Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଶେଷ ଚିଠି
ଶେଷ ଚିଠି
★★★★★

© Titi Sarangi

Others

3 Minutes   7.5K    20


Content Ranking

ବର୍ଷା ହେଲେ ମନେପଡେ ହଷ୍ଟେଲ ଦିନ ଆଉ ତା' କଥା ।ସକାଳୁ ଯଦି ବର୍ଷା ଧରିଥିବ ତାହେଲେ ଶୁଏଇ ଦବ ନି ଜମା ।ମୋତେ ବି ସକାଳୁ ଖଟରେ ପଡିଲେ ଭଲ ଲାଗେନି ।କିନ୍ତୁ ସକାଳୁ ସକାଳୁ ବର୍ଷା ହେଲେ କେମିତି କେଜାଣି ଖଟ ଟିକେ ଭିଡି ଧରେ ଗହମ ନିଦର ପରଶଟିଏ ଦେଇ ।ସେ କିନ୍ତୁ ଭାରୀ ମନ କରେ କୁଆଡ଼େ ଗୋଟେ ବୁଲି ଯିବା ପାଇଁ ।ସାଲୁଓ୍ବାରକୁ ଆଣ୍ଠୁ ଯାଏ ଟେକି ଛତା ଧରି ଅଧା ଅଧା ଭିଜିଭିଜି ବୁଲିବାକୁ ସେ ସୁଖ ପାଏ ।ପୁଣି ଗୁପ୍ ଚୁପ୍ ଖାଇବା ମଜା ବି ନବ ।ଏକା ତ ଯାଇ ପାରିବନି ସରି ଆସୁଥିବା ଅଶୀ ଦଶକର ଟିନ୍ ଏଜର ଝିଅଟେ ।କି କୋଉ ବୟଫ୍ରେଣ୍ଡକୁ ବି ସାଙ୍ଗ କରି ଯାଇ ପାରିବନି ।ବୟଫ୍ରେଣ୍ଡ ମାନେ ପୁଅ ସାଙ୍ଗ ।କଥା ହବ,କ୍ଳାସ କରିବ ....ବାସ୍ ସେତିକି ।ତାଠୁ ଆଗକୁ ନୁହଁ ।ସିନେମା ଯିବା କି କୁଆଡେ ବୁଲିଯିବା ସମାଜ ଆଖିରେ ନିନ୍ଦିତ ଥିଲା ।ସେଇଥିପାଇଁ ଆମେ ଝିଅମାନେ ଯୁଆଡେ ଯାଉ ସାଙ୍ଗ ହେଇଯାଉ ।ବୁଲାବୁଲି କରି ଆମେ ଗୋଟେ ଗୃପ୍ ହେଇ ଯାଇଥିଲୁ ।କିନ୍ତୁ ତାର ମୋର ବନ୍ଧୁତା ଟିକେ ଅଲଗା ଆଉ ଅଧିକ ନିବିଡ ଥିଲା ।ବେଶି ଅଧିକାର ଖଟଉ ଦୁହେଁ ଦୁହିଁଙ୍କ ଉପରେ ସତେ କି ଘରର କିଏ ।ହେଲେ ଘରଲୋକ ଭିତରେ ତ ଗୋଟେ ସମ୍ପର୍କ ଥାଏ ।ତା ମୋ ସମ୍ପର୍କର କ'ଣ ନାଁ ଥିଲା ?କେବଳ "ସାଙ୍ଗ "।

ଅବଶ୍ୟ ଏତେ ନିବିଡ଼ତା ପାଇଁ ଆମ ପରିସ୍ଥିତି ହିଁ ଦାୟୀ ଥିଲା ।ଗାଁ ହାଇସ୍କୁଲରୁ ଦଶମ ପାସ୍ କରି ସହରର କଲେଜରେ ପାଠ ପଢିବା,ସହରୀ ଜୀବନ ଆଦରିବା ଏତେ ସହଜ ନଥିଲା ।ତାପରେ ପୁଣି ଘର ଲୋକଙ୍କ ଠୁ ଵହୁତ ଦୂରରେ ,ବିଶେଷ କରି ବୋଉ ଉପରେ ନିର୍ଭରଶୀଳ ଜୀବନଟା ପୁରା ଡେଣା କଟା ଚଢେଇ ଭଳି ଲାଗୁଥିଲା ।ସେମିତି ଅସହାୟତା ଭିତରେ ତା ସାଙ୍ଗରେ ସାଙ୍ଗ ।ଆମ ଗାଁ ପାଖ ପୂର୍ବ ଷ୍ଟପେଜରୁ ସେ ଚଢେ ।ଛୁଟି ମାନଙ୍କରେ ଘରକୁ ଆସିବା ଯିବା ଭିତରେ ପ୍ରଥମେ ଚିହ୍ନା ।ମୋ ପାଇଁ ସିଟଟେ ଆଣିଥାଏ ।ଏକାଠି ଓହ୍ଲାଉ ଆଉ ରିକ୍ସାକରି ହଷ୍ଟେଲ ଯାଉ ।ସେ ଥିଲା ମୁସ୍ ଲିମ୍ ଆଉ ମୁଁ ବ୍ରାହ୍ମଣ ଘରର ।କିନ୍ତୁ ମନ ମିଶିବାରେ ଜାତିର କିଛି ବାଧା ନଥିଲା ।ଆମ ରୁମରେ ଥରେ ସିଟଟେ ଖାଲି ହେଲାରୁ ସେ ଚାଲି ଆସିଲା ଆମ ରୁମକୁ ।ସେଇଠୁ ତା ରୁଚି ବିଷୟରେ ବହୁତ କିଛି ଜାଣିଲି ଆଉ ମୋ ବିଷୟରେ ସେ ବି ।ମୋ ଗୀତ ଶୁଣିବା ପସନ୍ଦ ଜାଣି ଥରେ ପକେଟ ଟ୍ରଞ୍ଜିଷ୍ଟରଟେ ଧରି ଘରୁ ଆସିଥିଲା ।କମ୍ ସାଉଣ୍ଡ ଦେଇ ଲୁଚେଇକି ଆମେ ଦିଜଣ ଗୀତ ଶୁଣୁ ।ମୁଁ ବି ତା ପସନ୍ଦ ଜାଣି ବର୍ଷା ଭିଜା ସକାଳ ହେଲେ ବୁଲି ବାହାରେ ।ଧୀରେ ଧୀରେ ମୋତେ ବି ଭଲ ଲାଗିଲା ।

ସେଦିନ ବି ସେମିତି ବର୍ଷା ସକାଳୁ ସେ ମୋତେ ଉଠଉଥିଲା ତା ମିଠା ମିଠା ଊର୍ଦ୍ଦୁଭାଷାରେ ।

"କ୍ୟା ହୁଆ ମାଡାମ୍! ଅଭି ଭି ନିନ୍ଦିୟା ଅଉର୍ ସପନୋଁ କି ଗଲିୟୋଁ ମେ ଘୁମତୀ ହୋ !"

"ନା ବେ ।ସାଇନ୍ସ ପ୍ରାକ୍ଟିକାଲ ରେକର୍ଡ ସବମିଟ୍ କରିବି ଆଜି ।କେତେ ଲେଖିବି ଭାବିଭାବି ମୁଣ୍ଡ ଖରାପ ।"

"ଓଃ, ଚାଲନା ଟିକେ ବୁଲି ଆସିବା ।ଅବ୍ବୁ ଜାନ୍ କହନ୍ତି ଯେତେ ବଡ ଦାୟିତ୍ଵ ଥାଉ ବେଶି ହାଲୁକା ମନରେ କଲେ ମୁଣ୍ଡ ଉପରର ଦାୟିତ୍ଵ ନାମକ ବୋଝଟା ବି ସହଜରେ ଉତୁରିଯାଏ ।"

ମୁସଲମାନ ଘରର ସେମାନେ ଉର୍ଦ୍ଦୁ ତ କହିବେ ।କିନ୍ତୁ ଓଡିଶା ତାଙ୍କର ଜନ୍ମ ଭୂମି ବୋଲି ଭାରୀ ଗୌରବାନ୍ଵିତ ମନେକରନ୍ତି ସେମାନେ ।ଅଧିକ ସମୟରେ ଓଡିଆ ଭାଷା ହିଁ କହନ୍ତି ।

ବହୁତ ଥର ତାଙ୍କ ଘରକୁ ଯାଇଛି ।ଘର ଝିଅ ଭଳି ବ୍ୟବହାର ପାଇଛି ।କିନ୍ତୁ ଆମ ଘରକୁ କେବେ ଡାକି ପାରିନି ।ମୋ ନନା(ବାପା)ବୋଉଙ୍କର କିଛି ବାରଣ ନଥିଲା ।କିନ୍ତୁ ବିଧବା ବୁଢୀ ମାଆ ଭୟରେ ନନା ମନା କରନ୍ତି ତାକୁ ଡାକିବାକୁ ।ହଷ୍ଟେଲ ଦିନ ସରିଆସୁଥିଲା ।ଆମେ କିନ୍ତୁ ବନ୍ଧୁତା ବଜାୟ ରଖିବାପାଇଁ ହଜାରେ ପ୍ଳାନ୍ କରି ସାରିଥିଲୁ ।ଚିଠି ଦିଆନିଆ ନିଶ୍ଚୟ ହବୁ ।ରେଗୁଲାର ଇଣ୍ଟର ଭାଲରେ ଯୋଉଠି ହେଲେ ବୁଲାବୁଲି କରିଯିବୁ ଆଉ ହଷ୍ଟେଲ ଦିନ ଭଳି ଢେର ଗପିବୁ ।ହାୟରେ ମଣିଷ !!ଆଉ ତୋର ମନଇଛା କଳ୍ପନା ! କେବେ ଵି ତୋ ଇଚ୍ଛା ଅନୁସାରେ କିଛି ହୁଏ କି ? ସେଇଆ ହୁଏ ଯାହା ହବାର ଥାଏ ।ହଷ୍ଟେଲରୁ ଆସିବା ପରେପରେ ମୋର ଶିକ୍ଷକତାର ଟ୍ରେନିଂ ସମୟ ଆସିଗଲା ।ସେଇଟା ସରୁସରୁ ବାହାଘର ଆଉ ସମୟ ସୁଅରେ ଠେଲି ହୋଇ ସଂସାରର ଅଥଳ ସାଗରରେ ଉବୁଟୁବୁ ହବା ହିଁ ଥିଲା ଅବଧାରିତ ।ଜୀବନର ନାଟକଗୁଡାକ ନିର୍ଦ୍ଦେଶକ ଏମିତି ନିର୍ଦ୍ଦେଶନାରେ ଅଭିନୀତ କରାନ୍ତି ଯେ ବିଚରା ଅଭିନେତା/ଅଭିନେତ୍ରୀ କେବଳ ପାଦ ପକେଇ ମୁହଁ ହାତ ହଲେଇବା ଛଡା ଅଧିକ କିଛି କରିପାରେନି । ସେ କିନ୍ତୁ ଚିଠି ଦଉଥିଲା ।ମୋଠୁ ପ୍ରତ୍ୟୁତ୍ତର ବି ପାଉଥିଲା ।କିନ୍ତୁ ମୁସଲମାନ ଘର ସାଥୀରେ ମୁଁ ବାନ୍ଧି ଥିବା ବନ୍ଧୁତାଟା ବେଶି ଦିନ ତିଷ୍ଠି ପାରିଲାନି ।

ତା ଶେଷ ଚିଠି ମୁଁ ପାଇଥିଲି ।ସେ ବି ବୁଝିପାରିଥିଲା ମୁଁ ଏବେ ବ୍ରାହ୍ମଣ ଘରର ବୋହୂ ।ପୁଣି ଯେତେ ଯାହା ହେଲେ ବି ସେ ଝିଅ ଦିନର ସ୍ଵାଧୀନତା ଆମକୁ ଆଉ ମିଳିବନି ।ସେଇଥିପାଇଁ ମୋ ନୀରବତାର ଅସହାୟତା ସେ ବୁଝିପାରିଥିଲା ବୋଲି ଲେଖିଥିଲା ତା ଶେଷ ଚିଠିରେ !!

କାଳ୍ପନିକ ଗପଟେ କେବଳ ।

ବର୍ଷା ହଷ୍ଟେଲ ସାଙ୍ଗ

Rate the content


Originality
Flow
Language
Cover design

Comments

Post

Some text some message..