Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଶେଷ କାମ
ଶେଷ କାମ
★★★★★

© Sisir Panda

Tragedy

2 Minutes   8.0K    17


Content Ranking

ସୁଖଦେବ ସାହୁ ଧନପତ୍ ସହରର ଜଣେ ଜଣାଶୁଣା ବଡ଼ ବ୍ୟବସାୟୀ  ।  ଚାହୁଁ ଚାହୁଁ ତାଙ୍କ ବିବାହର ପଚିଶ ବର୍ଷ ହୋଇଗଲା,ଆଉ ଦୁଇ ଦିନ ପରେ ମାନେ ଏଇ ରବିବାର ତାଙ୍କର ସିଲଭର ଜୁବୁଲି  ।  ସେଥିପାଇଁ ତାଙ୍କ ପତ୍ନୀ ସୀମା ଦେବୀ ସୁଖ ଦେବଙ୍କୁ କହୁଥାନ୍ତି,-"ହେଇ ଦେଖ,ଏ ପୋଗ୍ରାମ ଯେମିତି ଆଖି ଝଲସେଇ ଦେବା ପରି ହବା ଦରକାର । " ପତ୍ନୀଙ୍କ କଥା ଶୁଣି ସୁଖଦେବ ବାବୁ ଗର୍ବର ସହ କହିଲେ,-" ଆରେ,ଚିନ୍ତା କରନି  ।  ସମସ୍ତେ ଜାଣିଚନ୍ତି କି ମୁଁ କେମିତିଆ ଲୋକ,ଖୁଆଇବ ତ ପେଟ ଫଟେଇ ଦେବ  ।  ତୁମେ ଦେଖିବନି ଆମ ପୋଗ୍ରାମ ପରି କେହିବି କରି ନ ଥିବେ । "

ଦୁହେଁ ମିଶି ଯୋଜନା କଲେ ଆସନ୍ତା କାଲି ସହରର ସବୁଠାରୁ ଭଲ ଦୋକାନରୁ ଜିନିଷପତ୍ର କିଣିବେ  ।  ତହିଁ ଆରଦିନ ଦୁଇ ଜଣ ସାଙ୍ଗ ହୋଇ ବଜାରରୁ ସବୁ ଦ୍ରବ୍ୟ କିଣାକିଣି କରି ସାରି ଟ୍ରଲି ରିକ୍ସା ଖୋଜୁଥାନ୍ତି,ସମୟ ଦିନ ବାରଟା,ଅତ୍ୟଧିକ ଗରମ ପାଇଁ କେହି ମଧ୍ୟ ଦେଖା ଯାଉ ନ ଥାନ୍ତି  ।  ଅଳ୍ପ ଦୂରରେ ଜଣେ ଟ୍ରଲି ବାଲା ଗଛ ମୂଳରେ ତା ଟ୍ରଲି ଉପରେ ଶୋଇଥିବାର ଦେଖି ତା'ର ପାଖକୁ ଗଲେ  ।  ଯାହା ଜଣା ପଡୁଥାଏ ତା'ର ବୟସ ସତୁରି ପାଖାପାଖି  ।  ଦିହର ହାଡ଼ ସବୁ ଗଣି ହୋଇଯାଉଥାଏ । କଥା କହିବାରେ ଧଇଁସଇଁ ହୋଇ ଯାଉଥାଏ,ଖାଦ୍ୟାଭାବ ଜନିତ ଦୁର୍ବଳତା ସ୍ପଷ୍ଟ ବାରି ହୋଇପଡୁଚି । ତାକୁ ସୁଖଦେବ ବାବୁ ପଚାରିଲେ,-"ଆରେ ସେକ୍ଟର ନଅ ମାଲ ନେଇକି ଯିବୁ । "ସେ ବିଚାରା ଅସୁସ୍ଥତା କାରଣରୁ ମନା କରିବ ବୋଲି ଭାବୁଥିଲା କିନ୍ତୁ କାମ ନ ମିଳିବାରୁ ଦୁଇ ତିନି ଦିନ ହେଲା କିଛି ଆୟ କରିପାରିନି କି ଖାଇ ପାରିନି । ଜିନିଷପତ୍ର ଦେଖି ଶହେ ଟଙ୍କା ନେବ ବୋଲି କହିଲା । ତା କଥା ଶୁଣି ବାବୁଆଣୀ ତାକୁ ପଚାଶ ଟଙ୍କାରୁ ଟଙ୍କାଟିଏ ଅଧିକ ଦେବେନି ବୋଲି ଶୁଣାଇଲେ,ବାବୁ ମଧ୍ୟ ପତ୍ନୀଙ୍କ ସାଥ ଦେଉଥାଆନ୍ତି । ଶେଷରେ ଉପାୟ ଶୂନ୍ୟ ହୋଇ ହଁ ଭରି ,ମାଲ ସବୁ ଗାଡ଼ିରେ ରଖିବାକୁ ଲାଗିଲା । ଇତି ମଧ୍ୟରେ ବାବୁ,ବାବୁଆଣୀ ନିଜ ଠିକଣା ତାକୁ ଦେଇ ଘରକୁ ଚାଲିଗଲେ । ଯାହାହେଉ ବାରଗେନ୍ କରି ପଇସା କମେଇ ଥିବାରୁ ବାବୁଆଣୀଙ୍କ ମୁହଁରେ ଗଡ଼ ଜିତିଲା ପରି ଆନନ୍ଦ ଶୋଭା ପାଉଥାଏ ।

ଘରେ ପହଞ୍ଚି ସମସ୍ତ ବନ୍ଧୁବାନ୍ଧବ,ସାଙ୍ଗସାଥୀ ମାନଙ୍କୁ ଫୋନ କରି ଜଣାଉ ଥାଆନ୍ତି । ଏହା ମଧ୍ୟରେ ଦୁଇ ଘଣ୍ଟା ଗଡ଼ି ଗଲାଣି,ରିକ୍ସା ବାଲାର ଦେଖା ନାହିଁ । ଉଭୟ ବହୁତ ବ୍ୟସ୍ତ ହୋଇ ପଡୁଥାନ୍ତି । ସୀମା ଦେବୀ କ୍ରୋଧରେ ବାବୁଙ୍କୁ କହୁଥାନ୍ତି,-"ମୁଁ କହୁଥିଲି ନା ଏଭଳି ଲୋକଙ୍କ କଣ ଭରଷା,କାଙ୍ଗାଳିଆ ଗୁଡା,ଏତେ ଟଙ୍କାର ଦ୍ରବ୍ୟ ଦେଖି ଲୋଭରେ ନେଇ ପଳେଇଲା । ତିନି ଘଣ୍ଟା ହବାକୁ ଯାଉଚି,ଆଉ ବୋକାଙ୍କ ପରି ଅନାଇଚ କଣ । ତୁରନ୍ତ ବାହାର ଯିବା ଖୋଜିବାକୁ । "

ପତି ପତ୍ନୀ ଦୁହେଁ ନିଜ ବାଇକରେ ଗଲେ ତାକୁ ଖୋଜି ଖୋଜି । କିଛି ବାଟ ଗଲାପରେ ବାଟରେ ଦେଖିଲେ ଏକ ଯୁବକ ଟ୍ରଲିବାଲା ସେମାନଙ୍କ ଜିନିଷପତ୍ର ଆଣି ଆସୁଛି । ଦେଖୁ ଦେଖୁ ସୀମା ଦେବୀ ଗାଡ଼ିରୁ ଓଲ୍ହାଇ ତାକୁ ଗାଳି କରିବାକୁ ଲାଗିଲେ,-"ବଦମାସ,ତୁମେମାନେ ସବୁ ଚୋର,ଡକାୟତ,ସେ ବୁଢ଼ା ଚୋର କୁଆଡ଼େ ଗଲା । ତୁ ଆମ ଜିନିଷ ନେଇ କୁଆଡ଼େ ଯାଉଚୁ । ଅବି ପୋଲିସରେ ତୋତେ ଧରଉଚି ରହ । "

ଏକଥା ସବୁ ଶୁଣି ସେ ବିଚରା କାନ୍ଦ କାନ୍ଦ ମୁହଁରେ କହିଲା,-"ଆଜ୍ଞା! ସେ ବୁଢ଼ାର ଦେହ ମାସେ ହେଲା ଖରାପ ଥିଲା,ତାର କେହି ନିଜର ନାହାଁନ୍ତି । କାମ କରି ନ ପାରିବାରୁ ତିନି ଦିନ ହେଲା କିଛି ଖାଇ ନ ଥିଲା । ସେଥିପାଇଁ ଶହେ ଟଙ୍କା ବଦଳରେ ପଚାଶ ଟଙ୍କାରେ ରାଜି ହୋଇଗଲା । ଆପଣଙ୍କ ମାଲ ନେଇ ଆସୁଥିଲା,ବାଟରେ ତେଲଟାଙ୍କି ପାଖରେ ଟ୍ରଲିରୁ ଖସି ତଳେ ପଡ଼ି ଫେଣ ବାନ୍ତି କରିବାକୁ ଲାଗିଲା ଓ ମୋତେ ହାତ ଠାରି ଡାକି ଆପଣଙ୍କ ଠିକଣା ଆଉ ଯେଉଁ କୋଡ଼ିଏ ଟଙ୍କା ଆଡଭାନସ୍ ଦେଇଥିଲେ ତାକୁ ଦେଇ କହିଲା ବାବୁ, ବାବୁଆଣୀ ବ୍ୟସ୍ତ ହେଉଥିବେ, ଶିଘ୍ର ନେଇ ତାଙ୍କ ପାଖରେ ପହଞ୍ଚାଇ ଦେ । ଏତିକି କହି ସେଇଠି ଟଳି ପଡ଼ିଲା । ଏଇଟା ତା'ର ଶେଷ କାମ ଆଜ୍ଞା ।"

ତା ଠାରୁ ଏ କଥା ଶୁଣି ବାବୁଙ୍କ ଆଖି ଜକେଇ ଗଲା,ବାବୁଆଣୀଙ୍କ ବିବେକ ତାଙ୍କୁ ଧିକାରୁଥାଏ ।

।  ଶିଶିର, କଟକ ।

ସୁଖଦେବ ସୀମା ବାବୁଆଣୀ

Rate the content


Originality
Flow
Language
Cover design

Comments

Post

Some text some message..