Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shibashis Padhee

Others

2.4  

Shibashis Padhee

Others

ମୁଖା

ମୁଖା

6 mins
687


.

ଆଜି ସୋମବାର ଏଣୁ ମନ୍ଦିର ରେ ପ୍ରବଳ ଭିଡ ।ରାଜା ରାଜୁଡା ଅମଳର ବହୁତ ପୁରୁଣା ମନ୍ଦିର ଛୋଟ ବାଟ, ଭିତରେ ବି ବେଶି ଜାଗା ନାହିଁ ।ଡେରି ହେଉଥିଲା ।ଧାଡି ରେ ଛିଡା ହୋଇଥିଲା ସୋମା ।ଶୀଘ୍ର ଶୀଘ୍ର ଏଠୁ ଗଲେ ସ୍କୁଲ ଯିବାକୁ ହେବ ।ଏକ ବେସରକାରୀ ବିଦ୍ୟାଳୟର ଶିକ୍ଷୟତ୍ରୀ ସେ ।ସମୟର ବହୁତ କଟକଣା ।ଠିକ ସମୟରେ ଯିବାକୁ ହେବ ।କଣ କରିବ ଚିନ୍ତା କରୁଥିଲା ସେ ।ବାହାରୁ ନମସ୍କାର କରି ପଳେଇ ଗଲେ ହେବ ନା ଅପେକ୍ଷା କରି ଦର୍ଶନ କରିବ ବରଂ ପ୍ରିନସିପାଲଙ୍କଠୁ କଥା ପଦେ ଶୁଣିବ? ତା ଅନ୍ତରର ଦୋ ଦୋ ପାଞ୍ଚ ଭାବକୁ ଯେମିତି ପଢିନେଲେ ଅନ୍ତର୍ଯ୍ୟାମୀ ଠାକୁର ।ପୂର୍ବ ପରିଚିତ ନନା ତାକୁ ଦେଖି ଡ଼ାକିନେଲେ ଭିତରକୁ ।ନିଜ ପାଇଁ ତ କେବେ କିଛି ମାଗେନି ସେ ଆଜି ବି ବାପାଙ୍କ ପାଇଁ ପ୍ରାର୍ଥନା କଲା ସେ ।

ପୂଜା ସାରି ରାସ୍ତା କୁ ଆସିକି ସମୟ ଦେଖିଲା ସୋମା ଠିକ ନଅ ଟା ଚାଳିଶ ।ଅଟୋ ରେ ଗଲେ କୋଡିଏ ମିନିଟ ଲାଗିବ ଠିକ ଦଶ ଟା ରେ ପହଂଚି ଯାଇ ହେବ କିନ୍ତୁ ଆଜି କଣ ହେଲା କେଜାଣି ଗୋଟିଏ ବି ଅଟୋ ର ଦେଖା ନାହିଁ ।ସହର ଠୁ ଟିକିଏ ବାହାରେ ଥିବାରୁ ଏ ପଟେ ଅଟୋ କମ ଆସନ୍ତି କିନ୍ତୁ ସୋମବାର ତ କେବେ ସମସ୍ୟା ହୁଏନି ।ଆଜି ବୋଧେ ଦିନ ଟି ଭଲ ନାହିଁ ଭାରି ବ୍ୟସ୍ତ ଲାଗୁଥିଲା ତାକୁ ।ପାଞ୍ଚ ସାତ ମିନିଟ ଏମିତି ଚାଲି ଗଲାଣି ହଟାତ ବାଇକ ଟିଏ ଅଟକିଲା ।

ଆରେ ସୋମା କି?? ଘର କୁ ଯିବୁ ?? ଆ ଛାଡି ଦେବି ହେଲମେଟ ଖୋଲୁ ଖୋଲୁ ପଚାରୁଥିଲେ ବିକାଶ ବଡ଼ ଭାଇର ସାଙ୍ଗ ବିକାଶ, ବହୁତ ଦିନରୁ ଦେଖି ନ ଥିଲା ସୋମା ହଟାତ ଏ ପରିସ୍ଥିତି ରେ ଦେଖି ଖୁସି ଲାଗିଲା ।

"ନା ଭାଇ ସ୍କୁଲ ଯିବି ଡେରି ହୋଇ ଗଲାଣି ତୁମେ କୁଆଡେ ଯାଉଛ?? ""ପାଖକୁ ଯାଇ କହିଲା ସୋମା । ସେ କହିଲେ ""ମୁଁ ତ ଅନ୍ୟ ଆଡେ ଯାଉଛି କିନ୍ତୁ ଆ ତତେ ଛାଡ଼ିଦେବି ମୋର ସେମିତି ହରବର ନାହିଁ "।

ବାଇକ ରେ ବସି ଗଲା ସୋମା ଠିକ ଟାଇମ ରେ ସ୍କଲ ଗେଟରେ ତାକୁ ଛାଡି ଦେଲେ ବିକାଶ ଗଲାବେଳେ କହିଲେ ।

"ମଉସା କେମିତି ଅଛନ୍ତି ଆଉ ମୁଁ ବି ତ ସୁବ୍ରତ ଗଲା ପରେ ଆଉ ତୁମ ଘରକୁ ବି ଯାଇନି ।ଯାଇନି ମାନେ ଇଚ୍ଛା ହୁଏନି ସେ ଥିଲା ବେଳେ ଅଲଗା ଥିଲା ।ହେଉ ମୋ ନମ୍ବର ଅଛି କି ନାହିଁ ତୋ ପାଖରେ ରଖିଥିବୁ କେବେ ଦରକାର ହେଲେ କହିବୁ " ।

"ସବୁ ଗୋଟିଏ ପ୍ରକାର ଚାଲିଛି ଭାଇ, ନମ୍ବର ତ ନାଇଁ ଦେଇଦିଅ " ।

"ତୋ ନମ୍ବର କହ ମୁଁ ମିସ କଲ କରି ଦେଉଛି ସେଭ କରି ନେବୁ "କହି ଚାଲି ଗଲେ ବିକାଶ । ଲଞ୍ଚ ବ୍ରେକ ରେ ଏକା ବସିଥିବା ବେଳେ ସାଙ୍ଗ ରୁନୁ ପଚାରିଥିଲା  । "ଆଜି କାହା ସହ ଆସିଲୁ ସୋମା ଭାରି ହେଣ୍ଡ ସମ ଟୋକାଟା କଣ ବିରାଡ଼ି ଲୁଚି ଲୁଚି କ୍ଷୀର ପିଇବା ଆରମ୍ଭ କଲାଣି କି?? "

ନା ନା ବିରାଡ଼ି କ୍ଷୀର ପିଇଲେ ତା ନିଶରେ ଲାଗିବ ନା ତୁ ତ ସାଙ୍ଗ ବିଲେଇ ଜାଣି ଯିବୁନିକି ପଳା ଏଠୁ ସେ ମୋ ଭାଇ ର ସାଙ୍ଗ କ୍ଷୀର ନାହିଁ କି ପାଣି ନାହିଁ " ।

କହି ହସିଦେଲା ସୋମା, ସେ ଗଲା ପରେ ବସି କି ଚିନ୍ତା କରୁଥିଲା ଭାଇ ଯଦି ବଞ୍ଚି ଥାନ୍ତା ଏଵେ ତାର ବାହାଘର ହୋଇ ସାରନ୍ତାଣି ।ଭାରି ଭଲ ପାଉଥିଲା ତାକୁ ।କେତେ ଯୋଜନା କରିଥିଲା ତା ପାଇଁ ।ସୁବ୍ରତ ଭାଇ ବି ସିଏ ପରେ ଏମ ସି ଏ କରୁଥିଲା ଘରୋଇ ଭାବେ ।ଭାରି ଖୁସି ଥିଲେ ବାପା ।ଗୋଟିଏ ବୋଲି ପୁଅ । ଯେଉଁ ଦିନ ରେଳ ବିଭାଗରେ ଚାକିରୀର ନିଯୁକ୍ତି ପତ୍ର ଆସିଥିଲା ସେ ଦିନ ରୀତିମତ ଉତ୍ସବ ପାଳନ କରା ଯାଇଥିଲା ଘରେ ।ବାପା ମା ଓ ସୋମା ମିଶିକି ଯୋଜନା କରିଥିଲେ ରାତିରେ ଘରେ ଖୁଆ ପିଆ ହେବନି ସମସ୍ତେ ମିଶି ବାହାରକୁ ଯିବେ କିନ୍ତୁ ଭାଇ ମନା କଲା ସେ ତାର କଥା ଅନୁଯାୟି ବାହାରୁ ପ୍ୟାକିଂ ଖାଦ୍ୟ ଆଣିବା ପାଇଁ ଯାଇଥିଲା ସେ ।

ନୂଆ ଚାକିରୀର ଖୁସି ରେ ଥିବା ଭାଇ ଆରଦିନ ରାଞ୍ଚି ଯାଇ ଯୋଗ ଦେବାକୁ ଥିବାରୁ ସାଙ୍ଗ ସାଥିଙ୍କୁ ଭେଟା ଭେଟି କରି ଆସିବା ଯୋଜନାରେ ବି ବାହାରି ଥିଲା ।ହୋଟେଲରେ ଖାଦ୍ୟ ବରାଦ କରି ସାଙ୍ଗମାନଙ୍କୁ ଭେଟୁ ଭେଟୁ ବହୁତ ଡେରି ହୋଇ ଯାଇଥିଲା ।ଘରେ ବିରକ୍ତ ହେଉଥିଲେ ବାପା ।ଏଣୁ ସୋମା ଫୋନ କରି ଶୀଘ୍ର ଆସିବା ପାଇଁ କହିଥିଲା ।

ଏଇ ସାଙ୍ଗେ ସାଙ୍ଗ ଆସୁଛି କହିଥିବା ସୁବ୍ରତ କିନ୍ତୁ ଆଉ ନିଜ ଗୋଡ ରେ ଆସି ନ ଥିଲା ।ପୋଲିସ ର ଫୋନ ପାଇ ସେମାନେ ପହଁଚିଲା ବେଳକୁ ସବୁ ସରି ଯାଇଥିଲା ।ଟ୍ରକ ଧକ୍କା ରେ ତା ବାଇକ ସହ ଛିଟିକି ପଡିଥିଲା ରାସ୍ତା କଡ଼ କୁ ।ମୁଣ୍ଡ ଟା ପିଟି ହୋଇ ଯାଇଥିଲା ଡିଭାଇଡର ରେ ।ବାପା ଙ୍କୁ କିନ୍ତୁ ଜୋର ଝଟକା ଦେଇଥିଲା ଶବ ବ୍ୟବଚ୍ଛେଦ କରୁଥିବା ଡାକ୍ତର ଙ୍କ କଥା ଭାରି ତିରସ୍କାର କରି କହିଥିଲେ ସେ "ତଣ୍ଟି ଯାଏ ମଦ ପିଇ ଗାଡି ଚଳେଇଲେ ଆଉ କେମିତି ହେବ " ।

ବାପା ନିଜ କୁ ଦୋଷୀ ମଣୁଥିଲେ ଆଜି ସାଙ୍ଗ ଘରେ ପଢ଼ିବାର ଅଛି, ଆଜି ରାତିରେ ଭୋଜି ଅଛି ଇତ୍ୟାଦି କହି ବାହାରେ ରହୁଥିବା ଭାଇଙ୍କୁ ଭାରି ବିଶ୍ୱାସ କରୁଥିଲେ ସେ ।ଭାଇ ଯେ ମଦ ପିଉଛି ଏ କଥା ଜାଣି ନ ଥିଲେ ସେ ।ଜାଣିଥିଲେ ତାକୁ ବୁଝାଇ ହେଉ କି ଆକଟ କରି କିଛି କରି ପାରିଥାନ୍ତେ ।ଜୀବନରେ କେବେ ମଦକୁ ହାତ ଦେଇ ନ ଥିବା ତଥା ନିଜ ସମ୍ମାନକୁ ସର୍ବୋପରେ ଗୁରୁତ୍ୱ ଦେଉଥିବା ବାପା ଙ୍କୁ ଏ କଥା ପୁରା ଦୋହଲାଇ ଦେଇଥିଲା । ନିଜ ଦାୟିତ୍ୱ କୁ ଠିକ ଭାବେ ତୁଲାଇ ପାରି ନ ଥିବାର ଗ୍ଲାନି ତାଙ୍କୁ ଖାଇ ଯାଉଥିଲା ।ମା କିନ୍ତୁ ଜାଣିଥିଲା ଭାଇ ମଦ ପିଉଛି କିନ୍ତୁ ଆଜିକାଲି ପିଲା ମାନେ କେବେ କେମିତି ଏ ସବୁ କରନ୍ତି କହି ଏତେ ଧ୍ୟାନ ଦେଇ ନ ଥିଲା ସେ ।

ସେଇ ଦିନୁ ଖୁସି ନିର୍ବାସିତ ହୋଇ ଯାଇଛି ଘରୁ ।ବାପା ନିରବି ଯାଇଛନ୍ତି ।ଚୁପ ଚାପ ଅଫିସ ଯାଇ ଆସନ୍ତି ଆଉ ଶୂନ୍ୟ କୁ ଜୁଳୁ ଜୁଳୁ ଚାହିଁ ରହନ୍ତି ।ମା ତ କେବେ ହସେ ଆଉ କେବେ କାନ୍ଦେ ବୋଧହୁଏ ସେ ନିଜେ ଜାଣେନି ।ବର୍ଷ ଟିଏ ହେଲାଣି କିନ୍ତୁ ସୋମା କୁ ଲାଗେ ଭାଇ ଅଛି ।ଏଇ ଆସିବ ଏଇ ଆସିବ ଲାଗେ ।ସ୍କୁଲ ଟିକିଏ ଭୁଲି ବାରେ ସାହାଯ୍ୟ କରେ କିନ୍ତୁ ଆଜି ବିକାଶ କୁ ଦେଖି ବହୁତ ମନେ ପଡୁଛି ଭାଇ ।

ସ୍କୁଲ ଘଣ୍ଟି ଶବ୍ଦ ରେ ପ୍ରକ୍ରୁସ୍ତିତ ହେଲା ସୋମା ଆଖିରୁ ଅଜାଣତ ରେ ବାହାରି ଯାଇ ଥିବା ଲୁହ କୁ ପୋଛି କ୍ଲାସ କୁ ଗଲା । ସକାଳୁ ସକାଳୁ ମେସେଜ ଆସିଥିଲା ବିକାଶ ର ହ୍ବାଟସାପ୍ ରେ "ଶୁଭ ସକାଳ " । ସେଇ ଦିନଠୁ ଆରମ୍ଭ ହୋଇ ଥିବା ମେସେଜ ର କ୍ରମ ଏଇ ଛଅ ମାସ ହେଲା କେବେ ବନ୍ଦ ହୋଇନି ।ପ୍ରଥମେ ପ୍ରଥମେ ଉତ୍ତର ଫେରାଉ ନ ଥିଲା ସୋମା କିନ୍ତୁ ସେ ପଟୁ ମେସେଜ ଆସିବା ବନ୍ଦ ହେଉ ନ ଥିଲା ।କେବେ କେମିତି ହସ କଥା କିଛି ସାୟରି ବି ଦିଆ ନିଆ ଚାଲୁଥିଲା ।ବିକାଶ ଯେ ତାକୁ ଭଲ ପାଉଛି ଏହା ଜାଣିବାକୁ ବାକି ନ ଥିଲା ତାର ।

ପ୍ରତି ସୋମବାର ବି ଠିକ ସମୟ ରେ ମନ୍ଦିର ବାହାରେ ପହଂଚି ଯାଉଥିଲେ ବିକାଶ ।କଥା ବାର୍ତା ଆଗକୁ ବଢ଼ୁଥିଲା ହେଲେ ପ୍ରଥମେ ପ୍ରଥମେ ଭାଇ ର ପ୍ରସଙ୍ଗ ହିଁ ମୁଖ୍ୟତଃ ସ୍ଥାନ ପାଉଥିଲା କିନ୍ତୁ ପରେ ତା ସ୍ଥାନ ନେଇଥିଲା ଭବିଷ୍ୟତ ର ଯୋଜନା ।ନୂଆ ନୂଆ ସ୍ବପ୍ନ ଗୁଡିକ ଡେଣା ଝାଡ଼ି ଉଡିବା କୁ ପ୍ରସ୍ତୁତ ହେଉଥିଲେ ।ମଧୁର ପ୍ରତିଶୃତି ସହ ସୁନେଲି ଭବିଷ୍ୟତ ର ରୂପ ରେଖ ପ୍ରସ୍ତୁତ ହେଉଥିଲା ।ରଂଗଛଡା ଲାଗୁଥିବା ଦୁନିଆଁ ପୁଣି ଗୋଲାପୀ ଗୋଲାପୀ ଲାଗି ବସୁଥିଲା ସୋମା କୁ ।

ମଦ ର ଅପକାରିତା ବିଷୟ ରେ ଲମ୍ବା ଭାଷଣ ଦେଉଥିଲେ ବିକାଶ ।ସୁବ୍ରତ କୁ ବହୁତ ବୁଝାଇ ଥିବାର କଥା କହୁଥିଲେ ।ନିଜେ ଜୀବନ ରେ କେବେ ସେମିତି ଅଭ୍ୟାସ କରି ନ ଥିବାରୁ ନିଜକୁ ଅଲଗା ପ୍ରମାଣିତ କରୁଥିଲେ ।କେବେ କେମିତି ଘର କୁ ବି ଆସି ଯାଉଥିଲେ ସେ ।ବାପା ଙ୍କ ସହ କଥା ହେଉଥିଲେ ।ବାପା ବି ଖୁସି ହେଉଥିଲେ ।ମା କିନ୍ତୁ ଅନୁମାନ କରୁଥିଲା କିଛି କିଛି ।ସୋମା ର ରାତିସାରା ହ୍ଵାଟ୍ସଆପ ରେ ମେସେଜ କରିବା ।ଖୁସି ରହିବା ଦେଖି ।ଏଲ ଆଇ ସି ରେ ଅଫିସର ଥିବା ସୋମ୍ୟ ଦର୍ଶୀ ବିକାଶ ପାଇଁ ତାଙ୍କର ବି ମନେ ମନେ ସମର୍ଥନ ଥିବା ଜାଣି ପାରୁଥିଲା ସୋମା । ଘର କୁ ଖୁସି ଫେରୁଥିଲା ।

ସେ ଦିନ ବାପା ମା ସହ ଏକ ଦୂର ସମ୍ପର୍କୀୟ ଙ୍କ ବାହାଘର ଭୋଜି ଖାଇ ଫେରୁଥିଲେ ସେମାନେ ।ଠିକ ଗେଟ ପାଖାପାଖି ହୋଇଛନ୍ତି ଚାରି ପାଞ୍ଚ ଜଣଙ୍କ ସହ ଭିତର କୁ ଯାଉଥିବା ବିକାଶ ସହ ମୁହାଁମୁହିଁ ହୋଇଗଲେ ।ନାଲି ନାଲି ଆଖି ଟଳମଳ ପାଦ ରେ ଠିକ ଭାବରେ ଠିଆ ହୋଇ ପାରୁ ନ ଥିବା ବିକାଶ କୁ ଦେଖି ହେଉ ନ ଥିଲା ।

ମୁଖା ଖସି ଯାଇଥିଲା, କୃତିମ ଚେହେରା ଖସି ଅସଲ ଚେହେରା ବିଭତ୍ସ ଦିଶୁଥିଲା ।ତଥାପି ପିଇ ନ ଥିବାର ଅଭିନୟ କରୁଥିଲା ବିକାଶ ।ପ୍ରବଳ ରାଗରେ ଥରୁଥିଲା ସୋମା ।ବାପା ବି ଭାରି ଅସହଜ ଅନୁଭବ କରୁଥିବାର ଜାଣି ପାରିଲା ସେ ।ବାଟ କାଟି ଚାଲି ଆସିଲେ ସେମାନେ ।

ରାତିସାରା ଶୋଇ ପାରି ନ ଥିଲା ସୋମା ।ସ୍ବପ୍ନ ଭଙ୍ଗ ର ଦୁଃଖ ତାକୁ ମ୍ରିୟମାଣ କରୁଥିଲା କିନ୍ତୁ ଭଗବାନ ଙ୍କୁ ଧନ୍ୟବାଦ ଦେଉଥିଲା ଠିକ ସମୟ ରେ ମୁଖା ଖସାଇ ଥିବା ଯୋଗୁଁ ।ପିଇବା ବଡ଼ କଥା ନୁହେଁ କିନ୍ତୁ ବିଶ୍ୱାସ ଭାଙ୍ଗିବା ବଡ଼ କଥା ।ପରସ୍ପର ବିଶ୍ୱାସ ଓ ଉସଃର୍ଗିକୃତ ବ୍ୟବହାର ହିଁ ବିବାହ ର ମୂଳ ଭିତ୍ତି ।ମିଥ୍ୟା କହି ଥରେ ଆଖିରୁ ଖସିଗଲା ମାନେ ଆଉ ପୁନଃ ସମ୍ପର୍କ ର ପ୍ରଶ୍ନ ଉଠୁନି ।

ଗୋଟିଏ ମୁଖା ଖସିଛି କିନ୍ତୁ କେତୋଟି ମୁଖା ଆହୁରି ଖସିବାକୁ ବାକି ଅଛି କିଏ ଜାଣିଛି । ବାପା ଙ୍କ ସହ ଦାଣ୍ଡ ଘରେ ବସି ଟିଭି ଦେଖୁଥିଲା ବେଳେ ଦୁଇ ଦିନ ପରେ ଫୋନ ଆସିଥିଲା ବିକାଶ ର ।ସେଇଠି ହିଁ କଥା ହୋଇଥିଲା ସେ ।ସେ ଦିନ ପ୍ରଥମ ଥର ପାଇଁ ସାଙ୍ଗ ମାନେ ପିଆଇ ଦେଲେ କହି କ୍ଷମା ମାଗୁଥିଲା ସେ ।କିନ୍ତୁ ନିଷ୍ପତି ତ ନେଇ ସାରିଥିଲା ସୋମା ।କେବଳ କହିଥିଲା-"ନା ମାନେ ନା ତାର କାରଣ ମୁଁ କହି ପାରିବିନି ତୁମେ ନିଜେ ଖୋଜ ଆଉ ଏଇଟା ଯେମିତି ତୁମର ଶେଷ କଲ ହେବ " ।

ଫୋନ ରଖି ବାପା ଙ୍କୁ ଦେଖୁଥିଲା ।ବାପା ଙ୍କ ମୁହଁ ରେ ଏକ ଖୁସି ର ଚମକ ଦେଖି ପାରୁଥିଲା ସେ ।

@ଶିବାଶିଷ ପାଢ଼ୀ


Rate this content
Log in