Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramakrushna Dakua

Inspirational

2.1  

Ramakrushna Dakua

Inspirational

ଅପର୍ଣ୍ଣା ଓ ରେଡ୍ ପଏଜନ

ଅପର୍ଣ୍ଣା ଓ ରେଡ୍ ପଏଜନ

3 mins
540


ବ୍ୟସ୍ତବହୁଳ ବେଙ୍ଗଳୁରୁ | ସବୁବେଳେ ଜଗମଗାଇଥାଏ ଏହି ଐତିହ ସଂପନ୍ନ ହାଇଟେକ ସହର | କେବେ ବିଶ୍ରାମ ନେଉନଥିବା ଏବଂ ଥକୁନଥିବା ସହର | ଠିକ୍ ଅପର୍ଣ୍ଣା ମ୍ୟାଡମଙ୍କ ଭବ୍ୟ ଆପାର୍ଟମେଣ୍ଟର ଲିଫ୍ଟ ଭଳି | ସେ ଦିନ ଦିନେଶଙ୍କୁ ଇଭିନିଙ୍ଗ ଫେମଲି ପାର୍ଟି ପାଇଁ ନିମନ୍ତ୍ରଣ ରହିଥିଲା | ନିଜେ ଅପର୍ଣ୍ଣା ମ୍ୟାଡମ ଅଫିସରେ ଦିନେଶକୁ କହିଥିଲେ ତୁମେ ନିଶ୍ଚେ ଆସିବ | ହଁ ବ୍ୟତିତ ନା କହିବାର କୌଣସି କାରଣ ନଥିଲା ଦିନେଶଙ୍କ ପାଖରେ |ଅଫିସରେ ସେ ସିନିୟର କଥା ତ ମାନିବାକୁ ପଡ଼ିବ ! କମ୍ ଦିନର ଜବ୍ ଭିତରେ ଅପର୍ଣ୍ଣା ମ୍ୟାଡମ ଖୁବ୍ ଘନିଷ୍ଠ ହୋଇ ସାରିଛନ୍ତି ଦିନେଶଙ୍କ ସହ | ନୂଆ ସହର, ନୂଆ ଲୋକଙ୍କ ଭିଡ଼ରେ ସେ କେବଳ ଜଣେ ଆପଣାର ଅତି ଆପଣାର |ଯାହାକୁ ମନଖୋଲି ସବୁ କହିପାରେ ଦିନେଶ | ଉଭୟଙ୍କ ମଧ୍ୟରେ ଘନିଷ୍ଠତା ସଂପର୍କର ରବପ ନେଇନି ସତ , କିନ୍ତୁ କାହାକୁ ଅଛପା ବି ନଥିଲା |

ପ୍ରାୟ ଅଧଘଣ୍ଟା ହେବ ତ୍ରିଶୁଲ୍ ଆପାର୍ଟମେଣ୍ଟର ସି-୧ ବ୍ଲକରେ ୱେଟ କରିଛି ଦିନେଶ | କଲ୍ ଥରେ ନୁହଁ ତିନି ଥର କରିସାରିଲାଣି ଦିନେଶ, ଆରପଟୁ ଅପର୍ଣ୍ଣା ମ୍ୟାଡାମଙ୍କ କୌଣସି କଲ୍ ବ୍ୟା ନାହିଁ | ଏତେ କମ୍ ସମୟର ୱେଟ୍ କିନ୍ତୁ ଟଲରେଟ କରିପାରୁନଥିଲେ ଦିନେଶ | ଭେନ୍ୟୁରୁ ଫେରିବାକୁ ଉଦ୍ୟତ ହେଉଥିବା ବେଳେ କଲ୍ ଆସିଲା ସରି ଡିଅର ଜଷ୍ଟ ୱେଟ ଫାଇବ ମିନିଟ ମୋର୍ .. ଆଇ ଏମ୍କମିଙ୍ଗ | ଓକେ ସି ୟୁ ଦେନ୍...ଧିର ସ୍ବରରେ ଉତ୍ତର ଦେଲା ଦିନେଶ |

ଆଗରୁ ଅନେକ ଥର ଦିନେଶ ଅପର୍ଣ୍ଣାଙ୍କୁ ଦେଖିଛି | ଆଜି କିନ୍ତୁ ଟିକେ ନିଆରା ଲାଗୁଛନ୍ତି ଦିନେଶଙ୍କ ପାଇଁ | କୁହନ୍ତିନି ମେନ୍ ଇଜ୍ ଅଲୱେଜ୍ ଏ ମେନ୍ ! ରାଇଟ, କିଛି ସମୟ ପାଇଁ ଦିନେଶ କିଛି ଆଗକୁ ଭାବି ନେଇଥିଲା | ହୁଏତ ଏ ସବୁ ଦିନେଶଙ୍କ ପାଇଁ ! ଦିନେଶ ଏତେ ବୋକା ବି ନଥିଲା ଯେ, ଅପର୍ଣ୍ଣାଙ୍କ ସଫ୍ଟ ଫିଲିଙ୍ଗ ଏଣ୍ଡ ୱିକନେସ୍ ଜାଣି ପାରବନି !

ଅପର୍ଣ୍ଣା ଆସିଲେ, କମ ଅନ ଲେଟ୍ସ ମୁଭ୍ କହି ହସ ହସ ମୁହଁରେ ଫ୍ଲାଟକୁ ଯିବାକୁ ଆମନ୍ତ୍ରଣ କଲେ | ୟା ପେହେଲେ ଆପ୍ ...କହି ଆଗକୁ ଯିବା ଆରମ୍ଭ କଲେ ଦିନେଶ | ନୋ ନୋ ନଟ୍ ଦିସ୍ ୱେ, ପ୍ଲିଜ୍ ଫଲୋ ମି ...ୟା|ଦିସ ୱାନ ଲିଫ୍ଟ ନମ୍ବର ୮ ଇଟ୍ସ ଗୋଇଙ୍ଗ ଟୁ ମାଇ ଫ୍ଲାଟ ଆକ୍ଚେୟୁଏଲି| ଓହଃ ଆଇ ଲି କହି ମୁଣ୍ଡ ହଲାଇଲେ ଏକ ସାଧାରଣ ସହରର ବାସିନ୍ଦା ଦିନେଶ | ଲିଫ୍ଟରେ ପ୍ରବେଶ କଲେ ଦୁହେଁ ଆଉ କେହି ନଥାନ୍ତି | ଦୁହେଁ ଚୁପ୍ ଥିଲେ କେବଳ ଜଣେ ଆରଜଣଙ୍କୁ ଚାହିଁ ହସିବା ବ୍ୟତିତ | ଆପାର୍ଟମେଣ୍ଟର ୮ ନମ୍ବର ମହଲାରେ ଅପର୍ଣ୍ଣାଙ୍କ ଫ୍ଲାଟ ସମୟ ତ ଲାଗିବ | ଲାଜ ଲାଜ ସ୍ବଭାବର ଦିନେଶଙ୍କୁ ଜଷ୍ଟ ହାଲକା ଆଉ ଫ୍ରେଣ୍ଡଲି କରିବା ପାଇଁ ଆଶ୍ଚର୍ଯ୍ୟ ଜନକ ଭାବେ ତାଙ୍କୁ କିସ୍ କରି ବସନ୍ତି | ହୁଏତ କେତେ ଦିନର ସୁପ୍ତ ଇଚ୍ଛା ପୂରଣ ପାଇଁ ସୁଯୋଗକୁ ୱେଟ୍ କରିଥିଲେ | ଦିନେଶ ବେଶି କିଛି ଭାବି ପୂର୍ବରୁ ହିଁ ଅପର୍ଣ୍ଣାଙ୍କ ୮ ମହଲା ଆସିଗଲା | ନିଜ ରୁମକୁ ଜିନେଶଙ୍କ ହାତ ଧରି ପାଛୋଟି ନେଲେ ସେ |

ଫେମଲି ପାର୍ଟି କିନ୍ତୁ ରୁମ୍ ରେ କହି ନଥାନ୍ତି ଏନେଇ ଯେତେ ବେଳେ ଦିନେଶ ପ୍ରଶ୍ନ କଲେ ଉତ୍ତର ଆସିଲା ଏ ସବୁ ତୁମରି ପାଇଁ | ଓହଃ ମାଇଁ ଗଡ୍ ! ଦିନେଶ ନିରବ ମୁହଁର ଠାଣି କହୁଥିଲା ସେ ଏ ସବୁ ଶୁଣି ଏବଂ ଘରର ଡେକୋରସେନ ଦେଖି ବେଶ ଚକିତ ହୋଇ ଯାଇଥିଲେ | ହୁଏତ ସେ ଯାଗାରେ ଯିଏ ବି ରହିବ ସେ ବି ଠିକ୍ ଏମିତ୍ ରିଆକ୍ଟ କରିବା ସ୍ବାଭାବିକ |

କିଛି ସମୟ ପରେ ରେଡ୍ ୱାଇନ ଆଉ କିଛି ଫ୍ରୁଟ୍ ନେଇ ଆସିଲେ ଅପର୍ଣ୍ଣା | ପ୍ରଥମେ ନା ତା ପରେ ଜିଦି କରିବାରୁ ଅପର୍ଣ୍ଣାଙ୍କ କଥା ଭାଙ୍ଗି ପାରିନଥିଲେ ଦିନେଶ | ଆଗରୁ ଅନେକ ଥର ୱାଇନ, ଭଡକା, ରମ ପିଇଥିଲେ ମଧ୍ୟ ପ୍ରଥମ ଥର ପାଇଁ ସେ ରେଡ୍ ୱାଇନ ତାହା ପୁଣି ୱିଥ୍ ସମୱାନ ! କିଛି ସମୟ ପରେ ଆସିବାକୁ ଚେଷ୍ଟାକରିଥିଲେ ମଧ୍ୟ ତ୍ରିଶୁଲ ଆପାର୍ଟ ମେଣ୍ଟ ଏବଂ ଲିଫ୍ଟ ନମ୍ବର ୮କୁ ପାର୍ କରି ଆସିପାରିନଥିଲେ ଦିନେଶ |

୮ ବର୍ଷ ପରେ ଆଜି ସେ ଠିକଣା ଦିନେଶଙ୍କ | ଅପର୍ଣା ମ୍ୟାଡାମ ଏବେ ମିଶେସ ଦିନେଶ | ଦିନେଶ କିନ୍ତୁ ଆଜି ବି ମନେ ରଖିଛନ୍ତି , ସେ ଦିନର ସେ ରେଡ୍ ପଏଜନ ଆଜି ମଧୁ ହୋଇ ଜୀବନରେ କେବଳ ଖୁସି ଆଉ ଖିସି ହିଁ ଦେଉଛି |

©Ramakrushna


Rate this content
Log in

Similar oriya story from Inspirational