ଅବଶିଷ୍ଟାଶଂ
ଅବଶିଷ୍ଟାଶଂ
ଟ୍ରିନ୍,,,,,ଟ୍ରିନ୍ ।
କେହି ଜଣେ ସଦର ଦରଜାରେ ଦଣ୍ଡାୟମାନ ।
ବୋଧହୁଏ ଜଣେ ମହିଳା...
ସେ ଦରଜା ଖୋଲିଲା...
"ହେଲୋ" ସ୍ମିତହାସ୍ୟ ଭରା ବଦନରେ ଆଗନ୍ତୁକା ସମ୍ଭୋଧନ କଲେ ।
"ହାଏ" ପ୍ରତିଉତ୍ତରରେ ରେଖା ହାତ ହଲାଇ ପ୍ରଶ୍ନବାଚକ ଦୃଷ୍ଟିରେ ଚାହିଁଥାଏ ।
"ଆପଣ ରେଖା ଅଟନ୍ତି ନା?" ସମୀରର ୱାଇଫ୍ ।
"ହଁ".............କିନ୍ତୁ......?
"ମୁଁ ସୁମନ, ଆଗନ୍ତୁକା ବିଶ୍ଵାସ ଓ ଦମ୍ଭର ସହିତ କହିଥିଲେ...ଯେପରି ବହୁ ପୂର୍ବରୁ ସେ ରେଖାକୁ ଜାଣନ୍ତି ।
" ଆସନ୍ତୁ ।"
ରେଖା ଭିତରକୁ ଆସିବା ପାଇଁ ନିମନ୍ତ୍ରଣ କଲା ।
ସୁମନ ! ଗୋଲ ମୁହଁ ..ଖଣ୍ଡାଧାର ପରି ନାକ,,,,ପୋଟଳ ଚିରା ଆଖି,,,,ଓଠରେ ଗୋଲାପି ଲିପିଷ୍ଟିକ୍,,,,ସାବନା ରଙ୍ଗ,,,,ଅନମ୍ୟାରେଡ୍ ମହିଳା....କିନ୍ତୁ ଦେଖିବା ପାଇଁ କେଉଁ ଉର୍ବଶୀ ଠାରୁ କମ୍ ନୁହଁ । ବିଲକୁଲ୍ ମେକଅପ୍ ନକରି ମଧ୍ୟ ସୁମନ ଖୁବ୍ ସୁନ୍ଦର ଦେଖା ଯାଉଥିଲା । ହସ ହସ ବଦନଟି ତାର ରୁପକାନ୍ତି ଦ୍ବିଗୁଣିତ କରୁଥାଏ ।
ସୁମନ ଓ ରେଖା,ସାମନା ସାମନି...ହଠାତ୍ ଖଣ୍ଡେ କଳା ହାଣ୍ଡିଆ ମେଘ ସୁମନର ମନ ଆକାଶରେ ।
ସମ୍ବେଦନାର ଶବ୍ଦ ଗୁଡିକ ଉଭାନ ହୋଇ ଯାଇଥାନ୍ତି,,,କେବଳ ଥରିଲା କଣ୍ଠରେ ସୁମନ ଏତିକି କହି ପାରିଲା,,,,
"ଗଲା ସପ୍ତାହରେ ସମୀର ବିଷୟରେ ଜାଣିବାକୁ ପାଇଲି ।"
ସମ୍ପୁର୍ଣ୍ଣ ନୀରବ, ଉଭୟ ନିଶବ୍ଦ । କିଛି ସମୟର ନୀରବତା ପରେ ରେଖା ସୁମନ ପାଇଁ ଚା କରି ଆଣିଲା । ଅଳ୍ପ କିଛି ହାଲଚାଲ୍ ବୁଝିବା ପରେ ସୁମନ ଫେରିଗଲା ।
**********************************
ଆରେ ! ସୁମନ ତ ନିଜ ଫାଇଲ୍ ଛାଡିଗଲା ।
***************************
ଶୋଇବା ସମୟରେ ରେଖାକୁ ଏକ ଅଦ୍ଭୁତ ଧରଣର ଖୟାଲ ମନରେ ଆସୁଥାଏ । ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ,,,,କିଛିର ଉତ୍ତର ନିଜ ପାଖେ ଓ କିଛିର ଉତ୍ତର କାହା ପାଖେ ବି ନାହିଁ । ସମୟ କାହ ଆୟତ୍ତରେ ନା ସମୟକୁ କିଏ ନିଜ ଆୟତ୍ତରେ ରଖି ପାରିବ ।
"ବିଚରା" ବାପା ମାଆ ଛେଉଣ୍ଡ ଝିଅଟା ମାତ୍ର ଛଅମାସର ଅତିଥୀ,,,,,ନିଜ ଦୁଃଖ ଠାରୁ ସୁମନର ଦୁଃଖରେ ସେ ଅଧିକ ଦୁଖୀ ହେଉଥାଏ,,,ଭାଙ୍ଗି ପଡୁଥାଏ ଓ ବୁଝିପାରୁଥାଏ ସମୀର କାହିଁକି ଅନେକ ସମୟରେ ଚାଟିଙ୍ଗ କରନ୍ତି । ସୁମନକୁ ଯେ ବ୍ଲଡ କ୍ୟାନ୍ସର ।
*******************************
ସେ ହ୍ବାଟସଅପ୍ ଖୋଲିଲା,,,,, ,।
ସମ୍ବେଦନା ଜଣେଇବା ପାଇଁ ନୁହଁ,,,
ବରଂ
ଓଠରେ ଟିକିଏ ହସ ଦେବା ପାଇଁ ,,,,
"ବିପ୍ ,,,,ବିପ୍ ।
"ହ୍ବାଟସଅପ ମେସେଜ୍ ଥିଲା ।"
ସୁମନର,
"ହେଲୋ ସମୀର,,ଫ୍ରି ଅଛ ?"
"ହଁ"
"ଡିନର ସରିଲାଣି ?"
"ହଁ, ଆଉ ତୁମର ?"
***************************
"ସବୁ ରାତିରେ ଚାଟିଙ୍ଗ ଜାରି ରହିଲା"
"ରେଖା ସମୀର ଭୂମିକାରେ"
" ଶେଷ ବିଦାୟ ଦେବା ଯାଏ ।
"ଜଣେ ସ୍ତ୍ରୀ ଓ ଜଣେ ବାନ୍ଧବୀ ସମୀରକୁ ବଞ୍ଚାଇ ରଖିଲେ ଆସନ୍ତା କିଛି ମାସ ଯାଏ ।"
ସମାପ୍ତ
ସମାଜର ଦର୍ପଣ