Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଡାଏରୀ
ଡାଏରୀ
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୨

Classics

4 Minutes   6.9K    16


Content Ranking

ଅନିଲ ସାହୁ

ରାତି ୧୦ଟା ରେ ଦୋକାନ ବନ୍ଦ କରି ଘରକୁ ଆସି ଦେଖେ ତ ସ୍ୱପ୍ନା ଶୋଇ ପଡ଼ିଛି । ଡ୍ରେସ ବଦଳି ଫ୍ରେସ ହୋଇ ସିଧା dining room କୁ ଯାଇ ଡାକିଲି ସ୍ୱପ୍ନା ଭୋକ ହେଲାଣି ଆସ ଖାଇବା ।

-ସେପଟରୁ ସ୍ୱର ଶୁଭିଲା ଖାଇବା ରଖି ଦେଇଛି ଖାଇନିଅ ।

-ପ୍ରଥମ ଥର ପାଇଁ ଏମିତି କଥା ଶୁଣି ଆଶ୍ଚର୍ଯ୍ୟ ଲାଗିଲା । ଆଚ୍ଛା କହିଲ ମୁଁ କ’ଣ ତୁମକୁ ଏକା ଛାଡ଼ି କେବେ ଖାଇଛି ।

-ଭାବିନିଅ ଆଜି ଠାରୁ ତୁମେ ଅଲଗା ଖାଇବ ଆଉ ମୁଁ ଅଲଗା ଖାଇବି ।

-ତୁମ କଥା ଶୁଣି ମୋତେ ଲାଗିଲା ମୋ ଅଜାଣତରେ ମୁଁ ତୁମ ମନରେ କିଛି ଆଘାତ ଦେଇଛି । ମୁଁ ଟିକେ ରାଗି ଯାଇ କହିଲି ଖାଇବ ନା ନାହିଁ । ନହେଲେ ମୁଁ ବି ଯାଉଛି ଉପାଶ ଶୋଇବି । ମୋ କଥା ଶୁଣି ଖାଇବା ପାଇଁ ଆସିଲ ।

ତୁମର ଏଇ ଗୁଣଟା ମୋତେ ବହୁତ ଭଲ ଲାଗିଲା ସ୍ୱପ୍ନା । ଆଜିଯାଏ ତୁମେ ମୋର କୌଣସି କଥାକୁ କେବେ ଅମାନ୍ୟ କରିନ । ଖାଇବା ପାଇଁ ଇଚ୍ଛା ନ ଥିଲେ ବି ବାଧ୍ୟ ବାଧକତାରେ ଅଳ୍ପ ଦିଟା ଖାଇ ଚାଲି ଆସିଲ । ମୁଁ ବି ଭଲରେ ଖାଇ ପାରିଲିନି । ଅଧା ଖାଇବାରୁ ଉଠି ଶୋଇବା ଘରକୁ ଆସିଲି ।

-ଏବେ ତ କୁହ ସ୍ୱପ୍ନା କାହିଁକି ଏତେ ଅଭିମାନ? କ’ଣ ହୋଇଛି ତୁମର??

-ମୁଁ କାହିଁକି କାହା ଉପରେ ଅଭିମାନ କରିବି? ମୋର କିଛି ହୋଇନି ।

-ମୋ ମୁହଁକୁ ଥରେ ଚାହିଁ କୁହ ତ ତୁମର କିଛି ହେଇନି ।

-ଅଭିମାନ ସ୍ୱରରେ କହିଲ ସୋନା କିଏ? ତା ପରିଚୟ କ’ଣ??

ତୁମେ ଏମିତି ଅପ୍ରତ୍ୟାଶିତ ପ୍ରଶ୍ନଟିଏ ପଚାରିବ ବୋଲି ମୁଁ କେବେ ଭାବି ନଥିଲି । କିଛି ବି ଉତ୍ତର ଦେଇ ପାରିଲିନି । ନୀରବ ରହିଲି ।

-ମୁଁ କ’ଣ ତୁମକୁ ପଚାରୁଛି ଶୁଭୁଚି ନା ନାହିଁ । ସୋନା କିଏ ତା ସହିତ ତୁମ ସମ୍ପର୍କ କ’ଣ??

-ତାହେଲେ ତୁମେ ଆଜି ସେ ଡାଏରୀ ପଢ଼ିଛ । ତାହେଲେ ଏ କଥା ବି ଜାଣି ଥିବ ସୋନା କିଏ, ତା ପରିଚୟ କଣ ଆଉ ତା ସହିତ ମୋ ସମ୍ପର୍କ କ’ଣ??

-ହଁ ହଁ ସବୁ ଜାଣିଛି । କିନ୍ତୁ ତୁମ ମୁହଁରୁ ଶୁଣିବାକୁ ଚାହେଁ ।

-ତା ହେଲେ ଶୁଣ......... ଦିନ ଥିଲା ସୋନାକୁ ମୁଁ ପାଗଳ ପରି ଭଲ ପାଉଥିଲି । ସୋନା ମୋ ଜୀବନ ଥିଲା । ମୁଁ ଶରୀର ହେଲେ ସେ ମୋ ଆତ୍ମା, ମୁଁ ଭ୍ରମର ହେଲେ ସେ ମୋ ଫୁଲ । ଦୁହେଁ ଦୁହିଁଙ୍କୁ ଖୁବ୍ ଭଲ ପାଉଥିଲୁ ।

-ତା ହେଲେ ମୋତେ ଏ ସବୁ କ’ଣ ପାଇଁ ଲୁଚାଇ ଥିଲ??

-ମୁଁ ତୁମକୁ କିଛି ଲୁଚେଇନି ସ୍ୱପ୍ନା, ବାସର ରାତି ଦିନ ମୁଁ ତୁମକୁ କଣ କହିଥିଲି ସେ ସବୁ ବୋଧ ହୁଏ ତୁମର ମନେ ନାହିଁ । ମୁଁ କେବେ ତୁମ ଅତୀତ ଜାଣିବାକୁ ଚାହୁଁନି କି ଚାହିଁବିନି । ପ୍ରତିଟି ମଣିଷର ଅତୀତ ଜୀବନ ସହିତ ଏମିତି କିଛି ସ୍ମୃତି ଜଡ଼ିତ ହୋଇ ରହି ଥାଏ ଯାହା ହସ, ଖୁସି ବଦଳରେ ଦୁଃଖ, ଯନ୍ତ୍ରଣା ଅଧିକ ଦେଇ ଥାଏ । ମୁଁ ବର୍ତ୍ତମାନକୁ ନେଇ ବଞ୍ଚିବାକୁ ଚାହେଁ । ଅଗ୍ନିକୁ ସାକ୍ଷୀ କରି ତୁମ ହାତ ଧରିଛି । ସୁଖ ଦୁଃଖରେ ତୁମ ସାଥିରେ ରହିବି । ବୟସର ସାୟହ୍ନରେ ବି ତୁମ ହାତ ଛାଡିବି ନାହିଁ ।

ସ୍ଵପ୍ନା...... ତୁମେ ଯଦି ଚାହୁଁଛ ମୋ ଅତୀତ ବିଷୟରେ କିଛି ଜାଣିବାକୁ ତା ହେଲେ ବିନା ସଙ୍କୋଚରେ ପ୍ରଶ୍ନ କରିପାର । କିନ୍ତୁ ତୁମେ କହିଥିଲ ମୁଁ ତୁମ ଅତୀତ ବିଷୟରେ କିଛି ବି ଜାଣିବାକୁ ଚାହୁଁନି । ମୁଁ ବି ବର୍ତ୍ତମାନକୁ ନେଇ ବଂଚିବାକୁ ଚାହେଁ । ବଂଚିବି ତ ତୁମ ପାଇଁ, ମରିବି ତ ତୁମ ପାଇଁ ।

ତାହେଲେ କୁହ ମୋର ଭୁଲ ରହିଲା କେଉଁଠି?? ବିବାହର ଏତେ ଦିନ ପରେ ନା ତୁମ ମନରେ କେବେ କଷ୍ଟ ଦେଇଛି, ନା ତୁମ ଅଜାଣତରେ କୌଣସି ଝିଅ ସହ ସମ୍ପର୍କ ରଖିଛି ।

ମୋ କଥା ଶୁଣି ସ୍ୱପ୍ନାର ଅଭିମାନ ଚେହେରାଟା ଧୀରେ ଧୀରେ ବଦଳି ଗଲା । ମୋ ପ୍ରତି ଥିବା ସ୍ନେହ, ବିଶ୍ୱାସ ଓ ଭଲ ପାଇବାର କେଇ ବୁନ୍ଦା ଲୁହ ଆଖିରୁ ଝରି ପଡ଼ିଲା ।

-ସତରେ ସଞ୍ଜୟ ତୁମେ ସୋନାକୁ ତୁମ ଜୀବନଠୁ ବେଶୀ ଭଲ ପାଉଥିଲ । ତୁମ ଡାଏରୀ ମୁଁ ସମ୍ପୂର୍ଣ୍ଣ ପଢ଼ିଛି । ଯେ କେହିବି ତୁମ ଡାଏରୀ ପଢ଼ିବ ନ କାନ୍ଦି ରହି ପାରିବନି । ତୁମେ ତାଙ୍କୁ ଦେଖା କରିବା ପାଇଁ ରାତି ୧୧ଟାରେ ପୁରୀରୁ ଆସିଥିଲ । ଯେଉଁ ଦିନ ସେ ପ୍ରଥମ ଥର ପାଇଁ ରୋଷେଇ କରିଥିଲେ ନିଜ ହାତରେ ତୁମକୁ ଖୁଆଇ ଦେବା ପାଇଁ ଖାଇବା ଲୁଚାଇ ରଖିଥିଲେ । ଆଉ ସୁଯୋଗ ଦେଖି ରାତି ୧୧ଟା ରେ ଡାକି ନିଜ ହାତରେ ଖୁଆଇ ଦେଇଥିଲେ । ତୁମ ପାଇଁ ହାତରେ ଶଙ୍ଖା, ମଥାରେ ସିନ୍ଦରୁ ନପନ୍ଧି ବି ସାବିତ୍ରୀ ବ୍ରତ କରିଥିଲେ । ସାବିତ୍ରୀ ବ୍ରତ ପୂର୍ବ ଦିନ ସେ ତୁମକୁ ଶାଢ଼ୀ ମାଗି ଥିଲେ । ତୁମେ ତାଙ୍କୁ ଶାଢ଼ୀଟିଏ ଉପହାର ଦେଇଥିଲ । ସେ ଶାଢ଼ୀକୁ ନ ପିନ୍ଧି ଦେହରେ ଗୋଡ଼େଇ ହୋଇ ରାତି ଅଧରେ ଆସି ତୁମକୁ ପ୍ରଣାମ କରିଥିଲେ । ଏତେ ଭଲ ପାଇବା ପରେ ବି କାହିଁକି ତୁମେ ତାଙ୍କୁ ବିବାହ କଲନି??

-ତୁମେ ତା ହେଲେ ସେ ଡାଏରୀ ସମ୍ପୂର୍ଣ୍ଣ ଭାବରେ ପଢ଼ିଛ । ଆଛା କହିଲ ସ୍ୱପ୍ନା ତୁମେ କ’ଣ ଜାଣିଥିଲ ମୋତେ ବିବାହ କରିବ ବୋଲି । ଜାଣି ନଥିଲ ନା । ଦୁଇଟି ଅଜଣା ଅପରିଚିତ ମଣିଷ ଆଜି ଗୋଟିଏ ବନ୍ଧନରେ ବାନ୍ଧି ହୋଇ ଗଲେ । ମୁଁ ଶୁଣିଛି ବିବାହ ହେଉଛି ପବିତ୍ର ବନ୍ଧନ । ଏହା ଆଗକୁ ଭଗବାନ ସ୍ଥିରୀକୃତ କରିଥାନ୍ତି । ଯିଏ ଯା ହାଣ୍ଡିରେ ଚାଉଳ ପକେଇବା କଥା ନିଶ୍ଚୟ ପକେଇବ ।

ହୁଏତ ଭଗବାନ ମୋ ଭାଗ୍ୟରେ ସୋନାକୁ ଲେଖି ନଥିଲେ ।

-ସତରେ ସଞ୍ଜୟ ବିଚାରୀ ସୋନା କେଡ଼େ ଅଭାଗିନୀ, ତୁମକୁ ନିଜର କରି ପାରିଲାନି । ଆଉ ମୋତେ ଦେଖ ମୁଁ କେତେ ଭାଗ୍ୟବାନ ତୁମ ପରି ସ୍ୱାମୀଟିଏ ପାଇଛି ।

-ଥାଉ ସ୍ୱପ୍ନା ଏତେ ଆଉ ଫୁଲେଇ ହୁଅନା । ମୋତେ କଥା ଦିଅ ସେ ଡାଏରୀକୁ ଆଉ କେବେ ପଢ଼ିବନି କି ମୋ ଆଗରେ ଅଭିମାନର ପାଚେରୀଟିଏ ଛିଡ଼ା କରିବନି । ମୁଁ ଆଉ ସେ ଅତୀତକୁ ଫେରିବାକୁ ଚାହେଁନା । ବର୍ତ୍ତମାନକୁ ନେଇ ବଂଚିବାକୁ ଚାହେଁ ତୁମରି ସାଥୀରେ ।

ସ୍ୱପ୍ନା ଡାଏରୀ ଅଭିମାନ

Rate the content


Originality
Flow
Language
Cover design

Comments

Post

Some text some message..