Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Senapati

Others

3.5  

Prasant Kumar Senapati

Others

ସକରାତ୍ମକ ଓ ନକରାତ୍ମକ

ସକରାତ୍ମକ ଓ ନକରାତ୍ମକ

2 mins
21.4K


ସକରାତ୍ମକ ଓ ନକରାତ୍ମକ-: ଏକ ବିଶ୍ଳେଷଣ

 

ଜଣେ ମହିଳା ବହୁତ ଚିନ୍ତାରେ ଥିଲେ କି, ଆସନ୍ତାକାଲି ତାଙ୍କୁ ନିଶ୍ଚିତ ରୁପେ ଆୟକର ଜମା କରିବାକୁ ପଡିବ । ଏଥି ସହିତ ଘର'ର ସମସ୍ତ କାମ କାର୍ଯ୍ୟ ଓ ପିଲାମାନଙ୍କ କଥା ବୁଝିବାକୁ ହେବ ଏବଂ ଆସନ୍ତାକାଲି କୌଣସି ଏକ ପର୍ବ ଥିବାରୁ ବହୁତ ବନ୍ଧୁ ବାନ୍ଧବ ଆସିବାର ଥିଲା । ସେମାନଙ୍କ ପାଇଁ ମଧ୍ୟ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ୍ କରିବାକୁ ହେବ । ଶେଷରେ କହିବାକୁ ଗଲେ ଆସନ୍ତାକାଲି ତାଙ୍କ ପାଇଁ ବ୍ୟସ୍ତ ବହୁଳ ଥିଲା । 

 

କିଛିଦୂରରେ ତାଙ୍କର ଦଶ ବର୍ଷର ଝିଅ ନିଜ ହୋମ୍ଓ୍ବାର୍କରେ ବ୍ୟସ୍ତ ଥିଲା । ମହିଳା ପଚାରିଲେ କଣ କରୁଛ ସେଠାରେ ? ଝିଅଟି ଉତ୍ତର ଦେଇଥିଲା ବିଦ୍ୟାଳୟରେ ଗୁରୁଜୀ ନକରାତ୍ମକ ଭାବନାକୁ ନେଇ ଧନ୍ୟବାଦ ଜ୍ଞ୍ୟାପନ କରିବା ଉପରେ ଏକ ପାରାଗ୍ରାଫ ଲେଖି ଆଣିବାକୁ କହିଥିଲେ । ଯେଉଁ କାର୍ଯ୍ୟ ଆମକୁ ପ୍ରଥମେ ଖରାପ ଲାଗେ କିନ୍ତୁ ପରବର୍ତ୍ତି ମୁହୁର୍ତ୍ତରେ ଏହା ସ୍ବାଭବିକ ହୋଇଯାଏ । ମୁଁ ସେହି ପାରାଗ୍ରାଫ ଲେଖୁଥିଲି ମା । 

 

ଉତ୍ସୁକତାବଶତ ମହିଳା ନିଜ ଝିଅ ଲେଖିଥିବା ପାରାଗ୍ରାଫଟି ପଢିଲେ । ପାରାଗ୍ରାଫରେ ଲେଖା ଥିଲା - ମୁଁ ମୋ ଚୁଡାନ୍ତ ପରିକ୍ଷ୍ୟାକୁ ଧନ୍ୟବାଦ ଦେଉଛି, କାରଣ ଏହାପରେ ବିଦ୍ୟାଳୟ ଛୁଟି ହୋଇଯାଏ ଓ ମୁଁ ଗାଁକୁ ଯାଇ ଆନନ୍ଦରେ ବୁଲିପାରେ, ଖେଳିପାରେ ଓ ଛୁଟିକୁ ଉପଭୋଗ କରିପାରେ । ମୁଁ ସେହି ତିକ୍ତ ଓ କଷା ସ୍ବାଦ ଯୁକ୍ତ ଖରାପ ଔଷଧକୁ ଧନ୍ୟବାଦ ଦେଉଛି, ଯିଏ ମୋତେ ସୁସ୍ଥ କରିବାରେ ସହାୟକ ହୁଏ । ମୁଁ ସେହି ଆାଲାରାମ ଘଡିକୁ ଧନ୍ୟବାଦ ଦେଉଛି, ଯିଏକି ମୋତେ ସକାଳୁ ନିଦରୁ ଉଠେଇ ବିଶ୍ବାସ କରାଏ ଯେ ମୁଁ ଜୀବିତ ଅଛି ଓ ଆଉଏକ ନୂଆ ସକାଳ ମୋ ଜୀବନରେ ଆଣି ଦେଇଛି । ଏହିପରି ଅନେକ ......।।।

 

ମହିଳା ପାରାଗ୍ରାଫଟି ପଢିବା ପରେ ସେ ଅନୁଭବ କଲେ ଯେ ମୋ ପାଖରେ ଏହିପରି ଅନେକ କାରଣ ଅଛି ଧନ୍ୟବାଦ ଦେବା ପାଇଁ । ସେ ମନେମନେ ଚିନ୍ତାକଲେ ମୋତେ ଆୟକର ଦେବାକୁ ପଡିବ, ଏହାର ଅର୍ଥ ସେ ବହୁତ ଭାଗ୍ୟଶାଳୀ ଯେ ତାଙ୍କ ପାଖରେ ଭଲ ଦରମା ମିଳୁଥିବା ଏକ ଚାକିରି ଅଛି । ଏପରି ଲୋକ ଅଛନ୍ତି, ଯେଉଁମାନେ ଚାକିରି ଖଣ୍ଡେ ପାଇଁ ବାର ଦୁଆର ହେଉଛନ୍ତି ।

 

ତାଙ୍କୁ ଘର'ର ସମସ୍ତ କାମ କାର୍ଯ୍ୟ କରିବାକୁ ପଡୁଛି, ଏହାର ଅର୍ଥ ତାଙ୍କ ପାଖରେ ରହିବାକୁ ଆଶ୍ରୟ ଖଣ୍ଡେ  ଅଛି । ଦୁନିଆରେ ବହୁତ ଲୋକ ରାସ୍ତା କଡ କିମ୍ଭା ଗଛ ତଳେ ନିଜ ଜୀବନ କାଟୁଛନ୍ତି ।

 

 ତାଙ୍କୁ ପରିବାରର ବହୁତ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ୍ କରିବାକୁ ହେବ, ଏହାର ଅର୍ଥ ତାଙ୍କର ଏକ ବଡ ପରିବାର ଅଛି ।  ଯେଉଁମାନେ ସୁଖରେ ଦୁଃଖରେ ତାଙ୍କୁ ସାହାଯ୍ୟ ସହଯୋଗ କରିପାରିବେ । କାରଣ ଦୁନିଆରେ ବହୁତ ଲୋକ ଅଛନ୍ତି, ଯାହାର କେହି ବି ନାହାନ୍ତି ।

 

ନିତିଶିକ୍ଷ୍ୟା-: ଆମେ ନକରାତ୍ମକ ବା ନେତିବାଚକ ଚିନ୍ତାଧାରକୁ ଅଧିକ ଶ୍ରେୟ ଦିଅନ୍ତି । କିନ୍ତୁ ଆମ ପାଖରେ ଥିବା ସକରାତ୍ମକ ପକ୍ଷକୁ ଆମେ ବୁଝିବାକୁ ଅସମର୍ଥ ହୁଅନ୍ତି । ଆମକୁ ଖରାପ ବା କଷ୍ଟ ଦେଉଥିବା କଥାରେ ବି କିଛି ଧନାତ୍ମକ ଲାଭ ଆମକୁ ମିଳିଥାଏ । ଏହି କଥା ବୁଝିବାକୁ ଚେଷ୍ଟା କର ଓ ପ୍ରତିଦିନ ଖୁସିରେ ଖୁସିରେ ନୂଆ ଜୀବନ ଆରମ୍ଭ କର । ପ୍ରତ୍ୟକ ସକରାତ୍ମକ ଭାବନା ଆପଣଙ୍କ ନକରାତ୍ମକ ଭାବନାକୁ ପଛରେ ପକାଇ ଜୀବନର ପ୍ରତ୍ୟକ ମୋଡରେ ଖୁଶି ଆଣିଦିଏ ।


Rate this content
Log in