Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rasmi Rekha Tripathy

Inspirational Abstract Others

3  

Rasmi Rekha Tripathy

Inspirational Abstract Others

ଚୁପ୍

ଚୁପ୍

1 min
7.7K



ବଡ ନାତି ଚନ୍ଦନର ବହି ପ୍ରତି ଆଗ୍ରହ ଆଣିବା ପାଇଁ ମୁଁ ତାକୁ କହିଲି, “ବାବା! ପଢାପଢି ବହି ବାଦେ ଅନ୍ୟ ବହି ପାଇଁ ବି କିଛି ସମୟ ଦେ l” ସେ ଚୁପ୍ ହେଇଗଲା l ସେ ସବୁବେଳେ ଚୁପଚାପ୍ l କିନ୍ତୁ ଚୁପ୍ ହୋଇ ନ ଥିଲା ସାନ ନାତି ସ୍ପନ୍ଦନ୍ l ବୟସ ମାତ୍ର ଚାରି ବର୍ଷ l

       : ବାପା ! ଭାଇ କେତେବେଳେ ଅଲଗା ବହି ପଢିବ କହିଲ ? ସକାଳୁ ଉଠି କାମ ସରିବାବେଳକୁ ଭ୍ୟାନ୍ ଆସି ପହଞ୍ଚିବ ୬.୩୦ରେ l ସ୍କୁଲରୁ ଭାଇ ଫେରିବ ୩ଟା ବେଳେ l ଖିଆ ପିଆ ସାରି ଟିକେ rest ନେଇ ଥିବ କି ନାହିଁ ୪.୩୦ରେ ଟ୍ୟୁସନ୍ ସାର୍ ଆସିଯିବେ l ସେ ଯିବେ ୬.୩୦ରେ l ଭାଇ ଆସି କାର୍ଟୁନ୍ ଟିକେ ଦେଖିଥିବ କି ନାହିଁ ମମ୍ମି ଆସିଯିବ ବ୍ୟାଙ୍କରୁ ଓ ଭାଇକୁ ଧରି ବସିଯିବ, ହୋମୱାର୍କ୍ ଓ ପଢାପଢି କରିବା ପାଇଁ l ତା ପରେ ସେ ଖାଇସାରି ଶୋଇବାକୁ ଯିବ ୧୦.୩୦ରେ l ଆଉ ଗପବହି ପାଇଁ ସମୟ କାହିଁ ?

       ଚାରି ବର୍ଷର ଛୁଆ ଯେଉଁ ବିବରଣୀ ଦେଇଗଲା, ମୋତେ ଚୁପ୍ କରେଇଦେବା ପାଇଁ ଯଥେଷ୍ଟ ଥିଲା l


Rate this content
Log in

Similar oriya story from Inspirational