Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ବେରଙ୍ଗା ହାତୀ

ବେରଙ୍ଗା ହାତୀ

3 mins
7.2K


ସୁଧାଂଶୁ ଦ୍ଵିବେଦୀ

ଜଣେ ରାଜା ନିଜ ମନ୍ତ୍ରୀଙ୍କର ବୁଦ୍ଧି ପରୀକ୍ଷା କରିବାକୁ ସ୍ଥିର କଲେ l ହଠାତ୍ ଦିନେ ସେ ରାଜସଭାରେ ମନ୍ତ୍ରୀଙ୍କୁ ଆଦେଶ ଦେଇ କହିଲେ, ‘’ ମହାମନ୍ତ୍ରୀ, ତୁରନ୍ତ ଯାଅ ମୋ ପାଇଁ ଗୋଟେ ହାତୀ କିଣି ଆଣିବ l ହେଲେ ହାତୀଟି ଏଭଳି ହେବା ଦରକାର ଯେମିତି କାହାରି ନିକଟରେ ସେଭଳି ହାତୀ ନଥିବ l ‘’

ମନ୍ତ୍ରୀ ରାଜାଦେଶ ମାନି କହିଲେ,’’ ଠିକ୍ ଅଛି ମହାରାଜ, ତେବେ ଆପଣଙ୍କ ପସନ୍ଦ ଯୋଗ୍ୟ ହାତୀଟି କିପରି ହେବା ଆବଶ୍ୟକ ଜଣାଇଲେ ମୁଁ ଅବିକଳ ସେହିଭଳି ହାତୀଟିଏ କିଣି ଆଣିବି l ‘’

ରାଜା ସ୍ଵଭାବିକ୍ ଭାବେ କହିଲେ, ‘’ ତା’ର ରଙ୍ଗ କଳା ହୋଇ ନଥିବ l ‘’ ମନ୍ତ୍ରୀ ପ୍ରଶ୍ନ କାଲେ,’’ ତାହା ହେଲେ କ’ଣ ଧଳା ହାତୀ ଆଣିବି l ‘’ ପୁଣି ମହାରାଜା ଛଳନା କରି କହିଲେ, ‘’ ନା,ମହାମନ୍ତ୍ରୀ, ଧଳହାତୀ ଆଦୌ ପସନ୍ଦ ନୁହେଁ l ଅସଲ କଥା ହେଉଛି, ମୁଁ ଏଭଳି ହାତୀଟିଏ ଚାହୁଁଛି, ଯାହାର କୌଣସି ରଙ୍ଗ ନ ଥିବ l ‘’ ଏଥର ମନ୍ତ୍ରୀ ବୁଝିଗଲେ ଯେ ରାଜାଙ୍କୁ ପ୍ରକୃତରେ ହାତୀର ଆବଶ୍ୟକତା ନାହିଁ l ବୋଧ ହୁଏ ମୋତେ ପରୀକ୍ଷା କରିବା ପାଇଁ ଏମିତି ଅସମ୍ଭବ କଥା କହୁଛନ୍ତି l

ତା’ ପରେ ମନ୍ତ୍ରୀ କିଛି ସମୟ ଚିନ୍ତା କରି କହିଲେ, ‘’ ମହାରାଜ ! ଆପଣ ଯେଭଳି ହାତୀ ଚାହିଁବେ ମୁଁ ଅବିକଳ ସେହିଭଳି ହାତୀ ଆଣି ପାରିବି l କିନ୍ତୁ ସେଥିପାଇଁ ଦୁଇଲକ୍ଷ ଟଙ୍କା ଦରକାର l ‘’

‘’ ଠିକ୍ ଅଛି, ଯେତେ ଟଙ୍କା ଚାହୁଁଛ ନେଇ ପାର l ମାତ୍ର ବେରଙ୍ଗା ହାତୀଟିଏ ମୋର ଦରକାର l ଆଉ ଯଦି ସେଭଳି ହାତୀ ନ ଆଣିପାର ତା’ ହେଲେ ଜାଣି ରଖ ଯେ ତୁମକୁ ମୃତ୍ୟୁ ଦଣ୍ଡ ମିଳିବ l ‘’ ରାଜା ଦୃଢତା ସ୍ଵରରେ ମନ୍ତ୍ରୀକୁ ଜଣାଇଲେ l

ଏଥର ମନ୍ତ୍ରୀ ରାଜାଙ୍କ ଆଜ୍ଞା, ଦୁଇଲକ୍ଷ ଟଙ୍କା ଧରି ହାତୀ ଅନ୍ଵେ ଷଣରେ ବାହାରି ଗଲେ l ବହୁସ୍ଥାନ ଘୂରିଲେ ବିଭିନ୍ନ ତୀର୍ଥ କ୍ଷେତ୍ର ମାନ ଦର୍ଶନ କଲେ l ପ୍ରାକୃତିକ ଓ ଐତି ହାସିକ ସ୍ଥାନ ପ୍ରଭୃତି ବୁଲି ବୁଲି ଦେଖିଲେ l କାଶ୍ମୀରରୁ କନ୍ୟା କୁମାରୀ ଯାଏଁ ବୁଲିଲେ l ହେଲେ ବେରଙ୍ଗା ହାତୀ ଖୋଜିବାର ପ୍ରୟାସ ଆଦୌ କଲେନି l

ଏଇମିତି ଅନେକ ସ୍ଥାନ ବୁଲି ଦେଖି ଦୀର୍ଘ ଦିନ ପରେ ରାଜଧାନୀକୁ ଫେରି ରାଜଦରବାରରେ ଉପସ୍ଥିତ ହେଲେ l ରାଜା ମନ୍ତ୍ରୀଙ୍କୁ ଦେଖିବା କ୍ଷଣି ପଚାରିଲେ, ‘’ କ’ଣ ହେଲା ମହା ମନ୍ତ୍ରୀ ! ମୋ ପାଇଁ ବେରଙ୍ଗା ହାତୀ ଆନିଛତ ?’’

‘’ ଆଜ୍ଞା ଆଣିଛି L ‘’ ମନ୍ତ୍ରୀ ନିର୍ଭୟରେ ଉତ୍ତର ଦେଲେ l ରାଜା ସେଉଠୁ ହାତିକୁ ଖୋଜିହେବାରୁ ମନ୍ତ୍ରୀ ପୁଣି କହିଲେ, ‘’ ଆଜ୍ଞା, ହାତୀଟି ରାଜାଧାନୀ ବାହାରେ ମୋ ବଡଗିଚାରେ ବନ୍ଧା ହୋଇଛି l’’

‘’ ତା’ହା ହେଲେ ଆଉ ବିଳମ୍ବ କାହିଁକି ? ବାଜା ବଜେଇ ତାକୁ ସ୍ଵାଗତ କରି ଉଆସକୁ ନେଇଆସ l ‘’ ରାଜା ଆଦେଶ ଦେଲେ l ‘’ କିନ୍ତୁ ମହାରାଜ, ବେରଙ୍ଗା ହାତିକୁ ଏଭଳି ଆଣିବା ଉଚିତ୍ ନୁହେଁ l ‘’ ମନ୍ତ୍ରୀ ଜଣାଇଲେ l ‘’ ହେଲେ ଠିକ୍ ଅଛି, ଅତି ଉତ୍କଣ୍ଠାର ସହ ମନ୍ତ୍ରୀଙ୍କୁ ଜଣାଇଲେ l

ତା’ ପରେ ମନ୍ତ୍ରୀ କହିଲେ, ‘’ ରବିବାର ତ ଶୁଭ ନୁହେଁ l ‘’ ‘’ତେବେ ସୋମବାର ନେଇଆସ l ‘’ ରାଜା ଆଜ୍ଞା ଦେଲେ l ‘’ ନା ମହାରାଜ, ସୋମବାରବି ଭଲ ନୁହେଁ l’’ ମନରେ ବିତୃଷ୍ଣା ରଖି ମନ୍ତ୍ରୀ ଜଣାଇଲେ l ‘’ ତେବେ ମଙ୍ଗଳ , ବୁଧୁ , ଗୁରୁ ,ସୁକ୍ର ଯେ କୌଣସି ବାରରେ ନେଇଆସ l ‘’ ରାଜା ଊଚ୍ଛ ସ୍ଵରରେ ଜବାବ୍ ଦେଲେ l ‘’ କିନ୍ତୁ ମହାରାଜ ! ମୁଁ ହାତୀ ସେହିଦିନ ଆଣିବି, ଯେଉଁଦିନ କୌଣସି ବାରର ନାଁ ନଥିବ l ‘’ ମନ୍ତ୍ରୀ ବୁଦ୍ଧି ଖଟେଇ ଉତ୍ତର ଦେଲେ l

‘’ ଏଭଳି ଅସମ୍ଭବ କଥା କେମିତି ହେବ ! ଗୋଟିଏ ସପ୍ତାହ ମଧ୍ୟରେ କୌଣସି ନା କୌଣସି ବାର ତ ପଡିବ l ‘’ ‘’ ରାଜା କହିଲେ l ‘’ ହେଲେ ମହା ରାଜ, ବିନା ନାଁରେ ଯଦି କୌଣସି ବାର ନାହିଁ, ତାହାହେଲେ ମୁଁ କେମିତି ବେରଙ୍ଗା ହାତୀଟିଏ ଆଣିବି ମୋତେ ଜଣେଇବେକି ?’’

ମନ୍ତ୍ରୀଙ୍କ ମୁଖରୁ ଏକଥା ଶୁଣି ରାଜା ତାଙ୍କ ଚତୁରତା ସମ୍ପର୍କରେ ସମ୍ପୂର୍ଣ୍ଣ ବୁଝି ପାରିଲେ l ଜଣେ ନ୍ୟାୟ ପ୍ରିୟ ରାଜା ଭାବେ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଲେ, ‘’ ବାସ୍ତବିକ୍ ମହାମନ୍ତ୍ରୀ, ମୁଁ ଏହିଭଳି କଥା ତୁମ ପାଖରୁ ଶୁଣି ବାକୁ ଚାହୁଁଥିଲି l ‘’ ନିଜ ମନ୍ତ୍ରୀଙ୍କର ବୁଦ୍ଧି ପରଖିବା ପରେ ସେ ହିଁ ପ୍ରକୃତରେ ଚତୁର ବୋଲି ମାନିନେଲେ l


Rate this content
Log in

Similar oriya story from Children