Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Satyabati Swain

Others

3  

Satyabati Swain

Others

ମୁକ୍ତା

ମୁକ୍ତା

3 mins
605


ଧୂ ଧୂ ଖରା । ଦଶ ମହଲା ବିଶିଷ୍ଟ ବିଲ୍ଡିଂ କଷ୍ଟ୍ରକସନ୍ କାମ ଚାଲିଛି । ଶହେରୁ ଅଧିକ ମଜୁରିଆ କାମରେ ଲାଗିଛନ୍ତି । କୃଷ୍ଣ ଚୂଡ଼ା ଗଛ ଛାଇରେ ଛୋଟ ଘରଟିଏ କାମ ତଦାରଖ କରୁଥିବା ବାବୁଙ୍କ ପାଇଁ ହୋଇଛି କିଛି ଦୂରରେ । ମୁଁ ସାଇଟ୍ ତଦାରଖରେ ଥାଏ ସେଦିନ । ଏସି ଘର ଭିତରେ ବସିଥାଏ କାମକୁ ଅନାଇଁ ।


       କମ ଓ ବାସୁ ଛତାଟିଏ ମାରି ଚିରା ଲୁଗା ପଟା ପାରି ସେଇ ଗଛ ତଳେ ଶୁଆଇ ଦେଇ ଥାନ୍ତି ତାଙ୍କ ସାତ ମାସର ପୁଅକୁ । ଇଟା ବୋହୁ ଥାଆନ୍ତି ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଯାକ । ଇଟା ବୁହା ଭିତରେ ଚିଲ ପରି ଆଖି ରଖିଥାଏ ଛୁଆ ଉପରେ କମ । କାଳେ ଛୁଆଟି ଉଠି ପଡ଼ିବ କି । କାଳେ କାନ୍ଦିବ କି । କିନ୍ତୁ ଆଶ୍ଚର୍ଯ୍ୟ ପିଲାଟି ଆରାମରେ ଶୋଇଥାଏ । ସତେ କି ସେ ତୁଳିତଳ୍ପ ଗଦି ଏସି ରୁମରେ ଶାନ୍ତିରେ ଶୋଇ ପଡିଛି ।


       ମୁଁ ମନେ ପକେଇଲି ଆମ ଘର କଥା । ଓଃ ଆମର ନଅ ମାସ ହେଲା ପୁଅଟିଏ ହୋଇଛି । କେୟାର ଟେକର ଠାରୁ ଆରମ୍ଭ କରି ଡାକ୍ତର ଯାଏ ଖଞ୍ଜା । କିନ୍ତୁ ସବୁବେଳେ ରୋଗ ଲାଗି ରହିଛି । ଆଜି ଝାଡା ତ କାଲି ଜର ବା ବାନ୍ତି । ପୁଣି ଦେହରେ ଫଳି ଗଲାଣି କେତେ ବେଳେ । ସବୁବେଳେ କାନ୍ଦ । ଲେଥରଜିକ୍ ପରି ପଡି ରହିଥିବ ।


   ଲଞ୍ଚ ଆୱାର ହେଲା । କମ ମୁଣ୍ଡର ଠେକା ଟାକୁ ଫିଙ୍ଗିଦେଇ ଦଉଡ଼ି ଆସିଲା ତା ଛୁଆ ପାଖକୁ । ପିଲାଟାକୁ ଉଠାଇ ନେଇ ଵୋକ ପରେ ଵୋକ ଦେଉଥିଲା ତା ମୁହଁ ସାରା । ମୋ ସୁନା, ମୋ ରାଜା' ମୋ ଧନ' କହି ଆଉଜାଇ ନେଲା ଛାତିକୁ । ପିଲାଟି ତା କୋଳରେ ଗୋଡ଼ ହାତ ବାଡେଇ ଛାତିର ଗୋଟିଏ ପଟେ ମୁହଁ ଗୁଞ୍ଜି ପିଇ ଯାଉଥାଏ ମା ବକ୍ଷ ଅମୃତ । ଆର ଛାତି ଟି ହାତରେ ଧରି କୁରୁଳି ଉଠୁଥାଏ ।


     କମ ପୋଛି ପକାଉଥାଏ ତା ମୁହଁରୁ ବୋହୁଥିବା ଝାଳ ଥୋପାକୁ । ଖୁସି ଝଲସି ଉଠିଥାଏ ସେ ଝାଳ ବିନ୍ଦୁ ବିନ୍ଦୁ ମୁହଁରେ' ମୁକ୍ତା 'ପରି । ଭାରି ଦୁର୍ମୂଲ୍ୟ ଏଇ ଖିସି ରୂପକ ମୁକ୍ତା । ଯାହା ବଡ ବଡ଼ିଆଙ୍କ ଘରେ ସ୍ୱପ୍ନ । ଗେଲ କରି କହୁଥାଏ ମୋ ଧନ ତଣ୍ଟି ଶୁଖି ଗଲାଣି ଲୋ । ଖାଆ ବାପା ମନ ଭରି । ପିଲାର ଚୁଟି,ନଖ ନିରିଖେଇ ଦେଖୁଥାଏ । ପାଖରେ ଲମ୍ବ ଜାଲି ଦେଇ ପଡିଥାଏ ବାସୁ । ମୁରୁକି ମୁରୁକି ହସୁଥାଏ କମ ଛାତି ଦେଖି । କମ ଖୁସି ମିଶା ହସ ହସି କହୁଥାଏ ଯା ବା ତୋର ଯେଉଁ ଡାହାଣା ଆଖି ନା ମୋ ପୁଅ ଖାଇବା ଯାଉନି ତୋ ଦେହରେ!ହୁଁ କହି ହାତ ଟିକେ ମାରି ଦେଉଥାଏ କମ ଓଠରେ ବାସୁ । ଏଇତକ ଖୁସି ଜୀବନ ପାଇଁ କେତେ ଜରୁରୀ ସତରେ!!


     ମୋତେ ଲାଗୁଥାଏ ଆମ ବଡ଼ ଲୋକୀ ନିବୁଜ ଘରକୁ ଖୁସି କାହିଁକି ଯିବ!! ସେ ତ ବନ୍ଧା ପଡିଛି କମ ଓ ବାସୁ ପରି ଗରିବ ମେହେନତି ଲୋକ ପାଖେ ! । କମର ଝାଳ ସର ସର ମୁହଁରେ ତ ଫୁଟି ଉଠୁଛି ଖୁସି ଚିକ୍ ଚିକ୍ ମୁକ୍ତା । ଟୋକା ଶ୍ରମିକ ମାନଙ୍କ ଆଖି ଗଳି ଯାଉଛି କମର ଖୋଲା ଛାତି ଉପରେ ଚଟ୍ କରି । ଲୁଗା ଟାଣି ଟୁଣୀ ଲୁଚେଇ ପକାଉଛି ତା ଦେହ କମ । କହୁଛି ବାଡ଼ି ପଡ଼ାଏ ତୁମ ଆଖି ଫୁଟି ଯାଉ । ଗଳି କି ଅନେଉଁଛ,ରଇ ଜଳାଏ । ହୋ ହୋ ହୋଇ ହସି ଉଠୁଛନ୍ତି ସେ ଛତରା ଗୁଡା ।


        ଏପାଖ ସେ ପାଖ ଛାତିରେ ଲଗାଇ ପୁଅକୁ ପେଟେ ଖୁଆଇ ଶୁଆଇ ଦେଲା ଛତା ତଳେ । ପିଲାଟି ଗୋଡ ହାତ ବାଡେଇ ତା ଖୁସି ଜାହିର କରୁଥାଏ । ଚୂଡ଼ା ଗୂଡ଼ କଂସାଏ ଚକଟି ବାସୁକୁ ଖାଇବାକୁ ଦେଲା କମ ଓ ସେ ଗୋଟିଏ ଗିନାରେ ଧରି କିଛି ଖାଇଲା । ଡକା ପଇଲା ସମୟ ହୋଇଗଲା କାମକୁ ଆସ ।


      ପୁଅକୁ ଥାପୁଡ଼େଇ ଶୁଆଇ ଦେଇ କମ ତା କପାଳରେ ଆଙ୍କି ଦେଲା ପୁଣି ଗୋଟେ ଵୋକ । କମର ମୁହଁ ଖୁସି ,ତା ଛୁଆର ଗୋଡ଼ ହାତ ପିଟି ଖେଳ ସତରେ ଭାରି ମହରଗ ଆମ ବଡ଼ ବଡ଼ିଆଙ୍କ ପାଖରେ । କେତେ ଯତ୍ନ କେତେ ସୁବିଧା ଦେଲେ ନା ଏମିତି ନିରୋଳା ଖୁସି ଟୋପେ ଆମ ଘର ମା ମୁହଁରେ ଝଟକେ ନା ପିଲା ମୁହଁରେ ଖେଳେ!!


        ତରବର ହୋଇ କମ ପଛେଇ ପଛେଇ ଛୁଆକୁ ଚାହିଁ ଚାହିଁ ଇଟା ବୋହିବାକୁ ଗଲା । ମୁଁ ବାସୁ କୁ ଡାକି କହିଲି ଏଣିକି ଲଞ୍ଚ ସମୟରେ ତୁମେ ଦୁଇ ଜଣ ଛୁଆକୁ ନେଇ ଘର ତିଆରି ସରଞ୍ଜାମ ରହୁଥିବା ଘରେ କ୍ଷୀର ଖୁଆଇବ । ବଦମାସ ଟୋକା ଗୁଡା ଭଲ ନୁହନ୍ତି । ପେଟେ ଲେଖାଏଁ ପିଇ ଦେଉଛନ୍ତି । ତାଙ୍କର ମା ଭଉଣୀ ଜ୍ଞାନ ନାହିଁ ।

      ବାସୁ ହାତ ଯୋଡି କୃତ୍ୟ କୃତ୍ୟ ହୋଇ ଲାଗିଗଲା ତା କାମରେ ।



Rate this content
Log in