Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Action Classics Inspirational

3  

Amit Bal

Action Classics Inspirational

(୧୪)* ଭଦ୍ରବ୍ୟକ୍ତିଙ୍କ ଖେଳ କ୍ରିକେଟ *

(୧୪)* ଭଦ୍ରବ୍ୟକ୍ତିଙ୍କ ଖେଳ କ୍ରିକେଟ *

4 mins
207


        ଅଶୀ ଦଶକର କଥା । ବାଳକଟିଏ ଚାହିଁ ରହିଥାଏ ଟେଲିଭିଜନର ଦୃଶ୍ୟ କୁ । କ'ଣ ଚାଲିଛି କ'ଣ ନାଇଁ , ତାକୁ କିଛି ଜଣା ନାହିଁ । କିନ୍ତୁ ମନରେ ପ୍ରବଳ ଆଗ୍ରହ ନେଇ , ସେ ଦେଖୁଛି ଖୁବ୍ ମନ ଧ୍ୟାନ ଦେଇ । ସେ ମଜ୍ଜି ଯାଇଛି ତା' ଭିତରେ । ସତେ ଯେପରି ତାକୁ ନେଇ ତା' ଆଗାମୀ ଜୀବନର ଭବିଷ୍ୟତ । ବୁଝେନା ସେ ଆଉ କିଛି ତା ବ୍ୟତୀତ । ସଙ୍ଗେ ସଙ୍ଗେ ଘଟିଗଲା ଅଘଟଣ ଖେଳ ପଡ଼ିଆରେ , ଭାରତ ହାରିଗଲା କ୍ରିକେଟ ମ୍ୟାଚ୍ ଇଂଲଣ୍ଡ ସାଥିରେ । ରିଲାଏନ୍ସ ଓ୍ବାଲ୍ଡ କପ୍ କ୍ରିକେଟରେ । ସେଦିନ ସେଇ ସେମିଫାଇନାଲରେ । ବାଳକର ଆଖିରୁ ଝରିଗଲା ଦୁଇ ଟୋପା ଲୁହ , ଭରିଗଲା ଛାତିରେ କୋହ । ଏଇ ତ କ୍ରିକେଟର ଖେଳ । ଦେଖୁ ଦେଖୁ ଜାଣି ହୁଏନା କିଛି, ଗଢିଯାଏ ବେଳ ।

         ହଁ କ୍ରିକେଟ ଖେଳ ହିଁ ସେମିତି । କହି ପାରିବା ଗୋଟେ ପ୍ରକାର ନିଶା ଯେମିତି । ଛାଡି ହୁଏନା ସହଜରେ । ଖେଳାଳି ଦର୍ଶକ ସଭିଏଁ ପାଗଳ ତା'ର ପ୍ରେମରେ । ଭାରତ ରେ କ୍ରିକେଟ ଯଦିଅ ବହୁ ଦିନରୁ ପରିଚିତ । ହେଲେ ତା'ର ଲୋକପ୍ରିୟତା ୧୯୮୩ ମସିହାରେ , ଭାରତ ବିଶ୍ବବିଜୟୀ ହେବା ପରେ ପରେ ହିଁ ଅଧିକ ବଢ଼ି ଯାଇଥିଲା । କି ପିଲା କି ବୁଢ଼ା ସମସ୍ତେ ବାଇଆ ହେଲେ ତା' ପଛରେ , ସତେ ଯେପରି ଜୀବନ ତା'ରି ଠାରେ । ଭୁଲି ଯାଆନ୍ତି ଲୋକେ ସବୁକିଛି , ଯଦି ଥରେ କ୍ରିକେଟ ଖେଳ ଆରମ୍ଭ ହୋଇଛି ।

           ଯଦିଅ କ୍ରିକେଟ୍ ଇଂଲଣ୍ଡ ରେ ଆରମ୍ଭ ଏବଂ ଏହା ତାଙ୍କ ଦେଶର ପ୍ରମୁଖ ଖେଳ, ତଥାପି ଭାରତରେ କ୍ରିକେଟ କିଛି ନୂଆ କଥା ନୁହେଁ । ଏଠି ଖାଇବା ପିଇବା ବସିବା ଶୋଇବା ସବୁସ୍ଥାନରେ କ୍ରିକେଟ ହିଁ ଆଗରେ ର଼ହେ । ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ , ପଞ୍ଚାୟତ ଠୁ ପାର୍ଲିଆମେଣ୍ଟ ଯାଏ ଏ କଥା ସତ । ଅଦ୍ଭୁତ ପାଗଳପଣ କ୍ରିକେଟ କୁ ନେଇ , ଦୁନିଆରେ ବାକି କ'ଣ ଘଟିଲା ନ ଘଟିଲା କିଛି ଯାଏ ଆସେ ନାହିଁ । 

          ସେ ପିଲା ସେମିତି ଭଲ ପାଉଥିଲା କ୍ରିକେଟ ଖେଳିବାକୁ । ଖେଳୁ ଖେଳୁ ଭୁଲିଯାଉଥିଲା ବାକି ଦୁନିଆ କୁ । ହାତ ମୁଠା ର ପାଣି ଭଳି ସମୟ ତା'ର ଅନାୟସରେ ଗଡିଯାଏ । ଆଉ ଚାହୁଁ ଚାହୁଁ ଅଜାଣତେ ସେ କ୍ରିକେଟରେ ହଜିଯାଏ । ସମୟର ତାଳେ ତାଳେ, କିଛିଟା ଭାଗ୍ୟ ବଳେ , ଭାରତୀୟ କ୍ରିକେଟ ଦଳ ଧିରେ ଧିରେ ଭଲ ଖେଳ ଖେଳେ । ନାଁ ହୁଏ ଦୁନିଆରେ, କ୍ରିକେଟ ଛାଇଯାଏ ଭାରତରେ ।

          ଚମକ ପୂର୍ଣ୍ଣ କ୍ରିକେଟର ଦୁନିଆ , ସମ୍ମାନ ଅର୍ଥ ସବୁ ଏଠି ଥୁଆ । କଥା ଅଛି ଏ ଭଦ୍ର ଲୋକଙ୍କ ଖେଳ । ଖେଳି ବାକୁ ଦେହ ସାଥେ ,ଲୋଡ଼ା ଟଙ୍କା ବଳ । ସଭିଏଁ ଚାହିଁଲେ ବି ସେବେ ଏ ଖେଳ ଖେଳି ପାରୁନଥିଲେ । ସହର ର ପିଲାହିଁ ବେଶୀ ଖେଳୁଥିଲେ । ସେ ପିଲା ବି ରହୁଥିଲା ସହରରେ । ପାଠ ଛାଡି ମନ ଦେଲା ସେ ବି ଖେଳିବାରେ । ସମୟ ବଦଳୁ ଥିଲା ।ତା ସାଥେ କ୍ରିକେଟ ର ରଙ୍ଗ ବଦଳିଲା । ଆସିଲା ଭିନ୍ନ ଭିନ୍ନ କ୍ରିକେଟ । ରଣଜୀ ଟ୍ରଫି, ଦିଲିଫ ଟ୍ରଫି, ଟେଷ୍ଟ ମ୍ୟାଚ , ଏକଦିବସୀୟ , ଟ୍ବେଣ୍ଟି ଟ୍ବେଣ୍ଟି , ଡେ ନାଇଟ୍ । ବର୍ଷସାରା ଫୁଲ ଟାଇଟ୍ ।

          ଏବେ ମନେ ହେଲା କ୍ରିକେଟ ଗୋଟେ ରଙ୍ଗୀନ ଖେଳ , ଏଠି ଅଛି ଷ୍ଟାଇଲ , ଷ୍ଟାଟସ୍ , ଟଙ୍କା , ସେଲିବ୍ରେଟି ,ସେଲିବ୍ରେସନ ସବୁରି ମେଳ । ଲୋକଙ୍କ ର ରୁଚି ବଦଳିଲା । ସହରେ ସହରେ କୋଚିଙ୍ଗ ଏକାଡେମୀ ଖୋଲିଲା । ଧିରେ ଧିରେ ଏହାକୁ କ୍ୟାରିୟର କରିବାକୁ ପିଲା ଆଗ୍ରହୀ ହେଲେ, ପାଠ ସହ କ୍ରିକେଟ କୁ ଭାରତରେ ସମ୍ମାନ କଲେ ।  

        କ୍ରିକେଟ ରେ ଭଲ ବ୍ୟାଟ୍ସମ୍ୟାନ୍ ହେବାକୁ ସବୁରି ଆଗ୍ରହ ଥିଲା । ଭାରତରେ କପିଲ୍ ଦେବଙ୍କ ଖେଳ ଦେଖି ବୋଲର ହେବାକୁ ବି କିଛି ଙ୍କ ମନ ବଳିଲା । ଭଲ ବ୍ୟାଟ୍ସମ୍ୟାନ୍,ଭଲ ବୋଲର , ଭଲ ଅଲରାଉଣ୍ତର , ଯାହା ବି ହୋଇ ପାରିଲେ ଭଲ , ଜାଣ ଜୀବନରେ ସଫଳ ହେଲ । ତେଣିକି କ୍ରିକେଟ ତମକୁ ସବୁ ଦେବ , ତମେ ଯେତେ ଦିନ ଯାଏ ଖେଳି ପାରୁଥିବ । 

       କ୍ରିକେଟ ସବୁଦିନେ ଭାରତରେ ପ୍ରିୟ । କ୍ରିକେଟ କୁ ନେଇ ଭାବପ୍ରବଣ ଅଧିକାଂଶ ଭାରତୀୟ । ସେ ପିଲା ଏବେ ରଣଜୀ ଟ୍ରଫି ମ୍ୟାଚରେ କ୍ରିକେଟ ଖେଳୁଥିଲା , ହୋଇପାରେ ତା ଭାଗ୍ୟରେ ଆଗକୁ ବି କିଛି ଥିଲା । ପିଢ଼ି ପରେ ପିଢ଼ି ଏଇ ଭାରତରେ, ଏବେ ଖେଳୁ ଥିଲେ କ୍ରିକେଟ ନୂଆ ଉମଙ୍ଗରେ ।

      ସମୟ କ୍ରମେ ଆଇପିଏଲ ଭଳି ମ୍ୟାଚ ଭାରତରେ ଖେଳା ହେଲା । ତାକୁ ଦେଖି ଟଙ୍କା ଆଉ ରୋମାଞ୍ଚ, ସବୁ ରେକର୍ଡ ଭାଙ୍ଗି ଦେଲା । କିଣା ବିକାର ବ୍ୟବସ୍ଥା କ୍ରିକେଟ ରେ ବି ହେଲା , କୁହାଯାଇପାରେ ଏ ବ୍ୟବସାୟ ର ରୂପ ନେଲା ।

     ହଁ ସେ ପିଲା କେହି ମଧ୍ୟ ହୋଇପାରେ , କ'ଣ ଅଛି କୈାଣସି ନାଁ ରେ । କପିଲ ଠାରୁ କୁମ୍ବଲେ ଯାଏ ,ସୁନୀଲ ଠାରୁ ସଚୀନ କମ୍ ନୁହେଁ । ଏବେ ପୁଣି ତା ପଛେ ପଛେ ଗାଙ୍ଗୁଲି ଦ୍ରାବିଡ ଶ୍ରୀନାଥ ପ୍ରସାଦ ମହେନ୍ଦ୍ର ଯୁବରାଜ ରୋହିତ ବିରାଟ ଆଗକୁ ଆହୁରି କେତେ, କ୍ରିକେଟର ଯେଉଁଠି ଯେତେ । ସମୟର ଦୈ।ଡରେ , କିଏ ଆଗେ କିଏ ପରେ ।

     କ୍ରିକେଟ ର ଲୋକପ୍ରିୟତା ଆଗେ, ଭାରତରେ ବାକି ଖେଳ ଫିକା । ରୋମାଞ୍ଚ ଭରପୁର ଏଠି, ଆଇପିଏଲ ଦିନିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସବୁଠି । ଚମକାଇ ଦେଲା ପରି , ଚୈ।କା ଛକ୍କା ମାରି । ଚିୟର ଗର୍ଲସ୍ ଙ୍କ ମଧ୍ୟରେ କି ଦିନ କି ରାତିରେ । ଧଳା ହେଉ ଅବା ଲାଲି ବଲରେ । ହୋଇପାରେ ଏ ଇଂରେଜ ମାନଙ୍କ କ୍ରୀଡା ଜଗତକୁ ଦାନ । ହେଲେ ଭାରତରେ ବି କିଛି କମ୍ ନୁହେଁ ଏ ଅଭିଯାନ ।

    ବେଳେ ବେଳେ ଲାଗେ କ୍ରିକେଟ କାହିଁ ଏତେ ପ୍ରିୟ ହେଲା ସବୁରି । ନିଜ ରୋମାଞ୍ଚିତ ମୁହୂର୍ତ୍ତକୁ ଦେଇ ମନକଲା ଚୋରି । ଆଉ ଦେଖୁ ଦେଖୁ ଖୁବ୍ ସହଜରେ ମନର ଏରୁଣ୍ତି ବନ୍ଧ ଡେଇଁ , ଅଗଣିତ ହୃଦୟରେ ଘର କଲା ଯାଇ ଏବଂ ହେଲା ପୁଣି ପ୍ରିୟ ଖେଳ , ସେ ବିଦେଶର ଖେଳ ହୋଇ ।       



Rate this content
Log in

Similar oriya story from Action