Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଶେଷ ପାଦ
ଶେଷ ପାଦ
★★★★★

© Soumya Shubhadarshinee

Inspirational

9 Minutes   4.9K    12


Content Ranking

ମୁଦ୍ରାର ଦୁଇ ପାର୍ଶ୍ଵ ପରି ପ୍ରତ୍ୟେକ ମଣିଷର ଦୁଇଟି ପାର୍ଶ୍ଵ ଥାଏ । ଗୋଟେ ପରିଚିତ ଆଉ ଗୋଟେ !..........

★★★★★

ରେବତୀର ଯଦି ସାନ ଭଉଣୀଟିଏ ଥାନ୍ତା ତେବେ କାହାଣୀର ଗତି କେମିତି ହେଇଥାନ୍ତା କହିଲୁ ? ଅଭିଜିତ ଏମିତି ବିଚିତ୍ର ପ୍ରଶ୍ନଟେ ପଚାରିଲା ଅନୁଜକୁ । ସେ ଲାଇବ୍ରେରୀରେ ବସିଲେ ଏମିତି ଦାର୍ଶନିକ ହେଇଯାଏ ଯେ ନୂଆ ନୂଆ ଆଇଡ଼ିଆ ଆସେ ତା' ମୁଣ୍ଡକୁ ।

ଅନୁଜ କିନ୍ତୁ ପୁସ୍ତକ କୀଟ , ଲାଇବ୍ରେରୀ ମିନ୍ସ ସାଇଲେନ୍ସ । ସେ ଓଠରେ ହାତ ଦେଇ ଚୁପ ରହିବାକୁ ଇସାରା ଦେଲା । ହେଲେ ସେଇ ପ୍ରଶ୍ନ ଚାରିପଟେ ବୁଲିଲା ଅଭିଜିତ ପୂରା ଆଉ ପୁଣି ଥରେ ଲେଖିଲା ''ରେବତୀ'' ତା' ସାନ ଭଉଣୀ ସହ ।

କ୍ଲାସ ସରିବା ପରେ ଏଇ ଲାଇବ୍ରେରୀ ପଢ଼ା ଅନୁଜର ହବି , କିନ୍ତୁ ତାକୁ ପସନ୍ଦ ଗଜଲ । ହଁ ସେ ଟିକେ କ୍ଲାସିକ୍ , ଖାସ କରି ଜଗଜିତ୍ ସିଂ ଗଜଲ ତା'ର ପସନ୍ଦ । ' ହୋଠୋଁ ସେ ଛୁଁଲୋ ତୁମ୍ ' ଗୀତଟା ଶୁଣିଲେ ସେ ହଜିଯାଏ ଆଉ ପ୍ରେମରେ ପଡ଼ିଯାଏ !.........

କିନ୍ତୁ ଅନୁଜ , ତା' ରୁମ୍ ମେଟ୍ ଶୁଖାଟ ପୂରା ଗୀତ ବାଜିଲେ ବିଗିଡେ , କୁହେ କୁଆଡେ ତାର କନ୍ସଟ୍ରେସନ୍ ବ୍ରେକ ହେଇଯାଏ । ଧୂତ୍ ଶ ' କ'ଣ ଗୋଟେ ସାଇଣ୍ଟିଷ୍ଟ ହବ ନା' କଣ ଦିନ ରାତି କନ୍ସଟ୍ରେସନ୍ ଖୋଜୁଛି !.....

ମୋବାଇଲ୍ ଧରି ଇୟର୍ ଫୋନ୍ ଲଗେଇ ଚୁପି ଚୁପି ଗୀତ ଶୁଣିବାକୁ ଭଲ ଲାଗେନି ତାକୁ । ସେ ଟିକେ ବକ୍ସ ବଜେଇ ଗମାତ କରିବାକୁ ଭଲ ପାଏ । ତା' ଥାଟ ବାଟ ସେମିତି । ତେଣୁ ଅନୁଜ ସହ ଟିକେ ତୁ ତୁ ମେଁ ମେଁ ହୁଏ । ହେଲେ ଦିନେ ଅଧେ ନୁହେଁ ବଜରା ଚାରିବର୍ଷ ସାଥିରେ ରହିବାକୁ ହେବ । ତେଣୁ ସେ ଦୁହେଁ ମିଶି ଗୋଟେ ବୁଝାମଣା କରିଛନ୍ତି : ଦୁଇଜଣ ନିଜ ନିଜ ରୁଚି ଏକ୍ସଚେଞ୍ଜ କରିବେ । ସେ ଲାଇବ୍ରେରୀରେ ଅନୁଜକୁ କମ୍ପାନୀ ଦେବ ଆଉ ଅନୁଜ ଗୀତ ଶୁଣିବାରେ ତାକୁ ।

ଏଇ ଅଲିଖିତ ଚୁକ୍ତି ଭିତରେ ବାଧ୍ୟ ହେଇ ସେ ଆସେ ଲାଇବ୍ରେରୀ , କିନ୍ତୁ ମନ ଲାଗେନି ପାଠରେ । ସେଥିପାଇଁ ହାଲ୍କା ଫୁଲ୍କା ମାଗଜିନ୍ ର ପୃଷ୍ଠା ଓଲଟାଏ । ଆଉ ଏମିତି ରେବତୀ ମାନଙ୍କ ପଛରେ ପଡେ । ଅନୁଜବି ଠିକ ସେମିତି ଗୀତ ବାଜିଲେ ନିଜ ହେଡ୍ ଫୋନ୍ ଲଗେଇ ତା' ମନ ମୁତାବକ ଅନ୍ୟ କିଛି ଶୁଣେ ।

****************

--'' କିରେ ରେବତୀର ସାନ ଭଉଣୀ ସହ କି କାମ ତୋର ?''

---'' ବୁଝିଲୁ ୯୯ ହେଇସାରିଛି ସିଏ ଶତକ କମ୍ପ୍ଲୀଟ୍ କରିଦେବ ।''

--'' କ'ଣ ୯୯ କିରେ ?''

---'' ନା' ନା' କୁହାଯିବନି କହିଦେଲେ ପୂଣ୍ୟ ଫଳ ମିଳିବନି ପୂରା , ଅଧା ନେଇଯିବ ଶୁଣୁଥିବା ଲୋକ। ''

----'' ହେ ବେକାର କଥା କହି ଟାଇମ ବର୍ବାଦ କରନା ବୁଝିଲୁ ଭଲରେ ଭଲରେ କହି ପକା ''

----''ନାଇଁ ସେଇଟା ମୋର ଭିନ୍ନ ରୂପ , ତୁ ବୁଝିବୁନି ହେଲା !''

ଅନୁଜର ପ୍ରଶ୍ନକୁ ଏମିତି ଭୁଆଁ ବୁଲେଇ ଚାଲିଗଲା ଅଭିଜିତ । ଅନୁଜ କିନ୍ତୁ ତା' ପିଛାରେ ପଡିଗଲା ଜାଣିବାକୁ ୯୯ ର ରହସ୍ୟ ।

କଲେଜରେ ଯେନତେନ ପ୍ରକାରେ ଆଭଏଡ୍ କରିଗଲା ଅଭିଜିତ କିନ୍ତୁ ରୁମ୍ ରେ ଫସିଗଲା ଏକଦମ । ଅନୁଜ କହିଲା ତା' ବେଷ୍ଟ ଫ୍ରେଣ୍ଡକୁ ପୁଣି ଲୁଚା ଚୋରା ନଟ୍ ଫେୟାର୍ ! ଏତକ ଥିଲା ଖୋଲାଖୋଲି ବ୍ଲାକମେଲ୍ ।ଏଥର କହିବାକୁ ହେବ ନହେଲେ ତା' ପ୍ରେଣ୍ଡସିପ୍ ଉପରେ ସନ୍ଦେହର ଦାଗ ଲାଗିଯିବ । ଅଭିଜିତ ବନ୍ଧୁ ସମ୍ପର୍କରେ ଟିକେ ବେଶି ଇମୋସନଲ୍ ବୋଲି ଅନୁଜ ଜାଣେ ତେଣୁ ଏମିତି ବ୍ଲାକମେଲ୍ କରେ ଅଵଶ୍ୟକ ପଡିଲେ । ତାକୁ ଟିକେ କଁଅଳେଇ , ''ମୋ ରାଣ ତୁ ମୋ ବେଷ୍ଟ ପ୍ରେଣ୍ଡ କହିଦେଲେ ପୂରା ଫିଦା ହେଇଯାଏ ସିଏ ।

ତେଣୁ ଏବେ ୯୯ ର ରହସ୍ୟ ଖୋଲିବାର ବେଳ ଆସିଗଲା । ଅଭିଜିତ ଟିକେ ବଡ଼ ବଡ଼ ଆଖି କରି ଅନୁଜ ପାଖକୁ ଲାଗିଆସିଲା ଆଉ କହିଲା , ''ଦେଖ ଏଇଟା ଗୋଟାଏ ଭାରି ଗୋପନ କଥା , ତୁ ଜୀବନ ଥିବା ଯାଏଁ କାହାକୁ କହିବୁ ନାହିଁ । ମୋତେ କେବଳ ଆମ ଫ୍ରେଣ୍ଡସିପ୍ ଉପରେ ବିଶ୍ୱାସ ବୋଲି ତୋତେ କହୁଛି । ତୁ ଆଗ ପ୍ରମିସ୍ କର ଏଇ କଥା ରଖିବୁ ଲୁଚେଇ ତୋ ଭିତରେ।

ଅନୁଜ ଜାଣେ ପକ୍କା ନୌଟଙ୍କି ଟୋକା ଏଇ ଅଭି , ସିନ୍ ବନେବାରେ ମାଷ୍ଟର । ସେ ବି ବୁଝିଲା ପିଲା , ବାଗେଇକି କହିଲା ,

'' ଗଡ୍ ପ୍ରମିସ୍ ''.....

************

ଅଭିଜିତ ଜମିଦାର ଦାମୋଦର ବଡ଼ସିଂହଙ୍କ ଅଣନାତି । ସେମାଙ୍କର ଚନ୍ଦନପୁରରେ ଜମିଦାର ଘର । ସରକାର ଏବେ ସଭିଙ୍କ ମା ବାପା ଠିକ ଯେ କିନ୍ତୁ ଜମିଦାର ଘର ଏବେବି ସମ୍ଭ୍ରାନ୍ତ ଆଉ ସମ୍ମାନିତ।

ତାଙ୍କ ଜମିଦାର ଘରେ ଅଛନ୍ତି ଜଣେ ସିଦ୍ଧ ଗୁରୁ ମହାରାଜ । ଆସନ୍ତି ସବୁ ବର୍ଷ କାର୍ତ୍ତିକରେ ପୂଜା ପାଠ ପାଇଁ ପୁରୀ ଆଉ ରୁହନ୍ତି ଦିନେ ଓଳିଏ ତାଙ୍କ ଘରେ । ଅଭିଜିତ ତାଙ୍କୁ ଦେଖିଲେ ଡ଼ରେ ,''ବାପରେ କି ବିରାଟ ମଣିଷ ! ''

ପୂରା ସାଢ଼େ ଛ' ଫୁଟ ଉଚ୍ଚ, ଖୁନ୍ଦିଲା ଖୁନ୍ଦିଲା ଦେହ , ହାତରେ ମାଳେ କଡା, ଲମ୍ବ ଦାଢ଼ି , ନାଲି ଟହ ଟହ ଆଖି, ଗୁରୁ ଗମ୍ଭୀର ସ୍ୱର ସାଙ୍ଗକୁ ରାମାନନ୍ଦି ଚିତା । ଏସବୁ ସହ ପୁଣି ଥାଏ କଡା ଗଞ୍ଜେଇ ଗନ୍ଧ । ତାଙ୍କର ଗଞ୍ଜେଇ ସେବା ସବୁବେଳେ ।.......

ସେ ଆସିଲେ ଅଭି ଡରିକି ଲୁଚେ । ହେଲେ ଜେଜେ ତାକୁ ଡକେଇ ପାଦତଳେ ଜୁହାର କରାନ୍ତି । ଗୁରୁଜୀଙ୍କୁ ଆଶୀର୍ବାଦ ଦେବାକୁ ଗୁହାରୀ କରନ୍ତି । ସେଇ ଗୁରୁଙ୍କ ହାତ ଟିକେ ନାତି ମୁଣ୍ଡରେ ରହିଗଲେ ସେ ମଣିଷ ହେଇଯିବ ବୋଲି ଦୃଢ଼ ବିଶ୍ୱାସ ଜେଜେଙ୍କର ।

ସେଇ ଗୁରୁ ଥରେ ମୋକ୍ଷ ପ୍ରାପ୍ତିର ପଥ ସଂକ୍ରାନ୍ତରେ କହୁଥିଲେ । ସେଇ କଥାର ବ୍ୟଖ୍ୟା କରିବା ସମୟରେ ନାରୀ ସମ୍ମାନ ଗୋଟେ ବିରାଟ ପୂଣ୍ୟ ଭାବରେ ବର୍ଣ୍ଣନା କଲେ । ସୁଯୋଗ୍ୟ ମଣିଷ ନାରୀଜାତି ପ୍ରତି ସର୍ବଦା ଭକ୍ତିଚିତ୍ତ ହେବା ଜରୁରୀ । ବଡ଼ ସୁନ୍ଦର ଭାବେ ସେ କହିଥିଲେ , " ନିଜ ଧର୍ମପତ୍ନୀ ବ୍ୟତୀତ ସବୁ ନାରୀ ଦେବୀ । କେବେ ମୁହଁକୁ ଅନେବାର ନୁହେଁ , ଦେଖିବ କେବଳ ପାଦ ଯୋଡିକ ଆଉ ନେବ ପାଦ ଧୁଳି । ''

ସେଦିନ ସେ ଟିକେ ସାହସ କରି କହି ପକେଇଥିଲା ,'' ଗୁରୁଜୀ କ'ଣ ନିଜଠୁ ଛୋଟ ଝିଅରବି ପାଦଧୁଳି ନେବା ?''

ଗୁରୁଜୀ ଗମ୍ଭୀର ସ୍ୱରରେ କହିଲେ , '' ହଁ ନିଶ୍ଚିତ , ଦେବୀ ସବୁଠି ବୟସ କିଛି ମାନେ ରଖେନି ବୁଝିଲୁ ବାପ । ''

ଆହୁରି ରହସ୍ୟ କରି କହିଲେ ଜୀବନ ଭିତରେ ଶହେ ଦେବୀଙ୍କର ପାଦ ସ୍ପର୍ଶ କରିପାରିଲେ ପରମ ପୂଣ୍ୟ , କିନ୍ତୁ ଗୋଟିଏ ସର୍ତ୍ତ ,'' ଦେବୀଙ୍କ ପାଦ ସ୍ପର୍ଶ ସେ ଜାଣିବାର ନୁହେଁ । ଅର୍ଥାତ ଅଜାଣତରେ ଗୋପନରେ ଛୁଇଁଯିବ ତାଙ୍କ ପାଦ ଆଉ ନେଇଯିବ ପଦ ରଜ । ତେବେ ଯାଇଁ ସିଦ୍ଧି !... ''

ଗୁରୁଜୀ ଏମିତି ଗଞ୍ଜେଇ ଖାଇ ଗପିଲେ କି ସତରେ ଗୂଢ଼ ତତ୍ତ୍ୱ ଜ୍ଞାନ ଦେଲେ ଜଣା ନାହିଁ , କିନ୍ତୁ ଅଭିଜିତକୁ କଥାଟା ଛୁଇଁଲା । ସେ ସେଇ ଶହେ ପାଦ ସ୍ପର୍ଶର ଅଭିଯାନରେ ଲାଗିଗଲା । ଥରେ ଅଧେ ମାଡ଼ ଖାଉ ଖାଉ ବଞ୍ଚିଲା । ଯେମିତି ସେ ' ପି.କେ ' ଚଳଚିତ୍ରର ଅମୀରଖାନ୍ ଝିଅଙ୍କ ହାତ ଧରି ମାଡ଼ କ'ଣ ଖଣ୍ଡା ଚୋଟ ଯାଏଁ କଥା ଯାଇଥିଲା ।

ପରେ ପରେ ସେ ବୁଦ୍ଧି ପାଞ୍ଚି ଭିଡ଼ ଦିନ ଗୁଡିକରେ ଗାଁ ମହାଦେବଳ ମନ୍ଦିର ପାହାଚରେ ବସି ନିଜ ପୂଣ୍ୟ ଗୋଟେଇଲା । ଅଗଣିତ ମଣିଷ ଭିଡରେ ପାଦ ଛୁଇଁ ଦେବାରେ ବିଶେଷ ଅସୁବିଧା ନଥିଲା ।

***************

ଏହିପରି ଗୋପନ ଅଭିଯାନ ଟିଏ ଚଲେଇ ଚଲେଇ ସେ ୯୯ ପର୍ଯ୍ୟନ୍ତ ପହଞ୍ଚିଛି । ଏବେ ଆଉ ଗୋଟିଏ ଲୋଡ଼ା ।

ଆଜିକାଲିର ସ୍ମାର୍ଟ ଇଞ୍ଜିନିୟର ଅଭିଜିତ ମନ୍ଦିର ପାହାଚରେ ବସିବା ଆଉ ସମ୍ଭବ ହେଉନି କି ସେଇ ଶେଷ ଦେବୀଙ୍କ ଦର୍ଶନ ମିଳୁନି । କଲେଜର ହାଇ ଫାଇ ଗାର୍ଲ ଗୁଡାକ ସେମିତି ଲାଗୁ ନାହାନ୍ତି । ତେଣୁ କାଳ୍ପନିକ ରେବତୀର ସାନ ଭଉଣୀ ଖୋଜୁଛି ସିଏ !

ହୋ ହୋ ହେଇ ହସି ହସି ଗଡ଼ିଗଲା ଅନୁଜ ଆଉ କହିଲା , ''ସତରେ ଏଇଟା ତୋ'ର ପୂରା ଭିନ୍ନ ରୂପ ! ବୁଝିଲୁ ମୋତେ କହିଲୁ ଆଉ କାହାକୁ କେବେ କହିବୁନି ହେଲା , ତୋତେ ଲୋକେ ଟିକେ ଅଲଗା ଭାବିବେ ମାନେ ବୁଝୁଚୁ ଟି ! ''

ଅଭିଜିତ କିଛି କହିଲା ନାହିଁ ଏମିତି ଶୁଣି । କିନ୍ତୁ ସତରେ ସିଏ ସିରିୟସ୍ ଥିଲା ନିଜ କାମରେ ଏତକ ବୁଝା ପଡୁଥିଲା ଅନୁଜକୁ । କାରଣ ସେ ଗମ୍ଭୀର ହେଇ ଚୁପ କି ଉଠିଗଲା ନିଜ ବେଡ଼ ଉପରକୁ ଆଉ ଶୋଇଗଲା ଘୋଡ଼ି ହେଇ । ଅନୁଜ ଯେତେ ବୁଝେଇଲା , ରିଲାକ୍ସ କରିବାକୁ ଚେଷ୍ଟା କଲା , କୁତୁକୁତୁ କଲା ତାକୁ କିଛି ଲାଭ ହେଲାନି । ସେମିତି ଚୁପ ରହିଲା ପୂଣ୍ୟକାମୀ !....

****************

କ୍ୟାମ୍ପସ ଛାଡିବା ପରେ ଜୀବନ ବଦଳି ଯାଏ । ଆଉ ଧୁମ୍ ଧଡ଼କା ରୁହେନି । ମଣିଷ ହାତ ପାଦରେ ବେଡି ପଡ଼ିଯାଏ । ଚାକିରୀ , ଘର , ପିଲା ଛୁଆ ସଂସାର ଭିତରେ ହଜିଯିବାକୁ ପଡେ ।

ସେମାନେବି କଲେଜ ପରେ ବିଛାଡି ହେଇଗଲେ ଦୂର ଦୁରାନ୍ତକୁ ଆଉ ହଜିଗଲେ ନିଜ ନିଜ ଭିତରେ । ବହୁ ବର୍ଷ ପରେ ଗୋଟେ ବନ୍ଧୁ ପୁଣି ଏକାଠି ହେବାର ପ୍ରସ୍ତାବ ରଖିଲା ଏଇ ହ୍ୱାଟ୍ସଅପ୍ ଗ୍ରୁପ ମାଧ୍ୟମରେ । ସେଇ ସହର ଆଉ ସେଇ ସମୟକୁ ପୁଣି ଥରେ ଫେରିବାର ସୁଯୋଗ ଅନେକ ଜଣଙ୍କୁ ଭାରି ଭଲ ଲାଗିଲା , ସେମାନେ ବଡ଼ଦିନ ଛୁଟିରେ ବ୍ୟାଚ ଫିଷ୍ଟ ପାଇଁ ସପରିବାର ଯୋଗଦେବାକୁ ସମ୍ମତ ହେଲେ ।

ଅନୁଜ ଆସିଥିଲା ନିଜ ସୁନ୍ଦରୀ ସ୍ତ୍ରୀ ଆଉ କଣ୍ଢେଇ ପରି ଗୁଲୁୁଗୁଲିଆ ଝିଅ ସହ । ଅନେକ ପୁରୁଣା ସାଙ୍ଗ ସହ ଭେଟି ଆନନ୍ଦିତ ହେଲା । ସ୍ଲିମ ପୁରବୀ ଏତେ ମୋଟି ହେଇଯାଇଥିଲା ଯେ ଚିହ୍ନି ହେଉନଥିଲା । ଧିରଜ ଦାସ ପୁରା ସାକାଳ ପରି ନଣ୍ଡା ମୁଣ୍ଡିଆ ହେଇ ବିଚିତ୍ର ଦିଶୁଥିଲା । ଡ୍ୟାସିଂ ହିରୋ ଜିତ୍ କିନ୍ତୁ ଥିଲା ସେମିତି ଫିଟ, ଜବଜବ କରୁଛି ଫରେନ୍ ରେ। ମାଧୁରୀ ସେନ୍ ଲାଗୁଥିଲା ଆହୁରି ସୁନ୍ଦରୀ କିନ୍ତୁ ବର ତା'ର ପୂରା ଅନ୍ଧାର , ଦେଖିକି ମନ ଖଟା ହେଇଗଲା । ବହୁତ ଲାଇନ ମାରିଥିଲା ଅନୁଜ ତାକୁ ।

ସଭିଏଁ ଦିଶୁଥିଲେ କିନ୍ତୁ ତା' ବେଷ୍ଟ ଫ୍ରେଣ୍ଡ ଅଭିଜିତ ଦିଶୁ ନଥିଲା । ସେଦିନ ୯୯ ରହସ୍ୟ ଖୋଲିବା ପରେ ରୁଷିଥିବା ସେଇ ବନ୍ଧୁଟା ଆଉ ମିଶି ନଥିଲା ଆଗ ଭଳି । ଆଜି ପୁଣି ତାକୁ ବେଷ୍ଟ ବନେଇବାର ଇଚ୍ଛା ଥିଲା ତା'ର ।

ରୋହିତ ମହାନ୍ତି ଯିଏଥିଲା ଏଇ ପ୍ରୋଗ୍ରାମର ଅର୍ଗାନାଇଜର ତାକୁ ପଚାରି ବୁଝିବାକୁ ଗଲା ଅନୁଜ ଅଭି କଥା ।

ରୋହିତ ତାକୁ ଜଣେଇଲା ଆସିନି ଅଭି , ହେଲେ ଅଛି ଏବେ ଏଇ ସହରରେ । ଯଦି ଇଚ୍ଛା ଅଛି ସେ ଯାଇ ଭେଟି ଆସିପାରେ ତା' ସହ । କାହିଁକି ଆସିନାହିଁ ପଚାରିଲା ଅନୁଜ କିନ୍ତୁ ରୋହିତ କିଛି କହିଲା ନାହିଁ । ବଦଳି ଯାଇଛି ସେ ଖୁବ୍ ତେଣୁ ସେ ନିଜେ ଯାଇ ଦେଖୁ ବୋଲି ଜଣେଇଲା । ଏବେ ପକ୍କା ଭେଟିବାକୁ ଇଚ୍ଛା କଲା ଅନୁଜ ବଦଳି ଯାଇଥିବା ବନ୍ଧୁକୁ ଦେଖିବାକୁ ।

***************

ପାର୍ଟି , ଡ୍ୟାନ୍ସ , ହସଖୁସି ଭିତରେ ଅତୀତ ସ୍ମୃତିର ଫରୁଆ ଖୋଲିଲା ଆଉ ଅଗଣିତ ଖୁସିଗପ ଚାଲିଲା । ସବୁ ସରିଲା ପରେ ଗୁଡ଼େ ମଣିଷ ସୁଖଭୋଗରେ କ୍ଲାନ୍ତ ହେଇ ପୁଣି ନୀଡ଼ ବାହୁଡା ଆରମ୍ଭ କଲେ ।

ଅନୁଜର କିନ୍ତୁ ବେଷ୍ଟ ଫ୍ରେଣ୍ଡ ସହ ଭେଟ କରିବା ବାକି ଥିଲା । ମିସେସ୍ ଆଉ ଝିଅକୁ ହୋଟେଲରେ ଡ୍ରପ୍ କରି ବାହାରିଗଲା ଅଭିଜିତ

ପାଖକୁ । ଆଡ୍ରେସ ମିଳିଯାଇଥିଲା ରୋହିତ ପାଖରୁ ।

ସେଇ ଆଡ୍ରେସ ଖୋଜି ସେ ଯେଉଁଠି ପହଁଚିଲା ସେଇଟି ସହର ଉପନ୍ତର ଗୋଟେ ନିକାଞ୍ଚନ ସ୍ଥାନ । ଦୂରରୁ ଲାଗୁଥିଲା ଗୋଟେ ଫାର୍ମହାଉସ ପରି । କିନ୍ତୁ ଲୋକ ଗହଳି ଥିଲା । ସେଠି ପହଞ୍ଚି ଆଶ୍ଚର୍ଯ୍ୟ ହେଲା ସେ ,କାରଣ ସେଇଟା ଗୋଟେ ଆଶ୍ରମ ଯେଉଁଠି ଗୋଟେ ବାବା ରହୁଛନ୍ତି ।

ଏଠି ଅଭିଜିତ କ'ଣ କରୁଛି ? ମୋକ୍ଷ ପ୍ରାପ୍ତି ପାଇଁ ବାବାଜୀ ହେଇ ସାଧନା କରୁନି ତ' ଆଉ ? ........

କାରଟା ଭିତରେ ପୁରେଇଲା ବେଳକୁ ପାର୍କିଂ ପାଇଁ ଜାଗା ନାହିଁ ଆରେ ବାପରେ ବେଶ ଭିଡ଼ ସେଠି, ମେଳଣ ପୂରାପୂରି ।

ଭିତରକୁ ଯାଇ ଖୋଜିଲା ସେ ଅଭିଜିତକୁ ଗୋଟେ ରିସେପ୍ସନିଷ୍ଟଙ୍କ ସହାୟତାରେ ଯେ ଥିଲେ ସେଠି ଅସୁଥିବା ଭକ୍ତଙ୍କ ସାହାଯ୍ୟ ନିମନ୍ତେ । ପ୍ରଥମେ ସେ ଜାଣି ପାରିଲେ ନାହିଁ , କିନ୍ତୁ ଯେବେ ପୂରା ନାଁ କହିଲା ଅନୁଜ ସେ ବଡ଼ ଖୁସି ହେଇ ପାଛୋଟି ନେଲେ ତାକୁ ।

ସୁଦୃଶ୍ୟ ବୈଠକ ଘରେ ବସିଥିଲା ଅଭିଜିତ ଆଉ ବନ୍ଦୋବସ୍ତ କରୁଥିଲା ଭକ୍ତ ମାନଙ୍କ ରାତ୍ରି ଭୋଜନ ଲିଷ୍ଟ ।

ଅନୁଜକୁ ଦେଖି ଉଠି ଆସି ଖୁସିରେ କୁଣ୍ଢେଇ ପକେଇଲା ତାକୁ । କହିଲା, '' ତୁ ଏଠି କେମିତି କିରେ ?''

ଅନୁଜ କ'ଣ କହିବ ବୁଝି ପାରିଲା ନାହିଁ କାରଣ ଅଭିଜିତର ବେଶ ଭୁଷା ଥିଲା ଯୋଗୀ ମହାରାଜ ପରି ଆଉ ସ୍ନିଗ୍ଧ ଚମକ ଥିଲା ମୁହଁରେ । ତାକୁ ଦେଖି କେମିତି ଖୁସି ଲାଗିଲା ଗୋଟେ । ଯାହା ବ୍ୟାଚ ଫିଷ୍ଟ ରୁ ମିଳିନଥିଲା ଟିକେବି । ଭିନ୍ନ ପ୍ରଶାନ୍ତି ଥିଲା ଏଇ ପରିବେଶରେ ।

ସେ ଥତ ମତ ହେଇ ଏତକ ଜଣେଇଲା ଯେ ତାକୁ ଦେଖିବାକୁ ଆସିଛି ଆଉ ଟିକେ ପୁରୁଣା ଦିନର ସ୍ମୃତିକୁ ମନେ ପକେଇବା ପାଇଁ ଆସିଛି । ବ୍ୟାଚ ଫିଷ୍ଟ ରେ ମିଳିଲାନି ସିଏ ତେଣୁ ତାକୁ ଖୋଜି ଖୋଜି ଆସିଛି ଏଠିକୁ ।

ସେ ହସି ହସି ଜଣେଇଲା ଆଜି ଗୋଟେ ବଡ଼ ହେଲଥ୍ କ୍ୟାମ୍ପ ଆୟୋଜନ କରିଥିଲେ ସେମାନେ ମୋତିଆ ବିନ୍ଦୁ ଅପରେସନ୍ ପାଇଁ । ତେଣୁ ଯାଇ ହେଲାନି । ନିଜ କାମ ଜଣେ କର୍ମକର୍ତ୍ତାଙ୍କୁ ଧରେଇ ଆସିଗଲା ଅଭିଜିତ ଅନୁଜ ସହ । ସୁନ୍ଦର ଚା' ପିଆ କାର୍ଯ୍ୟ ସହ ମିଠା ଗପ ଯୋଡିଲେ ଦୁଇ ବନ୍ଧୁ ।

--'' କିରେ ଏଠି କ'ଣ କରୁଛୁ ?''

--'' ଦେଖିପାରୁନୁ ସେବା କରୁଛି ପା ' । ବୁଝିଲୁ ପୂଣ୍ୟ ପାଇଁ ନାରୀ ପଦରଜ ନୁହେଁ ମଣିଷଙ୍କ ସେବା ଜରୁରୀ !''

--'' ହୁଁ ଉଁ ଉଁ ଉଁ ଏଇ ନୂଆ ଜ୍ଞାନ ପୁଣି କେଉଁ ଗୁରୁଜୀ ଦେଲେ ?''

--'' ଗୁରୁଜୀ ନୁହେଁ ଗୁରୁ ମାତା !''

--'' ହାଁ ସତେ କି , କିଏ ସେ ମାତା କହୁନୁ ଟିକେ !''

ଅଭିଜିତ ବଖାଣିଲା ନୂଆ କାହାଣୀ । ଶେଷ ଦେବୀ ଖୋଜି ମିଳିଲେ ଯିଏ ସେଇ ମାତା ଦେଇଛନ୍ତି ଏଇ ଜ୍ଞାନ !...

କହିଲା ବୁଝିଲୁ ଆଉ ହେଲାନି ସଂଯୋଗ ତେଣୁ ଶହେତମ ଝିଅଟି ପାଇଁ ବାହା ହେବାକୁ ପଡିଲା । ଶୋଇଥିବା ସ୍ତ୍ରୀର ପାଦ ଧୁଳି ଗୋଟେଇ ସାଇତିବାକୁ ଯାଉଥିଲା ବେଳେ ଧରା ପଡିଲା । ଏବେ ସ୍ତ୍ରୀର ଆଶ୍ଚର୍ଯ୍ୟ ହେବା ପାଳି , ସ୍ୱାମୀ କିଆଁ ତା' ଗୋଡ଼ତଳେ ପଡୁଛନ୍ତି । ସେ ଯେତେ ବାଁରେଇଲା କିଛି ଲାଭ ହେଲାନି । ସ୍ତ୍ରୀ ନଛୋଡବନ୍ଧା ହେଇ ପିଛାରେ ପଡିଗଲା । କହିବାକୁ ହେଲା ତାକୁବି ଗୋପନୀୟ କଥା । ଅନୁଜ ସିନା ହସି ହସି ଗଡିଯାଇଥିଲା ସ୍ତ୍ରୀ କିନ୍ତୁ ସେମିତି କଲାନି । ହେଲେ ବୁଦ୍ଧିମତୀ ତା' ଅନ୍ଧବିଶ୍ୱାସ ଦୂର କରିଦେଲା ।

ଏମିତି ସରଳ ପଥ ନୁହେଁ ପୂଣ୍ୟ ଅର୍ଜନ । ଯଦି ସତରେ କିଛି କରିବାର ଇଚ୍ଛା ଅଛି ତେବେ ମଣିଷଙ୍କ ସେବା କରିବା ଉଚିତ ଏତକ ଜ୍ଞାନ ମିଳିଲା ସ୍ତ୍ରୀ ଠାରୁ । ପ୍ରଭୁ ଦିବ୍ୟାନନ୍ଦଙ୍କ ବଡ଼ ଭକ୍ତ ସ୍ତ୍ରୀଟି ଯିଏ ମାନବ ସେବାର ଗୁରୁ ମନ୍ତ୍ର ଦିଅନ୍ତି ସଭିଙ୍କୁ । ତେଣୁ ଶେଷ ପାଦର ସନ୍ଧାନ ଛାଡି ସେ ଖୋଜୁଛି ପୂଣ୍ୟ ପାଇଁ ସେବାର ସୁଯୋଗ ।

ଚାକିରୀ ବାକିରି କରି ପଇସା ଯୋଗାଡି ଏମିତି ଦୁଃଖି ରଙ୍କିଙ୍କ ପାଇଁ ବ୍ୟବହାର କରୁଛି । ସସ୍ତ୍ରୀକ ବ୍ୟାଙ୍ଗଲୋର୍ ରେ କମ୍ପାନୀ ଜବ୍ ରୁ ବେଶ ରୋଜଗାର ଆଉ ଖୁବ୍ ସେବା ଆସିକି ଏଇ ଆଶ୍ରମରେ । ଏଇଠି ସ୍ତ୍ରୀର ପରିଚିତ ସଂସ୍ଥା ଯେଉଁଠି ପ୍ରକୃତରେ ଲୋକଙ୍କ ସେବା ହେଉଛି । ତେଣୁ ବିଶ୍ୱାସ ଅଛି ପୂଣ୍ୟ ଅର୍ଜନର ।

ଅନୁଜ ଶୁଣୁ ଥିଲା କାବା ହେଇକି ଆଉ ଭାବୁଥିଲା ବେଷ୍ଟ ଫ୍ରେଣ୍ଡ ହେଇ କିଛି ପୂଣ୍ୟ କମେଇବାକୁ । କିଏ ଜାଣେ ହୁଏତ ମିଳିବ ଶାନ୍ତି ଟିକେ । ମୋକ୍ଷ ପାଇଁ ଅବଶ୍ୟ ଲୋଭ ନଥିଲା , ପୁଣି ଜନ୍ମ ହେଇ ଫ୍ରେଣ୍ଡସିପ୍ ପାଇଁ ଇଚ୍ଛା ଥିଲା ପ୍ରବଳ !.......

*ସୌମ୍ୟା ଶୁଭଦର୍ଶିନୀ

ଲାଇବ୍ରେରୀ ଶତକ ବିଶ୍ୱାସ

Rate the content


Originality
Flow
Language
Cover design

Comments

Post

Some text some message..