Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବାଉଁଶରାଣୀ ରାଧିକା
ବାଉଁଶରାଣୀ ରାଧିକା
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୨

Classics

2 Minutes   7.4K    16


Content Ranking


ଶୁଭନାରାୟଣ ଶତପଥୀ

ପ୍ରତିବର୍ଷ ରଥଯାତ୍ରା ସମୟରେ ବାଉଁଶରାଣୀ ଖେଳ ଦେଖାଇବାକୁ ବାପାଙ୍କ ସହ ଆସେ ରାଧିକା । ଦୁଇଟି ବାଉଁଶ ଦଣ୍ଡରେ ବନ୍ଧାଯାଇଥିବା ଦଉଡିରେ ଚାଲିବା , ବାଉଁଶର ଅଗ୍ରଭାଗରେ ପେଟରଖି ବୁଲିବା ଇତ୍ୟାଦି ଚତ୍ମକାର ଖେଳ ଦେଖାଏ ରାଧିକା । ଭଲ ଦି ପଇସା ବି ରୋଜଗାର ହୁଏ । ଏମିତିକା ଯାନିଯାତ୍ରା ସମୟରେ ରାଧିକା ତାର ବାପାଙ୍କ ସହ ବିଭିନ୍ନ ସ୍ଥାନକୁ ଯାଇ ବାଉଁଶ ରାଣୀ ଖେଳ ଦେଖାଏ ।

ଏହି ଖେଳ ଦେଖାଉଥିବା ସମୟରେ ବାବୁଲା ସେହି ବାଟ ଦେଇଯାଉଥାଏ । ଲୋକ ସବୁ ରୁଣ୍ଡ ହୋଇଥିବା ଦେଖି ଭିତରକୁ ପଶିଲା ବାବୁଲା । ଖେଳ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ଏତେ ବିପଦପୂର୍ଣ୍ଣ ଖେଳ ଦେଖାଉଛି ରାଧିକା ଯେ , ଯଦି କୌଣସି କାରଣରୁ ଭାରସାମ୍ୟ ହରାଇବ , ତେବେ ତା’ର ଜୀବନ ପ୍ରତି ବିପଦ ରହିଛି । ଅକର୍ମଣ୍ୟ ବି ହେବାର ସମ୍ଭାବନା ରହିଛି । ବାବୁଲା ମନେ ମନେ ଭାବିଲା ରାଧିକାକୁ ଏ ଖେଳରୁ ଦୂର କରି ପାଠପଢା ପ୍ରତି ଆକୃଷ୍ଟ କିରବା ଆବଶ୍ୟକ । ଖେଳ ସରିବା ପରେ ରାଧିକା ସହ କଥା ହେଲା ବାବୁଲା । ବାବୁଲାକୁ ରାଧିକା କହିଲା ମୋର ବି ତୁମମାନଙ୍କ ପରି ପାଠପଢିବାକୁ ଭାରି ଇଛା । କିନ୍ତୁ ମୁଁ ପାଠପଢିବାକୁ ଗଲେ ଆମେ ଚଳିବୁ କେମିତି , ପଚାରିଲା ରାଧିକା । ଏପଟେ ବାବୁଲା ଦେଖିଲା , ରାଧିକାର ବାପା ଆଶାବାଡିଟି ସାହାଯ୍ୟରେ ଛୋଟେଇ ଛୋଟେଇ ଚାଲେ ତଳେ ପଡିଥିବା ତାଙ୍କର ଗାମୁଛା ପାଖକୁ । ଦର୍ଶକମାନେ ଗାମୁଛାରେ ପକାଇଥିବା ପଇସାକୁ ରାଧିକାର ବାପା ଗୋଟାଉଥାନ୍ତି । ରାଧିକାର ବାପାଙ୍କୁ ପଚାରିବାରୁ ଜାଣିଲା ଯେ, ଥରେ ବାଉଁଶ ଖେଳ ଦେଖାଇବା ସମୟରେ ଦଉଡିଟି ଛିଣ୍ଡିଯିବାରୁ ତଳେ ପଡି ତାଙ୍କର ଗୋଡ ଭାଙ୍ଗିଯାଇଛି । ରାଧିକା କହିଲା , ମୋ ମା’ ବି ଏଇ ଖେଳ ଦେଖାଉଥିବା ସମୟରେ ବାଉଁଶ ଉପରୁ ଖସିପଡି ମୃତ୍ୟୁ ବରଣ କରିଛନ୍ତି । ବାବୁଲା ଜାଣିଲା ରାଧିକା ମା’ ଛେଉଣ୍ଡ । ପରଦିନ ପୁଣି ଖେଳ ଆରମ୍ଭ ହେଲା । ରାଧିକା ଖେଳ ଦେଖାଇସାରିବା ପରେ ତାର ବାପା ଗାମୁଛାରୁ ପଇସା ଗୋଟାଉଥାନ୍ତି । ସୁଯୋଗ ଅପେକ୍ଷାରେ ଥିଲା ବାବୁଲା । ସଙ୍ଗେ ସଙ୍ଗେ ଦଉଡ଼ି ଯାଇ ଗାମୁଛାରେ ଥିବା ପଇସାକୁ ନେଇ ଗଣ୍ଠିଲିଟିଏ କଲା , ଏବଂ ଉପସ୍ଥିତ ଦର୍ଶକମାନଙ୍କୁ ଗଣ୍ଠିଲିଟିକୁ ଦେଖାଇ ବଡପାଟିରେ ବାବୁଲା କହିଲା , ଆସନ୍ତୁ ଆପଣମାନଙ୍କ ପୁଅ କିମ୍ବା ନାତିଙ୍କୁ ଯିଏ ଏ ଖେଳରେ ସାମିଲ କରାଇବ ତାଙ୍କୁ ଏ ଗଣ୍ଠିଲିରେ ଥିବା ସମସ୍ତ ଅର୍ଥ ପୁରସ୍କାର ଦିଆଯିବ । ଏହା ଶୁଣି ସବୁ ଲୋକ ଛତ୍ରଭଙ୍ଗି ଦେଇ ଚାଲିଗଲେ । ଗୁଣୁଗୁଣୁ ହୋଇ କହିଯାଉଥିଲେ ଏ ବିପଦପୂର୍ଣ୍ଣ ଖେଳରେ କିଏ ଜୀବନ ନଷ୍ଟ କରିବାକୁ କାହାକୁ ଛାଡିବ ? ଏକଥା ଶୁଣି ରାଧିକାର ବାପା ବୁଝି ପାରିଲେ ତାଙ୍କ ଝିଅ ପ୍ରତି ସେ ବହୁତ ଅବହେଳା କରିସାରିଲେଣି । ଅନୁତାପ କଲେ । ତା’ପର ଦିନଠୁ ରାଧିକା ସ୍କୁଲ ଗଲା । ତାର ବାପା ସିଲେଇ ଶିକ୍ଷା କଲେ ଓ ସିଲେଇ ମେସିନ୍‌ଟିଏ କିଣି କାମ ଆରମ୍ଭ କଲେ । ପରିବାର ଚଳିବାରେ ଆଉ ଅସୁବିଧା ରହିଲା ନାହିଁ । ଏଥିପାଇଁ ରାଧିକା , ବାବୁଲାକୁ ଧନ୍ୟବାଦ ଦେଲା ।

ରଥଯାତ୍ରା ବାଉଁଶରାଣୀ ରାଧିକା

Rate the content


Originality
Flow
Language
Cover design

Comments

Post

Some text some message..