Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଲିଟର୍ ଅଫ୍ ଟିୟର୍ସ.
ଲିଟର୍ ଅଫ୍ ଟିୟର୍ସ.
★★★★★

© Chinmayee Barik

Inspirational

6 Minutes   7.6K    17


Content Ranking

   ଗୋଟିଏ ମା" ପେଟରୁ ଦୁଇ ଝିଅ । ସୁଧା ଓ ନୀରୁ । ହେଲେ ଭାଗ୍ୟ ଅଲଗା ଅଲଗା ।ହଁ,ଭାଗ୍ୟ ଉପରେ ବି କୋଉ ମା"ର ଜୁ ଅଛି ନା କୋଉ ମଣିଷର ?ସହିବାକୁ ହିଁ ହୁଏ ଯାହା କପାଳରେ ଗାର ହୋଇ ଆସିଥାଏ ।

ସୁଧା ବାହା ହୁଏ ଗୋଟେ ଖୁବ୍ ଧନୀ ଘରେ ଆଉ ନୀରୁ ବାହା ହୁଏ ଗୋଟିଏ ମଫସଲ ର ଗରିବ ଘରେ ।ଏହାର ବି କାରଣ ଅଛି ।ନୀରୁ ଟା ଭାରୀ ଓଲି ।ହଠାତ୍ କିଛି ବୁଝି ପାରେନି ,କାହାକୁ କଣ କହିବ ଜାଣି ପାରେନି ।ବସିଥିବ ଯଦି ବସିଥିବ..ଅନେଇ ଥିବ ଯଦି ଅନେଇ ଥିବ ।ସେଥିଲାଗି ତା ମା ,ବାପା ଚାହୁଁଥିଲେ ପାଖରେ ବାହା ଦେବାକୁ । ପିଲାଟି ଚାକିରି କରିଥିଲା ହେଲେ ନୀରୁ ବାହାଘର ପରେ ପିଲାଟି ଚାକିରି ଛାଡିଦେଲା ।ଗରିବ ପଣିଆ ମାଡି ବସିଲା ନୀରୁ ପରିବାରକୁ ।

ସୁଧାର ଗୋଟିଏ ଝିଅ"ରୁବି" ଆଉ ନୀରୁ ର ଗୋଟିଏ ପୁଅ "ତପୁ" ।"ରୁବି" ଠାରୁ ଦଶ ବର୍ଷ ସାନ ହେବ "ତପୁ"।

******-------------*********-------------***********------- "ରୁବି "ଆଜି ସଜେଇ ହୋଇ ବସିଛି ତା ଭାଈ "ତପୁ"ଆସିବ ତାଙ୍କ ଘରକୁ ।ରୁବି କୁ ଆଉ ମୋଟେ ଏକୁଟିଆ ଲାଗିବନି ।କେତେ ଖେଳଣା ବି ରଖିଛି ତା ଲାଗି । ନିଜେ ସଜେଇ ହୋଇ ବସିଛି ସୁନ୍ଦର ଫ୍ରକ ପିନ୍ଧି ।କେତେ ବେଳେ ଆସିବ ଯେ ତା ଭାଈ?

କିଛି ସମୟ ପରେ କଲିଂ ବେଲ୍ ବାଜିଲା ।ରୁବି ଧାଇଁ ଯାଇ କବାଟ ଖୋଲିଲା ।ଏ କଣ ଦେଖୁଛି ଗୋଟିଏ ଆଲୁରୁ ବାଲୁରୁ ସ୍ତ୍ରୀ ଲୋକଟି କାଖରେ ଗୋଟେ ଅପରିଛିନିଆ ଛୁଆଟେ ଧରି ଠିଆ ହୋଇଛି ।ରୁବି ଫେରି ଆସି ତା ବୋଉକୁ ଡାକିଲା ।କହିଲା..ଦେଖିଲୁ ବୋଉ ,କିଏ ଠିଆ ହୋଇଛି ।ସୁଧା ହାତ ପୋଛୁ ପୋଛୁ କବାଟ ପାଖରେ ଦେଖିଲେ ନୀରୁ ଠିଆ ହୋଇଛି ।

-କିରେ କେତେବେଳୁ ଠିଆ ହୋଇଛୁ ?ଘରକୁ ଆସୁନୁ ।କୋଳେଇ ପକେଇଲେ ନୀରୁ କୁ ।ଡାକ ଛାଡିଲେ ..ରୁବି,ଦେଖ୍ ତୋ ଭାଈ ଆସିଛି ।

-ଆଁ,ମୋ ଭାଈ ...କାଇଁ ବୋଉ?ରୁବିର ମୁହଁରେ ହସ ।

ଏଁ,ଏ କଣ ଦେଖୁଛି ସେ ଅପରଛେନିଆ ଛୁଆଟାକୁ ବୋଉ କୋଳରେ ଧରି ଗେଲ କରୁଛି ।ତା ହେଲେ କଣ ତା ଭାଈ "ତପୁ" ।ମୁଣ୍ଡ କୁଣ୍ଢା ନାଇଁ.....ନାକରୁ ସିଂଘାଣି ବୋହୁଛି.....ଆଖିରୁ ଲୁହ...ଡାହାଳ ଭଳି ଅନଉଛି ଚାରିଆଡେ ।ଇସ୍।କଣ ସେ ଭାବିଥିଲା ସେ .....।ନୀରୁ ମାଉସୀ କୁ ଜୁହାର ଟେ ହୋଇ ରୁବି ଚାଲିଗଲା ତା ନିଜ ରୁମ୍ କୁ ମନ ମାରି ।

ରାତିରେ ସୁଧା ,ରୁବି ମଥାରେ ଆଉଁସୁ ଆଉଁସୁ କହିଲେ ....ସେ ତୋର ଗୋଟିଏ ବୋଲି ଭାଈ ।ଭାଗ୍ୟ ଯୋଗୁଁ ସେମାନେ ଆଜି ଗରିବ ।ହେଲେ ତୋ ନୀରୁ ମାଉସୀ ଭାରୀ ଭଲ ।ସେମାନେ ତୋ ନିଜର ।ଆମର ସିନା ପଇସା ଅଛି ବୋଲି ଆମେ ଭଲରେ ଅଛୁ ।ହେଲେ ଗରିବ ହେଲେ ବି ସେମାନେ ତୋ ନିଜର ।ଭାରୀ ଭଲ ।ତପୁକୁ ଭଲ ପାଇବୁ ।ଭଲ ଛୁଆଟେ ସେ ।

ରୁବି ବୋଉର ସବୁ କଥା ଶୁଣି କହିଲା....ହଉ ବୋଉ ।ମୁଁ ତପୁକୁ ମୋର ସବୁ ଖେଳଣା ଦେବି ।

*************----------------**************----''''''''--'''''''''

ଏ ତପପୁ....ଏଇ ନେ ମୋ ଖେଳଣା ।ଚାଲ୍ ସାଙ୍ଗ ହୋଇ ଖେଳିବା ।ରୁବି ଖୁସିରେ ସବୁ ଖେଳଣା ଯାକ ତପୁକୁ ଦେଇ ଦେଲା ।

ହେଲେ ଏ କଣ?ତପୁ ସବୁ ଖେଳଣା ରୁବି ହାତରୁ ଝିଙ୍କି ନେଇ ଦଉଡି ପଳାଇଲା ଆର ଘରକୁ ।ଖେଳଣା ଗୁଡିକୁ ଖୁସିରେ ଖେଳିଲା ,କଚାଡିଲା ,ହସିଲା...ଘଣ୍ଟାଏ ଭିତରେ ସବୁ ଖେଳଣା ଚୂରମାର୍ ।

ରୁବିର ରକ୍ତ ଗରମ ଏ ସବୁ ଦେଖି ।କି ଅଭଦ୍ର ପିଲା ଏ ।ସବୁ ଖେଳଣା ଭାଙ୍ଗି ଦେଲା?ତପୁ ଆଡକୁ କଟମଟ ହୋଇ ଅନେଇଲା ।

ସେଇ ଦିନଠୁ ରୁବି କୁ ଭଲ ଲାଗେନି ତାଙ୍କ ଉପସ୍ଥିତି ।ଦୂରେଇ ରୁହେ ତାଙ୍କ ଠାରୁ ।

ଆଜିକାଲି ନୀରୁ ମାଉସୀ ପରିସ୍କାର ରୁହେ ,ବୋଉର ଭଲ ଶାଢୀ ପିନ୍ଧେ ,ଲାଲ୍ ଟୋପା ଲଗାଏ ।ଭଲ ଲାଗେ ।ହେଲେ ରୁବି ଯେଉଁ ଦିନ ଦେଖିଲା ନୀରୁ ମାଉସୀ କିଛି ଖାଇବା ଜିନିଷ ଲୁଚେଇକି ତପୁ କୁ ଖୁଆଇ ଦିଏ ।ସେ ଦିନ ସେ ରାଗି ଯାଇଥିଲା ।ତପୁ ତ ଡାହାଳଟେ ।ଯେତେ ଖାଇଲେ ବି ତା ମା ଠାରୁ ସବୁ ଛଡେଇ ଆଣି ଖାଇ ଦେବ ।ରୁବି ଭାବେ ସେଇଟା ପେଟ ନା ଖାଙ୍କି ହାଟ?

ରୁବି ତା ଖେଳଣା ଆଉ ଦିଏନି ।ତପୁକୁ ଗାଡରେଇ ଅନାଏ ।ସାଙ୍ଗରେ ଖୁଆଏନି ।ଭାରୀ ଘୃଣା କରେ ତାକୁ ।ସୁବିଧା ଦେଖି ତା ଗାଲକୁ ଜୋର୍ ରେ ଚିପି ଦିଏ ।

ତପୁ ଡରେ ରୁବିକୁ ।ଦୂରରୁ ଥାଇ ଦେଖେ ରୁବିକୁ ।କଇଆଁ ମଞି ଆଉ ପରିବା ଚୋପାରେ ଖେଳେ ।ରୁବିକୁ ଦେଖିଲେ ଅତରଛିନିଆ ନାକରୁ ସିଂଘାଣି ପୋଛି ପକାଏ ।ନୀରୁ ମାଉସୀ ପଛପଟେ ମୁହଁ ଲୁଚେଇ ଠିଆ ହୁଏ ।ଭୋକ ଲାଗିଲେ ବି ଡାହାଳ ଭଳି ଖାଏନି ।ଖାଲି ଯାହା ଖାଦ୍ୟକୁ ମଟମଟ କରି ଅନାଏ ।

ଏମିତି ଏମିତି କଟିଯାଏ ତିନି ମାସ ।ଦିନେ ରୁବି ଜାଣିଲା ଯେ ତା ଅପରଛେନିଆ ଭାଈଟା ପଳେଇବ କାଲି ।ହଠାତ୍ ଯେମିତି ରୁବି ଅନ୍ୟମନସ୍କ ହୋଇଗଲା ।

ରାତିରେ ଲୁଚି ଦେଖିଲା ତପୁର ମୁହଁ ।ସେଇମିତି ଅପରଛେନିଆ ହୋଇ କଙ୍ଗାରୁ ଛୁଆ ଭଳି ଶୋଇଛି ମାଉସୀ ପେଟ ଭିତରେ ।ଆସ୍ତେ କି ଗଲା ରୁବି ତପୁ ପାଖକୁ ।ତା ହାତର ଆଙ୍ଗୁଳି ଗୁଡିକୁ ଟିକେ ଛୁଁଇଲା ।ଇସ୍ ହାତଟା ବି ତାର ଅଠାଳିଆ ।ତା ଦେହରୁ ଝାଳ ଗନ୍ଧ ବି ଆସୁଛି ।

ଫେରି ଆସିଲା ରୁବି ।

ସକାଳୁ ମାଉସୀ ବାହାରି ସାରିଲାଣି ।ରୁବି କବାଟ କଣରେ ଠିଆ ହୋଇ ଲୁଚି ଦେଖୁଛି ତପୁକୁ ।ଏ କଣ ମାଉସୀ ଭଙ୍ଗା ଖେଳଣା ଗୁଡାକ ,ଯେଉଁ ଗୁଡା ରୁବି ଫିଙ୍ଗି ଦେଇଥିଲେ ବି ତପୁକୁ ଛୁଇଁବାକୁ ଦେଉ ନ ଥିଲା ,ସେଗୁଡାକୁ ଲୁଚେଇ ତା ବେଗ୍ ରେ ପୁରାଇ ଦେଉଛି ।ବୋଧେ ତପୁ ଖେଳିବ ବୋଲି ।ସେଦିନ ରୁବି ଆଉ ରାଗି ପାରିଲାନି ।ମାଉସୀ ସେ ଘରୁ ବାହାରି ବାହାରି ଗଲା ପରେ ରୁବି ତା ନୂଆ ଖେଳନାରୁ କିଛି ତା ମାଉସୀ ବେଗ୍ ରେ ପୁରାଇ ଦେଲା ସମସ୍ତଙ୍କ ଅଜଣାତରେ ।

ତପୁ ଚୁପଚାପ ବସିଥିଲା ଛାତ ଉପରେ ପାଖରେ ଚପଲ ରଖି ।ତାର ବୋଧେ ଯିବାକୁ ଇଛା ନ ଥିଲା ।ରୁବି ବି ଚାହୁଁ ନ ଥିଲା ସେ ଯାଉ ବୋଲି ।ଭଲ ତ ପାଉ ନ ଥିଲା ତପୁ କୁ ହେଲେ କାହିଁକି ଚାହୁଁ ନ ଥିଲା ତପୁ ଯାଉ ବୋଲି .........

ଗଲା ବେଳେ ରୁବିର ଆଖି ତପୁକୁ ଦେଖୁଥିଲା ।ତପୁ ଆଖିରେ କିଛି କୁଣ୍ଠା..କିଛି ବିକଳପଣ...କିଛି ଘୃଣା...ଆଉ କିଛି ଅବଶୋଷ ଥିଲା ତା ରୁବି ଅପା ଲାଗି ।

****************---''---'''''''-----------*****************

ଦିନେ ହଠାତ୍ ଫୋନ୍ ଆସିଲା ମାଉସୀର ବ୍ରେନ୍ ଷ୍ଟ୍ରୋକ୍ ।ହସ୍ ପିଟାଲ୍ ରେ ପଡିଛି ।ରୁବି ଯେମିତି ଆକାଶରୁ ଖସି ପଡିଲା ।ଡ୍ରେସ୍ ପିନ୍ଧୁ ପିନ୍ଧୁ ସ୍ୱାମୀଙ୍କୁ ଡାକ ପକାଇଲା ..ଶୁଣ ,ଆଜି ଅଫିସ୍ ଯାଅନି,ନୀରୁ ମାଉସୀ ସିରିୟସ୍ ।ଦୁହେଁ ହସପିଟାଲ ଆଡକୁ ମୁହାଁଇଲେ ।

ମାଉସୀ ଆଉ ତପୁ ସହ ଦେଖା ହେବାର ଏହା ଭିତରେ ଦଶ ବର୍ଷ ହୋଇ ଯାଇଛି ରୁବିର ।ରୁବି ବାହା ହୋଇ ସାରିଛି ।ରୁବି ବି ଶୁଣିଛି ଯେ ତପୁ ଗୋଟେ କେଉଠି ଚାରି ପାଂଚ ହଜାର ଟଙ୍କାର କାମଟେ କରୁଛି ।ଏହା ଭିତରେ ପନ୍ଦର ବର୍ଷ ବୟସର ତପୁ ହୋଇଗଲାଣି ।

ଦଉଡି ଦଉଡି ପଶିଲା ହସ୍ପିଟାଲ ରେ ।କଣ ଦେଖୁଛି ମାଉସୀ ଆଇ ସି ୟୁ ଭିତରେ ।ଦେହ ହାତ କୋମାରେ... ଖାଲି ଯାହା ଛାତିଟା ଧଡପଡ ହେଉଛି ।କୋହ ଗୁଡାକ ସଂଭାଳି ପଛକୁ ଫେରି ଚାହିଁଲା ବେଳକୁ କିଏ ଜଣେ ତା ପାଦ ଛୁଇଁଲା ।ଏ ଆଉ କେହି ନୁହେଁ ...ଏ ତା ସେ ଅପରଛେନିଆ ଭାଈଟା ।ଜୁହାର ହୋଇ ଭାରୀ ସନ୍ତର୍ପଣରେ ଟିକେ ଦୂରେଇ ଠିଆ ହେଲା ।

କଣ ସେ ଏବେ ବି ମନେ ରଖିଛି ସେ ପିଲାଦିନର ଘୃଣାକୁ ?

ରୁବି ହତବାକ୍ ଥିଲା ତପୁକୁ ଦେଖି ।

ତପୁ ଭାରୀ ଧୀର ଥିଲା ।ଠିକ୍ ପଥର ପରି ।କହିଲା...ଅପା,ଡାକ୍ତର କହୁଛନ୍ତି ଆଉ ଭଲ ହେବନି ବୋଉ ।ଏବେ କାଳେ ସେ ବ୍ରେନ୍ ଡେଡ୍ ଅବସ୍ଥା ।ଏତକ କହି ଆଁ କରି ଆକାଶକୁ ଅନାଇଲା ।ରୁବି ନିଜ ଓଠ ଉପରେ ଆର ଓଠଟି ଚାପି ରଖିଲା ।

ଟିକେ ନୀରବତା ଦରକାର ଥିଲା ବୋଧେ ।

ରୁବି ଟିକେ ଘୁଞ୍ଚି ଗଲା ତପୁ ପାଖକୁ । ତପୁର ଦେହ ରୁବିର ଦେହକୁ ବାଜୁଥିଲା ।ତପୁ ଆଉଜେଇ ଆସିଲା ଆଉ ଟିକେ ରୁବି ଅପା ପାଖକୁ ।ଗୋଟିଏ କୋହ ଆଉ ଗୋଟିଏ ଦେହକୁ ଯାଉଥିଲା ଯନ୍ତର୍ଣା ହୋଇ ।ଦୁହେଁ ନୀରବ ।

କିଛି ସମୟ ପରେ ଡାକରା ଆସିଲା ଆଇ ସି ୟୁ ବେଡ୍ ନଂବର ଛଅ ର ଲୋକମାନେ କିଏ?ରୁବି ଓ ତପୁ ଏକା ସାଙ୍ଗରେ ଉଠି ଗଲେ ଆଇ ସି ୟୁ ଭିତକୁ ।

ସାଙ୍ଗରେ ଡେଡ୍ ବଡି ଧରି ଫେରିଲେ ରୁବି,ତପୁ,ସୁଧା ଆଉ ରୁବିର ସ୍ୱାମୀ ।

ନିପଟ ମଫସଲକୁ ଡେଡ୍ ବଡି ନେଇ ଆସିଲା ବେଳକୁ ରାତି ବାରଟା ।ମଉସା ପାଗଳ ପ୍ରାୟ ରାସ୍ତା ଉପରେ ଶୋଇଛନ୍ତି ।କିଟି କିଟିଆ ଅନ୍ଧାର ।ମିଞି ମିଞି ଡିମ୍ ଲାଇଟ୍ ଜଳୁଛି ଘର ଭିତରେ ।ଡେଡ୍ ବଡି ଚାରିପଟେ ସାଇ ପଡିଶାଙ୍କର କାନ୍ଦ ବୋବାଳି ।ଦୁଇ ଘଣ୍ଟା ଗଲାଣି ।ଶବ ସତ୍କାର ଲାଗି କିଛି ଆୟୋଜନ ନାହିଁ ।

ହଠାତ୍ ପାଟି ଶୁଭିଲା...କିଛି ଲୋକ କହୁଛନ୍ତି ଆମେ ଆମ ଆମେ ଜାଗାରେ ପୋତିବାକୁ ଦେବୁନି ।ମୁସଲିମ୍ ଏରିଆ ବୋଲି ସେ ଜାଗାରେ ସବୁ ଶବ ପୋତା ହୁଏ ।ଏପରିକି ହିନ୍ଦୁ ମାନଙ୍କର ବି ।

ଖାଲି ପଡିଆରେ ବି ପୋତିବାକୁ ବାରଣ ।ନିଜ ଜାଗାରେ ପୋତିବାକୁ ହେବ ।ଯଦିଓ ନିଜ ଜାଗା କିଛି ଅଛି ମଉସାଙ୍କର ତେବେ ବି ତାହା ଭାଗ ବଣ୍ଟା ହୋଇନି ।ତେଣୁ ଶବ ଲାଗି ଏବେ ବିବାଦ ।

ହାଏରେ କପାଳ...ଶବଟିକୁ ବି ଜାଗା ନାହିଁ ଶୋଇବାକୁ....

ତପୁ ପୁରା ପଥର ।ରୁବି ପାଖକୁ ଆସି କହିଲା...ଏବେ କଣ କରିବା ଅପା?

ଅନେକ ବେଳୁ ଦେଖୁଥିବା ରୁବି ହଠାତ୍ ଉଠି ପଡିଲା ।ଗୋଟିଏ କୋଦାଳ ତପୁ ହାତକୁ ବଢାଇ ଦେଲା ଆଉ ନିଜେ ଗୋଟେ କୋଦାଳ ଧରି କହିଲା ଏଇ ଚଉଁରା ଖୋଳ ତପୁ ।ଏଇ ଜାଗାରେ ପୋତା ହେବ ମାଉସୀ ।ଏଇ ଚଉଁରା ମାଉସୀର ।ଏଇଠି ସେ ନିତି ପାଣି ଦିଏ ,ପୂଜା କରେ ।ତା ଜାଗା ଏ ବୃନ୍ଦାବତୀର କୋଳରେ ହେବ ।

ତପୁ କିଛି କହି ଆସୁଥିଲା ....ରୁବି ଅନବରତ ମାଟି ଚଉଁରା କୁ ହାଣି ଚାଲିଥିଲା.....ହାଣି ଚାଲିଥିଲା ।ତା ପରେ ତପୁ ଆଉ ରୁବିର ସ୍ୱାମୀ ବି ଆଗେଇ ଆସିଥିଲେ ।ପରେ ପରେ କିଛି ଲୋକ ସାହାଯ୍ୟ ବି କଲେ ଖୋଳିବାରେ ।

ଗୋଟେ ବିରାଟ ଜନ ସମୁଦ୍ର କହୁଥିଲା ...ଘୋର ଅନର୍ଥ...ଛିଃ...କଳିକାଳ ...ଲକ୍ଷୀ ଛାଡିଗଲା ....

ମାଉସୀର ଶବ ସତ୍କାର ହେଲା ।ତପୁ ସେମିତି ପଥର ହୋଇ ବସିଥିଲା ।ରାତି ଅନେକ ।କିଏ କୁଆଡେ ଯାଇ ସାରିଥିଲେ ।

ରୁବି ଗୋଟିଏ ଲିମ୍ବ ଗଛ ମୂଳେ ବସିଥିଲା ମାଉସୀର ସମାଧୀକୁ ଅନାଇ ।କିଟି କିଟି ଅନ୍ଧାର ଭିତରେ କାହାର ପାଦ ଶବ୍ଦ ଥିଲା ....ସେ ତପୁ ଥିଲା ।

ରୁବି ଅପା ପାଖରେ ହାମୁଡେଇ ବସିଲା...।ରୁବି ବିକଳରେ କହିଲା....ତପୁରେ ତୋ ବୋଉ ମରିଛି ପା...ତୁ ଚଣ୍ଡାଳ ଟିକେ କାନ୍ଦୁନୁ କାହିଁକି??

ତପୁ ପ୍ରଥମ ଥରଲାଗି ବୋଧେ ରୁବି ଅପାର ହାତକୁ ଧରି ପକାଇଲା...କୋହ ଗୁଡାକ ଯେମିତି ବାହାରି ଆସିଲା ।ଭୋ ଭୋ ହୋଇ କାନ୍ଦି ଉଠିଲା ।ରୁବି ତାକୁ ଜୋର ରେ ଛାତି ପାଖକୁ ଟାଣି ନେଲା ...ତପୁର ଲୁହ,ଲାଳ,ସିଂଘାଣି ସବୁ ରେ ଭିଜି ଯାଉଥିଲା ରୁବି ଅପାର ଛାତି ଭିତର.....

ଦୁହିଁଙ୍କର କାନ୍ଦଣା ଥରାଇ ଦେଉଥିଲା ଓଲି ମାଉସୀର ସେ ସମାଧିପୀଠକୁ...........

ଲିଟର୍ ଅଫ୍ ଟିୟର୍ସ. ସ୍ତ୍ରୀ ଲୋକ ସିଂଘାଣି

Rate the content


Originality
Flow
Language
Cover design

Comments

Post

Some text some message..