Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sachidananda Kar

Others

2  

Sachidananda Kar

Others

ଶତ୍ରୁ : ପ୍ରେମର

ଶତ୍ରୁ : ପ୍ରେମର

2 mins
331


-------------------------
ଶତ୍ରୁ : ପ୍ରେମର
--------------------------

କେତେବେଳୁ କେଜାଣି -------
ଗଛଡାଳରେ ଦୁଇଟି ପକ୍ଷୀ ଲଗାଲଗି ହୋଇ ବସିଥିଲେ।
ଗଛ ତଳେ ବସିଥିଲେ ଶୁଭ୍ରା ଓ ସମୀପ୍ - ସେମିତି ଲଗାଲଗି ହୋଇ - କେତେବେଳୁ କେଜାଣି ।
ପ୍ରେମ ତ ସବୁବେଳେ ପ୍ରେମ ସହିତ ଗଣ୍ଠି ପଡିଯାଏ - ଯିଏ ହେଉ ଯେମିତି ହେଉ।
ଶୁଭ୍ରା ଓ ସମୀପ୍ କଥାରେ କଥାରେ ପରସ୍ପରର ହୃଦୟ ଛୁଇଁବାକୁ ଚେଷ୍ଟା କରୁଥିଲେ।
ନୀରବରେ ବସିଥିଲେ ପକ୍ଷୀ ଦୁଇଟି।କ'ଣ ହେଲା କେଜାଣି ସେମାନେ ବି କଥାରେ କଥାରେ ପରସ୍ପରର ହୃଦୟକୁ ଛୁଇଁବାକୁ ଉଦ୍ୟମ ଆରମ୍ଭ କରିଦେଲେ।
ଦୁଇ ପକ୍ଷୀଙ୍କ କଥା କାନରେ ପଡିଲା।ଶୁଭ୍ରା ଓ ସମୀପ୍ ଉପରକୁ ଚାହିଁଲେ।
- ' ସେମାନେ କ'ଣ ଆମ ପରି -------- । ' ଶୁଭ୍ରା କହିଲା।
ସମୀପ୍ କହିଲା - ' କେବଳ ପ୍ରେମୀ ଯୁଗଳ ଏପରି ଏକାଠି ବସିପାରନ୍ତି।ନିଶ୍ଚୟ ହୋଇଥିବେ।'
- ' କେମିତି ଭାବୁଛ ------ ? ' ଶୁଭ୍ରା କହିଲା।
- ' ସାଦା କଥା।ପରସ୍ପରକୁ ଭଲ ପାଉଥିବା ଦୁଇ ଜଣ ସେପରି ଲଗାଲଗି ହୋଇ ବସି ପାରନ୍ତି।ଅଧିକ ସମୟ ସେପରି ବସିବାରେ
ସେମାନଙ୍କ ମନରେ ଦ୍ବିଧା ନ ଥାଏ।' ସମୀପ୍ କହିଲା।
ଶୁଭ୍ରା ହସିଲା। କହିଲା - ' ଇଏ ପରା ପ୍ରେମ ।ଗୋଟିଏ ହୃଦୟକୁ ଆଉ ଗୋଟିଏ ହୃଦୟ ସହିତ ମିଶାଇପାରେ। ତୁମେ ଠିକ୍ କହିଛ।'
ଏହି ସମୟରେ ପକ୍ଷୀ ଦୁଇଟି ଚଞ୍ଚୁରେ ଚଞ୍ଚୁ ଘଷିଲେ।ସମୀପ୍ ତାହା ଦେଖି କହିଲା - ' ହେଇ ଦେଖ।ଇଚ୍ଛା ହେଲେ ଆମେ ସେପରି ହୁଅନ୍ତି ନା ନାହିଁ ! '
ଶୁଭ୍ରା ହସିଲା।କହିଲା - ' ହଁ, ହଁ,ତ।ହେଲେ କହିପାରିବକି ସେମାନଙ୍କ ମଧ୍ୟରେ କେଉଁଟି ପୁଅ - ପକ୍ଷୀ ଆଉ କେଉଁଟି ଝିଅ - ପକ୍ଷୀ ?'
ସମୀପ୍ ଟିକେ ଦ୍ବନ୍ଦ୍ବରେ ପଡିଗଲା।
ସମୟ ବିତୁଥାଏ।
ଉଭୟଙ୍କ ନଜର ସେହି ପକ୍ଷୀ ଦୁଇଟି ଉପରେ ହିଁ ଥାଏ।
ହଠାତ୍ ଗୋଟିଏ ପକ୍ଷୀ ଅନ୍ୟଟିର ଦେହରେ ଚଞ୍ଚୁ ଘଷିଲା।ସମୀପ୍ ଚିତ୍କାର କରି କହି ଉଠିଲା - ' ଏହି ଦେଖ ସେହି ଚଞ୍ଚୁ ଘଷୁଥିବା ପକ୍ଷୀକୁ ।ସେଇଟି ପୁଅ - ପକ୍ଷୀ ।'
- ' ସତେ ନା କ'ଣ ? ' ଶୁଭ୍ରା କହିଲା।
- ' ହଁ,ତୁମକୁ ଛୁଇଁବାକୁ ମୁଁ କେମିତି ପସନ୍ଦ କରେ। ' ସମୀପ୍ କହିଲା।
ଶୁଭ୍ରା ଫିକ୍ ଫିକ୍ ହସିଦେଲା।
ଏତିକିବେଳେ ହଠାତ୍ କେଉଁ ବାଣୁଆର ତୀରର ଆଘାତରେ ପକ୍ଷୀ ଦୁଇଟି ଗଳିପଡିଲେ।ଚାହୁଁ ଚାହୁଁ ଦୁହିଁଙ୍କର ଜୀବନ ବାହାରିଗଲା।
- ' ଆହା ! ଇଏ କ'ଣ ହେଲା ! ' ଶୁଭ୍ରା ଚିତ୍କାର କଲା।
ସମୀପ୍ କହିଲା - ' ଏ ଦୁନିଆଟା ସବୁକାଳେ ପ୍ରେମର ଶତ୍ରୁ।କହୁ ନ ଥିଲି - ଈର୍ଷା, ଦ୍ବେଷ,ଅହଂକାର ଓ ଅସହିଷ୍ଣୁତାର କଥା ।ଦେଖ, ଇଏ ତା'ର ନମୁନା। '
ସମୀପ୍ ର କଥାଶେଷରେ ଶୁଭ୍ରା ଆନମନା ହୋଇଗଲା।


Rate this content
Log in