Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଦାସ ବୁଢା
ଦାସ ବୁଢା
★★★★★

© Sarada Parida

Inspirational Tragedy

6 Minutes   7.3K    14


Content Ranking

ଖାଇବା ପିଇବା ପହର , ଖୁବ ଜୋର ରେ ରାତି ୧୦ ଟା ହେବ କି କଣ । ଆକାଶରେ କଳାହାଣ୍ଡିଆ ମେଘ ଢାଙ୍କି ଥାଏ। ଯୋଗକୁ ଲାଇନ କଟିଯାଇଥାଏ କେତେବେଳୁ  । ଅଦୂରରୁ ସୁଭୂଥାଏ ଜିଙ୍କାରି ଆଉ କୀଟ ପତଙ୍ଗ ମାନଙ୍କର ଅବିରତ ରାବ । ଭୋଦୁଅ ମାସର ଅନ୍ଧାର କିଟି ମିଟି  ରାତି,  କେମିତି ଗୋଟାଏ ଶ୍ମଶାନର ଭୟ କରୁଥାଏ  ବନ ପାହାଡ ଘେରା  ଢେଙ୍କାନାଳ ର ସଦରମହକୁମା ର ଉପକଣ୍ଠରେ ଥିବା ସେଇ ଛୋଟିଆ ଗାଁ ଟିରେ । ଲଣ୍ଠନ ଆଲୁଅ ର ମିଞ୍ଜି ମିଞ୍ଜି ଆଲୁଆରେ ମୁଁ ରାତି ଖାଇବା ସାରି ବିଛଣାକୁ ଯିବାକୁ ପ୍ରସ୍ତୁତ ହେଉଥାଏ ସେତେବେଳେକୁ  । ହଠାତ ମୁଁ ରହୁଥିବା  ବଖୁରିକିଆ ଭଡାଘର ର ପଛ ପାଚେରି ପାଖରୁ କଣ ଗୋଟାଏ କିଛି ଉଚ୍ଚତା ରୁ ପଡିବା ଅନୁଭବ କଲି । କିଛି ଅଘଟଣ ଆଶଙ୍କାରେ ଦଉଡି ଆସିଲା ବେଳକୁ , ମୁଁ ଯାହା ଦେଖିଲି , ତାହା ଥିଲା କେବଳ ମୋ ପାଇଁ ନୁହେଁ, ବର ମାନବିକାତ ପାଇଁ ଗୋଟିଏ ବିରାଟ ଉପହାସ ଆଉ ପ୍ରଶ୍ନବାଚୀ ? ମୋ ଘର ଝରକାରୁ ଛୁଟି ଆସିଥିବା ଝାପ୍ସା ଲଣ୍ଠନ ଆଲୁଆରେ ଦେଖିଲା ବେଳକୁ , ଦାଶବାବୁଙ୍କର ମା’ ପାଚେରୀ କଡକୁ ଲାଗି ପଡିଥିବା ମାଙ୍କଡା ପଥର ର ଉପରେ ପ୍ରାଣଶୂନ୍ୟ ହୋଇ ପଡିରହିଛନ୍ତି। ମୋର କିଛି କହିବା ଆଗରୁ ହେମନ୍ତ ବାବୁ (ଦାଶ ବାବୁ) ତାଙ୍କ ଦୁଇମହଲା ଘରର ବାଘମୁହୀଁ(ପୋର୍ଟିଗୋ) ଉପରୁ ଡାକଛାଡିଲେ ,” ଆରେ ଆରେ, ମା ଛାତ ତଳକୁ ଡେଇଁ ପଡିଲା , କିଏ ଅଛ ଧାଇଁ ଆସ ”। ତହୁଁ ମୁଁ ମୋ ଭଡା ଘରର ପଛ ପାଚେରୀ ଗେଟ ଡେଇଁ  ଧାଇଁ ଗଲି  ଦାସ ବାବୁଙ୍କ ମା ପାଖକୁ । ବୁଢୀ ଚେତାଶୁନ୍ୟ ହୋଇସାରିଥାଏ ସେତେବେଳକୁ ।  ମୋ ପଛେ ପଛେ ଧାଇଁ ଆସିଥିଲେ ଜଣେ  ପରେ ଜଣେ । ବୁଢୀକୁ ଗେଟ ପାଖକୁ ଟେକିଆଣିଲା ବେଳକୁ ତା ଦେହର ଉଷ୍ମ ରକ୍ତ ଅନୁଭବ ହେଉଥିଲା ମୋ ହାତସାରା।

ତହୁଁ କିଏ ଜଣେ ରଡିଛାଡିଲା ଗେଟ ଚାବି ଆଣ ,

ଆଉ କିଏ ପଛଆଡୁ କହୁଥାଏ ଚାବି କେଉଠୁ ଆସିବ ? ଚାବି ତ  ସାନ ପାଖରେ ।

“ଦିଅ ଭାଙ୍ଗି ଦିଅ , ଆଉ କାହାକୁ ଚାହିଁଛ ଯେ” , ପାଚେରୀ ଆରକଡେ ଛିଡା ହୋଇଥିବା ଲୋକେ ରଡିଛାଡିଲେ ସେତେବେଳକୁ ।

----ନା ନା ରୁହ , ସାନ ଆସୁ , ମୋର  ସେ ଧନ୍ଦା ରେ  କିଏ ପଶିବ, ଏମିତି ତ ମୋ ଉପରେ କେଶ ବାସ କରି ଜାଗା ବନ୍ଦୀ ଯାଇଛି, ମୁଁ ପୁଣି ତା ଜାଗାକୁ ଯିବି , ସେ ଯେଉଂଭଳି ଲୋକ ପୁଣି ଥାନାକୁ ଭିଡିବ । ତୁମେ ପାଚେରୀ ଉପର ପଟେ ମାକୁ ଟେକି ଆଣ, କଥାଟାକୁ କାଟି ଦାସ ବାବୁ ଉପରୁ ରଡି ଛାଡୁଥିଲେ  ।

---ତହୁଁ ପଛ ଆଡୁ କେହି ଜଣେ ଭଲ ରକମର ଦି  ଅକ୍ଷରି ଦେଇ ପଥର କଚିଦେଲା ଗେଟ ତାଲା ଉପରେ।“ ଶଳା ମଣିଷ ନା ରାକ୍ଷସ , ପଶୁ ଢେର ଗୁଣେ ଭଲ ତୁମଠୁ, ପୁଅ ଦେଖାଉଛ , ଛି ଛି , ଶଳାଙ୍କୁ ରାସ୍ତା ଅଧାରେ ଲଙ୍ଗଳା କରି ପିଟିବା ଦରକାର । ଛି ଛି ସଳାଙ୍କ ମୁହଁ ଚାହିଁବା ପାପ”

-----କିଏ ଗୋଟିଏ ଦାସ ବାବୁଙ୍କୁ ତାଙ୍କ ଗାଡି କାଢିବା ପାଇଁ କହିଲା । ମାତ୍ର ଯେମିତି ଜଣେ ଅଜଣା ଲୋକଟିଏ ପରି ବ୍ୟବହାର କରି ଦାସ ବାବୁ ତାଙ୍କ ମାଙ୍କୁ ତାଙ୍କ ଗାଡିରେ ନେବା ପାଇଁ ଅମଙ୍ଗ ହୋଇ ଆମ୍ବୁଲାନ୍ସ କୁ ଆଣିବା ପାଇଁ ଇଙ୍ଗିତ କରୁଥିଲେ।

-----ଛି , କେମିତି ଲୋକଟା ଯେ, ବହେ ଲୋକ ରାଗ ତମ ତମ ହୋଇ ସେତେବେଳେକୁ ଯାଇସାରିଥିଲେ , କେହି କେହି ପଛଆଡୁ ବୁଢୀ କୁ  ଦାସ  ବାବୁ  ଠେଲିଦେବା କିଛି ଅସମ୍ଭବ ନୁହେଁ ବୋଲି କହି ତାଚ୍ଛଲ୍ୟ କରୁଥିଲେ ।

 ସେତେବେଳକୁ ଆମ୍ବୁଲାନ୍ସ ଆସି ପହଞ୍ଚି ଯାଇଥିଲା ପାଖରେ, ମୋର ସ୍ୱଳ୍ପ ଅନୁଭବ ଭିତରେ ମୁଁ ଠଉରେଇ ନେଇ ଥିଲି ଯେ ବୁଢୀ ମରିଯାଇଥିବ ନିଶ୍ଚୟ । ବୁଢୀ କୁ ସାଥି ହୋଇ ଆମ୍ବୁଲାନ୍ସ ଭିତରକୁ ଟେକି ନେଉ ନେଉ ଯେମିତି ଭଗବାନଙ୍କ  ପାଖରେ ଗୋଟିଏ ଦୀର୍ଘ ଅଭିଯୋଗ ଫର୍ଦ୍ଧ ଦାଖଲ କରୁଥିଲି

“ହେ ଭଗବାନ ଅନ୍ତତଃ ଆଜି ମୋ ପ୍ରାର୍ଥନା ଶୁଣିନେ , ଯେତେଶୀଘ୍ର ପାରୁ ଏ ବୁଢୀ ସହ ଦାସ ବୁଢା କୁ ବି ନେଇଯାଅ ତୋ ପାଖକୁ , ଏମିତି ଆଉ କଣ ଅଛିଜେ ବଞ୍ଚିବେ ସେମାନେ। କଣ ଖାଲି ତିଳ ତିଳ ହୋଇ ଭୋଗିବା ପାଇଁ।

କେତେଦିନ ସହିବେ ଆଉ ଏ ବୁଢା ବୁଢୀ ।ସମସ୍ତଙ୍କର ତ ଗୋଟିଏ ସୀମା ଅଛି, ଏ ସାଗର, ମରୁଭୁମି , ସମସ୍ତଙ୍କର ତ ଗୋଟାଏ ପରିସୀମା ଅଛି । ମାତ୍ର ଏ ବୁଢା ବୁଢୀ ଙ୍କ ଦୁଃଖ ର କଣ ସେଶ ସୀମା ନାହିଂ। ନେ ଶେଷ  କରିଦେ ସେମାନଙ୍କର ଜୀବନର ସୀମାକୁ  । ସେଦିନ କେଜାଣି କେମିତି ଏତେ ନିଷ୍ଠୁର ହୋଇ କାହାର ମୃତ୍ୟୁ ପାର୍ଥନା କରୁଥିଲି ଭାଗମାନଙ୍କ ପାଖରେ”

 ଆଖି ଆଗରେ ଗୋଟିଏ ଗୋଟିଏ ଘଟଣା  ଚଳଚିତ୍ର ପରି ନାଚି ଯାଉଥାଏ।  ଠିକ ମନେ ଅଛି ମୋର , ଆମ ପିଲାବେଳର କଥା, ଅଭାବି ତେଲ ଲୁଣ ର ସଂସାର ସେତେବେଳେ ଦାସ ବୁଢାର ।ବୁଢା(ହେମନ୍ତ ବାବୁଙ୍କ ବାପା ) ନିତି ସକାଳୁ ସକାଳୁ ଉଠି ନିତ୍ୟ କର୍ମ ସାରି କେନ୍ଦେରା ଧରି ବାହାରି ଯାଏ ଘରୁ ।  ଜାତିରେ ଯୋଗୀ , କୁଳ ବେଉଶା କୁ ତୁଲାଉ ତୁଲାଉ ଯାହା କିଛି ମିଳେ ସେଇଥିରେ ଚାଲିଯାଏ ପରିବାର  । ବେଉଶା କହିଲେ ଆଉ କଣ କେନ୍ଦେରା ଧରି ଘରକୁ ଘର ବୁଲି ମାଗୁଣି କରିବା , କାହାର ହାତ କି ଜାତକ ଦେଖି ଦି  ପଇସା ରୋଜଗାର କରିବା । ତେବେ ଅଭାବ  ଅନାଟନ ଭିତରେ ଯେତେ ରହିଲେ ବି ବୁଢା କେବେ ପିଲାମାନଙ୍କ ପାଠ ପଢାରେ ଅବହେଳା କରିନି । ଯିଏ ଯାହା ଯୋଗ୍ୟତା  ରେ ଯେଉଁ ଯାଏ ପଢିଛି , ସେ ଯାଏ ତାକୁ ପଢେଇଛି , ଏ ଦାସ ବାବୁ (ହେମନ୍ତ ବାବୁ ) ପିଲା ବେଳେ ଥିଲେ ଜଣେ ବିଚକ୍ଷଣ ମେଧାବୀ ଛାତ୍ର, ।  ନିଜର ବିଚକ୍ଷଣ ଯୋଗ୍ୟତା ହେତୁ ଦାସ ବାବୁ ଡିପ୍ଲୋମା ପଢା ପରେ ଇଲେକ୍ଟ୍ରିକ ଡିପାର୍ଟମେଣ୍ଟ ରେ ଜଣେ କନିଷ୍ଠ ଜନ୍ତ୍ରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ତା ପରେ ଚଢିଚାଲିଥିଲେ ଗୋଟିଏ ପରେ ଗୋଟିଏ ସଫଳତା । ଦାସ ବାବୁଙ୍କ ସାନ ଭାଇ ସଶାଙ୍କ ମଧ୍ୟ ନିଜର ଗ୍ରାଜୁଏସନ ପରେ ବହୁଦେଶୀୟ ଶିଳ୍ପାନୁଷ୍ଠାନରେ ଭଲ ଚାକିରିଟିଏ ପାଇ ଚାଲିଯାଇଥିଲା ସୁଦୂର ଗୁଜୁରାଟରେ  । ତା ପରେ ଦୁଇ ଭାଇଙ୍କର ନିଜ ନିଜ ପସନ୍ଦ ଅନୁସାରେ ବିବାହ ଆଉ ପରିବାର , ଯେଉଁଥିରେ ସାମାନ୍ୟ ତମ ଜାଗା ନଥିଲା ଦାସ ବୁଢା ଆଉ ବୁଢୀ ପାଇଁ । ଧୀରେ ଧୀରେ ସେମାନେ ପାଲଟି ଯାଇଥିଲେ ଅଲୋଡା ଦୁଇ ପୁଅଙ୍କ ପାଖରେ । ବୁଢା ବୁଢୀ ନିଜ ନିଜ ଭାଗ୍ୟକୁ ଆଦରି ରହିଯାଇଥିଲେ ଏଠି । କେବଳ ମାସ ଶେଷକୁ ଦରମା ଭଳି ମିଳିଯାଉଥିଲା ଦୁଇପୁଅଙ୍କ ପାଖରୁ କିଛି କିଛି ପଇସା ନିଜ ନିଜ କର୍ତ୍ତବ୍ୟ ପ୍ରତିବଦଳରେ । କେବେ କେବେ ମୁଁ ଆକୁ  ଯଥେଷ୍ଟ ଆଉ ଯଥାର୍ଥ କହି ବାହା ବା ନେବାର ମଧ୍ୟ ଶୁଣିଛି ଦାସ ବାବୁଙ୍କ ମୁହଁରୁ ।  ସମ୍ଭବତ ଏମାନଙ୍କୁ କେଉଁ ଏକ ଅଦରକାରୀ ନଥିପତ୍ର ଟିଏ ଭାବି ନେୟ ଥିଲେ । ଅବା ନିଜର ସଂଘର୍ଷ ମାୟା ଅତୀତର ସ୍ଵାକ୍ଷର କୁ ବର୍ତ୍ତମାନର ଚାକ ଚକ୍ୟରେ ଲୁଚେଇବାର ପ୍ରୟାସ । ତେବେ ଦାସବୁଢା ର କିଛି ନିଘାନଥାଏ । ମନରେ ପଛେ ଯାହା ଥାଉ ଲୋକ ଦେଖାଣିଆକୁ ବୁଢା ବୁଢୀ ଖୁସି ରହିବାର ଅଭିନୟ କରନ୍ତି । କହିବା ବାହୁଲ୍ୟ , ବୁଢୀକାଳେ ନିଜ କାମ ନିଜ କରିବାରେ ସୁଖ ପାଏ । ଏ କଥା ତ ଯେ କେହିବି ଅବିଶ୍ଵାସ କରିବ , ପରିଣତ ବୟସରେ ନିଜ ହାତରେ ନିଜ କାମ କରିବା ପାଇଁ ବୁଢା ବୁଢୀ ଦୁଇଜଣ ଅଲଗା ରହୁଛନ୍ତି ।

ଏଇ ଗଲା କେଇଦିନର କଥା ଦାସବୁଢା ଦେହ ଅତ୍ୟଧିକ ଖରାପ ଥାଏ । ବୁଢୀର ଦେଖାଶୁଣା କରିବାର ସାମର୍ଥ୍ୟ ର ବାହାରେ । ଯୋଗକୁ  ବଡପୁଅର ବଦଳି ହୋଇଥାଏ ଏଠିକି। ଲୋକ ଲଜ୍ଜା ଭୟରେ ହେଉ ଅବା ବଡ ଭାଇ ପାଣିଆର ବହପରେ ବୁଢା ବୁଢୀଙ୍କୁ ଆଣି ପାଖରେ ରଖିଥାଏ । ଦେଖାଶୁଣା କରିବାକୁ ଜଣେ ଚାକରାଣୀ ଆସେ । କପଡା ଲତା ଧୋଇଦେଇ, ବୁଢା ର ଯାବତ୍ୟ କାମ ଡି ଓଳା କଲା ପରେ ଚାଲିଯାଏ। ବଡବୋହୁ କେବଳ ଖାଇବା ଗଣ୍ଡିଏ ଦେଇଦେଯାଏ । ତା ପରେ ବି ଦିନ ଯାକ ଗର ଗର ହୁଏ । “ଛି ଏ କଣ ମନୀଷ ରହିବା ଜାଗା , ସାଥିରେ ରହିଲେ ଭଲ ଲୋକ ବି ବେମାର ହେଇଯିବ , ମୁଁ ଆଉ ସେବା କରିପାରିବିନି , ତମେ ଯଦି ରହିବ ରୁହ , ମୁଁ ଯାଉଛି ଭୁବନେଶ୍ବରେ ଛୁଆ ମାନଙ୍କ ପାଖରେ, ଜୀବନରେ ସୁଖ ବୋଲି କଣ କିଛି ନାହିଁ । ମୁଁ ଆଉ ଏମାନଙ୍କ ସାଥିରେ ରହି ପେଶୀ ହୋଇ ପାରିବିନି । ତମକୁ ଯଦି ନିସ୍ପତି ନେବାରେ ଅଛି ଜଲ୍ଦି ନିଅ ”ତହୁଁ ବୁଢା ବୁଢୀ ଦୁହିଙ୍କୁ  କେଉଁ ଏକ ଅଦରକାରୀ ଜିନିଷ ପରି ଘରର ପଛପାଖ ପାଚେରୀକୁ ଲାଗି ଏକ ବଖୁରିଆ ଆଜବେଷ୍ଟ ଘରେ ଆଣି ରଖିଥିଲେ , ସମ୍ଭବତ ଯେଉଁଟା ଦାସ ବାବୁ ତାଙ୍କ ଘର କରିବା ସମୟରେ ମୁଲିଆ ଓ ଜିନିଷ ପତ୍ର ରଖିବା ପାଇଁ ବ୍ୟବହାର କରୁଥିଲେ। ଆଉ ଏବେ ଘରର ପୁରୁଣା ଭଙ୍ଗା ଜିନିଷ ପାଇଁ ।   

ଭାଗ୍ୟ ଯେମିତି ଦାଉ ସାଧୁଥିଲା ବୁଢା ବୁଢୀ ଦୁହିଙ୍କ ଉପରେ । ଦହି ପଛେ ପଛେ ଚୂଡା ପରି ବୁଢା ପରେ ପରେ ବୁଢୀ ବି ସଜ୍ୟଶାୟୀ । ଅବସ୍ଥା ବୁଢାଠୁ ବି ଆହୁରି ସାଂଘାତିକ , ତେଣୁ ଦୁହିଙ୍କ ଦେଖାଶୁଣା କରିବା ପାଇଁ ପ୍ରତି ମୁହୂର୍ତ୍ତରେ ଜଣେ କେହି ପାଖରେ ରହିବା ନିହାତି ଆବଶ୍ୟକ। ବାର ଲୋକ ବାର କଥା କହୁଥାନ୍ତି , ଅନିଚ୍ଛା ସତ୍ବେ ବି ବାଧ୍ୟ ହୋଇ ବି ହେମନ୍ତ ବାବୁ ବୁଢା ବୁଢୀ ଦୁଇଜଣଙ୍କୁ ଉପର ମହଲା ନେଲେ । ତା ପର ର ଘଟଣା ର ଅବଧାରଣ କରିବା ଅସମ୍ଭବ , ମାତ୍ର ଦିନ ଦି ଟା ଯାଇଛି କି ନାହିଁ ସେଦିନ ରାତିରେ ଖାଇବା ପିଇବା ସରିକି ବୁଢୀ ଛାତ ରୁ ପଡିଲା । କେହି କେହି ବୁଢୀକୁ କାଳେ ପୁଅ ବୋହୂ ତଳକୁ ଫିଙ୍ଗିଦେବା କୁହନ୍ତି । 

ପରିସ୍ଥିତି ଯେମିତି ରହି ରହି ନିଷ୍ଠୁର ପ୍ରଶ୍ନ କରୁଥିଲେ ତା’ର ଆଡ ଆଖିରେ ସମାଜର ଆଧୁନିକତା ଓ ସ୍ଵେଚ୍ଛାଚାର କୁ। କିଏ ଦାୟୀ , ସମୟ, ସମ୍ପତି , ଚରିତ୍ର ନା ସ୍ଵେଚ୍ଛାଛାର ର ହୀନମାନ୍ୟତା ?

କିଛି ଦୁଃଖ ଆଉ କିଛି କ୍ରୋଧ ରେ ଜୁଡୁ ବୁଡୁ ହୋଇ ମୁଁ ପାଚେରୀ ପାଖକୁ ଲାଗି ଆସିଲି ନିରୂପାୟହୋଇ ।

 

 

 

 

 

sarada daasa budha bapa

Rate the content


Originality
Flow
Language
Cover design

Comments

Post

Some text some message..