Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Senapati

Inspirational

4.0  

Prasant Kumar Senapati

Inspirational

ସ୍ୱାଗତ

ସ୍ୱାଗତ

4 mins
14.7K


କଳ୍ପନା ରାତ୍ରୀ ଭୋଜନ କରିବା ପରେ ନାଇଟ୍ ସୁଟ୍ ପିନ୍ଧି ବେଡ୍ ରେ ନିଜ କ୍ଲାନ୍ତ ଶରୀରକୁ ଗଡାଇ ଦେଲା । ନିଜର ପୁରୁଣା ଅଭ୍ୟାସ ଅନୁସାରେ ସେ ଏକ ଉପନ୍ୟାସ ଖୋଲି ପଢିବା ମାତ୍ରେ ମୋବାଇଲରେ ଏକ ମେସେଜ୍ ଆସିଲା । ସେ ମେସେଜ୍ ଖୋଲି ପଢିଲା । ଆଜି ଆମେ ଦୁହେଁ ଦିନ ତମାମ ସାଙ୍ଗ ହୋଇ ବୁଲିଲେ, ମଧ୍ୟାହ୍ନ ଭୋଜନ କଲେ ଓ ନୂଆ ନୂଆ ସ୍ଥାନ ଦେଖି ସୋନ୍ଦର୍ଯ୍ୟର ମଜ୍ଜା ନେଲେ । ମୁଁ ଜାଣେ କଳ୍ପନା ମୋ ସହିତ ସାରା ଦିନ କାଟିବା ପରେ ତୁମକୁ ବି ବହୁତ ଖୁସି ଥିଲେ । ସେହିପରି ଗୋଟିଏ ଶଯ୍ୟାରେ ରାତ୍ରୀ ଯାପନ କଲେ ଅନେକ ଖୁସି ଆମ ଦୁହିଁକୁ ମିଳି ପାରିବ । ମୁଁ ତୁମ ଅପେକ୍ଷାରେ ଅଛି ।

ସେ କିଛିଦିନ ପୁର୍ବରୁ ଏକ କମ୍ପାନିରେ ନୂଆ କରି ଚାକିରି କରିଥିଲା । ଜଣେ ବରିଷ୍ଠ ଅଫିସରଙ୍କ ସହିତ କମ୍ପାନି କାମରେ ସେ ଏକ ଦୂର ସହରକୁ ଆସିଥିଲା । ଦିନ ତମାମ କମ୍ପାନି କାମ ସାରିବା ପରେ ଦୁହେଁ ରାତ୍ରୀ ଯାପନ ପାଇଁ ଏକ ବଡ ହୋଟେଲରେ ଅଲଗା ଅଲଗା ଦୁଇଟି ରୁମ୍ ନେଇଥିଲେ । ଏପରି ଏକ ବାଜେ ମେସେଜ୍ ଜଣେ ବରିଷ୍ଠ ଅଫିସରଙ୍କ ଠାରୁ ପାଇବା ପରେ ସେ ବହୁତ ବିରକ୍ତି ଅନୁଭବ କଲା । ସେ କିଛି ମୁହୁର୍ତ୍ତ ଚିନ୍ତା କରିବା ପରେ ନିଷ୍ପତ୍ତି ନେଲା ଏପରି ଲୋକଙ୍କୁ ଦଣ୍ଡ ମିଳିବା ଉଚିତ୍ । ସେ ବରିଷ୍ଠ ଅଫିସର ବିରୁଦ୍ଧରେ ଅଭିଯୋଗ କରିବା ପାଇଁ ଏମ.ଡିଙ୍କ ନମ୍ବର ଖୋଜିଲା । ଠିକ୍ ଏହି ସମୟରେ ଆଉଏକ ମେସେଜ୍ ଆସିଲା । ମୋ ବିରୁଦ୍ଧରେ ଅଭିଯୋଗ କରିବ ଭାବୁଛ କି ? ତୁମେ ଯାହା ପାଖରେ ବି ଅଭିଯୋଗ କର, ସେ ବି ତୁମ ପାଖରେ ଏମିତି ଏକ ଇଚ୍ଛା ପୁରଣ କରିବାକୁ ନିବେଦନ କରିବ । ତୁମ ପରି ସୁନ୍ଦରି ଝିଅ ମାନଙ୍କୁ କମ୍ପାନି କାମରେ ଦୂର ସହରକୁ ପଠାଇବା ଏକ ବାହାନା ମାତ୍ର । ଏମ.ଡି ଜାଣି ଜାଣି ପଠାନ୍ତି, କାରଣ ଦିନ ତମାମ୍ ଆମେ ତାଙ୍କ କମ୍ପାନିର କାମ ସୁଚାରୁ ରୁପେ କରିବା ପରେ ରାତ୍ରି ଯାପନ ପାଇଁ ଅନ୍ୟତ୍ର କେଉଁଠି ସୁନ୍ଦରି ଖୋଜିବାକୁ ପଡିବ ନାହିଁ । ତେଣୁ ତୁମେ ଯଦି ଭାବୁଥାଅ ଏମ.ଡି ନିକଟରେ ମୋର ଅଭିଯୋଗ କରିବ, ତେବେ ମୋର କିଛି କହିବାର ନାହିଁ । ଏହା ନିଶ୍ଚିତ ଯେ ତୁମର ସବୁ ଚେଷ୍ଟା ନିଷ୍ଫଳ ହେବ । ଆଉ ଏକ କଥା ତୁମେ ଏତେ ସୁନ୍ଦର ଯେ ତୁମ ସମ୍ପର୍କରେ ଯିଏ ଆସିବ, ଏହିପରି ଭାବନା ଆସିବ । ତୁମେ ଚିଜ୍ ସେମିତି ଅଟ । ଖାଲି ମଖନ ।

ମୁଁ ଚିଜ୍ ଅଟେ, ମୁଁ ବସ୍ତୁ ? କଳ୍ପନାର ରାଗ ପଞ୍ଚମକୁ ଉଠିଗଲା । ମୋତେ ଲାଗୁଛି ତାର କୌଣସି ଓଡିଆ ଘର ଝିଅ ସହିତ ସାମନା ସାମନି ହୋଇନାହିଁ । ତାର ରାଗ ଆକାଶକୁ ଛୁଉଁଥିଲା ।

ପୁଣିଥରେ ମେସେଜ୍ ଆସିଲା । ଯେଉଁ ହାତକୁ ଛୁଇଁଲେ ଖୁସି ମିଳେ, ସେ ହାତରୁ ଚାପୁଡା ଖାଇଲେ ବି ସେତିକି ମଜ୍ଜା ଆସିବ । ତେଣୁ ମୁଁ ତୁମ ପ୍ରତିକ୍ଷାରେ ଅଛି । ସେ ମନେ ମନେ ଭାବିଲା କେତେ ସାହସ ଦେଖ, ମୋର ପ୍ରତିକ୍ଷା ବି କରୁଛି । ପୁନଶ୍ଚ ଭାବନା ଆସିଲା ଯଦି ସେ ମୋ ରୁମ୍ କୁ ଚାଲିଆସେ ?

ଭୟ କରିବାର କଣ ଅଛି । ସେ ମନକୁ ମନ ନିଜକୁ ସ୍ବାଭବିକ ଅବସ୍ଥାରେ ରଖିବାକୁ ଚେଷ୍ଟା କଲା । ଏହା ଏକ ନାମୀ ଦାମୀ ହୋଟେଲ୍ । ଏଠାରେ ସେ ଏପରି ସାହସ କରି ପାରିବ ନାହିଁ । ସେ ଏହି ଭାବନା ନେଇ ନିଜକୁ ସ୍ବାଭବିକ ଅବସ୍ଥାକୁ ଆଣିବାକୁ ଚେଷ୍ଟା କରୁଥିବା ସମୟରେ କଲିଂ ବେଲ୍ ବାଜିଲା । ସେ ଭାବିଲା ଓ୍ବେଟର ହୋଇଥିବ, କାହିଁକିନା କିଛି ସମୟ ପୁର୍ବରୁ ଚା ପାଇଁ ଅର୍ଡର ଦେଇଥିଲା । ସେ ଦ୍ବାର ଖୋଲିବା ମାତ୍ରେ ସାମନାରେ ବରିଷ୍ଠ ଅଫିସର ଠିଆ ହୋଇଥିଲେ । ଅଫିସର ଭିତରକୁ ଆସି ସିଧା ବେଡ୍ ଉପରେ ବସିବା ପରେ ନରମ ଗଦିକୁ ଉଣ୍ଡାଳି ଉଣ୍ଡାଳି ଏକ ଭବିଷ୍ୟତର ମଜ୍ଜାରେ ହଜିଗଲେ । କଳ୍ପନା ବି କିଛି କହିଲା ନାହିଁ । କଳ୍ପନା ପାଖକୁ ଯାଇ କହିଲା ସାର୍ ଆପଣ ଚେୟାର ଉପରେ ଆରାମରେ ବସନ୍ତୁ । ନାହିଁ, ନାହିଁ ମୁଁ ଏଠାରେ ଠିକ୍ ଅଛି । ଅଫିସର ନିଜ ମନ୍ତବ୍ୟ ରଖିଲେ । ସାର୍ ଏବେ ଓ୍ବେଟର ଚା ନେଇ ଆସିବ । ଆପଣଙ୍କୁ ମୋ ବେଡ୍ ଉପରେ ଦେଖି କଣ ଭାବିବ ସେ ? କଳ୍ପନା ନିଜ ହୃଦୟର କଥା କହିଲା । କିଛି ହେବ ନାହିଁ, ଏମାନେ ସବୁ ମୋର ଚିହ୍ନା ଓ ମୋତ ବହୁତଥର ସୁନ୍ଦରି ଝିଅମାନଙ୍କ ବେଡ୍ ରେ ଦେଖିଛନ୍ତି । ତୁମେ କିଛି ନଭାବି ନିଶ୍ଚିନ୍ତ ରୁହ ।

ଇତିମଧ୍ୟରେ ଓ୍ବେଟର ଆସି କଲିଂ ବେଲ୍ ମାରିଲା । କଳ୍ପନା ଇଏସ୍ କହିବା ମାତ୍ରେ ଓ୍ବେଟର ଭିତରକୁ ଆସି ଚା ପ୍ରସ୍ତୁତ୍ କରିବ କି ନାହିଁ ଅନୁମତି ମାଗିଲା ଏବଂ ହଁ ଉତ୍ତର ପାଇବା ପରେ ସେ ଚା ପ୍ରସ୍ତୁତ୍ ରେ ଲାଗିଗଲା ।
କଳ୍ପନା ପୁନଶ୍ଚ କହିଲା ସାର୍ ଆପଣ ଚେୟାରକୁ ଆସନ୍ତୁ ଆରାମରେ ଚା ପିଇ ପାରିବେ । ଅଫିସର ବି ବେଡ୍ ରୁ ଉଠିଆସି ଚେୟାର ଉପରେ ବସି ପଡିଲେ । ଓ୍ବେଟର ଚା ପ୍ରସ୍ତୁତ୍ ସାରି ଅଫିସରଙ୍କ ହାତକୁ ଚା କପ୍ ବଢାଇବା ସମୟରେ କଳ୍ପନା ନିଜର ସମସ୍ତ ଶକ୍ତି ଖଟାଇ ଦୁଇ ଚଟକଣି ଅଫିସରର ଦୁଇ ଗାଲରେ କଷିଦେଲା ଏବଂ କହିଲା ଗେଟ୍ ଆଉଟ୍ ଫ୍ରମ୍ ମାଇ ରୁମ୍ । ଗୋଟିଏ ମୁହୁର୍ତ୍ତ ନିଜକୁ ସ୍ବାଭବିକ କରି କହିଲା ଏହପରି ସ୍ବାଗତ ମୁଁ ଦରଜା ଖୋଲିବା ସମୟରେ ବି କରି ପାରିଥାନ୍ତି । କିନ୍ତୁ ମୋତେ ଲାଗିଲା ଏ ହୋଟେଲ୍ ରେ ସମସ୍ତେ ଆପଣଙ୍କୁ ଜାଣନ୍ତି, ସେମାନେ ବି ଜାଣିବା ଦରକାର ମୋ ଚଟକଣି ତୁମକୁ କିପରି ଲାଗିଲା । ଏହା ଭିତରେ ଅଫିସର ଅପମାନ ହୋଇ ଚାଲି ଯାଇଥିଲେ । କଳ୍ପନା ନିଜ ମନକୁ ଶାନ୍ତ କରି ପୁନଃ ଶୋଇବାର ପ୍ରୟାସ କଲା ।


ନାରୀ କୌଣସି ଉପଭୋଗ୍ୟ ବସ୍ତୁ ନୁହେଁ । । ଏପରି ନଜରରେ ଦେଖୁଥିବା ଲୋକମାନଙ୍କୁ ବି ଠିକ୍ ଏହିପରି ଶିକ୍ଷା ମିଳିବା ଉଚିତ୍ ।


Rate this content
Log in

Similar oriya story from Inspirational