Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ମାଂସ - ୧

ମାଂସ - ୧

3 mins
7.4K


କଳା ଜରି ପୁଡ଼ିଆରେ ମାଂସ କିଣି ଆସିଲା ବେଳେ ମୋର ସେଇ ରାକ୍ଷାସଟା କଥା ମନେ ପଡ଼େ ।

କାରଣ ମୋତେ ଲାଗେ ଯେମିତି ସେଇ ରାକ୍ଷାସଟା ମୋ ଭିତରେ ସେଇ ଦିନୁ ପଶି ଆସିଛି ।

ଅନ୍ୟ ସମୟରେ ସେକଥା ମୋତେ ମନେ ପଡ଼େନି । ମୁଁ ଖୁବ୍ ସାଧାରଣ ଭାବେ ସାଧାରଣ ଲୋକଟିଏ ହୋଇବଞ୍ôଚଥାଏ, ମୋ ଭିତରେ । ସେକଥା ମୋଛଡ଼ା କେବଳ କୁନି ଜାଣିଥିଲା । ଆଉ କେହି ଜାଣିନଥିଲେ ଯେ ମୁଁ ନିଜେ ହିଁ ସେଇ ରାକ୍ଷାସ ଟାକୁ ମୋ ଭିତରକୁ ଆଣିଥିଲି, ବହୁ ଚେଷ୍ଟାରେ ।

କଥାଟା ଆଦୌ ମିଛ ନୁହେଁ ।କେବଳ ସେତିକି ନୁହେଁ, ସେ ସେଇ ସତ୍ୟ ଟିକୁ ବି ମୋ ପରିଲୁ·ଇବାକୁ ବାଧ୍ୟ ଥିଲା । କିଛିଟା ମୋ ଅନୁରୋଧ ପାଇଁ, ଆଉ କିଛିଟା । ତା ନିଜସ୍ୱ ଭୟରେ ସେ ଜଣାଇ ପାରୁନଥିଲା ।ତେବେ ସେ ସେତେବେଳେ ମୋତେ ବାଧ୍ୟ କରିଥିଲା ଯେ ସେମିତି କିଛି ମୁଁ ଯେମିତି ନ କରି ବସେ ଯାହାଦ୍ୱାରା ମୋତେ ବା ଆମକୁ ଭବିଷ୍ୟତ ରେ ଅସୁବିଧା ଭୋଗ କରିବାକୁ ହେବ । କଥାଟା ଅନେକ ଦିନ ତଳର । ମୋ ଯୌବନାବସ୍ଥାର ।

ସେତେବେଳେ ମୋର କେଜାଣି କାହିଁକି କିଛି ଗୋଟିଏ ବିଶେଷ ଶକ୍ତି ର ଆବଶ୍ୟକା ମୁଁ ଅନୁଭବ କଲି ।କାରଣ ମୁଁ ଅତ୍ୟନ୍ତ ଦୂର୍ବଳ ଓ ଶୀର୍ଣ୍ଣ ଶରୀର ନେଇ ଅସ୍ୱସ୍ଥି ଅନୁଭବ କରୁଥିଲଇ । ସେ ପ୍ରକାର ଚିନ୍ତା ସେଇ ବୟସରେ ରହିବା ସାଧାରଣ ଥିଲା ଯଦିଓ ମୋତେ ସେକଥା ଜଣାନଥିଲା ।ପିଲା ବେଳରୁ ଶାରିରୀକ ଦୁର୍ବଳତା ଅପେକ୍ଷା ମାନସିକ ଦୁର୍ବଳତା ମୋର ଅଧିକ ଥିଲା ।ଦେଖବାକୁ ମୁଁ ଖୁବ ପତଳା ଓ ଦୁର୍ବଳ ଶରୀରର ଥିଲି, ପିଲା ଦିନରୁ ଯାହା କାରଣରୁ ମୋତେ ଅନେକ ଥଟ୍ଟା ପରିହାସ ଭିତର ଦେଇ ବଢ଼ିବାକୁ ପଡ଼ିଥିଲା ।ଯାହାପାଇଁ ମୁଁ ଖୁବ୍ ଚିଡ଼୍ଚିଡ଼ା ପ୍ରକୃତିର ବି ହୋଇ ଯାଇଥିଲି । ବୋଧ ହୁଏ ସେଇ କାରଣରୁ ମୋତେ ଗୋଟିଏ ଶକ୍ତିଶାଳି ଶରୀର ଆଉ କିଛି ଚମକ୍ତାର ଶକ୍ତିର ପ୍ରୟୋଜନ ଥିଲା ।

ଦେହପାଇଁ ତ କିଛି କରିବାର ନଥିଲା । କାରଣ ମୁଁ ଯେତେଯାହା ସବୁ କରିବାର ଥିଲା ସେସବୁ କୁ ଅନେକଥର କରିସାରିବା ପରେ ବି ଖାସ୍ କିଛି ପରିବର୍ତ୍ତନ ମୋର ହୋଇନଥିଲା ।ଯାହାବି ହେଲା ସେଥିରେ ମୁଁ ସନ୍ତୁଷ୍ଟ ବି ହୋଇନଥିଲି ।ସବୂ ସମୟରେ ମୋତେ ନିଜ ପାଇ ଶକ୍ତି ସଂଚୟ ଚିନ୍ତା ଲାଗିରହୁଥିଲା । ଯଦିଓ ମୋତେ କିଛି, ସେଥି ପାଇଁ ରାସ୍ତା ମିଳୁନଥିଲା ।ସେଥିପାଇଁ ଅନେକ ଚିନ୍ତା କରି କର ମୁଁ ଶେଷରେ ବାଟଟିଏ ବାହାର କରିଥିଲି ।

ତା ପାଇଁ ମୋତେ ସେଇ ଲୋକଟିକୁ ଖୋଜି ବାହାର କରିବାକୁ କେବଳ ଦର୍କାର ପଡ଼ୁଥିଲା ।

ଲୋକଟିକୁ ମୁଁ କେଉଁଠି ପାଇବି ତାହାେ ମୋତେ ଜଣାନଥିଲା । କାଣଣ ମୁଁ ତାକୁ ବହୂତ ଦିନ ତଳେ ମାତ୍ର ଥରେଖଣ୍ଡେ ଦେଖିଥିବି କି ନାହିଁ । ଲୋକଟିକୁ ମୁଁ ଚିହ୍ନିବିନଥିଲି ସେତେବେଳେ । ସେ ଅନେକ ଦିନ ର କଥା ।ମୋ ସ୍କୁଲ ଦିନର । ଦିନେ ଆମର କ୍ଲାସ ଟିଚର ଆସି କ୍ଲାସ ରେ ଘୋଷଣା କଲେ ଯେ ସହରରେ ଗୋଟିଏ ସର୍କସ ଆସିଛି ।ଆଉ ଆମ ସ୍କୁଲର ଇଛୁକ ଛାତ୍ର ମାନେ ସେମାନ ଙ୍କ ନାମ କ୍ଲାସ ଟିଚରଙ୍କୁ ଦେବେ । ତା ସହିତ ପଚିଶ ପଇସା, ଟିକଟ ଖର୍ଚ୍ଚ ବାବଦକୁ ବି ଦେବାକୁ ହେବ । ସ୍କୁଲ ତରଫରୁ ଛାତ୍ର ମାନଙ୍କୁ ଦୁଇ ଦଫାରେ ସର୍କସ ଦେଖାଇ ନିଆଯିବ । ସେଥିପାଇଁ ଲାଗ୍ ଲାଗ୍ ଦୁଇଟି ଲଗାତର ଶନିବାର ବି ନିର୍ଦ୍ଧାରିତ ତାରିଖ ବୋଲି ବି କ୍ଲାସ ଟିଚର ଆମକୁ ଜଣାଇ ଦେଇଥିଲେ ।

ସେ ସମୟରେ ସର୍କସର ବଡ଼ ·ହିଦାଥିଲା ।ସର୍କସ ଦେଖବାକୁ ମଣିଷ ମାନଙ୍କୁ ସ୍ୱପ୍ନ ଦେଖିବା ପରିଲଗୁଥିଲା । ତେଣୁ ସହର ବା ତାର ଆଖ ପାଖରେ ସର୍ବସ ଆସିଲେ, ଲୋକମନେ ଚଳଚଞ୍ଚଳ ହୋଇ ଉଠୁଥିଲେ ।ସର୍କସ ର କୌଶଳ ଓ କାଇଦା ନେଇ ବୟସ ନିର୍ବିର୍ଶେଷରେ ଚର୍ଚ୍ଚା ଲାଗିରହୁଥିଲା ।ତେଣୁ କ୍ଲାସ ଟିଚରଙ୍କ ଘେଷଣା ରେ ଆମର ଅମଙ୍ଗ ହେବାର କିଛି ନଥିଲା ।ମୁଁ ଓ ମୋର ସାଙ୍ଗ ମାନେ ତା ପର ଦିନ ଘରେ ଜଣାଇ ଘରୁ ପଇସା ନେଇ ତାପର ଶନିବାରକୁ ଯିବାକୁ ସି୍ଥର କଲୁ ।

ଶନିବାର ଦିନ ଆମ ସ୍କୁଲକୁ ଛୁଟି କରି ଦିଆଗଲା ।ସେଦିନ ଆମେ ସବୁ ସ୍କୁଲ ୟୁନିଫର୍ମ ପିନ୍ଧି,ସ୍କୁଲରେ ଦିନ ଏଗାରଟାରେ ପହଞ୍ଚିବା କୁହାଯାଇଥିଲା ।ତେଣୁ ଆମେ ସେହି ସମୟରେ ଯାଇ ସ୍କୁଲରେ ପହଞ୍ଚିଗଲୁ ।

ସ୍କୁଲ ରେ ଆମ ମାନଙ୍କର ଉପସ୍ଥାନ ନିଆଗଲା । ତା ପରେ ଗୋଟଏ ଲମ୍ବା ଧାଡ଼ିରେ ସ୍କୁଲର ସମସ୍ତ ଛାତ୍ର ଙ୍କୁ ମେଣ୍ଢା ପଲରେ ନେଲାପରି ଆମକୁ ନିଆଗଲା । ଆମ ସଥେସାଥେ ସ୍କୁଲର କିଛି ବଛାବଛା ଟାଣୁଆ ଶିକ୍ଷକ ବି ମେଣ୍ଢାପଲର ଜଗୁଆଳି ଭାବେ ଆମ କଡ଼େକଡ଼େ ·ଲୁଥିବାର ଆମେ ସବୁ ଦେଖି ବାକୁ ପାଇଲୁ । ବେଶ୍ ବଡ଼ ଧାଡ଼ିରେ ଆମେ · ଥିଲୁ, ନିୟମ ଅନୁବନ୍ଧିତ ମେଷ ମାନଙ୍କ ପରି । ପରସ୍ପରକୁ ଝୁଣ୍ଟିପଡ଼ି, ପେଲାପେଲି ହୋଇ ପହଞ୍ôଚଲୁ ସେହି ପଡ଼ିଆରେ ଯେଉଁଠି ସର୍କସ ପଡ଼ିଥିଲା ।


Rate this content
Log in

Similar oriya story from Classics