Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ଅତିଥି ସତ୍କାର

ଅତିଥି ସତ୍କାର

2 mins
7.5K


ସୁଶ୍ରୀ ସୁଜାତା ସାହୁ

ବହୁତ ଦିନ ତଳର କଥା l ସେତେବେଳେ ସବୁଆଡେ ରାଜତନ୍ତ୍ର ଚାଲୁଥିଲା l ରାଜାଙ୍କ ଗୁଣ ଅନୁସାରେ ରାଜ୍ୟବାସୀ ସୁଖରେ କି ଦୁଃଖରେ କାଳ କାଟୁଥିଲେ l ଜମ୍ଭୁ ଦ୍ଵିପର ଗୋଟିଏ ଛୋଟିଆ ରାଇଜ କଥା l ସେଠାକାର ରାଜା ଅତ୍ୟନ୍ତ ଧାର୍ମିକ l ସୁଖରେ ପ୍ରଜା ପାଳୁଥାନ୍ତି l ଅତିଥି ଅଭ୍ୟାଗତ ଆସିଲେ ରାଜା ସେମାନଙ୍କୁ ଦେବତା ଜ୍ଞାନରେ ଅଭ୍ୟର୍ଥନା ନିଜେ ଯୋଗାଇ ଦେଇଥାଆନ୍ତି l

ରାଜା ଦିନେ ଏକାଦଶୀ ବ୍ରତ କରୁଥାନ୍ତି l ନିୟମ ଅନୁସାରେ ପୂଜା ସାରିଲେ କେବଳ ଠାକୁରଙ୍କୁ ଭୋଗ ହୋଇଥିବା ଅନ୍ନ-ବ୍ୟଞ୍ଜନ ରାଜା ଭୋଜନ କରିବେ l ଅନ୍ୟ କୌଣସି ପଦାର୍ଥ ନୁହେଁ l ବିଧି ମୁତାବକ ପୂଜା ସରିଲା l ରାଜା ଭୋଗ ସାମଗ୍ରୀ ନେଇ ଭୋଜନ ପାଇଁ ପ୍ରସ୍ତୁତ ହେଲେ l

ହଠାତ୍ ଜଣେ ଭୋକିଲା ଲୋକ ରାଜାଙ୍କ ନିକଟକୁ ଆସି ଖାଇବା ପାଇଁ ମାଗିଲା l ରାଜା ତାକୁ ଆଗ୍ରହର ସହିତ ପାଛୋଟି ଆଣି ଭୋଜନ ନିମନ୍ତେ ବସାଇଲେ l ପତ୍ର ପକାଇ ଭୋଗ ଥାଳିରୁ କିଛି ନିଜେ ରାଜା ବାଢ଼ିଦେଲେ l ବଳକା ଅନ୍ନ-ବ୍ୟଞ୍ଜନ ପ୍ରସାଦକୁ ରାଜା ଭୋଜନ କରିବେ l ଆମ ପରମ୍ପରା ନିଯମାନୁସାରେ ଅତିଥି ଭୋଜନ କରି ସାରିବା ପରେ ହିଁ ଗୃହସ୍ତ ଭୋଜନ କରନ୍ତି l ତେଣୁ ରାଜା କ୍ଷୁଧାତୁର ଲୋକଟିର ଭୋଜନ ସମାପ୍ତି ପର୍ଯ୍ୟନ୍ତ ଅପେକ୍ଷା କରି ବସିଲେ l

ଯଥା ସମୟରେ ଲୋକଟି ପରମ ଆଗ୍ରହ ଭୋଜନ ସାରି ରାଜାଙ୍କ ଠାରୁ ବିଦାୟ ମାଗି ନିଜ ରାସ୍ତା ଧରିଲେ l ଏଥର ରାଜା ନିଜ ପାଇଁ ପତ୍ରରେ ଅନ୍ନ-ବ୍ୟଞ୍ଜନ ବାଢିବାକୁ ଯାଉଛନ୍ତି ହଠାତ୍ କାହାର ପାଟି ଶୁଣି ଅଟକିଗଲେ l ଦ୍ଵାରଦେଶରେ ଦେଖିଲେ ଜଣେ ଜୀର୍ଣ୍ଣଶୀର୍ଣ୍ଣ ମଣିଷ, ପେଟ ପିଠିକି ଲାଗିଯାଇଛି l ସାଥିରେ ଗୋଟିଏ ରୋଗିଣା କୁକୁର l ଦୁହିଁଙ୍କ ପେଟରେ କିଛି ନାହିଁ l ରାଯଙ୍କୁ ଦେଖି ଲୋକଟି ବିକଳରେ କିଛି ଖାଇବାକୁ ମାଗିଲା l ରାଜା ତାଙ୍କ ବଳକା ଭୋଗରୁ କିଛି ଖାଇବାକୁ ଦେଲେ l ଯାହା ବଲିଳା ଭୋକିଲା କୁକୁରଟିକୁ ଦେଇଦେଲେ l

ରାଜାଙ୍କ ପାଖରେ ଆଉ ଭୋଗ ନାହିଁ l ସେଥିପାଇଁ ସେ ଆଦୌ ସିନ୍ତା ନକରି ପାଣି ଗ୍ଳାସ୍ ଟିଏ ପିଇବାକୁ ଯାଉଛନ୍ତି ଜଣେ ଲୋକ ଧଇଁସଇଁ ହୋଇ ସେଠାରେ ପହଞ୍ଚିଲା l ଶୋଷରେ ତା ‘ ତଣ୍ଟି ଶୁଖିଯାଉଥାଏ l ପାଟି ସୁଖୀ ଅଠା ଅଠା l ପଦିଏ କଥା ବାହାରୁନି l ତାଳିମାରି ଇସାରାରେ ପାଣି ମୁନ୍ଦିଏ ପିଇବା ପାଇଁ ମାଗିଲା l ରାଜା ଆନନ୍ଦ ମନରେ ପାଣି ଗ୍ଳାସ୍ ଟି ତା’ ହାତକୁ ବଢେଇ ଦେଲେ l ପାଣି ପିଇ ଲୋକଟି ଚାଲିଗଲା l

ରାଜା ନିଜର ସବୁତକ ଖାଦ୍ୟ ଓ ଜଳ ଆଗନ୍ତୁକମାନଙ୍କୁ ପରମ ଆନନ୍ଦରେ ଦେଇଦେଲେ l ରାଜ ନବରରେ ଖାଦ୍ୟ ପାନୀୟର ସିନା ଅଭାବ ନାହିଁ , ହେଲେ ଭୋଗ ଆସିବ କେଉଁଠୁ ? ଶେଷରେ ରାଜା କିଛି ନଖାଇ ନପିଇ ନିର୍ଜଳ ଉପବାସରେ ସେଦିନ ରହିଲେ l

କ୍ରମେ ଦିନ ଯାଇ ରାତି ହେଲା l ଯଥାକାଳରେ ରାଜା ନିଦ୍ରା ଗଲେ l ନିଶାର୍ଦ୍ଧରେ ରାଜା ସ୍ଵପ୍ନଟିଏ ଦେଖିଲେ l କେହିଜଣେ ଦେବତା ରାଜଙ୍କର ଅତିଥି ସତ୍କାରରେ ଅତ୍ୟନ୍ତ ଆନନ୍ଦ ପାଇବା କଥା ଶୁଣାଇବା ସହିତ ରାଜା ଏବଂ ରାଜ୍ୟବାସୀଙ୍କର କୁଶଳ କାମନା କଲେ l ରାଜାଙ୍କ ନିଦ ଭାଙ୍ଗିଗଲା l ସେ ଉଠି ତାଙ୍କ ଶୟନ କକ୍ଷର ଚାରି ଆଡ଼କୁ ଆଖି ବୁଲେଇ ଆଣିଲେ l କଉଠି କେହି ନାହାନ୍ତି l ମାତ୍ର କକ୍ଷଟି ଦେବୋପମ ସୁଗନ୍ଧରେ ଭାସି ଉଠୁଥାଏ l ରାଜା ଭଗବାନଙ୍କ ଉଦ୍ଦେଶ୍ୟରେ ହାତଯୋଡି ପୁଣି ନିଦ୍ରା ଗଲେ l


Rate this content
Log in

Similar oriya story from Children