି ଯାଇଥିଲେ ସେ।ପାଖ ରେ ବସିଥିବା ନାତୁଣୀ ନିତୁ କୁ ଧୀର ଗଳା ରେ କହିଲେ ସାମୀ- ସେଇ ଚନ୍ଦା ମୁଣ୍ଡିଆ ଲୋକଟିକୁ ଦେଖିଲୁ ନିତୁ, ତୋ ପସନ୍ଦ ହେଉଛି ?।ଜେଜେମାଆ ମୁହଁ କୁ ଚାହିଁଲା ନିତୁ। କେମିତି ଏକ ଅସ୍ପଷ୍ଟ ଖୁସି ଉଙ୍କି ମାରୁଥିଲା ତା ଜେଜେମାଆ ମୁହଁ ରେ। ଓଦା ମାଟିତଳୁ ମଞ୍ଜି ରୁ ଠିକ୍ ଗଜା ବାହାରିବା ଭଳି। ସେଇ ଭଦ୍ରବ୍ୟକ୍ତି ଙ୍କ ଚେହେରା ରୁ ସେ ଖୁବ ଭଲ ମଣିଷ ଭଳି ଲାଗୁଥିଲେ ନିତୁକୁ। ହାତ ଠାରି ପାଖକୁ ଡାକିଥିଲା ସେ , ଆଉ ତିନିହେଁ ବସି ଗପସପ ଆରମ୍ଭ କରିଦେଲେ ସେଇ ହଲ ର ଏକ କୋଣ ରେ।ଉଭୟ ଉଭୟ ଙ୍କର ବାୟୋ ଡାଟା ଅନୁଧ୍ୟାନ କରିସାରିବା ପରେ ଖୁବ ଅତ୍ମୀୟତା ବଢିଯାଇଥିଲା ସେମାନଙ୍କ ଭିତରେ।

ସେଇ ଭଦ୍ର ବ୍ୟକ୍ତି ଥିଲେ ପୁନେ ସହର ର ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି,ଜିତେନ୍ଦ୍ର ଅଗ୍ରୱାଲ।ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ। ନିଃସନ୍ତାନ ବୋଲି ଜଣକୁ ପୋଷ୍ୟପୁତ୍ର କରିଥିଲେ।ସବୁ ସ୍ନେହ ଶ୍ରଦ୍ଧା ତା ଉପରେ ଅଜାଡି ଦେଇଥିଲେ ସ୍ୱାମୀ ସ୍ତ୍ରୀ ଦୁଇଜଣ । ଭଲ ପଢୁଥିଲା,ଶାନ୍ତ ଶିଷ୍ଟ ବିଥିଲା। ହେଲେ କାଳ ର ବରାଦ ଅନ୍ୟ କିଛି ଥିଲା। ସନ୍ତାନ ସୁଖ ବେଶିଦିନ ଭୋଗିବାକୁ ସତେ ଯେମିତି ତାଙ୍କ ଭାଗ୍ୟ ରେ ନଥିଲା। ମାତ୍ର ଅଠର ବର୍ଷ ବୟସ ରେ ଏକ ସଡକ ଦୁର୍ଘଟଣା ରେ ସେ ଆରପାରି କୁ ଚାଲିଗଲା।ସେଇ ଦୁଃଖ ରେ ପତ୍ନୀ ବି ବେଶିଦିନ ରହିଲେନି।ଜିତେନ୍ଦ୍ର ଙ୍କୁ ନିଃସଙ୍ଗ କରି ସେ ବି ପୁଅ ପାଖକୁ ଚାଲିଗଲେ।ନିଜ ଦୁଃଖ କାହାଣୀ ସାମୀ ଦେବୀ ଙ୍କୁ ବଖାଣିବା ବେଳେ ଟୋପେ ବି ଲୁହ ଝରାଇ ନଥିଲେ ଜିତେନ୍ଦ୍ର। ଆଖିର ସବୁ ଲୁହ ବୋହିଯିବା ପରେ ଆଉ ବା କଣ ସେ ଝରାଇବେ?।

ସେଦିନ ପୁନେ ସହର ର ଏକ ନାମୀ ହୋଟେଲ ରେ ଆୟୋଜିତ ହୋଇଥିଲା ଏକ ଅଭିନବ ତଥା ବିରଳ ମେଳା ଯେଉଁଥିରେ ଅନେକ ନିସଙ୍ଗ ବୃଦ୍ଧା ଓ ବୃଦ୍ଧ ଭାଗ ନେଇ ନିଜ ନିଜର ଅବଶିଷ୍ଟ ଜୀବନ ପାଇଁ ଜୀବନସାଥୀ ବାଛିଥିଲେ। ବିନା ମୁଲ୍ୟ ଅମୁଲ୍ୟ ସେବା ନାମ ରେ ଥିବା ଏକ ପ୍ରମୁଖ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ସାଥୀଚୟନ ମେଳା।ପ୍ରାୟ ସତୁରି ରୁ ଉର୍ଦ୍ଧ ଜୀବନସାଥୀ ଙ୍କୁ ହରାଇଥିବା ବରିଷ୍ଠ ନାଗରିକମାନେ ଏଥିରେ ଯୋଗଦେଇଥିଲେ।ପାରିବାରିକ ସମ୍ମତି ଥିବା ଓ ମାସିକ କୋଡିଏ ହଜ଼ାର ଟଙ୍କା ରୁ ଅଧିକ ଆୟ ଥିବା ନିଃସଙ୍ଗ ବରିଷ୍ଠ ନାଗରିକ ମାନଙ୍କୁ ଏଥିରେ ଭାଗ ନେବାକୁ ସର୍ତ୍ତ ରଖାଯାଇଥିଲା।

ସାମୀ ପାଣ୍ଡ୍ୟା ଏ ସବୁ ସର୍ତ୍ତକୁ ପୁରଣ କରୁଥିଲେ।ସ୍ୱାମୀଙ୍କ ଦେହାନ୍ତ ପରେ ଫ୍ୟାମିଲି ପେନସନ ଓ ଘରଭଡା ମିଶି ତାଙ୍କର ମାସିକ ଆୟ 25 ହଜ଼ାର ରୁ ଅଧିକ ଥିଲା।ଗୋଟିଏ ବୋଲି ପୁଅ ଆମେରିକା ରେ ନାଗରିକତ୍ୱ ନେଇ ସାରିଛି।ତାର ଆଉ ଭାରତ କୁ ଫେରିବାର ନାହିଁ।ସେଠି ସେ ଜଣେ ପ୍ରବାସୀ ଭାରତୀୟ ଙ୍କ ଏକମାତ୍ର କନ୍ୟା କୁ ବିବାହ କରିସାରିଛି। ଏକ ମାତ୍ର ନାତୁଣୀ ନତାସା ଓରଫ ନିତୁ ହିଁ ଫୋନ ରେ ଜେଜେମା ଙ୍କ ସହ ରୋଜ କଥାବାର୍ତା କରେ, ଦୁଃଖସୁଖ ବୁଝେ,ତାଙ୍କ ନିସଙ୍ଗ ପଣ କୁ ଅନୁଭବିପାରେ।ଆମେରିକା ର ଏକ ବିଶ୍ୱବିଦ୍ୟାଳୟ ରେ ଦର୍ଶନ ଶାସ୍ତ୍ର ରେ ପୋଷ୍ଟ ଗ୍ରାଜୁଏଟ କରୁଥିବା ନିତୁ ହିଁ ଇଣ୍ଟରନେଟ ରୁ ବିନାମୂଲ୍ୟ ଅମୁଲ୍ୟସେବା ସଂସ୍ଥା ପକ୍ଷରୁ ଏପରି ସାଥି ଚୟନ ମେଳା ଆୟୋଜନ ହେଉଥିବା ଜାଣି ଜେଜେମାଆ କୁ କହି ସେଥିରେ ଭାଗ ନେବାକୁ ଅନୁରୋଧ କରିଥିଲା।ସାମୀ ଦେବୀ ତ ପ୍ରଥମେ ଏପରି ଏକ ଅପସଂସ୍କୃତି କୁ ବିରୋଧ କରିଥିଲେ, ହେଲେ ନିତୁ ର ବଳିଷ୍ଠ ଯୁକ୍ତି କୁ କାଟିପାରିନଥିଲେ। ଅବଶିଷ୍ଟ ଜୀବନ ଜିଇଁବା ପାଇଁ ଯେ ନିହାତି ସାଥିଟିଏ ଦରକାର ତାହା ଜେଜେମା କୁ ବୁଝାଇବାରେ ଶେଷରେ ସଫଳ ହୋଇଥିଲା ନିତୁ।ନିତୁ ଭଲଭାବେ ଜାଣିଥିଲା ଯେ ତା ଡାଡି କଦାପି ବି ଜେଜେ ମାଆ କୁ ଆମେରିକା ନେବେ ନାହିଁ କିମ୍ବା ଇଣ୍ଡିଆ ରେ ରହୁଥିବା ଜେଜେମାଆ ଙ୍କ ଭଲମନ୍ଦ ବୁଝିବେ ନାହିଁ। ଶେଷରେ ରାଜି ହୋଇଥିଲେ ସାଥି ଚୟନ ମେଳାରେ ଯୋଗ ଦେବାକୁ ସାମୀ ଦେବୀ।

ଉଭୟ ସାମୀ ପାଣ୍ଡ୍ୟା ଓ ଜିତେନ୍ଦ୍ର ଅଗ୍ରୱାଲ ଲିଭ ଇନ ରେ ଏକତ୍ର ରହିବାକୁ ସମ୍ମତି ପ୍ରଦାନ କରିବା ପରେ ଏଗ୍ରିମେଣ୍ଟ ପେପର ରେ ଦସ୍ତଖତ କରିଥିଲେ। ସେଦିନ ଲିଭ ଇନ ରିଲେସନ ରେ ରହିବ ପାଇଁ ସାତ ଯୋଡି ବରିଷ୍ଠ ନାଗରିକ ଏଗ୍ରିମେଣ୍ଟ ରେ ସାଇନ କରିଥିଲେ।

ସନ୍ଧ୍ୟା ରେ ସାମୀ ଦେବୀ, ଜିତେନ୍ଦ୍ର ଓ ନିତୁ ଏକ ରେସ୍ତୋରଂl ରେ ରାତ୍ରୀ ଭୋଜନ କରିଥିଲେ।ଗୋଟେ ଭଲଦିନ ଦେଖି ସେକେଣ୍ଡ ଇଂନିଂସ ଆରଂଭ କରିବାକୁ ଉଭୟ ସମ୍ମତି ପ୍ରଦାନ କରିବା ପରେ ନିଜେ ଜିତେନ୍ଦ୍ର ତାଙ୍କ କାର ରେ ନିତୁ ଓ ତା ଜେଜେ ମାଆ ଙ୍କୁ ସେମାନଙ୍କ ଘରେ ଛାଡ଼ି ଆସିଥିଲେ।

ତା ପର ଦିନ ନିତୁ ଆମେରିକା ଯିବାକୁ ପ୍ରସ୍ତୁତ ହୋଇଯାଇଥିଲା।ସେ ଖୁବ ଖୁସି ଥିଲା ଏଇଥି ପାଇଁ ଯେ ଅତି କମ ରେ ତା ଜେଜେ ମାଆ ଏବେ ଖୁସି ରେ ରହିପାରିବ। ନିଃସଙ୍ଗପଣ ରେ ସେ ଆଉ ଆକ୍ରାନ୍ତ ହେବ ନାହିଁ।

ଯିବା ବେଳେ ଜେଜେମାଆ କୁ କୁଣ୍ଢାଇ ପକାଇ ନିତୁ କହିଲା- ବେଷ୍ଟ ଅଫ ଲକ ଜେଜେମାଆ, କଂଗ୍ରଚୁଲେସନ। ନୂଆ ଜେଜେବାପା ଆସିଲାପରେ ମୋତେ ଜମା ଭୁଲିବନି।

ନିତୁ କୁ ବିଦାୟ ଦେଇ ସାମୀ ଦେବୀ ଘର ଭିତର କୁ ଆସି ସୋଫା ରେ ବସି ପଡିଲେ। ଦୀର୍ଘଶ୍ଵାସ ଟିଏ ବହାରିଆସିଲା ନିଜ ଅଜଣାତ ରେ।

ମୋବାଇଲ୍ ଫୋନ ରିଂ ହେଲା।ଫୋନ ଆଣି ଦେଖନ୍ତି ତ ସ୍କ୍ରିନ ରେ ଥିଲା ଜିତେନ୍ଦ୍ର ଙ୍କ ନାମ।

######


Rate this content
Log in

Similar oriya story from Inspirational