Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Inspirational Abstract Others

0.4  

Rasmi Rekha Tripathy

Inspirational Abstract Others

ଜବାବ

ଜବାବ

1 min
14.8K



       ନବାବକୁ ଜବାବ ଥୋଇବା ବ୍ୟକ୍ତି ହେଲା ମୋ ରଣଚଣ୍ଡୀ l ପୁଅଟିଏ, ଝିଅଟିଏକୁ ନେଇ ସୁଖି ପରିବାର ଆମର l ଜାଣେନା କାହାର ଦୃଷ୍ଟି ପଡିଗଲା ? ପୁଅ ଆମର ଅଲଗା ଜାତିର ଝିଅଟେ ବାହା ହୋଇଯିବାରୁ ତା ବାବା ତାକୁ ଘରୁ ବାହାର କରିଦେଲେ l ମୁଁ ତ ମାଆ l ନା ପୁଅକୁ ଛାଡି ପାରୁଥିଲି ନା ତା ବାବାଙ୍କୁ l ବନ୍ଧୁବାନ୍ଧବଙ୍କୁ ତ ମୌକା ଦରକାର ଥିଲା ପଦେ ପଦେ ଶୁଣେଇବା ପାଇଁ l ଶୁଣି ଶୁଣି କାନ ଆମର ବଧିରା ହୋଇଯାଇଥିଲା l ବାହାରକୁ ବାହାରୁ ନ ଥିଲୁ ଆମେ ଦୁହେଁ l କିନ୍ତୁ ରଣଚଣ୍ଡୀ ମୋର l ସିଏ ତ କଲେଜ୍ ଯିବ ନା ? ସେଦିନ ତାର ସାଙ୍ଗ ଆସିଥିଲା l ପୋର୍ଟିକୋ ତଳେ ଦୁହେଁ କଥା ହେଉଥିଲେ l ବାଲକୋନିରେ ବସିଥିଲୁ ଆମେ ଦୁହେଁ l

       : ତୋ ଭାଇ ବାହା ହୋଇଗଲେ କି ଲୋ ? ରୀନା (ଝିଅର ସାଙ୍ଗ) ପଚାରୁଥିଲା ମୋ

ଝିଅ(ରଣଚଣ୍ଡୀ)କୁ l

ମଣିଷ ଏତେ ଅସଭ୍ୟ କେମିତି ହୋଇପାରେ ? ଭାବୁଥିଲୁ ଆମେ l

: କାଇଁ ? ତୁ ବାହା ହୋଇଥାନ୍ତୁ କି ? ରଣଚଣ୍ଡୀର ଜବାବ ଆମ ଦୁହିଁଙ୍କୁ ଚକିତ କରି ଦେବା ପାଇଁ ଓ ରୀନାକୁ ଚୁପ୍ କରେଇ ଦେବା ପାଇଁ ଯଥେଷ୍ଟ ଥିଲା l


Rate this content
Log in

Similar oriya story from Inspirational