Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅନାବିଳ ପ୍ରେମ
ଅନାବିଳ ପ୍ରେମ
★★★★★

© Subal Mohapatra

Inspirational

19 Minutes   7.2K    16


Content Ranking

        ଅନାବିଳ ପ୍ରେମ

www.ameodia.com

 

 

 

 

 

 

            ସୁଦୁର ଗୁଜୁରାଟର ଗାନ୍ଧିନଗର I ସେଦିନ ଥାଏ ରବିବାର I ଆକାଶ ଏକା ଏକା ଖଟରେ ଶୋଇ କଣ ସବୁ ଭାବୁଥାଏ I କିଛି ଥଳ କୁଳ ନଥାଏ ଭାବନାର I  କେତେବେଳେ ଝରକା ଦେଇ ବାହାରେ ଆକାଶର ସୌନ୍ଦର୍ଯ୍ୟ ଦେଖୁଥାଏ ତ କେତେବେଳେ ବୁଲୁଥିବା ଫ୍ୟାନ୍ କୁ ଚାହିଁ ତାର ପରକୁ ଦେଖିବାକୁ ଚେଷ୍ଟା କରୁଥାଏ  I କୌଣସି  କାମ ବି କରିବାକୁ ଇଚ୍ଛା ନଥାଏ ତାର I " ଛେଃ  , ଦିନଟା ପୁରା ବେକାର ! କିଛି କାମ ନାହିଁ I କ'ଣ କରିବ ମଣିଷ ? 

           ଏକା ରହି ରହି ବିରକ୍ତ ହୋଇ ଯାଇଥିଲା ସେ I ସୋମବାର ରୁ ଶନିବାର ଅଫିସ୍ I ଚାକିରୀ କରେ software କମ୍ପାନି ରେ I ଯାହା ଯେମିତି କଟି ଯାଉଥାଏ ଜୀବନ I କିନ୍ତୁ ରବିବାର ଟା ଭାରି ମାନ୍ଦା I କିଛି କାମ ନଥାଏ I ଶୋଇ ଶୋଇ ବିରକ୍ତ ଲାଗୁଥାଏ ତାକୁ I କେତେ ଫିଲିମ୍ ଦେଖିବ ଲାପଟପ୍ ରେ I ନହେଲେ ଫେସବୁକ୍ I କିନ୍ତୁ କେତେ ସମୟ ? ଅଫିସ୍ ର  କଲିଗ୍ ମାନେ ତ ସବୁ ଦିନ କାମରେ ବ୍ୟସ୍ତ I ଶନିବାର ଅଫିସ୍ ସରିଲା ପରେ ସମସ୍ତେ ଚାଲିଯିବେ ୬୦-୮୦ କି.ମି. ଦୁରରେ ଥିବା ସେମାନଂକ ଘରକୁ I ବାକି କଲିଗ୍ ଯେଉଁମାନେ ଗାନ୍ଧିନଗର ରେ ପରିବାର ନେଇକି ଅଛନ୍ତି ,ସେମାନେ ନିଜ ନିଜ ସଂସାର ରେ ବ୍ୟସ୍ତ I କେହି ଜଣେ ହେଲେ ବି ସାଙ୍ଗ ନାହାଁନ୍ତି କୁଆଡେ ଗୋଟେ ବୁଲି ଯିବାପାଇଁ  I ଏକା ଏକା ବୁଲିବାକୁ ଜମା ଭଲ ଲାଗେ ନାହିଁ ଆକାଶକୁ I ହେଃ , ଏକା ଏକା କଣ ଗୋଟେ ବୁଲିବ I ଗୋଠ ଛଡା ଭଳି ଲାଗେ ତାକୁ I ପାର୍କ୍ ଗଲେ ଏକା , କିଛି ଚଟ୍ ପଟା ଖାଦ୍ୟ ଖାଇଲେ ଏକା , ଏୟା କଣ ଜୀବନ ?  ସ୍ତ୍ରୀ , ପିଲାଛୁଆ ହେଲେ ଥାନ୍ତେ I କମ୍ ସେ କମ୍ ଏକା ତ ଲାଗନ୍ତା ନାହିଁ I କିନ୍ତୁ ସେ ତ ବାହା ହେଇନି I Girlfriend ହେଲେ ଥାନ୍ତା I ତା ସହ ବି ସମୟ ବିତିଯାନ୍ତା  I କିନ୍ତୁ ନାଁ କେହି ନାହାନ୍ତି I ଜୀବନରେ କେବେ କୌଣସି ଝିଅ ପ୍ରତି ସେ ତା ପ୍ରେମକୁ ଦେଖେଇ ପାରିନି I ମୋଟ୍ ଉପରେ ସେ କେବେ ସାହସ କରି ପାରିନି କୌଣସି ଝିଅକୁ ପ୍ରେମରେ ଫସେଇବା ପାଇଁ I ସବୁବେଳେ ଗୋଟେ ଡର "କାଳେ କିଏ ମନା କରିଦବ ,ଅପମାନିତ କରିବ " I 

            ଗାଁରେ ସାଙ୍ଗ ସାଥୀ ମାନଙ୍କୁ ଛାଡି ଆସିବାକୁ ତାର ଜମା ଇଚ୍ଛା ନଥିଲା I ହେଇଥାନ୍ତା ହେଲେ ଏ ଚାକିରୀ ଭୁବନେଶ୍ଵର ରେ I କିଛି ନହେଲେ ଓଡିଆ ଲୋକ  ତ ମିଳି ଯାଇଥାନ୍ତେ ଗପିବା ଆଉ ବୁଲାବୁଲି କରିବା ପାଇଁ I ଏଠି ଗୋଟେ ଜାଗା ଯେ ଓଡିଆ ଲୋକଙ୍କୁ  ବହୁତ୍ କମ୍ ଦେଖେ I ସାଙ୍ଗ କରିବାକୁ ସମୟ ନାହିଁ I ସବୁବେଳେ ତ ଅଫିସ୍ I software ଚାକିରୀ I ଦିନ କି ରାତି ନଥାଏ I      

 

       ଭାବି ଭାବି ଆକାଶକୁ ନିଦ ଲାଗି ଯାଇଥାଏ I ହଠାତ୍ କଣ ଗୋଟେ ଶଦ୍ଦରେ ତା ନିଦ ଭାଙ୍ଗିଗଲI I ଉଠିକି ବସିଲା ସେ  I ଦେଖିଲା କିଛି ନାହିଁ I ବୋତଲରୁ ପାଣି ପିଇଲା I କ'ଣ କରିବ ଏବେ ?କିଛି ସମୟ ଚିନ୍ତା କରି ଗୋଟେ ଓଡିଆ ଗପ ବହି ଉଠାଇ ଆଣିଲା ଥାକରୁ I ସେ ବହିଟା ଆଗରୁ ପଢି ସାରିଥିଲେ ବି ଓଲଟେଇଲା ଆଉଥରେ I ସବୁ ଗପ ମନେ ଅଛି I ବହିଟାକୁ ପୁଣି ଫୋପାଡି ଦେଲା ଥାକ ଉପରକୁ I ଆଉ ଖଟରେ ଗଡି ପଡିଲା I 

 

        କିଛି ଗୋଟେ ଘଟିଗଲା ପରି ତା ମନ ଭିତରକୁ କିଛି ଭାବନା ପଶି ଆସିଲା I କେମିତି କଟୁଥିବ ସମୟ ,ଯେଉଁମାନେ ବନ୍ଦୀ ହୋଇ ବିଭିନ୍ନ ଜେଲ୍ ରେ ଅଛନ୍ତି I ସେମାନେ ତ ବୋର୍ ହୋଇ ଯାଉଥିବେ I ଯେଉଁଠି ଗୋଟେ ଦିନ ସେ ସହ୍ୟ କରି ପାରୁନି , ସେମାନେ କଣ କରୁଥିବେ ତାଙ୍କର ସମୟ କାଟିବା ପାଇଁ I ଯେଉଁ ବୁଢା ବୁଢୀ ମାନେ ସବୁ ବୃଦ୍ଧIଶ୍ରମ ରେ ଅଛନ୍ତି I ସେମାନେ କେମିତି କାଟୁଥିବେ ଜୀବନ I ଭାବି ଭାବି ତା ମନ ଭାରାକ୍ରାନ୍ତ ହୋଇଗଲା I ହଠାତ୍ ତା ମନ ଭିତରେ କିଛି ଝଲକ୍ ଦେଖାଗଲା I କେମିତି ହୁଅନ୍ତା ଯଦି ଏଇ କଏଦୀ ଓ ବୁଢା ବୁଢୀ , ଅକର୍ମଣ୍ୟ ଓ ଏମିତି ଜୀବନ କାଟୁଥିବା ଲୋକଙ୍କ ପାଇଁ ସେ କିଛି କରି ପାରନ୍ତI I କିନ୍ତୁ କଣ ସେ କରିବ ? କଣ କଲେ ଏମାନେ ଖୁସି ହେବେ ?  ହଠାତ୍ ତା ଆଖି ସେଇ ବହି ଉପରେ ପଡିଲା , ଯେଉଁଟI କିଛି ସମୟ ପୁର୍ବରୁ ଥାକ ଉପରକୁ ଫୋପାଡି ଦେଇଥିଲା I କିଛି ଗୋଟେ ପାଇଗଲା  ପରି ତା ମନ ଉତ୍ଫୁଲ୍ଲିତ ହୋଇ ଉଠିଲା I ହଁ ,ଏଇଟI ଗୋଟେ ଭଲ ଆଇଡିଆ I ସେମାନେ ସେମାନଙ୍କ ଅବସର ସମୟ କୁ ବହି ପଢି କି କାଟି ପାରିବେ I କିନ୍ତୁ ଏତେ ବହି ଆସିବ କେଉଁଠୁ ? ସେ ତ ଗୁଜୁରାତି ପଢି କି ଲେଖି ଜାଣିନି I ଏଠି ସେ କେମିତି କାହାକୁ ସାହାର୍ଯ୍ୟ କରିବ ? ତଥାପି ଥରେ  ଚେଷ୍ଟା କରା ଯାଉ I ଯଦି କିଛି ହୋଇପାରିଲା I 

 

         ସେ ପ୍ୟାଣ୍ଟ ଆଉ ସାର୍ଟ ପିନ୍ଧି ବାହାରିଲା ତଳ ମହଲାରେ ଥିବା ତାର ଘର ମାଲିକ ଘରକୁ I ମନରେ ଚିନ୍ତା ଥିଲା ଯେ ମଉସାଙ୍କ ସହ କଥା ହୋଇ କିଛି ଅଦରକାରୀ ବହି କି ମ୍ୟାଗାଜିନ୍ ଏକାଠି କରିବା I ସେଠି କଥା ହୋଇ ସାରିଲା ଓ ଚାରିଟI ପୁରୁଣା ବହି ଓ କିଛି ପୁରୁଣା ମ୍ୟାଗାଜିନ୍ ଧରି ସେ ରୁମ୍ କୁ ଫେରି ଆସିଲା  I ତା ମନ ଖୁସି ହୋଇଗଲା I ଯଦି ସେ ଏମିତି ପ୍ରତି ସପ୍ତାହରେ ୪/୫ ଟା ଘର ବୁଲିପାରନ୍ତା ତେବେ ମାସ ଶେଷକୁ କିଛି ବହି ଏକାଠି କରିପାରନ୍ତI I ଏବଂ ତା ପରେ କଣ କଣ ସବୁ କରିବ ସେ ବିଷୟରେ ଚିନ୍ତା କରିବାକୁ ଲାଗିଲା I 

 

          ପ୍ରଥମେ ତାକୁ କିଛି ବହି ଓ ମ୍ୟାଗାଜିନ୍ ଏକାଠି କରିବାକୁ ପଡିବ I ତାପରେ ତାକୁ ଜେଲ୍ , ଅନାଥାଶ୍ରମ , ବୃଦ୍ଧାଶ୍ରମ ବିସୟରେ ଜାଣିବାକୁ ପଡିବ ଓ ତାର ଠିକଣା ଏକାଠି କରିବାକୁ ପଡିବ I ତାପରେ ସେ ବୁଲି ବୁଲି ସେମIନଙ୍କୁ ଏହି ବହି ପଢିବାକୁ ଦେଇ ପାରିବ I "ହେଃ ଏତେ ସବୁ କାମ ଏକା କରିବାକୁ ପଡିବ , ସାଙ୍ଗରେ କିଏ ଗୋଟେ ହେଲେ ଥାଆନ୍ତା " I  ସେ ମନକୁ ମନ କହି ଉଠିଲା ଓ ମନେ ପକେଇବାକୁ ଲାଗିଲା "ଏକେଲା ଚଲୋ ରେ " ଗୀତଟିକୁ I ମନେ ମନେ ଏହି ଗୀତଟିକୁ ଗୁଣୁଗୁଣେଇ ସେ ପୁଣି ବାହାରି ଗଲା ଆଉ କିଛି ଘରୁ ବହି ଓ ମ୍ୟାଗାଜିନ୍ ସଂଗ୍ରହ କରିବା ଉଦ୍ଦେଶ୍ୟରେ I  

 

    ତିନି ସପ୍ତାହ ପରେ ...    

 

       ପୁଣି ଏକ ରବିବାର I ସକାଳୁ ଉଠିବାର ଅଭ୍ୟାସ ନଥିଲେ ମଧ୍ୟ ସେ ସକାଳୁ ଉଠି ପଡିଲା I ଗତ ଦୁଇ ସପ୍ତାହ ଭିତରେ ସେ ବୁଝି ପାରିଛି ଲୋକ ମାନଙ୍କୁ କେମିତି convince କରିବାକୁ ହୁଏ I କିଛି ଲୋକ ତ ପୁରୁଣା ବହି ଓ ମ୍ୟାଗାଜିନ୍ ସବୁ କବାଡି ବାଲାଙ୍କୁ ୩ ଟଙ୍କା କିଲୋରେ ବିକ୍ରି କରିବେ ପଛେ କିନ୍ତୁ ଲୋକଙ୍କ ହିତ ପାଇଁ ଦେବେନି I କିଛି ଘରୁ ସିଏ ଗାଳି ବି ଖାଇ ସାରିଲାଣି I କିନ୍ତୁ ଯେତେ ଯେତେ ଲୋକ ହତାଦର କରୁଥାନ୍ତି ତାର ଜିଦ୍ ସେତେ ସେତେ ବଢି ଚାଲିଥାଏ I କିଛି କିଛି ସହୃଦୟ ଲୋକ ବି ଅଛନ୍ତି ,ଯେଉଁମାନେ ଚଳନ୍ତି ମାସର ମ୍ୟାଗାଜିନ୍ ଓ ବହି ସବୁ ଦେଇ ଦେଉଥାନ୍ତି I କିଛି ଲୋକ ତ ଏପରିବି କହୁଥାନ୍ତି ଯେ "ଭାଇ ତୁମେତ ଗୁଜୁରାତି ନୁହଁ ,ଏ ବହି ସବୁ ଅଧା ଦାମ୍ ରେ ବାହାରେ ବିକ୍ରି କରିବାକୁ ନେଉଚ୍ଛ" I   

 

          ସେ ଯାହାବି ହେଉ ଏବେ କିଛି ବହି ଓ ମ୍ୟାଗାଜିନ୍ ତା ପାଖରେ ଅଛି I Internet ରୁ ଗୋଟେ ବୃଦ୍ଧାଶ୍ରମର ଠିକଣା ବି ସେ ସଂଗ୍ରହ କରି ସାରିଛି I ଆଜି ସେଠାକୁ ଯାଇ ସେ ଦେଖିବ , ଜାନିବ ଓ କିଛି ବହି ସେମାନଙ୍କୁ ଦେଇକି ଆସିବ ପଢିବା ପାଇଁ I

 

           ସକାଳୁ ସକାଳୁ ସେ ଗାଧୋଇ ପାଧୋଇ,କଣ ଦିଟା ଜଲଖିଆ ଖାଇନେଇ ଘରୁ ବାହାରି ଗଲା I ସ୍କୁଟର୍ start କଲାବେଳେ ତାର ମନେପଡିଲା ଯେ ସେ ବହିସବୁ ଆଣିବାକୁ ଭୁଲିଯାଇଛି I ପୁଣି ରୁମକୁ ଫେରିଲା ଓ କିଛି ଭଲ ମଲାଟ ଦେଖାଯାଉଥିବା ବହି ଓ ମ୍ୟାଗାଜିନ୍ ଧରି ବାହାରି ଗଲା I ବୃଦ୍ଧାଶ୍ରମରେ ପହଞ୍ଚି ସେ ପ୍ରଥମେ ତାର ମ୍ୟାନେଜରକୁ ଦେଖାକରି ସବୁ କଥା କହିଲା I ସବୁ ଶୁଣି ସାରିଲା ପରେ ମ୍ୟାନେଜର୍ ରାଜି ହେଲେ ଯେ ଯଦି ଆଶ୍ରମର ଅନ୍ତେବାସୀ ଚାହିଁବେ ତେବେ ସେ ବହି ସେମାନଙ୍କୁ ଦେଇ ପାରିବ ଓ ପୁଣି ପ୍ରତି ୭-୧୮ ଦିନ ଅନ୍ତରରେ ଆସି ପୁରୁଣା ବହି ସବୁ ଫେରେଇ ନେଇ ନୁଆ ବହି ସବୁ ଦେଇ ପାରିବ I       

 

          ସମସ୍ତଙ୍କ ଆଗକୁ ଗଲା ବେଳକୁ ତାକୁ କେମିତି ନର୍ଭସ୍ ଲାଗୁଥାଏ I ତଥାପି ସାହସ ସଞ୍ଚୟ କରି ସେମIନଙ୍କପାଖକୁ ଗଲା ଓ ବାଟରୁ ନେଇଥିବା ମିଠା ସେମIନଙ୍କ ଭିତରେ ବାଣ୍ଟି ଦେଲା I ତାପରେ ତାର ସାରଗର୍ଭକ ଭାଷଣ ଦେଲା ଓ ସମସ୍ତଙ୍କ ଠାରୁ ପ୍ରଶଂସI ପାଇ ଖୁସି ହୋଇଗଲା I 

            ଏବେ ତାର ବହି ଓ ମ୍ୟାଗାଜିନ୍ କଲେକ୍ସନ୍ ଓ ଭିନ୍ନ୍ ଭିନ୍ନ୍ ବୃଦ୍ଧାଶ୍ରମ ,ଜେଲ୍ ,ଅନାଥାଶ୍ରମ ଗୁଡିକୁ ଯିବା ଆସିବା ଓ ବହି ଦେବI ନେବା ଚାଲୁରହିଲା I ସେମIନଙ୍କ ପ୍ରତି ଆତ୍ମିୟତା ବଢିଚାଲିଲା , ଓ ତାର ଛୁଟି ସମୟ କଟିବାକୁ ଲାଗିଲା I ତା ଅଫିସ୍ ର ଲୋକ ମାନେ ଜାଣିଲI ପରେ କିଛି ଖୁସି ହେଲେ ,କିଛି ସାହାର୍ଯ୍ୟ କଲେ ,ଆଉ କିଛି ତାକୁ ହତୋସ୍ଚIହ ବି କଲେ I କିନ୍ତୁ କେହି ଜଣେ ବି ତା ସହ ଆଗେଇ ଆସିଲେ ନାହିଁ I ସେ ଯେଉଁ ଏକI କୁ ସେଇ ଏକI ହିଁ ସବୁ କରି ଚାଲିଲା I   

           କିଛି ଗୋଟେ ଛୁଟି ଦିନ I ସେଦିନ କୁଆଡେ ଯିବାକୁ ତାର ମନ ନଥାଏ I ଖରା ବଢି ଯାଇଥାଏ I ଦୋକାନରୁ ଗୋଟେ ଘୋଳ ଦହି କିଣି ,ପିଇ ପିଇ ବାଟରେ ଆସୁଥାଏ ଚାଲି ଚାଲି I ହଠାତ୍ ଗୋଟେ ଘର ଆଗରୁ ଦୁମ୍ କରି ଗୋଟେ ଶବ୍ଦ ହେଲା I ସେ ଚାହିଁ ଦେଖିଲI ବେଳକୁ ଗୋଟେ ୧୭-୧୮ ବର୍ଷର ଝିଅ ଗୋଟେ ବଡ ବହିକୁ ତଳେ କଚାଡି ଦେଇ ବାପାଲୋ ମାଲୋ କହି ଘର ଭିତରକୁ ଦୌଡି ପଳେଇଲI I ଆକାଶ ସେଠାକୁ ଯାଇ ଦେଖିଲI ବହି ଉପରେ ଗୋଟେ ମଲା ଅସରପା I ସେ ବହିଟିକୁ ସଫIକରି ସାରିଲା ବେଳକୁ ସେ ଝିଅଟି ତା ପଛ ପଟେ ଠିଆ ହୋଇଥାଏ I ଗୋଟେ ଛୋଟ thank you କହି ଝିଅଟି ମୁରୁକି ହସିଦେଲା        

ଓ ପଚାରିଲା "ତୁମେ ସିଏ ନା, ଯିଏ ସେ ଦିନ ଆମ ଘରକୁ ବହି ମାଗିବାକୁ ଆସିଥିଲ ଓ ବାପା ତୁମକୁ ଗାଳି ଦେଇ ଫେରେଇ ଦେଇଥିଲେ" I 

ଆକାଶ - ହଁ କହି ବହିଟି ଝିଅ ହାତକୁ ବଢେଇ ଦେଲା I 

ଝିଅ - ଆପଣ ବହି ସବୁ ନେଇ କଣ କରନ୍ତି ?

ଆକାଶ - ବହି ଓ ମ୍ୟାଗାଜିନ୍ ନେଇ ମୁଁ ଜେଲ୍ ରେ ଥିବା କଏଦୀ , ବୃଦ୍ଧାଶ୍ରମ ଓ ଅନାଥାଶ୍ରମକୁ ଯାଏ ଓ ସେମାନଙ୍କ ପଢିବାକୁ ଦିଏ I 

 ଝିଅ - ଆପଣ କଣ ସମାଜସେବୀ ?

ଆକାଶ - part time .

ଝିଅ - (ତାସ୍ଛଲ୍ୟର ସହ ହସ ଖେଳେଇ ) Full time ରେ ଆପଣ କଣ କରନ୍ତି ?

ଆକାଶ - ମୁଁ ଜଣେ Software Engineer .

 

          ଝିଅଟିର ମୁହଁରୁ ତାସ୍ଛଲ୍ୟର ହସ ଲିଭିଗଲI ଓ ସେ ଆଶ୍ଚର୍ଯ୍ୟ ହୋଇ କି ପଚାରିଲା ,ତେବେ ଆପଣ ସେଦିନ କିଛି କହିଲେ ନାହିଁ କାହିଁକି , ଯେତେବେଳେ ବାପା ଆପଣଙ୍କୁ ୟାଡୁ ସାଡୁ କହୁଥିଲେ I           

                                                                           

 ଆକାଶ - ମ୍ୟାଡାମ୍ ! ମୁଁ ବହି ମାଗିବାକୁ ଆସିଥିଲି ଅନାଥ ,ବୃଦ୍ଧ ଓ ଜେଲ୍ ର କଏଦୀ ମାନଙ୍କ ପାଇଁ , ଗଣ୍ଡଗୋଳ କରିବାକୁ ନୁହେଁ I 

 

          ଏତିକି କହି ଆକାଶ ଚାଲିବାକୁ ଆରମ୍ଭ କଲା I ଆକାଶ ର ଦୁରକୁ ଯିବା ସଙ୍ଗେ ସଙ୍ଗେ ଝିଅଟିର ଆକାଶ ପ୍ରତି ଥିବା ଭୁଲ୍ ଧାରଣା ବି ଦୁରେଇ ଦୁରେଇ ଯାଉଥିଲା I 

          ଝିଅଟି ସେମିତି ଠିଆ ହୋଇ ରହିଥିଲା ଓ ଆକାଶର ଯିବା ବାଟକୁ ଚାହିଁଥିଲା I ଦୃଷ୍ଟି ର ଅନ୍ତରାଳକୁ ଯିବା ପରେ ଝିଅଟି ଘରକୁ ଫେରି ଆସିଲା ଓ ଆକାଶ ପ୍ରତି ତା ବାପା କରିଥିବା ବ୍ୟବହାର ପାଇଁ ଅନୁତପ୍ତ ହେବାକୁ ଲାଗିଲା I କିଛି ଦିନ ପରେ ସେ ଝିଅ ଆକାଶ ଯାଇଥିବା ବୃଦ୍ଧIଶ୍ରମ ଓ ଅନାଥାଶ୍ରମ କୁ ଯାଇ ଆକାଶ ବିଷୟ ରେ ଖବର ସଂଗ୍ରହ କରିବାକୁ ଲାଗିଲା I ଯେତେ ଯେତେ ସେ ଆକାଶ ର ପ୍ରଶଂସI ଶୁଣୁଥାଏ ,ସେତେ ସେତେ ଅନୁତପ୍ତ ହେଉଥାଏ I 

 

                                     ଏକ ମାସ ପରେ ....    

 

          ରବିବାର ,ଆକାଶ ର ନିଦ ଭାଙ୍ଗି ନଥାଏ I ସକାଳ ୭ ଟା I ଆକାଶ ର ସେଦିନ ଡେରିରେ ଗୋଟେ ଅନାଥାଶ୍ରମକୁ ଯିବାର ଥାଏ I ସେଥିପାଇଁ ସେ ସକାଳ ୮ଟା ରେ ଉଠିବା ପାଇଁ ଆଲାରାମ୍ ଦେଇଥାଏ I ହଠାତ୍ କବାଟ ଠକ୍ ଠକ୍ ହେଲା I ଆକାଶ ନିଦ ମଳ ମଳ ଆଖିରେ ଦେଖିଲା ୭ ଟା ବାଜିଛି I ପୁଣି ତା କବାଟରେ ଠକ୍ ଠକ୍ ? ସେ ଭାବି ପାରିଲାନି କିଏ ହେଇଥିବ I ଏଠାକୁ ଆସିବାର ଦେଢ ବର୍ଷ ହେଲାଣି ,କେବେବି କେହି ତା ଘରକୁ ଆସନ୍ତି ନାହିଁ I ଆଜି କିଏ ? ପୁଣି ଏତେ ସକାଳୁ ?

 

         ଆକାଶ କବାଟ ଖୋଲି ଦେଖିଲା I ୬-୭ ଜଣ ପୁଅ, ଝିଅ ତା ରୁମ୍ ଆଗରେ ଠିଆ ହୋଇଥାନ୍ତି I ସେ ଆଶ୍ଚର୍ଯ୍ୟ ହେଇ ପଚାରିଲା କଣ ହେଲା I ସେମାନଙ୍କ ଭିତରୁ ଜଣେ କହିଲା , Sir ଆମେ ବି ଆପଣଙ୍କ ସହ ମିସିବIକୁ ଚାହୁଁ I            

ଆକାଶ - ମାନେ ?

 

ପିଲା - ସାର୍ ଆମେ ଜାଣିଛୁ ,ଆପଣ ବହୁତ୍ ବଡ କାମ କରୁଛନ୍ତି I ପୁଣି ଏକI ଏକI I 

 

ଆକାଶ - ତମେ ମାନେ କଣ ଚାହଁ ?

 

ପିଲା - କିଛିଦିନ ପୁର୍ବରୁ ଅନମୋଲ୍ ଆମମାନଙ୍କ ଆପଣଙ୍କ ବିଷୟରେ କହିଲା I ଆମେ ସମସ୍ତେ ମିଶି ଆପଣ ଯାଇଥିବା ଜାଗା ଗୁଡିକୁ ଗଲୁ ,ସେଠାରେ ଆପଣ କ'ଣ କ'ଣ କରୁଛନ୍ତି ଜାଣିବା ପାଇଁ I ସବୁ ବୃଦ୍ଧIଶ୍ରମ ,ଅନାଥାଶ୍ରମ ବୁଲି ସାରିଲା ପରେ ଆମେ ଜାଣିଲୁ ଆପଣ କେତେ ମହାନ୍ କାମ କରୁଛନ୍ତି I ତେଣୁ ଆମେବି ଆପଣଙ୍କ ସାହାର୍ଯ୍ୟ କରିବାକୁ ଆସିଲୁ I 

 

ଆକାଶ - କିନ୍ତୁ ତମେ ମାନେ କିଏ ? 

 

ପିଲା - ସାର୍ ,ଆମେ ସମସ୍ତେ ସାଙ୍ଗ I +2 ରେ ପଢୁଛୁ I ଆମେ ମାନେ ସମସ୍ତେ ଆପଣଙ୍କ ଫ୍ୟାନ୍ ହୋଇଯାଇଛୁ I Please ମନା କରନ୍ତୁ ନାହିଁ I ଆମକୁ ବି କିଛି ସେବା କରିବାର ସୁଯୋଗ ଦିଅନ୍ତୁ I ଆମେ ଆମ ଘରେ ଏ ବିଷୟରେ କହିକି ଆସିଛୁ I ସେମାନେ ବି ସମସ୍ତେ ଖୁସି I Please Sir , ମନା କରନ୍ତୁ ନାହିଁ I 

ସମସ୍ତେ ଏକ ସ୍ଵରରେ --Please Sir ,Please ,Please ,Please  .  

 

ଆକାଶ - ଠିକ୍ ଅଛି, କିନ୍ତୁ ଆଜି ନୁହେଁ I ତମେମାନେ ଆସନ୍ତା ରବିବାର ଠିକ୍ ୯ ଟା ରେ ଏଠାକୁ ଆସ I ତା ପରେ ଚିନ୍ତା କରିବା I 

 

            ସମସ୍ତେ ଗଲା ପରେ ଆକାଶ କବାଟ ବନ୍ଦକରି ଭିତରକୁ ଆସିଲା ଓ ଭାବିବାକୁ ଲାଗିଲା I ସେ ଝିଅଟି ନାଁ ତାହେଲେ ଅନମୋଲ୍ I ଯେଉଁଠି ବଡ ମାନେ ବୁଝି ପାରୁନାହାଁନ୍ତି ସେଠି ଏଇ ଟିକି ଟିକି ପିଲା ମାନେ ତାକୁ ସହଯୋଗ ର ହାତ ବଢାଉଛନ୍ତି I ବାଃ ରେ ଦୁନିଆ I   

 

            ତାପର ରବିବାର ,ସମୟ ୮:୫୦ I ସବୁ ପିଲା ଆସି ଆକାଶ ର ଘରେ ପହଁଚିଲେ I ସାଙ୍ଗରେ କିଛି ବହି ଓ ମ୍ୟାଗାଜିନ୍ ନିଜ ନିଜ ଘରୁ ଓ ଅନ୍ୟମାନଙ୍କ ଠାରୁ ଆଣି ଆସିଥାନ୍ତି I କଥାବାର୍ତ୍ତା ପରେ ସମସ୍ତେ ଠିକ୍ କଲେ ଯେ ସେମାନେ ମିଳି ମିଶି କାମ କରିବେ I କିଏ କେଉଁଠିକୁ ଯିବ ବହି ମାଗିବା ପାଇଁ ଆଉ କିଏ କିଏ ସବୁ କେଉଁ ଆଶ୍ରମକୁ ଯିବେ I ବହି collect ହବ ଓ ନୁଆ ବହି ଦିଆଯିବ I କାହାକୁ କେଉଁ ବହି ଦିଆ ଯିବ ତାର ଗୋଟେ list ରହିବ I କେଉଁଠୁ କେଉଁ ବହି ଆସିଲା ,କିଏ ନେଲା ,କେବେ ଫେରେଇଲା ସବୁର ଲିସ୍ଟ୍ I ଅନମୋଲ୍ ସେ ଦାଇତ୍ଵ ନେଲା I ପ୍ରଥମେ ଆକାଶ ରାଜି ହେଉ ନଥିଲା ଏସବୁ ପାଇଁ I ପିଲା ମାନେ ପଇସା ଖର୍ଚ କରିବେ ଯିବା ଆସିବା ପାଇଁ I ସେମାନଙ୍କ ଘରେ କଣ କହିବେ ସେଥିପIଇଁ I କିନ୍ତୁ ସବୁ ପିଲା କହିଲେ ଯେ ଆମେ ଘରେ କହିଚୁ ଓ ଘରେ permission ବି ଦେଇଛନ୍ତି I ଆମେ ଘରୁ extra ପଇସା ବି ଆଣୁନୁ I ଆମ ନିଜ ଇଛାରେ ଆମ pocket money ରୁ ଆମେ ଏ ସବୁ କାମ କରିବୁ I ତା ପରେ ଆକାଶ ରାଜି ହେଲା ଓ ସମସ୍ତେ କାମରେ ଲାଗିଗଲେ I   

 

        କିଛିଦିନ ପରେ ଆକାଶ ଜାଣିଲI ଯେ , ପିଲାମାନେ ସବୁବେଳେ ମିଠା କିମ୍ବା ଚକୋଲେଟ୍ ସାଙ୍ଗରେ ନେଇ ଆଶ୍ରମ ମାନଙ୍କୁ ଯାଉଛନ୍ତି I ପଇସା କେଉଁଠୁ ଆସୁଛି ? ଅନମୋଲ୍ କହିଲା ଆମେ ଗୋଟେ ପାଣ୍ଠି କରିଛୁ I ପିଲାମାନେ ଯିଏ ଯାହା ଦେଲା ଏସବୁ ସେଇଥିରୁ ଖର୍ଚ୍ଚ ହେଉଛି I ଆକାଶ ସୁଣି ଖୁସି ହେଲା ଓ ନିଜ ଦରମାରୁ ୧୦୦୦ ଟଙ୍କା କାଢି ସେ ପାଣ୍ଠି ରେ ମିଶାଇଲା I 

 

ଏସବୁ କାମ ଭିତରେ ଅନମୋଲ୍ ଯେ ଆକାଶ ର ପ୍ରେମ ରେ ପଡି ସାରିଲାଣି, ସେକଥା କାହାକୁ ଜଣା ନ ଥାଏ I ଆକାଶ ପାଖେ ପାଖେ ରହିବାକୁ , ଆକଶ୍ ସହ କଥା ହେବାକୁ ,ଆକଶ୍ ବିଷୟ ରେ ଭାବିବାକୁ ,ଜାଣି ଜାଣି ଭୁଲ୍ କରି ଆକଶ୍ ଠୁ ଗାଳି ଖାଇବାକୁ ତାକୁ ଭଲ ଲାଗୁଥାଏ I ସେ ମିଛ ମିଛ ରେ ଡରି ଯାଉ ଥାଏ ଆଉ ଜାଣି ଜାଣି ଆକଶ୍ କୁ sorry କହିବାକୁ ବାଧ୍ୟ କରୁ ଥାଏ I ଏସବୁ ତାକୁ ଭଲ ଲାଗୁଥାଏ I ଅନମୋଲ୍ ଭାବୁଥାଏ , ସବୁଦିନ ରବିବାର ହୁଅନ୍ତାନି ? ସବୁଦିନ ଆମେ ଏକାଠି କାମ କରନ୍ତୁ I ଏବେ କେବଳ ରବିବାର, ଅନ୍ୟ ଦିନ ମାନଙ୍କରେ ତ ସମସ୍ତେ ବ୍ୟସ୍ତ I କେବେ କେମିତି ଶନିବାର ସମସ୍ତେ ଏକାଠି ହୁଅନ୍ତି କିନ୍ତୁ ସବୁଦିନ ଅନମୋଲ୍ ର ଆକାଶ ସହ ଦେଖା ହୁଏନି I ଆକଶ୍ ଅଫିସ୍ ଗଲା ବେଳେ ଅନମୋଲ୍ ଝରକା ଭିତରୁ ଉଙ୍କି ମାରେ କିନ୍ତୁ କେବେ ଦେଖି ହୁଏ କେବେ ଦେଖି ବି ପାରେନୀ I ସୋମବାର ରୁ ଶନିବାର ଯାଏ ଅନମୋଲ୍ ଆଖିରେ ନିଦ ନ ଥାଏ I ସେ ଅପେକ୍ଷା କରେ ରବିବାର କୁ I ବେଳେ ବେଳେ ଏତେ ଅନ୍ୟ ମନସ୍କ ହୋଇ ଯାଏ ଯେ, ତା ସାଙ୍ଗମାନେ ପଚାରନ୍ତି କ'ଣ ଭାବୁଚି , ସେ କଥା ଟାଳି  ଦିଏ I 

 

କିଛି ଦିନ ପରେ ଆକଶ୍ ଅନୁଭବ କଲା ଯେ ,ଅନମୋଲ୍ ତାକୁ ଲୁଚି ଲୁଚି ଦେଖୁଚି I ବେଳେ ବେଳେ ତାକୁ ଲାଜ କରୁଛି I ସୋମବାର ରୁ ଶନିବାର ଅପେକ୍ଷା ପରେ ରବିବାର ସେ ଉତ୍ଫୁଲିତ ହୋଇ ଉଠୁଚି ଓ ସେ ନଦେଖିଲା ବେଳେ ତାକୁ କଣେଇ କଣେଇ ଚାହୁଁଚି I ଆକଶ୍ ବେଳେ ବେଳେ ଭାବେ ଏହା କଣ ପ୍ରେମ? କିନ୍ତୁ ସେ ଯେ ପ୍ରେମ କରି ପାରିବ ନାହିଁ I ୨୮ ବର୍ଷର ପିଲା I ଘର ଓଡିଶା ରେ, ଘରେ ବିଧବା ମା ,ଦୁଇଟି ଅବିବାହିତ ଭଉଣୀ, ଜମି ବୋଲି ଗୁଣ୍ଠେ ନାହିଁ I ବାପାଙ୍କ ପେନସନ୍ ମାସ ଅଧା ରେ ଶେଷ I  ଛୋଟ ବେଳେ ଭଲ ପାଠ ପଢୁଥିଲା ବୋଲି ସମ୍ପର୍କିୟ ମାନଙ୍କ ସହାୟତା ରେ ଧାର୍ ଉଧାର୍ କରି ତା ମା ତାକୁ ପାଠ ପଢାଇଲେ I  ସେ ଏବେ ଚାକିରୀ କଲା ପରେ study loan , ଧାର୍ ଉଧାର୍ , ସୁଝିଲା ବେଳକୁ ପାଖରେ ୧୦୦୦-୨୦୦୦ ଟଙ୍କା ରହୁଚି ,ସେଥିରେ ପୁଣି ବନ୍ଧୁବାନ୍ଧବଙ୍କ କାମ ନିମନ୍ତ I ପଇସା ଶେଷ I ତା ସ୍ବପ୍ନ ସବୁ ସ୍ବପ୍ନ ରେ ରହିଛି I ଜମି କିଣି ଘର କରିବ, ଭଉଣୀ ମାନଙ୍କୁ ବାହାଦେବ , ଗାଡି କିଣିବ,ଘର ସଂସାର କରିବ, ମା'କୁ ଭଲରେ ରଖିବ ଇତ୍ୟାଦି ଇତ୍ୟାଦି I ସବୁ ସ୍ବପ୍ନ ସ୍ବପ୍ନ ରେ ହିଁ ଅଛି I ଏଠି ଅଫିସ୍ ଯିବାକୁ ଅସୁବିଧା ହେଲା ବୋଲି ତା' ଘର ମାଲିକ ର ପୁରୁଣା ସ୍କୁଟର୍ କୁ ସେ ବ୍ୟବହାର କରୁଚି ବେଳେ ବେଳେ I 

   ସେ କଣ ପ୍ରେମ କରିପାରିବ ଗୋଟେ କ୍ଲାସ୍-୧ ଅଫିସର୍ ର ଝିଅକୁ ? ଯାହା ପାଖରେ ଦୁଇ ଦୁଇଟା କାର୍ ,ଗୋଟେ ଦାମୀ ମଟର୍ ସାଇକେଲ୍,ଝିଅ  ପାଇଁ scooty ,ଚାକର ପାଇଁ bike , ତିନି ମହଲା କୋଠା , ସବୁ ଘରେ AC ଲାଗିଛି , ଘର ଆଗରେ ଦି'ଟା ଲୋକ ସବୁବେଳେ ଠିଆ ହୋଇଥାନ୍ତି, ତାସହ ଅଚଳାଚଳ ସମ୍ପତି I ସେ କଣ ଭଲପାଇ ପାରିବ? ନାଁ, ଏହା ସମ୍ଭବ ନୁହଁ I କେବେ ବି ନୁହଁ I 

    ବେଳେ ବେଳେ ଅନମୋଲ୍ ଆଉ ତା ସାଙ୍ଗ , ଆକଶ୍ କୁ ଦେଖି ଚିମୁଟା ଚିମୁଟି ହୋଇ ହସନ୍ତି I ଆକଶ୍ ଭାବେ ଯଦି କେବେ ଅନମୋଲ୍ ତାକୁ ଭଲପାଏ ବୋଲି ସାମନା ରେ କହେ ସେ କଣ କରିବ ? କ'ଣ କହିବ ଅନମୋଲ୍ କୁ ? କଣ ଉତ୍ତର ଦେବ ତା' ପ୍ରଶ୍ନ ର? ହଁ କହିବ ନା ନାଁ କହିବ ? ଆକଶ୍ କିଛି ଭାବିପାରେ ନାହିଁ I ସେ ନାଁ ହିଁ କରିବ I କିନ୍ତୁ ତା'ପରେ ଅନମୋଲ୍ କଣ କରିବ ? ଏଠାକୁ ଆସିବ ନାଁ, ଆସିବା ବନ୍ଦ କରିଦେବ ? ସେ କିଛି ଚିନ୍ତା କରିପାରେ ନାହିଁ I ଯାହା ହେବ ଦେଖା ଯିବ I କିନ୍ତୁ ସେ ଏତେ କଣ ପାଇଁ ଭାବୁଛି ? ଅନମୋଲ୍ ତ ଏଯାଏ କିଛି କହିନି I କେଜାଣି ତା ମନରେ ପ୍ରେମ ଅଛି ନା ନାହିଁ I     I      

 

       ତା ପର ରବିବାର , ସେଦିନର ପ୍ଲାନ୍ ଅନୁସାରେ ସମସ୍ତେ ବାହାରକୁ ଯାଇଥାନ୍ତି ,କେବଳ ଅନମୋଲ୍ ଆଉ ଆକଶ୍ କୁ ଛାଡି I ଦିଜଣ ଯାକ ବହି ଆଉ ପଇସା ର ହିସାବ ଦେଖୁଥାନ୍ତି I ହଠାତ୍ ଅନମୋଲ୍ କଣ ଗୋଟେ କହିବ କହିବ ହୋଇ ରହିଗଲା I କିଛି ସମୟ ପରେ କହିଲା "ଆକଶ୍, ମୁଁ ତୁମକୁ ଗୋଟେ କଥା କହିବା ପାଇଁ ଚାହେଁ " I

              (ଆକଶ୍ ଆଶ୍ଚର୍ଯ୍ୟ ହୋଇ ଅନମୋଲ୍ କୁ ଚାହିଁଲା, ଆକଶ୍ ଭାଇ ରୁ ଆକଶ୍ ? )

ଆକଶ୍ :- କୁହ... 

ଅନମୋଲ୍ :- ପ୍ଲିଜ୍ ମୋତେ ଭୁଲ୍ ବୁଝିବେନି I କିନ୍ତୁ ମୁଁ ଆପଣଙ୍କୁ ବହୁତ୍ ଭଲ ପାଏ I 

     (ଆକଶ୍ ଆଶ୍ଚର୍ଯ୍ୟ ହୋଇ ଅନମୋଲ୍ କୁ ଚାହିଁ ଥାଏ I ସେ ତା'ହେଲେ ଯାହା ଭାବୁଥିଲା ସବୁ ଠିକ ? ଅନମୋଲ୍ ତାକୁ ଭଲପାଏ I ଆକଶ୍ କଣ କରିବ କିଛି ବୁଝି ନପାରି କାମରେ ମନ ଦେଲା I )

ଆକାଶ :- ଆଛା , ସ୍ବାମିନାରାୟଣ ବୃଦ୍ଧାଶ୍ରମ କୁ ୧୭ ତାରିଖ ରେ ୨୫ ଟା ବହି ଦିଆ ଯାଇଥିଲା ,ସେଥିରୁ ୧୫ ଟା ୩୦ ତାରିଖ ରେ ଫେରସ୍ତ ମିଳିଛି ,ବାକି ସବୁ ଲିସ୍ଟ୍ ଅଛି କି ନାହିଁ ଦେଖିଲ I 

ଅନମୋଲ୍ :- ଆପଣ କ'ଣ ମୋତେ ଭଲ ପାନ୍ତି ନାହିଁ ? ମୁଁ କଣ ସୁନ୍ଦର ନୁହେଁ ?

ଆକାଶ :- ସେ ବାଜେକଥା ଛାଡ ଆଉ କାମରେ ମନଦିଅ I ଅମେ ଏଠାକୁ ସମାଜସେବା କରିବାକୁ ଆସିଛେ I ପ୍ରେମ କରିବାକୁ ନୁହଁ I ତୁମ ବାପା ମା ଏଠାକୁ ସମାଜସେବା କରିବାକୁ ଛାଡିଛନ୍ତି ,  ପ୍ରେମ କରିବାକୁ ନୁହଁ I ତେଣୁ କାମ ରେ ମନଦିଅ I 

 

        ଅନମୋଲ୍ କିଛି ନକହି ଉଠି ଚାଲିଗଲା I ଆକଶ୍ ମନେ ମନେ କହିଲା କ'ଣ ଭୁଲ୍ କଲି ? ମୁଁ ୧୬-୧୭ ବର୍ଷ ର ପିଲା ନୁହେଁ ଯେ ପ୍ରେମ କୁ ନେଇକି ଖେଳ ଖେଳିବି I ମୋ ଉପରେ ଯେତିକି ପ୍ରେସର୍ ଅଛି ,ମୋର ଯେତେ କାମ ଅଛି ,ସେ ସବୁର କ'ଣ ହେବ ? 

 

       ତା'ପର ର ଦୁଇଟା ରବିବାର ଅନମୋଲ୍ ଆସିଲା ନାହିଁ I ଆକଶ୍ କୁ ବିରକ୍ତ ଲାଗିଲା, କଣ ଭାବୁଚି ସେ ଝିଅ ? ଧନୀଘରର ବୋଲି କଣ ଯାହା ଚାହିଁବ ହେବ? ମୋର ବି ତ କିଛି ଅଛି I ମୁଁ ଯେଉଁ situation ରେ ଅଛି  ,ଏଠି ପ୍ରେମ କ'ଣ ,ସ୍ବପ୍ନ ଦେଖିବା ବି ମନା I ମୁଁ କ'ଣ ଭୁଲ୍ କଲି ? ସେ ଛୁଆଙ୍କ ପରିକା ପଚାରିବ ଆଉ ମୁଁ , ହଁ କରିଦେବି? ମୋତେ ପୁଣି ଭାବିବାକୁ କିଛି ସମୟ ଦରକାର କି ନାହିଁ ?  

 

ଦୁଇ ସପ୍ତାହ ପରେ ବି ଅନମୋଲ୍ ଆସିଲା ନାହିଁ i ଆକାଶ ତ ସାଙ୍ଗ ମାନଙ୍କୁ ପଚାରି କି ଜାଣିବାକୁ ପାଇଲା ଯେ ,ସେ ଠିକ ଠାକ୍ ଅଛି କିନ୍ତୁ କହୁଚି ତା ଦେହ ଖରାପ୍ । ଅନ୍ୟ କେହି ନଜାଣିଲେ ବି ଆକାଶ ଠିକ ଜାଣିପାରିଲା ଯେ କାରଣ ଟା କ'ଣ?

       ତା'ପର ରବିବାର , ଅନମୋଲ୍ ଆସି ପହଞ୍ଚିଲା ସାଙ୍ଗ ମାନଙ୍କ ସହ ଆଉ ପୁର୍ବ ପରି କାମ କରିବାକୁ ଲାଗିଲା ,ଯେପରି କିଛି ବି ହୋଇନି । ଅନ୍ୟ ମାନଙ୍କୁ ଜାଣିବାର ସୁଯୋଗ ନଦେଲେବି ଆକାଶ ଜାଣି ପାରୁଥିଲା ,ଅନମୋଲ୍ ର ବ୍ୟବହାର କୁ । ସେ କେମିତି ଟିକେ ଦୁରେଇ ଦୁରେଇ ରହୁଥିଲା ଓ ଆକାଶ ନ ଜାଣିପାରିଲା ପରି ତାକୁ କଣେଇ କଣେଇ ଚାହୁଁଥିଲା । ଆକାଶ କିଛି ନ କହିଲେ ବି ତାକୁ ଏସବୁ ଭଲ ଲାଗୁନଥିଲା । ଭାବୁଥିଲା କହିଦେବ ତା'ଘର ଆଉ ପରିବାର ବିଷୟରେ କିନ୍ତୁ ଏଠିକାର ଧନୀ ପିଲାମାନେ କଣ ବୁଝିବେ ଗରିବର ଅସହୟତାକୁ ? କେବଳ ଦୟା ଦେଖାଇବେ । ସେଥିପାଇଁ ସେ କହିପାରିଲାନି ଓ ଠିକ କଲା ଏ ଜାଗା ଛାଡି ଚାଲିଯିବ ।

 

         କିଛିଦିନର ଅପେକ୍ଷା ପରେ ତାକୁ ଭୁବନେଶ୍ବର୍ ରେ ଗୋଟେ ଭଲ ଚାକିରୀ ମିଳିଗଲା । ଏଇ କିଛିଦିନ ହେବ ସେ ଆଉ ଆଗ ପରି କାମ କିଛି ବୁଝୁ ନଥିଲା । କିଛି ପିଲାଙ୍କୁ କାମର ଦାୟିତ୍ଵ ଦେଇ ସେ interview ପାଇଁ prepare ହେଉଥିଲା । ମଝିରେ ମଝିରେ ଖାଲି ଯାହା ଖବର୍ ରଖୁଥିଲା ।      

      ଚାକିରୀ ପାଇ ସେ ଖୁସି ହେଲେବି ,ପିଲାମାନଙ୍କୁ କାହାକୁ ବି ସେ ଏବିଷୟରେ ଜଣାଇ ନଥିଲା । ଆଉ ଗୋଟେ ଶନିବାର ରାତିରେ ସେ ତା ଜିନିଷ pack କରି ଗାନ୍ଧିନଗର୍ ଛାଡି ଚାଲିଗଲା । ଗଲାବେଳେ ଘର ମାଲିକକୁ ,ଘର ର ଚାବି ଆଉ ଗୋଟେ ଚିଠି ଦେଲା ପିଲାମାନଙ୍କୁ ଦେଇ ଦେବା ପାଇଁ । ପରଦିନ ପିଲାମାନେ ଆସି ଦେଖିଲେ ଆକାଶ ଭାଇ ନାହାଁନ୍ତି । ଚିଠି ପଢିଲେ । ଚିଠି ରେ ଲେଖାଥିଲା :-    

 

ସ୍ନେହ ର ଭାଇ ଓ ଭଉଣୀ ମାନେ,

  ପ୍ରଥମେ ମୋତେ କ୍ଷମା କରିଦେବ । ବଡଭାଇ ର ଗୋଟେ ନିର୍ବୋଧତା ବୋଲି ଧରି ନେବ । ତୁମେମାନେ ଏ ଚିଠି ପଢିଲା ବେଳକୁ ମୁ ଗାନ୍ଧିନଗର୍ ରେ ନଥିବି । କିଛି ନଜଣାଇ ଚାଲି ଯାଉଛି ବୋଲି ଭୁଲ୍ ବୁଝିବନି । ଯେତେଦିନ ଯାଏ ପାରିବ ବୁଢା ବୁଢୀ ମାନଙ୍କୁ ଓ ଛୋଟ ପିଲା ମାନଙ୍କୁ ସ୍ନେହ ଦେବ । ବହି ବାଣ୍ଟୁଥିବ । ତୁମେମାନେ ମୋ ବିଷୟରେ କିଛି ବି ଜାଣିନ । ମୁଁ ଜଣେଇବା ପାଇଁ ବି ଚାହୁଁନି । ମୁଁ ଗାନ୍ଧିନଗର୍ ଛାଡିବା ଜରୁରି ଥିଲା । ସେଥିପାଇଁ ଚାଲି ଯାଉଛି । ଘରେ ବହି ଓ ଅନ୍ୟାନ୍ୟ ଜିନିଷ ସବୁ ଅଛି । ଚାବି ଆଣି ଘର ଖୋଲିବ । 

                                                                                             ଇତି 

                                                                                          ଆକାଶ 

 

ଆକାଶ ଭୁବନେଶ୍ବର୍ ରେ ଆସି ପହଞ୍ଚିଲା ଆଉ ତା ନୁଆ କମ୍ପାନି ରେ ଯୋଗ ଦେଲା I ଏଠାରେ ତାକୁ ବହୁତ୍ ସାଙ୍ଗ ମିଳିଗଲେ I ଘର ର କାମ ସବୁ ଯେପରିକି ଜମି କିଣିବା , ଘର କରିବା , ଭଉଣୀ ମାନଙ୍କୁ ବାହା ଦେବା ଆଦି କାମ ରେ ବ୍ୟସ୍ତ ରହିଲା I କିନ୍ତୁ କେବେବି ଅନମୋଲ୍ ଆଉ ଅନ୍ୟ ପିଲା ମାନଙ୍କ ସହ ସମ୍ପର୍କ ରଖିବାକୁ ଚାହିଁଲାନି I ସମ୍ପର୍କ ରଖିଲେ କାଳେ ଅନମୋଲ୍ ତା ବିଷୟ ରେ ଜାଣିଯିବ , ସେଥିପାଇଁ  ସେ ମୋବାଇଲ୍ ରୁ ବି ସବୁ ନମ୍ବର୍ ଡିଲିଟ୍ କରିଦେଲା I ଆଉ ଗାନ୍ଧିନଗର୍ ବିଷୟରେ ଭୁଲିଯିବାକୁ ଚେଷ୍ଟା କଲା ଓ ନିଜକୁ ବ୍ୟସ୍ତ ରଖିଲା I କିନ୍ତୁ କେବେ କେହି ସମାଜ ସେବା କରିବାକୁ ଡାକିଲେ ସେ କଥାକୁ ଆଡେଇ ଯାଉଥିଲା I   

             

୩୦ ବର୍ଷ ପରେ . . . 

 

ଆକଶ୍ ବାବୁ ଆଜି ରିଟାଡ୍ କରୁଛନ୍ତି I ଅଫିସ୍ ରେ ତାଙ୍କର ଶେଷ ଦିନ I ଅଫିସ୍ ର ଝିନ୍ଝଟ୍ ସବୁ ଯେପରିକି ଭାଷଣ ଦେବା , ଖାଇବା ପିଇବା , ସମ୍ବର୍ଦ୍ଧନା ପର୍ବ ଶେଷ କରିବା ପରେ ଆକଶ୍ ଆସି ନିଜ ଘରେ ସୋଫା ରେ ବସି ପଡିଲା I ଦେଖୁ ଦେଖୁ ୩୦ ବର୍ଷ ବିତିଗଲା ଭୁବନେଶ୍ବର୍ ରେ I ତା'ର ବିଗତ ଦିନ ର କଥା ସବୁ ମନେ ପଡି ଯାଉଥାଏ I ଏଠାରେ ଜାଗା କିଣି ,ଘର କରି ସାରିଚି I ଭଉଣୀ ମାନଙ୍କୁ ଭଲ ଘର ଦେଖିକି ବାହା ଦେଇ ସାରିଚି । ସବୁ କାମ ସରିଲା ବେଳକୁ ତାକୁ ୪୦ ବର୍ଷ I ମା ଲଗେଇଥିଲା ବାହାଘର ପାଇଁ I ହେଲେ ଆକାଶ ମନା କଲା I ଜୀବନ ର ଦୁଇ ତୃତୀୟାଂଶ ବିତି ଗଲାଣି , ଆଉ ୫ - ୧୦ ଟା ବର୍ଷ ପାଇଁ ବାହାଘର ଭଳି ଝିନ୍ଝଟ୍ ସେ ପସିବାକୁ ଚାହିଁଲାନି I ତେଣୁ ସେ ବାହା ହେଲା ନାହିଁ I ଏବେ ଘରେ ସେ ଆଉ ତାଙ୍କ ଚାକର, ମକରା  I ଭଉଣୀ ମାନେ ସବୁ ନିଜ ନିଜ ସଂସାର ରେ ବ୍ୟସ୍ତ I ମା ଚାଲିଗଲାଣି ୧୨ ବର୍ଷ ହେଲା I ଏବେ ଜୀବନ କେମିତି କଟିବ ? କ'ଣ କରିବ ସେ ଦିନସାରା ଘରେ ବସି ବସି I 

              

   ହଠାତ୍ ତା'ର ପୁରୁଣା ଦିନ କଥା ମନେ ପଡିଲା I ଠିକ ଏମିତି ସେଦିନ ସେ ଭାବିଥିଲା ଗାନ୍ଧିନଗର ରେ , ରବିବାରରେ I ଗାନ୍ଧିନଗର ରେ ବିତେଇ ଥିବା ଦିନ ସବୁ ତା'ର ମାନସ ପଟ୍ଟ ରେ ଭାସି ବୁଲିଲେ I କଣ କରୁଥିବ ଅନମୋଲ୍ ? ତାକୁ ଭୁଲି ଆଉ କାହାକୁ ବାହା ହୋଇ ଘର ସଂସାର କରୁଥିବ I ବୁଢୀ ହୋଇ ଯିବଣି I ପୁଅ କି ଝିଅ ବାହାଘର କରି ସାରିବଣି I କ'ଣ ହେଲା ପୁଣି ସେ ସମାଜସେବା ର ? ଚାଲିଥିବ ନା ବନ୍ଦ ହୋଇ ଯାଇଥିବ ? କଲେଜ୍ ରେ ଥିବା ବେଳେ ପିଲା ମାନଙ୍କ ର ଯୋଶ୍ ଥାଏ I ଏବେ ସମସ୍ତେ ଘର ସଂସାର କରିବେଣି I ନିଜ ନିଜ ସଂସାର ରେ ବ୍ୟସ୍ତ ଥିବେ । ଆଉ କେହି ଏସବୁ କରୁ ନଥିବେ I କେଜାଣି କାହିଁକି ଆକାଶ ର ମନ ହେଲା ଥରେ ଗାନ୍ଧିନଗର ବୁଲି ଯିବା ପାଇଁ I ଥରେ ଦେଖି ଆସିବ ସେଠାକାର ପରିସ୍ଥତି I କିଛି ନହେଲେ ବି ତା ମନର ସଂଶୟ ତ ଦୁର ହୋଇଯିବ I  

 

    train ରେ ଚଢିଲା ବେଳକୁ ତା ମନ ଥାଏ କେମିତି ଗାନ୍ଧିନଗର ରେ ପହଞ୍ଚିବ I ସେ ଫ୍ଲାଇଟ୍ ରେ ଯାଇ ପାରିଥାନ୍ତI କିନ୍ତୁ କିଛି ସମୟ ଗାନ୍ଧିନଗର ବିଷୟରେ ଭାବି ଭାବି ଯିବ ବୋଲି train ରେ ଟିକେଟ୍ କରିଛି I ସାଙ୍ଗରେ ମକରା ବି ଆସିଛି I ମକରା ର ଆଜି ଭାରି ଖୁସି । ସେ କେବେବି  train ରେ ବସିନି I ଆଜି ବାବୁଙ୍କ ଦୟାରୁ train ରେ ବସିବ I ପୁଣି ଯିବ ଗୋଟେ ନୁଆ ରାଜ୍ୟ କୁ I ଯେଉଁଠି ମହାତ୍ମାଗାନ୍ଧି ଜନ୍ମ ହୋଇଥିଲେ I ତାଙ୍କ ନାଁ ଅନୁସାରେ ସେଟା ଗାନ୍ଧିନଗର୍ I ଏମିତି କେତେ କଣ ଭାବି ଚାଲିଥାଏ ସେ I 

    ଆକାଶ ଓ ମକରା ନିଜ ନିଜ ଭାବନା ରାଜ୍ୟ ରେ ବିଚରଣ କରୁଥାନ୍ତି I ଆକାଶ ମନେ ପକଉଥାଏ ଅନମୋଲ୍ ର ଚେହେରା , ତା'ର କଥା କହିବା ଠାଣୀ , ମୁଚୁକୀ ହସ ,ଆଖିନଚା କଥା ,ଠାର , ରାଗ ,ରୁଷା , ଏମିତି ଅନେକ କିଛି I ଭାବୁଥାଏ ଯଦି ସେଦିନ ସେ ହଁ କହିଥାନ୍ତା ତେବେ କଣ ହୋଇଥାନ୍ତା I ଇତ୍ୟାଦି ଇତ୍ୟାଦି ..

 

   ବାବୁଙ୍କୁ ଏତେ ଚିନ୍ତା ରେ ଥିବା ଦେଖି , ମକରା ବାବୁଙ୍କୁ ପଚାରିଲା ଗାନ୍ଧିନଗର ବିଷୟରେ I Train ରେ ସମୟ କାଟିବା ଲାଗି ଆକାଶ ବି ମକରା ଆଗରେ ସବୁ କଥା କହି ବସିଲା । ଆକାଶ ତା ଜୀବନ କାହାଣୀ ଆଉ ଗାନ୍ଧିନଗର ଆସିବାର ଉଦ୍ଦେଶ୍ୟ ବି ମକରାକୁ କହିଲା I 

     ଏମିତି ଏମିତି କଟିଗଲା train ର ରାସ୍ତା I ସେମାନେ ଆସି ଅହମଦାବାଦ୍ ରେ ପହଞ୍ଚିଲେ I ସେଠୁ ଗାନ୍ଧିନଗର । ବାଟରେ ଆସିଲା ବେଳେ ଆକାଶ ଦେଖୁ ଥାଏ ରାସ୍ତା ଘାଟ , ପାର୍କ୍ ,ଘର , ଦୋକାନ, ସବୁ ବଦଳି ଯାଇଛି I ଖାଲି ପଡିଆ ଜାଗାରେ ଠିଆ ହୋଇଚି ସୁରମ୍ୟ ଅଟାଳିକା I ହୋଟେଲ୍ ରେ ପହଞ୍ଚି ,fresh ହୋଇ ,କ'ଣ ଦି ଟା ଖାଇ ଦେଇ ,ଆକାଶ ଆଉ ମକରା ବାହାରିଲେ ଆକାଶ ୩୦ ବର୍ଷ ତଳେ ରହୁଥିବା ଜାଗା କୁ I 

 

   ଅନମୋଲ୍ ର ଘର ଆସିବା ପୁର୍ବରୁ ଆକଶ୍ ର ହୃଦ୍ ସ୍ପନ୍ଦନ ବଢି ଯାଇଥାଏ I ଗୋଟେ କଲେଜ୍ ପିଲା ପ୍ରଥମ ଥର ପାଇଁ ଗୋଟେ ଝିଅ କୁ propose କଲା ପରି , ସେ ନର୍ଭସ୍ ଜଣା ପଡୁ ଥାଏ I ଶୀତଦିନରେ ବି ତା ଦେହରୁ ଝାଳ ବାହାରୁ ଥାଏ I ସେ ବାରମ୍ବାର ରୁମାଲ୍ ରେ ମୁହଁ ପୋଛୁ ଥାଏ I ହଠାତ୍ ଗୋଟେ ସାଇନ୍ ବୋଡ୍ ଦେଖି ଆକଶ୍ ଚମକି ପଡିଲା I ଏ କ'ଣ ? ଅନମୋଲ୍ ର ତିନି ମହଲା ଘର ଆଗରେ ଗୋଟେ ବିରାଟ ସାଇନ୍ ବୋଡ୍ I ଆଉ ସେଥିରେ ଲେଖା ହୋଇଛି "ଆକାଶ ବୃଦ୍ଧାଶ୍ରମ " I କିନ୍ତୁ କାହିଁକି? 

 

    ସେ ଅଟୋ ରଖି ଭିତରକୁ ଗଲା I ଘର ଭିତରେ ଗୋଟେ ବଡ ଫୋଟୋ ଫ୍ରେମ୍ ରେ ତା ନିଜର ଫୋଟୋ ଦେଖି ପୁଣି ଥରେ ଆକଶ୍ ଚମକି ପଡିଲା I ସେ ମନେ ପକାଇବାକୁ ଚେଷ୍ଟା କଲା , ଏଇ ଫୋଟୋଟା ସେଦିନ ସେ ଅନମୋଲ୍ କୁ ଦେଇଥିଲା ଥାକ ରେ ରଖିଦେବI ପାଇଁ ,ଯେଉଁ ଦିନ ଅନମୋଲ୍ ତାକୁ propose କରିଥିଲା ଆଉ ସେ ଚିଡିକି ଗାଳି ଦେଇଥିଲା I ତେବେ ଅନମୋଲ୍ ସେଦିନ ଏ ଫୋଟୋ ଟା ଥାକ ରେ ନ ରଖି ନେଇ ଯାଇଥିଲା !!! 

 

   ଆକଶ୍ ର ଏ ବୃଦ୍ଧାଶ୍ରମ ବିଷୟ ରେ ଜାଣିବାକୁ ଆଗ୍ରହ ହେଲା ଆଉ ତା ସହ ଅନମୋଲ୍ କୁ ବି ଦେଖିବାକୁ ବ୍ୟଗ୍ର ହୋଇ ଉଠିଲା I ଆଟେନଡାଣ୍ଟ କୁ ପଚାରିବାରୁ ଜଣାଗଲା ଯେ ଅନମୋଲ୍ ଏବେ ଗାନ୍ଧୀନଗର୍ ରେ ନାହିଁ I ଆଜି ଆସିବ I ସେ ତିନି ଦିନ ହେଲା କୌଣସି ଗୋଟେ କାମ ରେ ବାହାରକୁ ଯାଇଛି I ଆକଶ୍  ଏ ବୃଧାଶରମ ବିଷୟରେ ଜାଣିବାକୁ ଚାହିଁଲା ,ଆଉ ଯାହା ସୁଣିଲI ,ତା ଆଖି ରେ ଲୁହ ଆସିଗଲା I ଆଟେନଡାଣ୍ଟ କହି ଚାଲିଥାଏ I 

 

     ଘଟଣା ଟି ଏହିପରି ...  ସେଦିନ ଆକଶ୍ ର ଚିଠି ପଢି ସାରିଲା ପରେ ସବୁ ପିଲାଙ୍କ ଭିତରେ ଭାଳେଣି ପଡିଲା , ଏବେ କଣ କରିବା ? କାହା ମନରେ ବି ଆଉ ଆଶା ନଥାଏ କି ସେମାନେ କିଛି ବି କରି ପାରିବେ I ଅନମୋଲ୍ ଚିଠି ଟା ଛଡେଇ ନେଇ କହିଲା , ନାଁ ! ଆମେ ୟାକୁ ବନ୍ଦ ହେବାକୁ ଦେବାନାହିଁ I ଆକଶ୍ ନଥିଲେ ନାହିଁ ... ଆମ ଲୋକଙ୍କ ସେବା ଆମେ କରି ପାରିବା I ତା' ପରେ ଅନମୋଲ୍ ର ଗାରେଜ ଘରେ ଅଫିସ୍ ତିଆରି ହେଲା I ନାଁ ରହିଲା "ଆକଶ୍ ହେଲପିଙ୍ଗ୍ ହ୍ୟାଣ୍ଡ" I ପିଲାମାନେ ସବୁ ସେଇଠାରୁ ପୂର୍ବ ପରି କାମ କରିବାକୁ ଲାଗିଲେ I ଅନମୋଲ୍ ସବୁ ଗIଇଡ଼ କରୁ ଥାଏ I ଅନମୋଲ୍ ପାଇଁ ଯେତେବେଳେ ବାହାଘର ପ୍ରସ୍ତାବ୍ ସବୁ ଆସିଲା ,ସେ ମନା କଲା ବାହା ହେବା ପାଇଁ I ଆଉ ସେ ଆଜି ଯାଏ ବି ବାହା ହୋଇନି I ଏବେଠୁ ୧୫ ବର୍ଷ ପୂର୍ବରୁ ଅନମୋଲ୍ ର ବାପା,ମା କାର ଦୁର୍ଘଟଣା ରେ ପ୍ରାଣ ହରାଇଲା ପରେ , ଏ ଘର "ଆକଶ୍ ବୃଦ୍ଧାଶ୍ରମ " ହୋଇଛି I ଆଉ ଏହିପରି ଦୁଇଟା ବୃଦ୍ଧାଶ୍ରମ , ଗୋଟେ ଶିଶୁ ଭବନ ଓ ଗୋଟିଏ ମୁକ ବଧିର ଶୀକ୍ଷI କେନ୍ଦ୍ର , ଅନମୋଲ୍ ଖୋଲି ସIରିଚି I ଅନମୋଲ୍ ତା ନିଜର ସବୁ ସମ୍ପତି "ଆକାଶ Trust " ନାଁ ରେ କରି ଦେଇଚି I 

 

    ଏତିକି ବେଳେ ଗୋଟେ କାର ଆସି ବୃଦ୍ଧାଶ୍ରମ ଆଗରେ ରହିଲା I ବାହାରେ ମକରାକୁ ଦେଖି ଅନମୋଲ୍ ତା ବିଷୟରେ ପଚାରିଲା I ମକରାଠୁଁ ସବୁଶୁଣି ସାରି ,  ଅନମୋଲ୍ ର ଆଖି ଓଦା ହୋଇ ଗଲା କିନ୍ତୁ ଆକଶ୍ ବାହା ହୋଇନି ଶୁଣି ,ତା ଅଧର ରେ ଗୋଟେ ଛୋଟ ହସ ର ଧାର ଦେଖାଗଲା ଆଉ  ଅନମୋଲ୍ ଏକ ନିଶ୍ଵାସରେ ଘର ଭିତରକୁ ଧାଇଁ ଗଲା ଆକାଶକୁ ଦେଖିବା ପାଇଁ I  

 

ଏତେ ଦିନ ପରେ ଦୁହେଁ ଦୁହିଁକୁ ଦେଖିଲେ I କାହାର କାହାକୁ କିଛି କହିବାର ନଥିଲା I ଆଖି ଆଖି ଠାରୁ ଅଲଗା ହେବା ପାଇଁ ଚାହୁଁ ନଥିଲେ , ଦୁହେଁ ଦୁହିଁକୁ କେବଳ ଚାହିଁ ରହିଥିଲେ I ଆଉ ଦୁହିଁଙ୍କ ଆଖିରେ ଆଜିବି ଦୁହିଙ୍କ ପାଇଁ ପ୍ରେମ ଝଟକୁ  ଥିଲା I ଆଜି ସେମାନଙ୍କ ପାଇଁ କୌଣସି ବାଧା ନଥିଲା , ନା ଥିଲା କୌଣସି ପ୍ରତିବନ୍ଧକ I ସେମାନେ ଦୁହେଁ ଦୁହିଙ୍କ ପାଇଁ ପ୍ରତିସୃତିବଦ୍ଧ ହେବାର ସମୟ ଆସି ସାରିଥିଲା I 

ପ୍ରେମ ର ଆନନ୍ଦ କେବଳ ଯେ ବିବାହ ରେ ଥାଏ ...ଏଇ କଥା ଏମାନେ ଦୁହେଁ ଖଣ୍ଡନ କରୁଥିଲେ I                   

                                                     ------ xxx  -----           

   

ସୁବଳ ମହାପାତ୍ର

ଅଗଣିତ ଭଲପାଇବା

Rate the content


Originality
Flow
Language
Cover design

Comments

Post

Some text some message..