Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suneeta Patra

Abstract Others

2.8  

Suneeta Patra

Abstract Others

ଭଲପାଇବା

ଭଲପାଇବା

2 mins
605


ଯୋଉଦିନ ଆଶିଷ ଆଉ ଅନିତାର ବାହାଘର ହେଲା ତାର ଠିକ ପରଦିନ ଶାଶୁ ଅନିତାକୁ ଏକେଲା ଗୋଟେ କୋଣକୁ ଡାକି କହିଲେ ଦେଖ ; ଅନିତା ମୋ ପୁଅ ଟିକେ ଲଜ଼କୁଳା,ହଠାତ କାହା ସାଙ୍ଗେ ମିଶି ପାରେନି । ତା ଭଲପାଇବା ପ୍ରକାଶ କରିପାରେନି, ତେଣୁ ଭାବିବୁନି ଯେ ସେ ତୋତେ ଆଦର କରୁନି । ତା ମନଟା ବହୁତ ସୁନ୍ଦର । ଅନିତା ଖାଲି ଡବ ଡବ କରି ଶାଶୁ ମୁହଁକୁ ଚାହିଁଲା । ମୁଣ୍ଡ ଟୁଙ୍ଗାରିଲା । ବ୍ୟାପାରଟା କଣ ଧିରେ ଧିରେ ବୁଝିବାକୁ ଲାଗିଲା । ସେ ଖାଇଲା ନ ଖାଇଲା, ନୂଆ ଜାଗା ,ନୂଆ ଘର କେମିତି ଲାଗୁଛି,ତାର ଭଲମନ୍ଦ କେବେ ଆଶିଷ କିଛି ପଚାରୁ ନଥିଲେ । ଧିରେ ଧିରେ କୁଣିଆ ସବୁ ଫେରି ଯାଉଥିଲେ । ତାକୁ ଘରଟା ମାଡି ମାଡି ପଡୁଥିଲା । ଆଶିଷଙ୍କ ବୀତସ୍ପୃହ ଭାବ ତାକୁ ବେଶି ବେଶି ବାଧୁଥିଲା । ବିଚାରି କରେ କଣ ? ଏତେ ନୀରସ ଲୋକଟାକୁ କେମିତି ତା ବାପା ତା ସହ ଛନ୍ଦି ଦେଲେ, କେମିତି ୟାଙ୍କ ସହ ଜୀବନ କଟିବି ଭାବୁଥିଲା । ସେ ଚିନ୍ତା କଲା ତା ଆଡୁ ମିଶିବ, ଟିକେ କଥା ବାର୍ତା ବଢାଇବ ଆଶିଷ ସହ । ସେ ଭାରୀ ଗପୁଡି । ଆଶିଷ କିନ୍ତୁ ନିଦାବିଷ୍ଣୁ ପରି ,ତାର 10ଟା କଥାରେ ଗୋଟେ ଉତ୍ତର ଦେବେ ।


କିଛିଦିନ ପରେ ସେ ଚେଷ୍ଟା କରିବା ଛାଡିଦେଲାଏମିତି 6 ମାସ କଟିଗଲା । ଦିନେ ଘରକୁ ମାମୁଁ ଶଶୁର ଶାଶୁ ବୁଲିବାକୁ ଆସିଲେ । ଶାଶୁ ତାଙ୍କ ସହିତ ଗପିବାରେ ଲାଗିଲେ । ରାତିଖାଇବା ଅନିତା କରୁଥିଲା ରୋଷେଇ ଘରେ । ମେ ମାସର ଖରା ସାଙ୍ଗକୁ ରୁଟି କଲାବେଳେ ବିଚାରି ପୁରା ଝାଳରେ ଗାଧୋଇ ହେଇ ପଡିଥିଲା । ସେ ସମୟରେରେ ଡୋରବେଲ ବାଜିଲା । ସେ ଡୋର ଖୋଲିଲା ବେଳକୁ ଆଶିଷ । ଟିକେ ତମୁହଁକୁ ଚାହିଁଲା ତା ପରେ ତା ପଛେ ପଛେ ରୋଷେଇ ଘରକୁ ଆସି ଫ୍ୟାନଟିକୁ ଅନ କରି ଚାଲିଗଲେ । ଅନିତା ଶୁଣିଲା ସେ ଶାଶୁଙ୍କୁ କହୁଥିବାର ଆମେ ବାହାରେ ଯାଇ ଖାଇଦେଲେ ହେବନି ବୋଉ ? ବହୁତ ଦିନରୁ ବାହାରେ ଖିଆ ହେଇନି । ଆଜି ଅନିତା ବୁଝୁଥିଲା ସେଦିନ ତା ଶାଶୁ କାହିଁକି ଏମିତି କହୁଥିଲେ । ସେ ଵୋକି ଆଜିଯାଏ ଚିହ୍ନି ପାରି ନଥିଲା ତା ସ୍ୱାମୀକୁ । ଭଲପାଇବା ମୁହଁରେ ସବୁବେଳେ କୁହାଯାଏ ନାହିଁ । କେବେ କେବେ ବୁଝିବାକୁ ହୁଏ । ତା ଆଖିରୁ କେବେ ଦୁଇଧାର ଲୁହ ଗଡି ଗଲାଣି ସେ ଜାଣିପାରୁ ନଥିଲା । ଶାଶୁ ଆସି ପଛରୁ ଡାକିଲାରୁ ପ୍ରକୃସ୍ଥିତ ହେଲା । ଚାଲ ଚାଲ ବହାରିପଡ଼, ବାହାରକୁ ଯିବା ଖାଇବାକୁ । ଗୋଟେ ଛୋଟ ସ୍ମିତହାସ୍ୟ ଦେଇ ଅନିତା ଛୁଟିଗଲା । ଜାଣ ଆଜି ତାର ଆଶିଷ ସହିତ ପ୍ରକୃତରେ ବାହାଘର ହେଇଛି । ମନର ମଣିଷକୁ ଆଉ ତା ଭଲପାଇବାକୁ ଆଜି ସେ ଚିହ୍ନି ପାରିଛି।


Rate this content
Log in

More oriya story from Suneeta Patra

Similar oriya story from Abstract