Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Children Inspirational

2  

ଓଡ଼ିଆ ଗଳ୍ପ ଓ କବିତା - ୧

Children Inspirational

ଠକ

ଠକ

3 mins
7.5K


ପୃଥି୍ବୀର ଲୋକକଥା

ପଣ୍ଡିଚେରୀ ଲୋକକଥା (1)

ଠକ

ସୂର୍ଯ୍ୟ ଅସ୍ତ ହୋଇଗଲା l ଦିନକର କାମ ସରିଗଲା l ରାଜାଙ୍କର ଭୃତ୍ୟ ହରିଣ ଦିନବେଳେ ଶସ୍ୟକ୍ଷେତ୍ରରେ ଜାଳବୁହା କାମ କରିସାରିଲା ପରେ ପାଖ ଝରଣାରେ ଧୋଇଧାଇ ହୋଇ ସଫାହେଲା l ପବିତ୍ର ଭସ୍ମ ମୁଣ୍ଡ ଓ ଦେହରେ ବୋଳି ହେଲା l ତା’ପରେ ରାଜ ଉଆସରେ

ପହଞ୍ଚିଲା l କାମର ଗତି ବିଷୟରେ ରାଜାଙ୍କୁ ସେ ଜଣାଇଲା l ରାଜା ତା’ ଉପରେ ସନ୍ତୁଷ୍ଟ l ଗୋଟିଏ ପାତ୍ରରେ ରାଜା ତାକୁ କିଛି ଜାଉ ଦେଲେ l



ତା’ର ଅଧଘଣ୍ଟା ପରେ କୋକିଶିଆଳିଟିଏ ଆସିଲା l ସେତେବେଳକୁ ସେ ଧଇଁସଇଁ ହେଉଥାଏ l ଦେହଯାକ ତା’ର ପଙ୍କ ଲାଗିଥାଏ l ସେ ହାଲିଆ ଜଣା ପଡୁଥାଏ l ରାଜା ସବୁବେଳେ କର୍ମଠ ଲୋକଙ୍କ ପ୍ରତି ଶ୍ରଦ୍ଧାଳୁ l ସେଥିପାଇଁ କୋକିଶିଆଳି ପ୍ରତି ତାଙ୍କର ଦୟା ହେଲା l ତା’ର କାମ ପାଇଁ ସେ ତା’ର ପିଠିକୁ ଥାପୁଡାଇଲେ l କହିଲେ – “ତୁମକୁ ଯେଉଁ କାମ ଦିଆ ହୋଇଛି ତାହାକୁ ତୁମେ ଅତି ନିଷ୍ଠାର ସହ କରୁଛ l ସେଥିପାଇଁ ମୁଁ ତୁମ ଉପରେ ଭାରି ଖୁସି l ମିନିଟିଏ ବିଶ୍ରାମ ନ ନେଇ ତମେ ଦିନ ତମାମ କାମ କରୁଛ l ତମର କର୍ଦ୍ଦମାକ୍ତ ଶରୀର ଏହାର ଚାକ୍ଷୁଷ ପ୍ରମାଣ l ସେ ମେଣ୍ଢାମାଂସ ଓ ସ୍ୱାଦୁ ଖାଦ୍ୟ କୋକିଶିଆଳିକୁ ଦେଲେ l ” ଉଭୟ ଯେ ଯାହାର ବିଶ୍ରାମକୁ ଗଲେ l


ହରିଣଟି ସଚ୍ଚୋଟ l ରାଜାଙ୍କର ପକ୍ଷପାତିତା ବ୍ୟବହାରରେ ସେ ଦୁଃଖିତ l ସେ ମନେ ମନେ ଖାଲି ଗୁଣି ହେଲା – “ଭୋରରୁ ସଦ୍ଧ୍ୟା ପର୍ଯ୍ୟନ୍ତ ବିଶ୍ରାମ ଟିକେ ନନେଇ ସେ କ୍ଷେତରେ କାମ କରେ l ଏତେ କଠିନ ପରିଶ୍ରମ କରିବା ଫଳରେ ପୁରସ୍କାର ମିଳିଲା ଗୋଟେ ଛୋଟ ହାଣ୍ଡି ଜାଉ l କିନ୍ତୁ ଧୂର୍ତ୍ତ କୋକିଶିଆଳି ଦିନଯାକ ମଜା କଲା l କଙ୍କଡା , ମାଛ ଧରିବା ପାଇଁ ସନ୍ତସନ୍ତିଆ ଜାଗାରେ ଘାଣ୍ଟିହେଲା l ତାକୁ ମିଳିଲା ମାଂସ ଓ ସ୍ୱାଦିଷ୍ଟ ଖାଦ୍ୟ l ଏହା କଣ ନ୍ୟାୟ ? ହେ ଭଗବାନ, କେହି କ’ଣ ଏହି ଅନ୍ୟାୟର ପ୍ରତିବାଦ କରିବାକୁ ନାହାନ୍ତି ?

ରାଜାଙ୍କୁ ସିଧା କହିବାପାଇଁ ହରିଣର ସାହସ ନଥିଲା l ସାହସୀ କୋକିଶିଆଳିଟି ବିଚାରା ହରିଣ ବିନିମୟରେ ବେଶ ଖୁସିରେ ଜୀବନ କଟାଇଲା l

ଦିନେ ସଂଧ୍ୟାବେଳେ ରାଜା ଛଦ୍ମବେଶରେ ଶସ୍ୟ କିଆରୀ ବାଟ ଦେଇଗଲେ l ସେ ଦେଖିଲେ - ହରିଣଟି ଖୁବ୍ ଖଟୁଛି l ଗୋଟିଏ ମିନିଟ୍ ମଧ୍ୟ ଅପବ୍ୟୟ କରୁନାହିଁ l ଏହା ଦେଖି ରାଜା ଅତ୍ୟନ୍ତ ଆନନ୍ଦ ଓ ବିସ୍ମିତ l ରାଜା କୋକିଶିଆଳିକୁ ଖୋଜି ବୁଲିଲେ l ଧୂର୍ତ୍ତ ତାକୁ ଟିକେ ପଶୁଟିକୁ ମିଳିଲା ନାହିଁ l ରାଜା ଚାରିଆଡକୁ ଆଖି ପକାଇଲେ l ଦେଖିଲେ - କୋକିଶିଆଳିଟି କଙ୍କଡା ଉପରକୁ ଡେଇଁ ତାକୁ ଧରି ଖାଇବାରେ ବ୍ୟସ୍ତ l ଏହା ଦେଖି ସେ ଆଶ୍ଚର୍ଯ୍ୟ ଓ ବିସ୍ମିତ l

ରାଜା ଠିଆ ହୋଇ ସମସ୍ତ ନାଟକକୁ ଦେଖିଲେ l ସନ୍ଧ୍ୟା ଆସି ହେଲା l ହରିଣଟି ଧୁଆଧୋଇ ହୋଇ ପରିଷ୍କାର ହେଲା l ମୁଣ୍ଡରେ ଦେହରେ ବିଭୂତି ଲଗାଇଲା l ଧୀରେ ଧୀରେ ଚାଲି ଚାଲି ରାଜ ଉଆସକୁ ଗଲା l କୋକିଶିଆଳିଟି କଙ୍କଡା ଓ ମାଛରୁ ପେଟେ ଖାଇଲା l ତାପରେ ପଙ୍କରେ ସେ ଗଡିଲା l ଦେହଯାକ ପଙ୍କ ଲାଗିଯିବା ପରେ ସେ ଉଆସକୁ ଦୌଡିଲା l

କୋକିଶିଆଳିର ଠକାମୀ ଦେଖି ରାଜା ଖୁବ୍ ରାଗିଯାଇଥିଲେ l ସାଧୁ, ସଚ୍ଚୋଟ କର୍ମଠ ହରିଣ ପ୍ରତି ଯାହା ବ୍ୟବହାର କରାଯାଇଛି, ସେଥିପାଇଁ ସେ ଦୁଃଖିତ l ସେ ସ୍ଥିର କଲେ, ଯେ କୋକିଶିଆଳିକୁ ଦଣ୍ଡ ଦେବେ l ଫଳରେ ତାକୁ ଏକ ଉଚିତ୍ ଶିକ୍ଷା ମିଳିଯିବ l

ପରଦିନ ରାଜା ଛଦ୍ମ ଭାବରେ ଗୋଟିଏ ଭିକ୍ଷୁ ବେଶ ହେଲେ l ସାଥୀରେ ଭଲ ଭଲ ଖାଦ୍ୟ ଓ ଓଜନଦାର ପଥର ନେଇଗଲେ l ସେ ଶସ୍ୟକ୍ଷେତ ପାଖରେ ଗୋଟିଏ ବିରାଟ ବରଗଛ l ସେ ସେଇ ଗଛରେ ଚଢିଲେ l ଯେଉଁ ଡାଳ ଶସ୍ୟକ୍ଷେତ୍ରକୁ ଓହଳିଛି, ତାର ଘନ ପତ୍ର ଭିତରେ ଲୁଚି ବସିଲେ l

ହରିଣଟି କାମ କରି କରି ହାଲିଆ l ସେ ଗଛର ଛାଇରେ ଟିକିଏ ବିଶ୍ରାମ ନେବା ପାଇଁ ଆସିଲା l ତା’ର ବାସ୍ନାରେ ସେ ଆକର୍ଷିତ l ସେ ପୁଟୁଳା ପାଖକୁ ଗଲା l ତାକୁ ଖୋଲି ଦେଖିଲା, ସେଥିରେ ଭଲ ଖାଦ୍ୟ ଅଛି l ତାକୁ ଖାଇ ସେ ଆନନ୍ଦ ଉପଭୋଗ ଗଲା l

ଦୂରରୁ କୋକିଶିଆଳିଟି ହରିଣ ଖାଉଥିବାର ଦେଖିଲା l ସେ ତା’ ପାଖକୁ ଧାଇଁଆସିଲା l ପଚାରିଲା - “ଏ ବଢିଆ ଖାଦ୍ୟ ତୁ କେଉଁଠୁ ପାଇଲୁ ? ଏହାର ବାସ୍ନା ଆକର୍ଷଣୀୟ l ସେଥିପାଇଁ ମୁଁ ଧାଇଁ ଆସିଲି l ”

ହରିଣଟି ହେଳା ନ କରି ଉତ୍ତର ଦେଲା - “ଏହା ମୋର ଭାଗ୍ୟ l ମୁଁ ଏଠାକୁ ଶୋଇବାକୁ ଆସିଲି l ଚାରିକାତ ଲମ୍ବାଇ ହାଇ ମାରିଲି l ଉପରୁ ଖାଦ୍ୟ ପଡିଲା l ”

ଏ କଥା ଶୁଣି କୋକିଶିଆଳିଟି ବେଶ୍ ଖୁସି l ସେ ନିଜକୁ କହିଲା- “ଏହା ତ ଭାରି ସହଜ କଥା l ଯଦି ବିଚାରା ନିର୍ବୋଧ ହରିଣ ଏପରି ଭଲ ଖାଦ୍ୟ ପାଇପାରେ, ମତେ ପ୍ରଚୁର ଖାଦ୍ୟ ମିଳିବାରେ କିଛି ସନ୍ଦେହ ନାହିଁ l ତା’ପରେ କୋକିଶିଆଳିଟି ତା’ର ଚାରିକାତ ଲମ୍ବାଇ ଦେଲା l ହାଇ ମାରିଲା l ସେ ଦେଖିଲା - ଉପରେ ରାଜା ବସିଛନ୍ତି l ମୁହଁ ତାଙ୍କର ରାଗରେ ଲାଲ l ତମ ତମ l ଏହା ତା’ ମନକୁ ଅଶେଷ ଧକ୍କା ଦେଲା l ରାଜା ତାକୁ ଲକ୍ଷ୍ୟ କରି

ଉପରୁ ପଥର ଫିଙ୍ଗିବାକୁ ବାହାରିଲେ l ସେ ଚମକି ପଡିଲା l ଜୀବନ ବିକଳରେ ଡେଇଁ ପଡି ପଳାଇବାକୁ ବାହାରିଲା l ରାଜା ଠାରୁ ଅଧିକ ପ୍ରଖର l ସେ ଏପରି ଭାବରେ ପଥରଟି ପକେଇଲେ ଯେ, ତାହା କୋକିଶିଆଳିଟି ଉପରେ ପଡିଲା l ତା’ର ମାଢି ଓ ଦାନ୍ତ ଭାଙ୍ଗିଗଲା l ପ୍ରଚୁର ରକ୍ତସ୍ରାବ ହେଲା l ସେ ଜୀବନ ବିକଳରେ ଦୌଡିଲା l

ଲକ୍ଷ୍ମୀଧର ମହାନ୍ତି

ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତି



Rate this content
Log in

Similar oriya story from Children