Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aravinda Das

Comedy Inspirational

3  

Aravinda Das

Comedy Inspirational

ଭଗବାନଙ୍କ ଠିକଣା

ଭଗବାନଙ୍କ ଠିକଣା

1 min
14.1K


ଭଗବାନ'ଙ୍କ ଠିକଣା (୧)

★★★★★★★★

ଟିଉସନ ସାର୍ ଆସିନଥିବାରୁ ସେଦିନ ଲିପ୍ସା ପୁଅ ପିଣ୍ଟୁକୁ ପାଠ ପଢ଼ାଇବାକୁ ବସିଲେ।

ଗଣିତ ଓ ବିଜ୍ଞାନରେ ଟିକେ ଦୁର୍ବଳ ଲିପ୍ସା।ସ୍ୱାମୀ ନରେଶ ,ଏଇ ଦୁଇ ବିଷୟ ଦେଖନ୍ତି।

ସାହିତ୍ୟ ବହି କାଢ଼ିବାକୁ ନିର୍ଦେଶ ଦେଲେ ଲିପ୍ସା।

" ପିତାମାତା ଓ ଗୁରୁଜନଙ୍କୁ ଭକ୍ତି " ବିଷୟ ପଢ଼ାଇବାକୁ ଯାଇ ,ଲିପ୍ସା ବୁଝାଇଲେ, "ବାପା ,ମା ହେଉଛନ୍ତି ପ୍ରକୃତ ଭଗବାନ।ସେମାନଙ୍କୁ ଆମେ ପୂଜା କରିବା ଉଚିତ। ସେମାନଙ୍କ ସେବା କଲେ ଆମକୁ ସବୁଠୁ ଅଧିକ ପୁଣ୍ୟ ମିଳେ।"

ଖୁସି ହୋଇଯାଇ ପିଣ୍ଟୁ କହିଲା, "ମମି, ତା ହେଲେ ତମେ ଓ ବାପା ,ଜେଜେ ଜେଜେମାଙ୍କୁ ଘରେ ନରଖି ବୃଦ୍ଧାଶ୍ରମରେ କାହିଁକି ରଖିଛ ?ଆଉ ସବୁଦିନ ଠାକୁର ଘରେ ପଶି ଘଣ୍ଟା ଘଣ୍ଟା ଧରି ଏ ଫଟ ଆଗରେ କାହିଁକି ପୂଜା କରୁଛ ?"

ପାଟିଟା ଆଫୁ ଆଫୁ ହୋଇଯାଉଥିଲା ଲିପ୍ସାଙ୍କର।ସ୍ବାମୀଙ୍କ ଉଦ୍ଦେଶ୍ୟରେ ଡାକ ପକାଇଲେ, " ଠାକୁର ଘରୁ ଜଲଦି ବାହାରି ପିଣ୍ତୁକୁ ସାହିତ୍ୟ ପଢାଅ।"

"ଓହୋ,ସାହିତ୍ୟ ବି ପାରୁନ ?"

ମୁହଁକୁ ମୋଡି ଲିପ୍ସା କହିଲେ, "ତମ ପୁଅ ସିଲାବସ ବାହାର ପ୍ରଶ୍ନ ପଚାରୁଛି ପରା।"

(ଅରବିନ୍ଦ ଦାସ )

************

ଭଗବାନଙ୍କ ଠିକଣା (୨)

ସ୍କୁଲରେ ଶିକ୍ଷକ ପିଲାଙ୍କୁ ପଚାରିଲେ,"ଆଛା ,ପିଲେ କହିଲ,ଭଗବାନ କେଉଁଠି ରହନ୍ତି ?"

ରାଜୁ ହାତ ଟେକିଲା।ଖୁସି ହୋଇ ଶିକ୍ଷକ ପଚାରିଲେ "ତୁମେ ଜାଣିଛ ଭଗବାନଙ୍କ ଠିକଣା ?କୁହ।"

" ସାର୍, ଭଗବାନ ଦୁଇଟା ଜାଗାରେ ରୁହନ୍ତି।"

ଅତିଶୟ ଆନନ୍ଦରେ ଶିକ୍ଷକ କହିଲେ, "ହୃଦୟ ଓ ମନ୍ଦିରରେ ତ "?

ନାସ୍ତିସୂଚକ ମୁଣ୍ଡ ହଲାଇ ରାଜୁ କହିଲା, "ବୟସ ଥିଲା ପର୍ଯ୍ୟନ୍ତ ଭଗବାନ ଘରେ ରୁହନ୍ତି, ବୁଢ଼ା ବୁଢ଼ୀ ହୋଇଗଲେ ଭଗବାନ ,ବୃଦ୍ଧାଶ୍ରମରେ ରୁହନ୍ତି।"

ଶିକ୍ଷକ ଜଡ ପାଲଟି ଯାଉଥିଲେ।

(ଅରବିନ୍ଦ ଦାସ)


Rate this content
Log in

Similar oriya story from Comedy