Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Others

3  

Rasmi Rekha Tripathy

Others

ନାରାୟଣ ସେବା

ନାରାୟଣ ସେବା

1 min
7.3K



ଆଶ୍ରମରେ ନାରାୟଣ ସେବା ହେଉଥିଲା l ପାଖାପାଖି 50 ଜଣ ଭିକାରୀ ଆସିଥିଲେ l ସେମାନଙ୍କୁ ଅନ୍ନ ଓ ବସ୍ତ୍ର ବଣ୍ଟାଯିବାର କାର୍ଯ୍ୟକ୍ରମ ଥିଲା l ଆଶ୍ରମର ନିଜ ଘର ନଥିବା ଯୋଗୁଁ ଗୋଟିଏ ଧର୍ମଶାଳାରେ ଏହି କାର୍ଯ୍ୟକ୍ରମ ବ୍ୟବସ୍ଥା ହୋଇଥିଲା l ସନ୍ନ୍ୟାସୀମାନେ ବି ଆସିଥିଲେ l ଧର୍ମଶାଳାରେ ବିରାଟ ଅଗଣାରେ ନିଜ ନିଜ ସ୍ଥାନ ଅକ୍ତିଆର କରି ବସିଥିଲେ ଭିକାରୀମାନେ l ହଠାତ୍ କାହୁଁ ଥିଲା ବର୍ଷା ଆସିଗଲା l ବରକୋଳିଆ ଟୋପା ପରି ଟପ୍ ଟପ୍ ପଡୁଥିଲା ବର୍ଷା

ପାଣି l ଏମିତି ଅଦିନ ମେଘ ପାଇଁ କେହି ବି ପ୍ରସ୍ତୁତ ନ ଥିଲେ l ତେଣୁ କିଛି ବିହିତ ପଦକ୍ଷେପ ନିଆ ଯାଇ ନ ଥିଲା l ହଠାତ୍ ଭିକାରୀମାନେ ସମସ୍ତେ ନିକଟସ୍ଥ ବାରଣ୍ଡାକୁ ଉଠି ଆସିଲେ l ଘୃଣାରେ କୁଞ୍ଚିତ ହୋଇଗଲା ସନ୍ନ୍ୟାସୀଙ୍କର ନାକ l ଏ ଆଡକୁ ଆସନି, ଏ ଆଡକୁ ଆସନି କହି ସେ ଏକରକମ ତଡିବାରେ ଲାଗିଲେ ଭିକାରୀମାନଙ୍କୁ l ଠାକୁରଙ୍କୁ ଭୋଗ ଲାଗିନି l ଭୋଗ ମାରା ହୋଇଯିବ l ନୀରବରେ ଦେଖୁଥିଲା ଦୀପା ଏ ସବୁ l ସନ୍ନ୍ୟାସୀ ତାକୁ ଲକ୍ଷ୍ୟ କରି କହିଲେ, ଏମାନେ ଏତେ ଅପରିଷ୍କାର ! ମନେ ମନେ ଭାବୁଥିଲା ଦୀପା, ଭୋଗ ଯଦି ମାରା ହୋଇଯିବ, ତେବେ ଏମାନେ ନାରାୟଣ ହେଲେ କେମିତି ? ଦ୍ୱିତୀୟରେ ସେମାନେ ଅପରିଷ୍କାର ହେଲେ ମଧ୍ୟ ବଞ୍ଚିବାର ଅଧିକାର ସେମାନଙ୍କର ଅଛି l ବର୍ଷାମାଡରୁ ନିଜକୁ ରକ୍ଷା କରିବାର ଅଧିକାର ସେମାନଙ୍କର ଅଛି l ପ୍ରତିବାଦ କରିବାକୁ ଚାହିଁ ମଧ୍ୟ ଦୀପା ପ୍ରତିବାଦ କରି ପାରୁ ନ ଥିଲା l ଚୁପଚାପ୍ ସମସ୍ତଙ୍କର ଅଜାଣତରେ ସେ ଜାଗାରୁ ଚାଲି ଆସି ଥିଲା l ବୋଉ କଥା ତାର ମନେ ପଡୁଥିଲା l ବୋଉ ସବୁବେଳେ କହେ, “ସବୁ କହିବୁ ଶୁଣିବି, କିନ୍ତୁ ସେ ବାବା ଫାବା କଥା ମୋତେ କେବେ କହିବୁ ନାହିଁ l ମୁଁ ଗେରୁଆ ବସ୍ତ୍ରରେ ବିଶ୍ୱାସ କରେନା l” 


Rate this content
Log in