Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Swagatika Mishra

Others Tragedy

3  

Swagatika Mishra

Others Tragedy

ମିଛ ରଙ୍ଗ

ମିଛ ରଙ୍ଗ

1 min
465


ରଙ୍ଗ ପାଇଁ ଜିଦ ଯୋଗୁଁ ହେମ ଦୁମ ଦୁମ କରି କସିଦେଲା ବଳିଆକୁ।ଭେଁ ଭେଁ ରଡି କରି କାନ୍ଦି ଉଠିଲା ବିଚରା ସାତ ଆଠ ବର୍ଷର ପିଲାଟା।ପିଲାଟାକୁ ରାଗରେ ମାରି ସିନା ଦେଲା ହେଲେ ଛାତି ଭିତରଟା ଫାଟି ଯାଉଥାଏ ହେମର।ଚୁଲି ମୁଣ୍ଡରେ ନିଜ ଭାଗ୍ୟକୁ ନିନ୍ଦି ପିଲାଟାକୁ କାହିଁକି ଟଙ୍କା କେଇଟା ପାଇଁ ଏମିତି ଦରମଲା କରି ମାଇଲା ବୋଲି ଭାବି ହେମ କାନ୍ଦୁଣି ମାନ୍ଦୁଣି ହେଉଥାଏ।ଏହି ସମୟରେ ବଳିଆ ତା ରଡି ବନ୍ଦ କରି, ଦଉଡି ଆସି ରୋଷେଇ ଘରୁ ହାତରେ ମୁଠେ କଣ ନେଇ ଏକ ମୁହାଁ ହେଇ ବିଜୁଳି ବେଗରେ ଦାଣ୍ଡ ଆଡକୁ ଦୌଡ଼ିଲା।ହେମ ରହ ରହ କହିଲା ବେଳକୁ ସେ ଆଉ ଅଛି ଯେ ରହିବ!ଦାଣ୍ଡରେ ଭାରି ଭିଡ଼ ସମସ୍ତେ ରଙ୍ଗ ଖେଳରେ ବ୍ୟସ୍ତ।ବଳିଆ ଦେଖିଲା ବାବୁଆଣୀଙ୍କ ପୁଅଟା ତା ବୟସର, ଭାରି ଖୁସିରେ ରଙ୍ଗ ଖେଳୁଛି।ବଳିଆ ବଡ଼ ସରାଗରେ ପଛପଟୁ ଲୁଚି ଲୁଚି ଆସି ବାବୁଆଣୀଙ୍କ ପୁଅ ମୁହଁରେ ରଙ୍ଗ ଲଗେଇ ଦେଲା।ହେଲେ ବାବୁଆଣୀଙ୍କୁ ବୋଧେ ପସନ୍ଦ ଆସିଲାନି ବଳିଆ ପରି ମଳି ମୁଣ୍ଡିଆ ପିଲାର ରଙ୍ଗ।ବାବୁଆଣୀ କ୍ରୋଧରେ ଚିହିଁକି ଆସି ଅସହିଷ୍ଣୁ ଭାବରେ ଦୁଇ ବିଧା କଷି ଦେବା ସହ ଠେଲିଦେଲେ ପିଲାଟକୁ।ପିଲାଟା ବାବୁଆଣୀଙ୍କ ଶକ୍ତ ଧକାରେ ମୁଣ୍ଡମାଡି ପଡିଲା ରାସ୍ତା ଉପରେ।ଆଖି ପିଛୁଳାକେ ମୁଣ୍ଡଟା ଫାଟି ଧାର ଧାର ରକ୍ତ ବୋହିଗଲା।ଚେତାଶୂନ୍ୟ ହେଇ ପଡିଲା ପିଲାଟା। ପାଖରେ ପଡିଥିଲା ତା ହାତ ମୁଠାରୁ ଛିଟିକି ଆସିଥିବା କିଛି ହଳଦୀ ଗୁଣ୍ଡ।

ଚାହୁଁ ଚାହୁଁ ଖବରଟା ବ୍ୟାପିଗଲା ଆଖ ପାଖରେ। ବଳିଆର ଏପରି ଅବସ୍ଥାର ଖବର ପାଇ କାନ୍ଦି ବୋବେଇ ହେମ ଆସିବା ପରେ ବାବୁଆଣୀ ଜଣଙ୍କ ନିଜ ଅମଣିଷ ପଣିଆକୁ ମିଛ ମଣିଷ ପଣିଆ ରଙ୍ଗ ତଳେ ଢାଙ୍କିବା ପାଇଁ ହେମ ହାତରେ ଗୁଞ୍ଜୁ ଥିଲେ ତା ପୁଅ ମୁଣ୍ଡ ନିଗିଡା ଅସଲି ନାଲି ରଙ୍ଗ ବଦଳରେ କିଛି ପାଉଣା।


Rate this content
Log in