Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଶୀତ ରାତି ଓ ପାଗଳୀ ବୁଢ଼ୀ
ଶୀତ ରାତି ଓ ପାଗଳୀ ବୁଢ଼ୀ
★★★★★

© Prasant Kumar Nath

Inspirational Abstract Others

3 Minutes   14.0K    11


Content Ranking

ସେଦିନ ଆମର ଅନୁଷ୍ଠାନ ତରଫରୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଥିଲା । ପ୍ରତିବର୍ଷ ନିରାଶ୍ରୟ ଓ ଗରିବ ମାନଙ୍କୁ ଆମ ଅନୁଷ୍ଠାନ ତରଫରୁ କମ୍ବଳ ବଣ୍ଟନ କରା ଯାଇଥାଏ । ଆମେ ଠିକ୍ କରିଥିଲୁ ଯେ ରେଳ ଷ୍ଟେସନ ଆଉ ବସ ଷ୍ଟପ ରେ ରାତ୍ରି ଯାପନ କରୁଥିବା ଗରିବ ମାନଙ୍କୁ କମ୍ବଳ ଦେବା ପାଇଁ । ତେଣୁ ଆମେ ଏହି ପ୍ରୋଗ୍ରାମଟିକୁ ରାତିରେ ରଖିଥିଲୁ ଯାହାଦ୍ୱାରା ଏମାନଙ୍କୁ ପାଇବାକୁ ଆମକୁ ସହଜ ହେବ । ଆମେ ରାତ୍ରି ପ୍ରାୟ ୧୦ ଟା ବେଳେ ଷ୍ଟେସନ ରେ ପହଞ୍ଚିଲୁ । ଆଉ ଗରିବ ମାନଙ୍କୁ କମ୍ବଳ ପ୍ରଦାନ କଲୁ । ସେମାନଙ୍କ ଖୁସି ଦେଖି ବହୁତ ଆନନ୍ଦ ଲାଗୁଥାଏ । ଆଉ ସେମାନେ ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ ବୋଲି ଯେଉଁ କଥା ପଦେ କହୁଥାନ୍ତି ସେତିକି ଶୁଣିଲା ପରେ ଲାଗୁଥାଏ ଯେମିତି ଏହି ମାନେ ହି ପ୍ରକୃତରେ ଭଗବାନ । ଭଗବାନଙ୍କୁ କେବେ ଦେଖିନି କିନ୍ତୁ ଏମାନଙ୍କ ଆଶୀର୍ବାଦର ହାତ ଦେଖି ଲାଗୁଥିଲା ସତରେ ଯେମିତିି ଭଗବାନଙ୍କ ଠାରୁ ଆଶୀର୍ବାଦ ପାଉଛି ।

   କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ସରିଲା ବେଳକୁ ରାତି ୧୨ । ବାଇକ ରେ ଘରକୁ ଫେରିଲି । ଫେରିବା ବାଟରେ ଦେଖିଲି ଗୋଟାଏ ପାର୍କ ସମ୍ମୁଖରେ ତିଆରି ହୋଇଥିବା ସିମେଣ୍ଟ ଚେୟାର ଉପରେ ଧାଡି ହୋଇ ବହୁତ ଗୁଡିଏ ଲୋକ ଶୋଇଥାନ୍ତି । ଯେଉଁମାନେ ଦିନସାରା ଗଳି ଗଳି ବୁଲି ଜରି,ବୋତଲ ଗୋଟାଉଥାନ୍ତି ସେହିମାନେ । ତାଙ୍କ ଭିତରେ ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ପ୍ରାୟ ସବୁ ବର୍ଗର ଲୋକ ଥିଲେ । ପ୍ରବଳ ଶୀତ ହେଉଥାଏ ସମସ୍ତେ କୁଙ୍କୁରି କାଙ୍କୁରି ହୋଇ ହାତଗୋଡ଼ ଜାକି ଶୋଇଥାନ୍ତି । ସେମାନଙ୍କ ଦେହ ଶୀତରେ ଥରି ଯାଉଥାଏ । 

  ମୁ ସବୁଦିନ ସେହି ରାସ୍ତା ଦେଇ ଯାଇଥାଏ କିନ୍ତୁ କେବେ ରାତିରେ ଯାଇନି । ଅବଶ୍ୟ ଦିନରେ ଅଖା ଖଣ୍ଡେ ଧରି ତାର ଆଖପାଖରେ ଜରି ଗୋଟାଇଥିବା ଲୋକ ମାନଙ୍କୁ ଦେଖିଛି । ପାର୍କକୁ ଅନେକ ଶିକ୍ଷିତ ଲୋକ ମାନେ ଆସନ୍ତି ।ସେମାନଙ୍କ ଭିତରେ ଅନେକ ପ୍ରେମୀ ଯୁଗଳ ମଧ୍ୟ ଥାଆନ୍ତି । ଆସନ୍ତି ବୁଲନ୍ତି ହସ ଖୁସି ହୁଅନ୍ତି,କୁରକୁରେ, ଚିପ୍ସ ଖାଆନ୍ତି । ପାଣି ପିଅନ୍ତି ଆଉ ସେହି ଜରି ଆଉ ବୋତଲକୁ ଏତେ ତେଣେ ଫିଙ୍ଗି ଦିଅନ୍ତି ଯାହାକୁ ଏହି ମାନେ ହି ସଫା କରିଥାନ୍ତି । କିନ୍ତୁ କେବେ ରାତିରେ ସେପଟେ ଯାଇନି । ତେଣୁ ସେମାନଙ୍କ ରାତ୍ରିଯାପନ ପ୍ରଥମ ଥର ପାଇଁ ଦେଖୁଛି । ମୋତେ ପ୍ରବଳ ଶୀତ ହେଉଥାଏ ହାତ ଦୁଇଟା ଖିଲି ମାରି ଯାଉଥାଏ । ଜକେଟ ପିନ୍ଧି ମଧ୍ୟ ମୋ ଦେହ ଯେମିତି ବରଫ ପାଲଟି ଯାଉଥିଲା । କିନ୍ତୁ ସେମାନଙ୍କୁ ଦେଖି ଟିକେ ଅଟକି ଗଲି ।

  ଆଉ ଦୂରରୁ ଥାଇ ଲକ୍ଷ କଲି ସେଠାରେ ଥିବା ଜଣେ ପାଗିଳୀ ବୁଢ଼ୀକୁ । ପାଗିଳୀ ପାଖରେ ଥିଲା ଗୋଟେ ଛିଣ୍ଡା ବ୍ୟାଗ୍ । ଆଉ ସେହି ବ୍ୟାଗରେ କିଛି ଅସନା ଆଉ ଅଡୁଆ ଲୁଗାପଟା । ପାଗିଳୀ କିଏବା କାହିଁ ସଫା କରିଦେବ । ତାପରେ ପାଗିଳୀ କାହୁଁ ବୁଝିବ ସଫା ଅସନା ବିଷୟରେ । ନା ସଫା ଜିନିଷକୁ ସଫା ରଖିଲା ପରି ମାନସିକତା ଅଛି ତାପାଖରେ । କିନ୍ତୁ ତା ପାଖରେ ମୁଁ ଯେଉଁ ମଣିଷ ପଣଆ ଦେଖିଲି ତାହା ଆମ ପରି ସଭ୍ୟ ବା ନିଜକୁ ବଡ ବୋଲାଉଥିବା ଲୋକ ମାନଙ୍କ ଠାରୁ କହି କେତେ ଉର୍ଦ୍ଧରେ ।

  ବ୍ୟାଗରୁ ଗୋଟେ ପରେ ଗୋଟେ ଶାଢ଼ୀ,ବେଡ଼ସିଟ, ଜାମା ପଟା, ଯାହା ମିଳୁଥାଏ କାଢି ଜଣଙ୍କ ପରେ ଜଣକ ଉପରେ ନେଇ ଘୋଡେଇ ଦେଉଥାଏ । ସମସ୍ତଙ୍କୁ ଘୋଡେଇ ସରିଲା ପରେ ଦେଖିଲା ଗୋଟେ ୧୨/୧୪ ବର୍ଷର ପିଲାଟେ ରହି ଯାଇଛି । ପାଗିଳି ବ୍ୟାଗଟିକୁ ଓଲଟେଇ ଝଡ଼ିଦେଲା ବ୍ୟାଗ୍ ଭିତରେ ଆଉ କିଛି ନଥିଲା । ଏପଟ ସେପଟ ସବୁ ଆଡକୁ ଚାହିଁଲା । ଶେଷରେ ନିଜେ ପିନ୍ଧିଥିବା ଶାଢୀ ଟିକୁ ଓହ୍ଲେଇ ସେହି ପିଲାଟିକୁ ଘୋଡେଇଦେଲା । ଆଉ ନିଜେ ଗୋଟାଏ କଣକୁ ଯାଇ ଜାକିଜୁକି ହୋଇ ବସିଗଲା । 

  କେଜାଣି କାହିଁକି ମୋ ନିଜ ଅଜାଣତରେ ମୋର ଆଖିରୁ ଝରିଗଲା କେଇ ବୁନ୍ଦା ଲୁହ । ଭାବିଲି ସେହି ପାଗିଳୀଟି ନିଶ୍ଚୟ ଗୋଟେ ମା’ ହେଇଥିବ । ଆଉ କିଏ ତାକୁ ପାଗିଳୀ ବୋଲି କହିବ ? ଯେଉଁଠି ଆଜିର ସମାଜ ନିଜ ନିଜ ସ୍ୱାର୍ଥରେ ବୁଡି ରହୁଛନ୍ତି । ସେମାନଙ୍କ ଠାରୁ ଏ ପାଗିଳିର ସ୍ଥାନ କାହିଁ କେତେ ଉର୍ଦ୍ଧରେ । 

  ଭାବିଲି ଭଗବାନ ଏମାନଙ୍କୁ ସାହାଯ୍ୟ କରିବାକୁ ତାକୁ ପାଗିଳି କରିଛନ୍ତି । ନା ପ୍ରକୃତରେ ସିଏ ପାଗଳୀ ରୂପରେ ଭଗବାନ ?

ପାଗଳୀ ବୁଢୀ ଶୀତ କମ୍ବଳ

Rate the content


Originality
Flow
Language
Cover design

Comments

Post

Some text some message..