Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମନ କଥା
ମନ କଥା
★★★★★

© Akshay Ojha

Inspirational

3 Minutes   7.2K    12


Content Ranking

ମନ କଥା -------------------------- ବାହାର ଜାଗା । ସହର ରେ ରୁହେ । ଆଜି ଘରେ ଟିକେ ମନ ମାଲିନ୍ୟ ହେଇ ଗଲା ସ୍ତ୍ରୀ ସୁରଭି ଙ୍କ ସହିତ । ସୁରଭି କଥା ହେଉ ନଥିଲେ । ପିଲାମାନେ ଚୁପ ଚାପ ତାଙ୍କ ରୂମ ରେବସି ପଢୁଥିଲେ । ଆମ ତର୍କ ରେ ବେଳେ ବେଳେ ପିଲାମାନେ ଉଦାସ ହେଇଯାନ୍ତି । ତାଙ୍କ ହସ ଖୁସି ର ମୁଁହା ଛୋଟ ହେଇ ଯାଏ । ଅନାଥ ପରି ଲାଗନ୍ତି । ଦୁହିଁଙ୍କ ପାଖରୁ ଦୁରେଇ ରୁହନ୍ତି । ଏ ଛୋଟ ଛୋଟ ଝଗଡା ର ବିଶେଷ କୌଣସି କାରଣ ନ ଥାଏ । ବେଳେ ବେଳେ କାହା ମନ ଭାରି ଯାଏ । ଆକ୍ଷେପ କରି ଚାଲନ୍ତି ପରସ୍ପରଙ୍କୁ । ବେଳେ ବେଳେ ଏ ସଂସାର କୁ ବୁଝି ହୁଏନା । ପରିବାରକୁ ସୁଖରେ ରଖିବାକୁ ପ୍ରଣ ନେଇଥିବା ଏକ ସଂସାରୀ ଗାଁ, ଘର ମା,ବାପା ସବୁ ତେଯ୍ୟାକରି ଶେଷରେ ନିରାଶ ହେଇ ଯାଏ ଏ ପରି ମନ ମାଲିନ୍ୟ ରେ । ସବୁ ତ୍ୟାଗ କରିବା ନିରର୍ଥ ହେଇଯାଏ । କମ ବୟସରେ ମୁରବି ହେଇ କମ ଅନୁଭବରେ ସବୁକୁ ସମ୍ଭାଳି ପାରେନି । ବାପା ମନେ ପଡ଼ନ୍ତି । ବୋଉ ମନେ ପଡେ । ବଡ କେହିଜଣେ ଥାନ୍ତେ ଏ ଅଡୁଆ ସୁତା କୁ ଠିକ କରି ଦିଅନ୍ତେ । ସୁଖ ଫେରେଇ ଆଣନ୍ତେ । ସୁରଭି ରାଗିଲେ କେଇ ଦିନ କଥା ହୁଅନ୍ତିନି । ପିଲାମାନେ ଦୁଖୀ ରୁହନ୍ତି । ମୁଁ ଚୁପଚାପ ଅଫିସ ଚାଲିଯାଏ । ଭାରି ମନ ନେଇ ଫେରୁ ଅଫିସ ରୁ ଓ ପିଲାମାନେ ସ୍କୁଲ ରୁ, ସୁରଭି ପାଖକୁ । ବହୁତ ସମୟ ମନ କଷ୍ଟ ହୁଏ ସୁରଭି କୁ ଦେଖି ।ମୋ ପିଲାଙ୍କୁ ପାଳନ୍ତି । ଆମ ପାଇଁ ରାତିଦିନ ଘର କାମରେ.ରୋଷେଇ ରେ ବ୍ୟସ୍ତ ରୁହନ୍ତି । ସିଏ ବି ନିଜ ମା ବାପା କୁ ଛାଡ଼ି ମୋ ପାଖରେ ଅଛନ୍ତି। ଏ ମାନମାଲିନ୍ୟ ର ଅର୍ଥ ବୁଝିପାରେନା ମୁଁ । କଣ ପାଇଁ କେତେବେଳେ ସୁରଭି ଙ୍କ ଆତ୍ମା ବିଶ୍ୱାସ ମୋ ପ୍ରତି କମ ହେଇ ଯାଏ ମୁଁ ବୁଝି ପାରେନି । ପୁଣି ସମୟ କ୍ରମରେ ସବୁ ଠିକ ହେଇଯାଏ । ଏ ମୋ ସଂସାର । ଏ ମୋ ଅଭିବ୍ୟକ୍ତି । ଏ ପରିବାର ଠୁ ମୋ ପାଖରେ ବଡ କିଛି ନାହିଁ । ଯାହା ପାଇଁ ମୁଁ ମୋ ମା ଛାଡିଛି । ମା ବୁଢ଼ୀ ହେଇ ଗଲାଣି । ବେମାର ଦେହ ,କେମିତି ଖାଉଥିବ,କେମିତି ରହୁଥିବା ଥରୁଟିଏ ପଚାରି ବୁଝେନି ।ଏ କଠୋର ବଳିଦାନ ପରେ ମୁଁ ମୋ ସଂସାର ଧର୍ମ ପାଳନ କରୁଛି । ଏ ସବୁ ଜାଣି ଥିଲେବି ସୁରଭି ର ରାଗ ଘୁସା ମୋତେ ଆହୁରି ତଳକୁ ନେଇ ଯାଉଛି । ମନେ ଅଛି । ପ୍ରଥମ ଥର ପରିବାର କୁ ନେଇ ସହର ଆସୁଥିଲି । ପୁଅ ବାବୁ,ଝିଅ ରିତା ଓ ସୁରଭି କୁ ସାଙ୍ଗରେ ଧରି ଗାଁରୁ ଆସୁଥିଲି । ଘର ଠୁ ଦୁଇସ ମିଟର ଦୂର ବସ ଧରିବା ରାସ୍ତା । ସାଙ୍ଗରେ ଗୋଡଇ ଗୋଡଇ ଆସିଲା ବୋଉ । ବିଦେଶ ଜାଗା ଏମିତି ଚଳିବ ,ସେମିତି ଚଳିବ ବୁଝେଇ ଚାଲିଥିଲା ବୋଉ ସୁରଭି କୁ । ମୁ ଟିକେ ଅଳସୁଆ,ସମୟରେ ଖାଏନି,ସବୁ ଏଆଡ଼େ ସେଆଡ଼େ ପିଙ୍ଗି ରଖେ କପଡା ପତ୍ର । ଧ୍ୟାନ ଦେବାକୁ କହୁଥିଲା ବୋଉ ସୁରଭିକୁ । ବସ ଆସିଲା । ଆମେ ଚାରିଜଣ ବସ ଧରିଲୁ । ବସ ଆଗକୁ ବଢ଼ିଲା । ମୁ ଝରକାରେ ଲୁହ ଭିଜା ଆଖିରେ ବୋଉ ଠୁ ବିଦା ହୋଉ ଥଲି । ରାସ୍ତା କଡ଼ରେ ଛିଡା ହେଇ ବୋଉ କାନି ରେ ଲୁହ ପୋଛୁଥିଲା । ବସ ମୋଡ ମୋଡିବା ପର୍ଯ୍ୟନ୍ତ ସେ ଆମ ଆଡକୁ ଅନେଇ ଛିଡା ହେଇଥିଲା । ----------ମୋ ଆଖିରୁ ଲୁହ ବୋହି ଯାଉଥିଲା ଭାବି ଭାବି ।

---- ସୁରଭି ଙ୍କ ମନ ପ୍ରାୟ ପରିବର୍ତ୍ତନ ହେଇ ଯାଇ ଥିଲା ବୋଧ ହୁଏ । ରୋଷେଇରୁ ଖୁସି ମନରେ ମୋତେ ଖାଇବାକୁ ଡାକୁ ଥିଲେ । ପିଲା ମାନେ ପ୍ରସନ୍ନ ଦିଶୁଥିଲେ ।

ଅକ୍ଷୟ ଓଝା Akshayika, The Smart Educare Convent School .Gurgaon 9912898050

 

ମନ କଥା

Rate the content


Originality
Flow
Language
Cover design

Comments

Post

Some text some message..