ମଲ୍ଲୀଗଜରା ଓ ରକ୍ତ ଗୋଲାପ
ମଲ୍ଲୀଗଜରା ଓ ରକ୍ତ ଗୋଲାପ
ପ୍ରତାପ ନାୟକ
୭୦୦୮୦୫୪୨୮୨
ରକ୍ତ ଗୋଲାପର ଗୋଲାପି ଅଧର
ନିଖୁଣ ସେ ଚିତ୍ରପଟ ......
ସେହି ଚିତ୍ରପଟେ ଲେଖା ମୋ ସପନ
ହୃଦୟ ମୋ କଳ୍ପବଟ.........
ମଧୁପ ତା ପ୍ରଥମ ପ୍ରେମ ଚିଠିରେ ଲେଖିଥିଲା ମୋ ବାସର ଘର ସଜାହେବ କେବଳ ମଲ୍ଲୀଫୁଲରେ ,ମଛିରେ ମଝିରେ ରକ୍ତଗୋଲାପର ଆବିର୍ଭାବ ସହଜରୁ ମହୁଆ କରୁଥିବ ପରିବେଶ............
ମତେ ଯମା ରଜନୀଗଂଧା ପସନ୍ଦ ନୁହେଁ ,ନୁହେଁ ତାର ତନୁପାତଳୀ ବଲ୍ଲରୀ।ମୁଁ କାହିଁକି ସହଜ ହେଇପାରେନା ତା ଉପସ୍ଥିତିରେ.....।ରଜନୀଗନ୍ଧାକୁ କେବେ ଡାକିବନି କହିଦେଲି !
ବିଛଣା ଚଦରବି ହେଇଥିବ ସଫେଦ ଆଉ ରକ୍ତ ଗୋଲାପର ଗଭୀର ମିଶ୍ରଣ।ଗୋଲାପି ଆଲୁଅ ଧୋଉଥିବ ଘରସାରା ହାଉଜାଉ ହେଇ............।
କୁଳଦୀପର ଚିକ୍କଣ ଜୋଛନା ସୁନା ରଂଗ ବୁଣୁଥିବ ଘରର ବାୟବ କୋଣରେ ,ତା ଉପସ୍ଥିତି ଜାହୀର କରୁଥିବ ଏକା ମୋରି ପରି ଅମାନିଆଁ ସତେଜ ଠାଣିରେ..........।
ଖୀର ଗ୍ଲାସ ହାଲକା ଗରମ...ଆଗରୁ ରଖା ହେଇଥିବ।ହଁ ସେ ଘରକୁ ମୋବାଇଲ ମନା।ନାଁ ତୁମର ନାଁ ମୋର।ମୁଁ ଚାହୁଁନି ଆଉ କିଏ ଧସେଇ ପସୁ.... କରୁ ବିଭ୍ରାଟ..... ଭାଂଗୁ ନିରବତା..... ସମୟ ଚହଲି ଯାଉ ତା କାରଣରେ!
ଯେତେ ଚିହ୍ନିଲେ ଯେତେ ଯଣାଯଣି ପରେ ଅନେକ କଥା ମୁଁ ଠାବ କରିନି ତୁମର ।ତୁମର ନୀଳ ଆଖି କହିଛି ବହୁତ ଲୁଚେଇଛି ଯାହା ,ତାହାର ହନନ ହେବ ସେହି ବାସର ସେଜରେ।ଅଦୃଶ୍ୟ ଇଲାକା ଅଛୁଆଁ ଅପହଂଚ ସ୍ଥାନ ଗୁଡେଇ ହେଉଥିବ ନାଗସାପ ପରି ମୋ'ରି ଗଳାରେ।ଉନ୍ମୁକ୍ତ ଫଣାର ଫଁ ଫଁ ମଧୁର ଗର୍ଜନ ଶୋଇଦବନି ରାତିସାରା ମତେ ।ରାତିସାରା ଦଳି ହଉଥିବ ପାଖୁଡା ରକ୍ତ ଗୋଲାପର,ହସୁଥିବ ମଲ୍ଲୀ ହଲି ହଲି ଝୁଲି ଝୁଲି କହୁଥିବ ମୁଁ ସତେଜ ରଖିବି ମୋ ମତୁଆଲା ମଦୁଆ ଗନ୍ଧରେ।ସକାଳ ହେବା ପୂର୍ବରୁ ନା ମୋ ଦେହରେ କିଛି ଥିବ ନା ତୁମ ଦେହରେ...........
ଛି ଛି ତୁମର ସେ ପିଲାଳିଆମି ଯମା ଭଲ ଲାଗୁନି ମୋତେ.....
ପ୍ରେମର ଅନ୍ତୁଡି ମୁଣ୍ଡିଆ ପ୍ରେମର ସାତସାଇତା ଗୋପନ ପ୍ରଣୟ ଆଖିରେ ଆଖିରେ ଚାଲେ ଚାଲୁଥିବା ଯାଏ ଥକି ପଡିଲେ କି ବାଟବଣା ହେଲେ ପ୍ରେମ ମରେନି ତ ଉଇହୁଂକା ସମ ଉଂକାରିହୁଏ ଛାତିର କେଉଁ ଅଦୃଶ୍ୟ କୋଣରୁ......
ପ୍ରୀତି ଚିପୁଡି ଚାଲୁଥିଲା ତା ବାସର ସେଜରେ ନିଜର ନିଭୃତ ଅତୀତ।
ମଧୁପ ଉଡି ଯାଇଥିଲା କାହିଁ କେତେ ଦୂର।
ପ୍ରୀତି ଓଡିଅା ଆଉ ମଧୁପ ବଂଗାଳୀ।ଏତିକି ଅସାମଞ୍ଜସ୍ୟ ବାଡ ବସେଇଲା ଭଂଗିଲା ଅତୀତର ବାଲିଘର।ବାଲିଘରର ମୁଳୁଦୁଆ ଉପରେ ଠିଆ ହେଇଛି ହର୍ମ୍ୟତଳ ପ୍ରାସାଦ କୁନ୍ଦନଙ୍କର।ଦାସଦାସି ବିଲାତି କୁକୁର ବିଦେଶୀ ଘାସ ଗାଲିଚା ଦେଶବିଦେଶର କାକଟସ୍ ଠାରୁ ଯେତେ ପ୍ରକାର ସୁଗନ୍ଧିତ ଫୁଲର ରୋଷଣୀ ପ୍ରୀତି ବଗିଚାରେ ଫୁଟୁଥାନ୍ତି ହସି।
ଅଭାବ ଏତିକି .....ନାଁ ଅଛି ଲାଜେଇ ମଲ୍ଲୀ ନା ରକ୍ତ ଗୋଲାପର ଫେଣାଏ ମହୁଆ ଗନ୍ଧ।ମତୁଆଲା କରିବ କବିବର ମଧୁପଙ୍କ ପ୍ରେମ ଚିଠି ନିଗିଡା ପାଣି ସମ ପ୍ରୀତି କବରୀରୁ....।
ସମୟ ଜୁଇରେ ପାଖେଇ ଆସେ ମୋଟା ଫ୍ରେମର ଦିନ ।ଆୟତ କରିଥିବା ମୋଟା କାଚ ତଳୁ ପଢିବାକୁ ପଡେ ନିରୋଳା ଉତ୍ତରଣ ନିଜର ତଥା ଅତିତ ଅବ୍ୟକ୍ତ ପ୍ରେମିକର ଆଉ ବାସବଦତ୍ତାର ଶୀର ଛେଦନର କିମିଅାଁ ଚାଲିଥାଏ ଅହରହ ଯେଉଁ ସମାଜରେ.......
ନାରୀର ଲୁହ ଛାତି ତଳର ଅକୁହା କୋହ କେବେ ଅବ୍ୟର୍ଥ ଯାଇନି .....ସଜେଇଛି ମଜେଇଛି ନିଗାଡି ରଖିଛି ତା ଅବ୍ୟକ୍ତ ବିନମ୍ର ବୟାନ ସମାଜର ନାଲିଆଖି ଆରପଟୁ ବରଷିବ ଗରିକାନ୍ଦାରରେ,ବରଷିବ ମାଳଭୁମିରେ ଚହଟେଇବ ଆୟୁଷ ବାସ ଚନ୍ଦନର ଖ୍ୟଣକ ପାଇଁ ହଉ ପଛେ.......
ନଅଭାବି ମନରେ ଦିନ ମାସ ବର୍ଷ ଗଡିଯାଏ ପାଉଁସ ତଳର ନିଆଁ ଉଂକାରୀ ପାରେନା ତା ଚକମକ୍ ଅବୟବ ପାଉଁସ ଗଦାରୁ......
ବାଳ ସୂର୍ଯ୍ୟ ଗୋଳେଇଛି ନାଲି ଅବୀର ଦେହସାରା ତାର ,ପାଣିଟେକେ ପ୍ରୀତି ନିଇତି ଅନେଇଁ।ରହୁଘର ସଂସାର..... ହାତ ଚୁଡି ବଜ୍ର ହେଉ........ଦାଉଦାଉ ଜଳୁଥାଉ ମଥାର ସିନ୍ଦୁର..... ।
ତା ପରେ ବି ମଧୁପ ଆସନ୍ତେନି ଉଡି ବସନ୍ତେନି ପ୍ରୀତି ଫୁଲେ ଦୁରେଇକି ହଉ ପଛେ!
ଡାଳ ପତ୍ର ମେଲିବଣି ତାଂକର ସଂସାର।ମୁଁ ଯେମିତି ପସିଛି କୁନ୍ଦନଙ୍କ ଖୋଳପାରେ ସିଏବି କା ଗଭାରେ ଖୋସୁ ଥିବେ ରକ୍ତ ଗୋଲାପ ଆଉ ବେଣୀରେ ଝୁଲୋଉଥିବେ ମଲ୍ଲୀର ଗଜରା ପେନ୍ଥା ପେନ୍ଥା।ହେଇଥିବେ କା ଗଳାର ମାଳୀ।ଗାଉଥିବେ ପ୍ରୀତିର କବିତା।
ପାଣିଟେକିଲା ବେଳୁ ହଉଛି କାଉ ରାଉ ରାଉ ଚମ୍ପା ଗଛଟାରେ.......ମନହେଲା ବସେଇଲା ଚାଉଳ ଦିଭାଗ,ବାପାଙ୍କର ଆଉ.......
ଇଏ କି ହତବିମ୍ବ କଥା ମଧୁପ ଭାଗ ଚାଉଳ ଖାଇ ଉଡିଗଲା କାଉ.....
ସପନ ଦେଖୁନିତ......ନା ଓଡିଆଣି କାଉ ଚାଉଳ ଭାବନା ରହଲାଣି ଗଭୀର ପୋଥିରେ ବୋଉ ଅମଳରୁ.......
ପଛରୁ ଜାବୋଡି ଧରି ଚମକେଇଦେଲେ କୁନ୍ଦନ।ଇତଃସ୍ତତ ପ୍ରୀତି ।ସତରେ କୁନ୍ଦନଙ୍କ ପିଲା ଳିଆମି ବେଳେବେଳେ ଭୁଲେଇବାକୁ ଚେଷ୍ଟାକରେ ମଧୁପର ଅବୟବ.......
ରସିକତା ଭରା କଣ୍ଠରେ ଗମ୍ଭିର ଆଲେଖ୍ୟ ।
ବାହାଘରର ଦୀର୍ଘ ପନ୍ଦର ବର୍ଷ ପରେ ଆସୁଛନ୍ତି ତାଙ୍କର ଜଣେ,ଅନନ୍ୟବନ୍ଧୁ ସୁଦୂର କୋଲକାତାରୁ।ଯାହାର ପସନ୍ଦ ମେଳ ଖାଉଥିଲା ମଧୁପ ସହ ,ଗେଷ୍ଟ ରୁମ ସଜାହୋଇଥିଲା ରକ୍ତ ଗୋଲାପ ଆଉ ମଲ୍ଲୀଫୁଲରେ।ଦୁଆର ବନ୍ଧ ଝରକା ଆର୍ମ ଚେୟାର ଷ୍ଟଡି ଟେବୁଲ ଏମିତିକି ଗେଷ୍ଟରୁମ ବେଡ୍।ବାଥରୁମରେ ମଲ୍ଲୀ ଫୁଲର ଲାଜେଇ ହସ ଆଉ ରକ୍ତ ଗୋଲାପର ମହୁଆ ବାସ ଅପେଖ୍ୟା କରିଥିଲା କୁନ୍ଦନଙ୍କ ବନ୍ଧୁଙ୍କୁ।
ପନ୍ଦର ବର୍ଷର ବିଚ୍ଛେଦ ପ୍ରୀତିର ଏହି ରକ୍ତ ଗୋଲାପ ଆଉ ମଲ୍ଲୀଫୁଲ ସହ।ଅନେଇନି କେବେ ମଧୁପର ଆବର୍ତ୍ତମାନରେ ସେ ରକ୍ତ ଗୋଲାପ ଆଉ ମଲ୍ଲୀଫୁଲର ମନମେହିନୀ ରୂପକୁ। ଛାଡିଛି ମଧୁପ ଛାଡିଛି ତାଙ୍କ ପ୍ରୀୟ ଫୁଲକୁ।ଆଜି କାହିଁକି ଅନ୍ୟମନସ୍କ ସେ।ସତେକି କୁନ୍ଦନଙ୍କ ବନ୍ଧୁ ମଧୁପ।ଛାତି ଛନକିଗଲା ଧଡଧଡ ହୋଇ ।ଯଦି ଆଶଂକା ସତ ହେଇଥାଏ।କୁନ୍ଦନ ଜାଣି ନାହାଁନ୍ତିତ ତାଙ୍କ ସାଂଗଙ୍କ ଅତୀତ ଆଉ ତା ସହିତ ପ୍ରୀତିର ସମ୍ପର୍କ।ଖ୍ୟଣକ ପାଇଁ ଡରିଗଲା ପ୍ରୀତି।ନା ସେ ଭୁଲ କଣ କରିଛିକି ।ଝିଅମାନେ ସବୁବେଳେ ଅବଳା ଦୁର୍ବଳା ।ତାଙ୍କର ମନବୋଲି କିଛି ନାହିଁ ।କିଛିିନାହିଁ ସେମାନଙ୍କର ଅସ୍ତିତ୍ୱ,ନା ଅଛି ହୃଦୟର ଭାଷା।
ନା ଅଛି ମାନଅଭିମାନ ନା ଅଛି ପ୍ରେମ।
ସତେକି ସଖି କଣ୍ଢେଇ ଏଇ ମାତୃଜାତିଟା... .
........ସର୍ବଦା ପୁରୁଷ ହାତରେ,
କେତେବେଳେ ବାପା ରୂପରେ ,କେତେବେଳେ ଅବା ସ୍ୱାମୀ.....
ଭଲ ପାଇବାଟା ଝିଅପାଇଁ ପାପ ହୋଇପାରେ।
ସାଇପ ବି ହୋଇପାରେ।ଆଗତ ଜୀବନ ବଂଚେ ଝୁରି ଝୁରି ତା ନିରୋଳା ପ୍ରେମକୁ......। ଅବଶିଷ୍ଠ ଜୀବନ ଜଳି ଜଳି ମରେ !
ଦେହ ସ୍ୱାମୀର ବିଦେହ ଆତ୍ମା ପ୍ରେମିକରର.......
କୁଆଡେ ଭାସି ଯାଉଛି ପ୍ରୀତି। ମଧୁପ ମଧୁପ ମଧୁପ ସେହି ମଧୁପ ଛାଇଯାଉଛନ୍ତି ତା ମନରେ ବିବେକରେ ଆତ୍ମାରେ ହୃଦୟରେ ......
ନା ଏବେ ସେ ସବୁ ପାପ,ସମାଜ ଗ୍ରହଣ କରିବନି ବରଂ ସଂଦେହ ନିଆଁରେ ତିନିଟା ଜୀବନ ଜାଳିପୋଡି ଧ୍ୱଂସ ହୋଇଯିବେ।ଏତେ ଦାର୍ଶନିକତା ଭଲ ନୁହେଁ......।
କୁନ୍ଦନଙ୍କୁ ଅନୁରୋଧ କରିଛନ୍ତି ତାଙ୍କ ବନ୍ଧୁ ସେ ମାନେ ପ୍ରିତୀ ମୁଣ୍ଡରେ ସମ୍ପୁର୍ଣ୍ଣ ଓଢଣା ଟାଣି ତାଙ୍କ ପାଖକୁ ଯିବେ ସେହି ବାହାଘର ବେଳାପରି ରକ୍ତ ଗୋଲାପର ଶାଢୀପିନ୍ଧି।ମଲ୍ଲୀଫୁଲର ଗଜରା ଲଗେଇବେ ନବବଧୁ ବେଶେ।ଯେମିତି ଆସିଥିଲେ ପ୍ରଥମ ଦିନ ସେ କୁନ୍ଦନ ଘରକୁ ଏରୁଣ୍ଡି ଡେଇଁ .....
କୁନ୍ଦନର ବାହାଘରକୁ ବନ୍ଧୁ ଆସିନଥିଲେ ବୋଲି ଆଜି ସେହି ରୂପରେ ସେ ଭାଉଜଙ୍କୁ ଦେଖିବାକୁ ଚାହୁଁଛନ୍ତି।ଏତିକି ମୋର ଅନୁରୋଧ ରଖିବ ବୋଲି କହି କୁନ୍ଦନ କାର ନେଇ ଚାଲିଗଲେ ତାଙ୍କ ବନ୍ଧୁଙ୍କୁ ଆଣିବାପାଇଁ ଏୟାରପୋର୍ଟ।ତାଗିଦା କରିଦେଇଗଲେ ରୋଷେଇଆକୁ ଯେପରି ମାଛରେ ବିଭିନ୍ନ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ ହୋଇପାରିବ।କାରଣ ତାଙ୍କ ବଂଗାଳୀବନ୍ଧୁ ମାଛରେ ଅଗାଧ ରୁଚି ରଖନ୍ତି।
ଆହୁରି ଆଶ୍ଚର୍ଯ୍ୟ ପ୍ରିତୀ ,ମଧୁପଙ୍କର ବି ପସନ୍ଦ ମାଛରେ ବିଭିନ୍ନ ପ୍ରକାର ଡିସ୍।
ଆଉଥରେ ଭଲକି ଗାଧୋଇବାକୁ ଇଚ୍ଛାହେଲା,କୁନ୍ଦନଙ୍କ ବନ୍ଧୁପାଇଁ ସେ ଆଜି ଆଉଥରେ ନହୁଲି ବେଶରେ ସଜେଇ ହେବେ.......
ପିନ୍ଧିଲେ ରକ୍ତଗୋଲାପ ଯୋଡା ମଲ୍ଲୀଗଜରା ବେଣୀରେ ଝୁଲିଲା,ନାଲିଚୁଡି ଉପରେ ଶଂଖା,ସୁନାରେ ସଜେଇ ଦେଲେ ନିଜକୁ ପ୍ରିତୀ। ଓଠରେ ହାଲକା ଗୋଲାପି ଲିପଷ୍ଟିକ,ଯାହା ତାଙ୍କର ପସନ୍ଦ ଜଣକ ପାଇଁ,ସେ ସେଥିରେ ଆଦୌ କମ୍ପରମାଇଜ କରିନାହାଁନ୍ତି ଆଜି ପର୍ଯ୍ୟନ୍ତ।
ଦିନଥିଲା ଏସବୁର ବହୁତ ଗୁରୁତ୍ୱଥିଲା ତାଙ୍କ ପାଖରେ.....ଏବେ ସେ ପରା ସ୍ୱାମୀଙ୍କ ସଖୀ କଣ୍ଢେଇ।କୁନ୍ଦନ ଲୁଗାଭିତରେ ହାତପୁରେଇ ପ୍ରିତୀଙ୍କୁ ଯେପରି ନଚେଇବେ ପ୍ରିତୀ ସେପରି ନାଚିବ।ସତୀନାରୀ କପାଳରେ ପା ଏଇଆଥାଏ।ସିଏ କଣ ଭିନ୍ନ............।
କାର ଆସି ପୋର୍ଟିକୋରେ ଲାଗିଲା,ବନ୍ଧୁ ବେଗି ବେଗି ଗେଷ୍ଟରୁମକୁ ଚାଲିଗଲେ ପଛରୁ ନଜର କରିଛି ପ୍ରିତୀ,ସଂଦେହ ଦୂର ହେଲା ତାଙ୍କର ନା ଏ ତାଙ୍କ ମଧୁପ ନୁହେଁ।ଅନ୍ୟକେହି ।ହୁଏତ ମଧୁପ ପରି ଚୁଡଦାର ପଞ୍ଜାବୀ ପିନ୍ଧିଛନ୍ତି,ସେତ ଏତେ ପତଳା ନଥିଲେ ?
ଭାବନାରୁ ଫେରିଲେ ଯେତେବେଳେ କୁନ୍ଦନ ଡାକିଲେ ତାଙ୍କୁ ଗେଷ୍ଚ ରୁମକୁ।
ପାଦଚିପି ଚପି ଓଢଣା ତଳରୁ ରାସ୍ତା ଦେଖି ଦେଖି ପହଞ୍ଚିଲେ ପ୍ରିତୀ ଗେଷ୍ଟରୁମରେ।ଭାଉଜ ଆସ ବୋଲି ଡାକିଲେ ହନ୍ଧୁ।
ମୋବାଇଲ ରିଂ ହେଲା କୁନ୍ଦନଙ୍କର ।ଖ୍ୟମାମାଗି କୁନ୍ଦନ ଚାଲିଗଲେ ଅଫିସ।ଆଉ ଗେଷ୍ଟ ରୁମରେ ପ୍ରୀତି ଆଉ ବନ୍ଧୁ କୁନ୍ଦନଙ୍କର।
ଏବେ ମୁହଁ ଖୋଲ ଭାଉଜ ନିଅ ମୋର ପ୍ରିତୀ ଉପହାର ମଲ୍ଲୀ ଆଉ ରକ୍ତ ଗୋଲାପର ମନୋରମ ଫୁଲ ତୋଡାଟିଏ।ଦୁଇହାତରେ ଗ୍ରହଣ କରୁଛନ୍ତି ପ୍ରିତୀ ଦଉଛନ୍ତି ସ୍ୱାମୀଙ୍କବନ୍ଧୁ ।
ସେ ଆକାଣରୁ ପଡୁନିତ ଅଥଳ ଜଳରେ ଡୁବୁନିତ ସମୁନ୍ଦ୍ରରେ ,ତାଙ୍କ ଆଗରେ ସ୍ୱାମୀଙ୍କ ବନ୍ଧୁ ଆଉ କେହି ନୁହଁନ୍ତି।ସିଏତ ତାଙ୍କ ମଧୁପ।
ରକ୍ତଗୋଲାପ ଆଉମଲ୍ଲୀ ଫଲର ତୋଡାଟିକୁ ଧରିଛନ୍ତି ମଧୁପ ଆଉ ମଧୁପଙ୍କ ହାତ ଉପରେ ପ୍ରିତୀର ହାତ।ଚାରି ଚଖ୍ୟୁର ମିଳନ ପନ୍ଦର ବର୍ଷପରେ.....ହୃଦୟର କମ୍ପନ ମମତ୍ୱର ମିଳନ ନିର୍ଯାତିତ ଅକସ୍ମାତ ବନ୍ଧନ ମୁକ୍ତ....କେଇ କାହାକୁ କିଛି କହୁନାହାଁନ୍ତି..... ଜଡ ପାଲଟୁଛନ୍ତି ଉଭୟେ....
ପ୍ରିତୀର ମଲ୍ଲୀ ଫୁଲରେ ସଜା ହୋଇଛି ଖଟ ତାଦେହରେ ରକ୍ତ ଗୋଲାପର ଛିଟା।ବାସର ସେଜର ଠିକଣା ପରି ସଜେଇ ହୋଇଛି ଗେଷ୍ଟରୁମ ,ପ୍ରିତୀ ଅଛି ଅଛି ମଧୁପ , ରକ୍ତଗୋଲାପ ବି ଅଛି ,ଅଛି ମଲ୍ଲୀ ଗଜରା।
ହେଲେ କିଏ କୋଉଠି???
ପନ୍ଦର ବର୍ଷର ପରିବର ପ୍ରିତୀର ।ମଧୁପ ବୁଲୁଛି ଏକା ଏକା।ସିଏ,ପ୍ରିତୀକି ତ ପ୍ରିତୀ ଗେଇସାରିଛି ଆଉ କଣ ଅଛି ଯେ ବିବାହ କରି କାହାକୁ କଣ ଦବ?
ସତରେ ମଧୁପ ତୁମେ କଳ୍ପ ବଟ ହେଇଗଲ,ମତେ ପ୍ରଥମ ଚିଠିରେ କହିଥିଲ ରକ୍ତ ଗୋଲାପର ଗୋଲାପି ଅଧର ନିଖୁଣ ସେଚିତ୍ରପଟ
ସେହି ଚିତ୍ରପଟେ ଲେଖା ମୋ ସପନ ହୃଦୟ ମୋ
କଳ୍ପବଟ ......
ମୁଁ ଚିତ୍ରପଟଟିଏ ହୋଇ ରହିଗଲି ଆଉ ତୁମେ ଚିତ୍ରପଟ ପାଇଁ ସତରେ କଳ୍ପବଟ ହେଇଗଲ ମଧୁପ କଳ୍ପବଟ ହେଇଗଲ।
ହଠାତ କାମ ଅଛି କହି ବାହାରି ଗଲେ
ମଧୁପ ଆଉ ପ୍ରେମବଲ୍ଲରୀ ପ୍ରିତୀ ସେହି କଳ୍ପବଟପରି ପ୍ରେମିକକୁ ପଛରୁ ଚାହିଁ ରହିଥିଲା......।
ଅଜଣାତରେ ଦୁଇଧାର ଲୁହ ପ୍ରିତୀର ଗାଲଦେଇ ବହିଗଲା ତଳକୁ ତଳକୁ......।