Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narendra Prasad Behera

Classics

2  

Narendra Prasad Behera

Classics

ନଳବଣ କିପରି ସୃଷ୍ଟି ହେଲା

ନଳବଣ କିପରି ସୃଷ୍ଟି ହେଲା

2 mins
473


ଭାଗଵତ କଥା--୪୫


  ଗଙ୍ଗାକୂଳ ସମ୍ପୂର୍ଣ୍ଣ ନିରବ ନିସ୍ତବ୍ଧ । ବାତାବରଣ ଅତ୍ଯନ୍ତ ଗମ୍ଭୀର । ମୃତ୍ୟୁପଥର ଯାତ୍ରୀ ରାଜା ପରୀକ୍ଷିତ ଓ ସମବେତ ମୁନୀଋଷିମାନେ ଏକାଗ୍ର ଚିତ୍ତରେ ତନ୍ମୟ ହୋଇ ତରୁଣ ତପସ୍ବୀ ଶ୍ରୀଶୁକଦେବଙ୍କ ମୁଖରୁ ନିର୍ଗତ ପଵିତ୍ର ଭାଗବତ କଥା ଶୁଣୁଛନ୍ତି । ସେ କହିବାକୁ ଲାଗିଲେ --

  

ଦିନ ପରେ ଦିନ ଅତିକ୍ରାନ୍ତ ହେବାରେ ଲାଗିଥାଏ । ଦ୍ବାରକାରେ ଯଦୁ ବଂଶର ଐଶ୍ଵର୍ଯ୍ଯ ଚରମ ସୀମାରେ ପହଞ୍ଚିଥାଏ । ତହିଁ ସଙ୍ଗେ ସଙ୍ଗେ ଏହି ବଂଶଧରର ଉଦଭ୍ରାନ୍ତ ଯୁବକମାନଙ୍କର ଉତ୍ପାତ ମଧ୍ଯ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗେ । ସେମାନେ ବଂଶ ମର୍ଯ୍ୟାଦା ଭୁଲିଯାଇ ଧରାକୁ ସରା ଜ୍ଞାନ କରିଥାନ୍ତି । ଗୁରୁଜନ ଓ ମାନ୍ଯଗଣ୍ଯ ବ୍ଯକ୍ତିମାନଙ୍କୁ ଅବଜ୍ଞା କରିବା ଓ ଅପମାନ ଦେବା ସେମାନଙ୍କର ଅଭ୍ଯାସରେ ପରିଣତ ହୋଇଥାଏ । କୃଷ୍ଣ ଓ ବଳରାମ ଯେଉଁ କୁଳ ମଣ୍ଡନ କରିଥିଲେ, ସେହି ଵଂଶର ସନ୍ତାନଗଣ ଏପରି କୁପଥଗାମୀ ହେବା ବିଧିର ବିଡମ୍ବନା ଛଡା ଆଉ କଅଣ ହୋଇପାରେ ? ଦିନେ ଦୁର୍ବାସା ଆଦି କେତେଜଣ ଋଷି ଦ୍ବାରକା ଆସି ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବା ପରେ ପିଣ୍ଡାରକ ତୀର୍ଥ ଉଦ୍ଦେଶ୍ୟରେ ଯାତ୍ରା କରୁଥାନ୍ତି । ସେମାନେ ପଥ ମଧ୍ଯରେ ଏହି ଉଦ୍ଧତ ଯୁବକମାନଙ୍କୁ ଭେଟିଲେ । କ୍ରୀଡାରତ ଏହି ଯୁବକମାନେ ଜାମ୍ବବତୀଙ୍କ ପୁତ୍ର ଶାମ୍ବକୁ ଗର୍ଭବତୀ ନାରୀ ବେଶରେ ସଜ୍ଜିତ କରି ମୁନୀମାନଙ୍କୁ ସମ୍ବୋଧନ କରି କହିଲେ, ୟେ ସ୍ତ୍ରୀ ଲୋକଟି ଗର୍ଭବତୀ । ଆପଣମାନେ ତ ଭବିଷ୍ୟତ ଦ୍ରଷ୍ଟା , ଆଛା କୁହନ୍ତୁ ତ ,ଏହାର ଗର୍ଭରୁ ପୁତ୍ର କି କନ୍ଯା କଅଣ ଜନ୍ମ ହେବ ? ମୁନିମାନେ ଉଦ୍ଧତ ଯୁବକମାନଙ୍କର ଏପରି କୁତ୍ସିତ କଥା ଶୁଣି ନିଜକୁ ଅପମାନିତ ବୋଧ କରିବା ସଙ୍ଗେ ସଙ୍ଗେ କ୍ରୋଧାନ୍ବିତ ହୋଇ ଉଠିଲେ । ସେମାନେ ଅଭିଶାପ ଦେଇ କହିଲେ, ଏହାର ଗର୍ଭରୁ ଏକ ଲୌହମୂଷଳ ପ୍ରସବ ହେବ ଏବଂ ଏହି ମୂଷଳ ହିଁ ଯଦୁ ବଂଶର ଧ୍ବଂସର କାରଣ ହେବ । ଏହାକହି ଋଷିମାନେ ସେ ସ୍ଥାନ ତ୍ଯାଗ କରି ଚାଲିଯିବା ପରେ ବହୁ ବସ୍ତ୍ର ଦ୍ବାରା ଆଚ୍ଛାଦିତ ଶାମ୍ଵର ଉଦର ଦେଶରୁ ପ୍ରଚଣ୍ଡ ଶବ୍ଦ କରି ଏକ ଲୌହମୂଷଳ ଭୂମି ଉପରକୁ ଖସି ପଡିଲା । ଏହା ଦେଖି ଯୁବକମାନଙ୍କର କ୍ରୀଡା କୌତୁକ ବନ୍ଦ ହୋଇଗଲା । ସେମାନେ ଭୟଭୀତ ଅବସ୍ଥାରେ ଧାଇଁଲେ ବୃଦ୍ଧ ରାଜା ଉଗ୍ରେସନଙ୍କ ନିକଟକୁ ଏବଂ ସମସ୍ତ ବୃତ୍ତାନ୍ତ ତାଙ୍କୁ ଜଣାଇଲେ । ଦ୍ବାରକିବାସୀ ଏହି କର୍କଶ ଲୌହଖଣ୍ଡକୁ ଦେଖି ଆଶ୍ଚର୍ଯ୍ୟ ଓ ଆତଙ୍କିତ ହୋଇ ପଡିଲେ । 


   ରାଜା ଉଗ୍ରେସନ ଭୃତ୍ଯମାନଙ୍କୁ ଆଦେଶ ଦେଇ କହିଲେ, ଯାଅ,ସମୁଦ୍ର କୂଳରେ ପଥରରେ ଘଷି ଘଷି ଲୌହଖଣ୍ଡଟିକୁ ଶେଷ କରିଦିଅ,ଯେପରିକି ଏହାର କୌଣସି ଚିହ୍ନ ରହିବ ନାହିଁ । ଉଗ୍ରେସନଙ୍କ ଆଦେଶ ପାଳନ କରି ଭୃତ୍ଯମାନେ ଲୌହଖଣ୍ଡକୁ ପଥର ଉପରେ ଘର୍ଷଣ କରିବାକୁ ଲାଗିଲେ । ବହୁଦିନ ଧରି ଘଷି ଘଷି ଶେଷରେ ଲୁହାର ଯେଉଁ କ୍ଷୁଦ୍ର ଅଂଶ ରହିଲା,ତାହାକୁ ଜଳ ଭିତରକୁ ନିକ୍ଷେପ କରି ସମସ୍ତେ ନିଶ୍ଚିନ୍ତ ମନରେ ରାଜଭବନକୁ ଫେରିଯାଇଥିଲେ । 

 

  ଏଣେ ଲୁହାର ଚୂର୍ଣ୍ଣ ଅଂଶ ସମୁଦ୍ର ଜଳରେ ଭାସିଯାଇ ବହୁ ଦୂରରେ କୂଳରେ ଲାଗିଯାଇ ଏକ ନଳବଣ ସୃଷ୍ଟି ହେଲା,ଯାହାକି ଏରକା ବନ ନାମରେ ପରିଚିତ ହେଲା । ଲୁହାର ଯେଉଁ ସୂକ୍ଷ୍ମ ଅଂଶଟି ଜଳ ଭିତରକୁ ନିକ୍ଷିପ୍ତ ହୋଇଥିଲା, ତାହାକୁ ଖାଦ୍ୟ ବୋଲି ଭାବି ଏକ ମାଛ ଗିଳି ଦେଇଥିଲା । ଦୈବଯୋଗକୁ ସେହି ମାଛଟି ଜଣେ ଧୀବରର ଜାଲରେ ପଡିଲା ଏବଂ ଜରା ଶବର ନାମକ ବ୍ଯାଧ ସେହି ମାଛଟିକୁ କିଣି ନେଇ ତରକାରୀ କରିବା ପାଇଁ କାଟିଲା ବେଳକୁ ମାଛର ପେଟ ଭିତରୁ ଲୁହାର ସେହି ତୀକ୍ଷ୍ନ ଅଂଶଟି ବାହାରିଲା । ଜରା ଶବର ଖୁସି ହୋଇ ସେହି ଲୌହ ଅଂଶଟିକୁ ଆହୁରି ଧାରୁଆ କରି ଶିକାର କରିବା ଉଦ୍ଦେଶ୍ୟରେ ତୀରର ଅଗ୍ର ଭାଗରେ ଲଗାଇଲା ।



Rate this content
Log in

Similar oriya story from Classics