Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Inspirational

0.8  

Prasant Kumar Nath

Inspirational

ପରାଧୀନର ସଫଳତା

ପରାଧୀନର ସଫଳତା

3 mins
7.1K


ସୁରେନ୍ଦ୍ର ବେହେରା ହରିପୁର ଗ୍ରାମର ସବୁଠାରୁ ଗରିବ ମଣିଷ । ପରିବାର କହିଲେ ତାର ସ୍ତ୍ରୀ ,ପୁଅ ପରାଧୀନ ଆଉ ଝିଅ ଆମେଲି । ଜମି ପାଏ ନଥିଲା କି ନଥିଲା ବି ଖଣ୍ଡେ ଜାଗା । ଘର କହିଲେ ତାଳ ବରଡାରେ ତିଆରି ଏକ ଛୋଟ ଚାଳି ।ଆଗରୁ ଖଣ୍ଡେ ଛୋଟ ଘର ଥିଲା । ୟା ତା ଘରେ ମୂଲ ଲାଗି ସୁରେନ୍ଦ୍ର ଯାହା ଆଣନ୍ତି ତାଙ୍କ ଚାରି ପ୍ରାଣୀଙ୍କ ପେଟ ପୁରି ଯାଉଥିଲା । କଣ ହେଲା କେଜାଣି ସେତିକିବି ଭଗବାନ ସହିଲେ ନାହିଁ । ସେଦିନ ସମସ୍ତେ ଖାଇ ପିଇ ସାରି ରାତିରେ ଶୋଇଥାନ୍ତି । ହଠାତ ଘରେ ନିଆଁ ଲାଗିଗଲା । ନିଦରୁ ଉଠି ସୁରେନ୍ଦ୍ର ନିଜର ପୁଅ, ଝିଅ, ସ୍ତ୍ରୀ ସମସ୍ତଙ୍କୁ ସିନା ସୁରକ୍ଷିତ ଅବସ୍ଥାରେ ବାହାରକୁ ନେଇ ଆସିଥିଲେ । ହେଲେ ନିଜ ଦେହର ଅଧିକାଂଶ ଅଂଶ ଜଳି ଯାଇଥିଲା । ଡାକ୍ତରଖାନାକୁ କିଏ ନେଇକି ଯିବ । କିଏ ଖର୍ଚ୍ଚ କରିବ ପଇସ ତାଙ୍କ ପାଇଁ । ଭଲହେବା ପାଇଁ କେଉଁଠୁ ବା ପାଇବେ ସିଏ ଔଷଧ । ଔଷଧ ଅଭାବରୁ ପୋଡି ଯାଇଥିବା ହାତ ଦୁଇଟି ନଷ୍ଟ ହୋଇଗଲା । ସେତେବେଳକୁ ପିଲା ଦୁଇଟା ଛୋଟ ହୋଇଥାନ୍ତି । ପରାଧୀନକୁ 5 ବର୍ଷ ଆଉ ଆମେଲିକୁ 3 । ତାଙ୍କ ସ୍ତ୍ରୀ ୟାକୁ ତାକୁ କାକୁତି ମିନତୀ ହୋଇ ଲୋକଙ୍କ ସହାୟତାରେ ସେହି ବରଡା ତିଆରି ଚାଳିଆଟି ତିଆରି କରାଇଥିଲେ । କେମିତି ପିଲା ଦୁଇଟାଙ୍କୁ ମଣିଷ କରିବେ ? ସେହି ଦିନରୁ ସୁରେନ୍ଦ୍ର ମାଗି ଯାଚି ଆଣି ପିଲାମାନଙ୍କୁ ଖାଇବାକୁ ଦେଉଥିଲେ । ନିଜେ କେତେବେଳେ ଖାଇଲେ ଖାଉଥିଲେ ନହେଲେ ନାହିଁ । ପୁଅ ପରାଧୀନର କିନ୍ତୁ ପଢିବାକୁ ବହୁତ ଇଛା ଥିଲା କିନ୍ତୁ ତାକୁ ପାଠ ପଢ଼ିବା ପାଇଁ କିଏ ସୁଯୋଗ ଦେଵ । ପିଲାଟିବେଳରୁ ସିଏ ମଧ୍ୟ ୟାର ତାର ବୋଲହାକ କରି କିଛି ପଇସା ଆଣୁଥିଲା । ଦେଖୁଥିଲା ସବୁପିଲାମାନେ ବ୍ୟାଗ୍ ପକେଇ ସ୍କୁଲ ଯାଉଛନ୍ତି । ସେମାନଙ୍କୁ ଦେଖିଲେ ସିଏ ଚାହିଁ ରହୁଥିଲା । ଆଉ ଘରକୁ ଫେରି ବହେ କାନ୍ଦୁଥିଲା । କିନ୍ତୁ କିଏ ଦେଖିବ ତା ଆଖିର ଲୁହ ଆଉ କିଏ ବୁଝିବ ତା ଛାତିତଳେ ଥିବା ଅସରନ୍ତି କୋହକୁ ।

  ବୋଲହାକ କଲାବେଳେ ବେଳେ ବେକେ ଚାଲିଯାଉଥିଲା ଗାଁ ସ୍କୁଲ ଆଡେ । ଆଉ ଝରକା ଆରପଟେ ଠିଆ ହୋଇ ପାଠ ସବୁ ଶୁଣୁଥିଲା । ଆଉ ଯେତିକି ଶୁଣୁଥିଲା ସବୁକିଛି ତାର ମନେ ରହି ଯାଉଥିଲା । ସବୁଦିନ ସ୍କୁଲ ପଛ ପଟେ ଲୁଚି ଲୁଚି ପାଠ ଶୁଣିବା ତାର ଏକ ନିତିଦିନିଆ ଅଭ୍ୟାସରେ ପରିଣତ ହୋଇଯାଇଥିଲା । ଦିନେ ଏମିତି ଝରକା ସେପଟେ ଠିଆ ହୋଇଥାଏ । କେଜାଣି କାହିଁକି ସ୍କୁଲର ପ୍ରଧାନଶିକ୍ଷକ ସେପଟକୁ ଯାଇଥିଲେ । ତାକୁ ଦେଖି ପାଖକୁ ଡାକିଲେ, ମାଡ଼ ମାରିଲେ,ଧମକା ଚମକା କଲେ । ପରାଧୀନ ଶିକ୍ଷକଙ୍କ ଗୋଡ଼ ହାତ ତଳେ ପଡି ଚାଲି ଆସିଲା । ସେଦନ ଥାଏ ଶୁଦିବସ I ଶିଶୁ ଦିବସ ଉପଲକ୍ଷେ ସ୍କୁଲରେ ଏକ ପ୍ରତିଯୋଗିତା ହେଉଥିଲା । ସବୁଦିନ ପରି ସେଦିନ ମଧ୍ୟ ପରାଧୀନ ଯାଇଥିଲା ସେହି ସ୍କୁଲ ଆଡେ । ଶିକ୍ଷା ବିଭାଗରୁ ଆସିଥିବା ମହାନ ବ୍ୟକ୍ତି ମାନେ ପ୍ରଶ୍ନ ପଚାରୁଥାନ୍ତି । କିନ୍ତୁ କେହି ତାର ସଠିକ ଉତ୍ତର ଦେଇ ପାରୁନଥାନ୍ତି । ଦୂରରୁ ଥାଇ ଏସବୁ ଶୁଣୁଥାଏ ପରାଧୀନ । ଆଉ ଶେଷରେ ସମସ୍ତଙ୍କୁ ଆଚମ୍ବିତ କରି ପୂର୍ବରୁ ପଚରା ଯାଇଥିବା ସବୁ ପ୍ରଶ୍ନର ଗୋଟି ଗୋଟି କରି ସବୁ ଉତ୍ତର ଦେଇଥିଲା ପରାଧୀନ । ଏଥିରେ ଖୁସି ହୋଇ ସେମାନେ ପରାଧୀନ ବିଷୟରେ ଜାଣିବାକୁ ପାଇଥିଲେ । ଆଉ ପରାଧୀନ ପାଖରୁ ସବୁ କଥା ଶୁଣି ସରିଲା ପରେ ସମସ୍ତଙ୍କ ଆଖିରେ ଭରିଯାଇଥିଲା ଅଶ୍ରୁ । ତା ପରେ ତାକୁ ଏକ ସ୍ୱତନ୍ତ୍ର ପରୀକ୍ଷା ଦେବାକୁ ପଡିଥିଲା । ଆଉ ସେଥିରେ ସେ ସଫଳ ହୋଇ ବିନା ସ୍କୁଲ ପାଠରେ ସେ ଏକ ସ୍ୱତନ୍ତ୍ର ଛାତ୍ରର ମାନ୍ୟତା ପାଇଥିଲା । ସେଠାକୁ ଆସିଥିବା ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାକୁ ଉଚ୍ଚଶିକ୍ଷା ନିମିତ୍ତ ସମସ୍ତ ସାହାର୍ଯ୍ୟ ଓ ସହଯୋଗ ଯୋଗାଇ ଦେଇଥିଲେ । ଆଉ ପରାଧୀନ ସେମାନଙ୍କ ସମ୍ମାନ ବଜାୟ ରଖିଥିଲା । ଆଉ ଟପର ମଧ୍ୟ ହୋଇଥିଲା । ସେଦିନର ସେହି ଶିଶୁ ଦିବସ ପରାଧୀନକୁ ଦେଇଥିଲା ନୂଆ ଏକ ଜୀବନ I ଆଉ ପରାଧୀନର ଦୃଢ ଇଛାଶକ୍ତି,ଅକ୍ଲାନ୍ତ ପରିଶ୍ରମ ତାକୁ ନେଇ ପହଞ୍ଚାଇ ଦେଇଥିଲା ଶୀର୍ଷରେ ।

                           

~~~~****~~~~

ପ୍ରଶାନ୍ତ କୁମାର ନାଥ

ନଂ-10,ଫାଷ୍ଟ ଫ୍ଲୋର,ଫାଷ୍ଟ ବି କ୍ରସ,ଏସ.ଜି.ଏନ ଲେଆଉଟ,

କସମିକ ଏମ୍ବାସୀ,ବାଙ୍ଗାଲୋର-560027.

ମୋ-08892301143


Rate this content
Log in

Similar oriya story from Inspirational