Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Inspirational Drama

2  

Rasmi Rekha Tripathy

Inspirational Drama

ଟୁଥ୍ ପେଷ୍ଟ୍

ଟୁଥ୍ ପେଷ୍ଟ୍

1 min
1.6K


:ଏଇତା ମୋ ବାବାଲ ପେଷ୍ଟ୍ l ଦୁଇ ବର୍ଷର ନାତୁଣୀ କହିଲା ମୋତେ l

ଅନେକ ଦିନ ପରେ ପୁଅ ପାଖକୁ ଯାଇଥିଲୁ ଆମେ ହାଇଦ୍ରାବାଦ୍ l ପୁଅ ଓ ଆମେ ଦୁଇ ପ୍ରାଣୀ ଗୋଟିଏ ବ୍ରାଣ୍ଡର ପେଷ୍ଟ୍ ବ୍ୟବହାର କରୁ l ବୋହୁ ଓ ନାତୁଣୀ ଅଲଗା ବ୍ରାଣ୍ଡ୍ ବ୍ୟବହାର କରନ୍ତି l ଆମେ ବ୍ୟବହାର କରୁଥିବା ପେଷ୍ଟ୍ ଟିକେ ରାଗ ଲାଗେ l ମୁଁ ହସି ଦେଇ କହିଲି, “ହଁ l ଏଇଟା ବାବାର ବି, ଆଉ ମାଆ (ଜେଜେମା’)ର ବି l” ମୋ ହସ ଦେଖି ନାତୁଣୀ ବି ହସି ଦେଲା l

       : ତୁମେ ବାବାଙ୍କଲ ମମ୍ମି ! ସନ୍ଧ୍ୟାବେଳେ ନାତୁଣୀ କହୁଥିଲା ମୋତେ l

       : ହଁ.......

       : ତୁମେ ଆମ ଫ୍ୟାମିଲି ମେମ୍ବଲ୍ ! ମୁଁ ଜାଣି ପାରିଲି ତା ମମ୍ମିର ଶିକ୍ଷା ଏହା l

       : ହଁ........ ମୁଁ ପୁଣି ହସି ଦେଇ କହିଲି l

ସେ କ’ଣ ବୁଝିଲା କେଜାଣି, ଚୁପ୍ ଚାପ୍ ଚାଲିଗଲା ଓ କିଛି ସମୟ ପରେ ଫେରି ଆସିଲା l ହାତରେ ସେ ଧରିଥିଲା, ସେ ବ୍ୟବହାର କରୁଥିବା ଟୁଥ୍ ପେଷ୍ଟ୍ l କହିଲା, “ମାଆ ! ତମେ ବାବାଙ୍କଲ ପେଷ୍ଟ୍ ୟୁଜ୍ କଲିବନି l ସେଇଟା ଲାଗ l ମୋଲଟା ୟୁଜ୍ କଲିବ l ଏଇଟା ମିଠା l” ଏଥର କିନ୍ତୁ ମୁଁ କିଛି କହିପାରିଲିନି l କେବଳ ତା’କୁ କୋଳେଇ ନେଲି l


Rate this content
Log in

Similar oriya story from Inspirational