Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amiya Bej

Inspirational Drama

2  

Amiya Bej

Inspirational Drama

ବନ୍ଦ

ବନ୍ଦ

10 mins
7.1K


ସମସ୍ତଙ୍କୁ ଲେଣଦେଣ କରିସାରିଲା ପରେ , ଘରକୁ ଗାଡି ଷ୍ଟାର୍ଟ କଲା ତୁଷାର । ତୁଷାରକାନ୍ତି ଦଳବେହେରା , ଏକ ପରିଚିତ ନାଁ ଅଞ୍ଚଳରେ । ଏ ବର୍ଷ ଛାତ୍ରସଂସଦର ସଭାପତି ପ୍ରାର୍ଥୀ । ଖୁବ୍ ଭାବିଚିନ୍ତି ବିଧାୟକ ମହୋଦୟ ତା' ନାଁ ସୁପାରିଶ୍ କରିଛନ୍ତି ହାଇକମାଣ୍ଡଙ୍କୁ । 

ପରୀକ୍ଷାମୂଳକ ଭାବେ ଆଜି "ବନ୍ଦ" ପରିଚାଳନାର ଗୁରୁଦାୟିତ୍ୱ ତୁଷାର ଉପରେ ନ୍ୟସ୍ତ କରାଯାଇଥିଲା । ଗଲା ହପ୍ତାଏଯାକ ସେ ଘର ମୁହଁ ଦେଖିନି । ଦିନରାତି ଏକାକାର୍ କରି ପାର୍ଟି ଅଫିସରେ ଚାଲିଛି ମନ୍ତ୍ରଣା । ବ୍ୟାନର ତିଆରି , ଛକଛକରେ ମାରିବା , ଲୋକଙ୍କୁ ଭୟଦେବା ପରି ଅନେକ ଅବିଶ୍ରାନ୍ତ କାମସବୁ । ଶେଷକୁ ପରିଣତି ପୂର୍ଣ୍ଣ ସଫଳତା । ଖବର ନିଶ୍ଚୟ ଯିବ ହାଇକମାଣ୍ଡଙ୍କୁ ।

ମନ୍ତ୍ର ମିଳିଥିଲା ଉପରୁ , ଜନସାଧାରଣଙ୍କୁ ସର୍ବାଧିକ ଯନ୍ତ୍ରଣାର ଅର୍ଥ ସର୍ବାଧିକ ସଫଳତା । ଯେ' ବିରୋଧ କରୁଛି , ତାକୁ ବିରୋଧୀ ମନେକର । ସେ ହିଁ ଶତ୍ରୁ ! ତାକୁ ନିସ୍ତାର ନାହିଁ । ଦର୍କାର ପଡିଲେ ପୋଡାଜଳା , ହାତାହାତି , ଲୁଟପାଟ୍ କରିବାରେ ମନାନାହିଁ । ଆମେ ଅଛୁ ପଛରେ । ଅଇଁଠାଖିଆ କୁକୁରଙ୍କ ଅଭାବ ନାହିଁ ଏ ଦେଶରେ । ମଦ ବୋତଲରେ ବିକିଦେବେ ମୁଣ୍ଡ । ସେମାନଙ୍କୁ ଖୋଜିଆଣି , ଲଗାଇଦିଅ ଏଇ କାମରେ । ବନ୍ଦ କରିଦିଅ ସବୁ ଚକଅଖ । ଦିଲ୍ଲୀରେ ପହଞ୍ଚୁ ବନ୍ଦ ପିଡିତଙ୍କ ଚିତ୍କାର । ବୁଝାଇଦିଅ ସେମାନଙ୍କୁ , ସାମୁହିକ ସ୍ୱାର୍ଥପାଇଁ ଏ ବନ୍ଦ ଡାକରା । ଦିନଟିଏ କଷ୍ଟ ଭୋଗି ସହଯୋଗ କର । ନଚେତ୍ ..

ସବୁକିଛି ଠିକଠାକ୍ ପରେ ଘରକୁ ଫେରିଲା ତୁଷାରକାନ୍ତି । ପାଞ୍ଚଦିନର ନିଦ ! ଶୋଇଯିବ ଏବେ ଶାନ୍ତିରେ । ଆଗକୁ କଲେଜ ନିର୍ବାଚନ !

ଘରଟା ଭାରି ଅସ୍ୱାଭାବିକ ଲାଗୁଥିଲା । ମା' ଦାଣ୍ଡଘର ଖଟରେ ବସି ବାହୁନୁ ଥିଲା । ବଡଭାଇ ଚେୟାରଟାରେ ମୁହଁ ମାଡ଼ି ବସିଥିଲେ । ଭାଉଜଙ୍କ ଶୋଇବାଘରୁ କାନ୍ଦବୋବାଳି ଶୁଭୁଥିଲା । ଆଉକିଛିଜଣ ବୋଧେ ଭିତରେ ଥିଲେ ।

- କଣ ହେଇଛି ?

- ମରିଗଲା । ପିଲାଟା ମରିଗଲା !

- କିଏ ? କେଉ ପିଲା ?

- ତୋ' ଭାଉଜ ପେଟର । ଦଶବର୍ଷ ପରେ ଠାକୁର ଟିକେ ସାହା ହୋଇଥିଲା ଯେ , ଶେଷକୁ ସିଏବି ଗଲା ।

- କେମିତି ?

- ସକାଳୁ କଷ୍ଟ ଆରମ୍ଭ ହେଲାରୁ , ଅଟୋଟେ ଡାକି ଡାକ୍ତରଖାନା ବୋହି ନେବା ବାଟରେ , ବାଟ ବନ୍ଦ। ତୋ' ମୋବାଇଲ୍ ସୁଇଚ୍ ଅଫ୍ । ତୋ' ନାଁ ନେଲାରୁ ବାଟ ଛାଡିଲେ ! ଲାଭକଣ ? ସବୁଆଡେ ତ ଜାମ୍ । ଶେଷକୁ ସେଇ ଅଟୋରେ , ସମସ୍ତଙ୍କ ସାମ୍ନାରେ ଛୁଆଟିଏ ହେଲା ସତ , ହେଲେ କଅଁଳାକୁ ବଞ୍ଚେଇ ହେଲାନିରେ । ଚାଲେଏ କୋଦାଳଟେ ଧରି ଆଗେଆଗେ ନଈପଠାକୁ । ପୋତିଦେଇ ଆସିବା । ତୁ ଥିଲେ ସଭିଏଁ ମଡାଟାକୁ ବାଟ ଛାଡ଼ିଦେବେ !

- ଭାଉଜ ?

- ବଞ୍ଚିଛି । ଆଉଥରେ ମା ହେବାକୁ । ଆଉଥରେ ତୋପରି ଅଣପୁରୁଷା ରାଜନିତୀଆ ହାତରେ ଜୀବନ ଟେକିଦେବାକୁ !

- ଭାଇ!!!

ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର


Rate this content
Log in

Similar oriya story from Inspirational