Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nityananda Sahu

Romance Crime Thriller

3  

Nityananda Sahu

Romance Crime Thriller

ବଦନାମ ସୌଦାଗର

ବଦନାମ ସୌଦାଗର

14 mins
186


ହୃଦୟରେ କ୍ଷତାକ୍ତ କଳଙ୍କର ଦାଗ ଧରି ଆଜି ଚାହିଁ ଲେ ବି ସେ ହସି ପାରୁ ନାହିଁ କି ଆଖିରେ ଅସୁମାରି ସପ୍ନକୁ ଲୁହଧାର ମଧ୍ୟରେ ଭାସିଯିବାରରୋକି ପାରୁ ନାହିଁ । ଯେଉଁ ହୃଦୟରେ ପ୍ରେମ ଭରି ନିପଟ ମଫସଲରୁ ସହରରେ ସପ୍ନରରାଜ ନଅରଟେ ଗଢିବାକୁ ଆସିଥିଲା ,କାହାରି ହୃଦୟ ମଧ୍ୟରେ ଜାଗା ଟିକେ ପାଇଲା ପରେ,କିନ୍ତୁ କ'ଣ ହେଲା ସବୁ କିଛି ଆଜି ଆଖି ସମ୍ନାରେ ଧୂଳି ପରି ଉଭେଇ ଯିବାର ଦେଖୁଛି । ଏଠି କାହାକୁ ଭରସା କରିବ ? କିଏ ବା ତା ମନ ତଳର କଥାକୁ ବୁଝିବ ! ସେମିତି ଜଣେ କେହି ବି ନିଜରରେ ଆସୁ ନାହାନ୍ତି ।

ସମସ୍ତଙ୍କ ଘୃଣା ଆଉ ଅପନିନ୍ଦାର ପାତ୍ର ହୋଇସାରିଛି । କେହି ବି ଟିକେ ସାହାଯ୍ୟର ହାତ ବଢେଇ ବାକୁ ଆଗେଇ ଆସୁ ନାହାନ୍ତି। ଖାଲି ଶୁଣିବାକୁ ମିଳୁଛି, ଏ ଚରିତ୍ର ସମାଜ ପାଇଁ ଗୋଟେ ବଡ କଳଙ୍କ । ଆଜି ତାକୁ ଉଚିତ୍ ଶାସ୍ତି ଦିଆଗଲେ ଆଉ କେହି ବି ସମାଜରେ ଏଭଳି କୃରୁ ଲଜ୍ଜିତ କାମନାର ବାସ୍ନାରେ ସରଳ ଚେହେରା ତଳେ ଲୁଚି ଥିବା ଦୁଶାସନର ଆଉ ଜନ୍ମ ହେବେ ନାହିଁ କି ଖରାପ ଦୃଷ୍ଟିରେ କୌଣସି ଅବଳା ଦୁର୍ବଳାକୁ ଅତ୍ୟନ୍ତ ଅସହାୟ ବୋଧ ହେବାକୁ ପଡିବନି ।

ସବୁ ଆଡେ ସେହି ଗୋଟେ ସ୍ୱର । ଏ ଭଳି ବିକୃତ ମାନସିକ ଯୁବକକୁ ମାନ୍ୟବର ନ୍ୟାୟ ପାଳିକା ଉଚିତ ଦଣ୍ଡ ଦିଅନ୍ତୁ ।ଯେମିତି ଏହା ସମାଜ ପାଇଁ ଏକ ଦୃଷ୍ଟାନ୍ତ ମୂଳକ ଉଦାହରଣ ହୋଇରହିବ ।

ଆଜି ସମସ୍ତ କଳ୍ପନାର ଅନ୍ତ ହେବାକୁ ଯାଉଛି ।ଦୀର୍ଘ ଦୁଇ ଦିନର କସରତ ଆଉ ଯେରା ପରେ ଆଜି କୋର୍ଟରେ ହାଜର ହେବ ସେହି କାମନାର ବାସ୍ନାର ଅନ୍ଧରାକ୍ଷାସ । ଯାହାକୁ କେଉଁ ଦଣ୍ଡ ଦିଆଯିବ ,ତାହା ମାନ୍ୟବର ଅଦାଲତ ନିର୍ଧାରଣ କରିବା ଆଗରୁ ,ସୋସିଆଲ ମିଡିଆ ,ଗଣମାଧ୍ୟମ ଆଉ ପବ୍ଲିକ ଓପିନିୟନ କହି ସାରିଛନ୍ତି ,ଫାଶୀ ଦଣ୍ଡାଦେଶ ଦିଆଯିବା ପାଇଁ ।

କୋର୍ଟ ସାମନାରେ ଆଜି ଅନେକ ଭିଡ। ମିଡିଆ ଠାରୁ ଆରମ୍ଭ କରି ଜନସାଧାରଣଙ୍କ ଯାଏଁ ସମସ୍ତଙ୍କ ଆଖି ଆଜି ଏହି କେସ୍ ଉପରେ ।

ସାଇରନ୍ ଶବ୍ଦରେ ଶାନ୍ତ ଥିବା ଜନ ସମୁଦ୍ର ଆଜି ପ୍ରଳୟ ପରି ଉଚ୍ଚ ଅବାଜରେ କହିବାକୁ ଲାଗିଲେଣି ।

ଆମର ଦାବି :-

ପିଡିତାକୁ ନ୍ୟାୟ ମିଳୁ, ଦୋଷୀକୁ ଫାଶି !!!

ସମସ୍ତେ କୃରୁ ନଜର ଦେଖିଲେ ଲାଗୁଥିଲା ଯେମିତି ସମୀତ୍ କୁ ମାଂସ ପିତୁଳାଏ ଟିଏ ଭାବି ଶାଗୁଣା ହୋଇ ଝାମପି ନେବାକୁ ଚେଷ୍ଟା କରୁଛନ୍ତି। ଯାହା ହାତରେ ଥିଲା ପଥର, ବୋତଲ, ଚପଲ ସବୁ ବର୍ଷା ପରି ସମୀତ ଉପରେ ବରଷି ଚାଲିଛି ।

କଳା ମୁଖା ସହ ହାତରେ ହାତ କଡି ପିନ୍ଧି ପୋଲିସ ଜିପରୁ ଓହ୍ଲାଇବା ପରେ ,ସେ ଜାଣିସାରିଥିଲା ତାର ଜୀବନରେ ବଞ୍ଚିବାର ଆଉ କୌଣସି ଅଧିକାର ନାହିଁ ।

କୋର୍ଟରୁମ ଭିତରେ ଜନ ସମୁଦ୍ର । ସମସ୍ତଙ୍କ ନଜର ବିଚାରପତିଙ୍କ ଅପେକ୍ଷାକୁ। ଯିଏ ଯେମିତି ଟୁପୁରୁ ଟାପୁର ହୋଉଥାନ୍ତି ।

ସମସ୍ତଙ୍କ ନିରବତା ଭାଙ୍ଗି ଗଲା ବିଚାରପତି ଉପସ୍ଥିତି ହେଲା ପରେ ।

ମାନ୍ୟବର ବିଚାରପତିଙ୍କ ନିର୍ଦ୍ଦେଶ ଅନୁସାରେ ସମୀତ୍ ମୁହଁରୁ କଳା କପଡା କଢା ଯିବା ପରେ । ସେ ନିଜକୁ ଘୃଣା କରିବାକୁ ଲାଗିଲା । ଯେମିତି ସେ ଅନୁଭବ କରୁଥିଲା ଆଉ କିଛି ସମୟ ପରେ ସେ ଶିକାର ହେବାକୁ ଯାଉଛି । ବିଚାରପତିଙ୍କ ନିର୍ଦ୍ଦେଶ ଅନୁସାରେ କୋର୍ଟ ମଧ୍ୟରେ ସରକାରୀ ଓକିଲ କେସ୍ ର ଖୁଲାସା କରିବାକୁ ଲାଗିଲେ ।

ସମୀତ୍ ତରଫରୁ କେହି ବି ପ୍ରତିପକ୍ଷ ଓକିଲ ଏ ଭଳି କେସ୍କୁ ଲଢ଼ିବାକୁରାଜି ହୋଇ ନ ଥିଲେ। ତେଣୁ କେସ ଏକ ତରଫା ହେବା ସହ ଦୋଷୀ ଦଣ୍ଡ ପାଇବାର ସମ୍ଭାବନା ଅଧିକ ଥିଲା ।

ସରକାରୀ ଓକିଲ ମହାଶୟଙ୍କର ସମସ୍ତ ବିବରଣୀ ଶୁଣିବା ପରେ , ମାନ୍ୟବର ବିଚାରପତି ଶେଷରେ ସମୀତ୍ କୁ ନିଜର ପକ୍ଷରଖିବାକୁ କହିଥିଲେ ।

ସମୀତ୍ ଥିଲା ନିରୁପାୟ, କିଛି ସମୟ ପରେ କହିବାକୁ ଚେଷ୍ଟା କଲା :-

ମୁଁ ନିର୍ଦ୍ଦୋଷ ସାର୍ ।

ଏତକ କହିବା ମାତ୍ର ସ୍ଥିର ଥିବା ଲୋକ ମାନେଙ୍କର ଶବ୍ଦ ଗୁଜରଣ କୋର୍ଟରୁମ ଭିତରେ ବଢି ବାକୁ ଲାଗିଲା ।

ଅଡର୍.......... ଅଡର୍............

ତୁମେ କଣ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରି ପାରିବ? ତମ ପାଖରେ କଣ ପ୍ରମାଣ ଅଛି !!

କୋର୍ଟରେ ନିର୍ଭୟର ସହ ସମସ୍ତ ଘଟଣା ନିଃସଙ୍କୋଚରେ କହି ପାର କିନ୍ତୁ ସଠିକ୍ ପ୍ରମାଣ ତୁମକୁ ଦେବାକୁ ହେବ । ତାହା ପରେ କୋର୍ଟ ଯାହା ନିଷ୍ପତ୍ତି ନେବ ।

ମାନ୍ୟବର ବିଚାରପତିଙ୍କ ନିର୍ଦ୍ଦେଶ ଅନୁସାରେ ସମୀତ୍ କିଛି ସମୟ ନିରବରହି କହିଲା ।

ମୁଁ ଜାଣିଛି ମୋ ପାଖରେ କୌଣସି ପ୍ରମାଣ ନାହିଁ । ହେଲେ ଏତିକି କହି ପାରିବି ମୁଁ କୌଣସି ଭୂଲ କରି ନାହିଁ ।

କୋର୍ଟରେ ପ୍ରମାଣ ଦରକାର ହୋଇଥାଏ । ସରକାରୀ ଓକିଲ ମହାଶୟ ଯୁକ୍ତି ଉପସ୍ଥାପନ କଲେ ।

ଶେଷରେ ବିନା କୌଣସି ପ୍ରଶ୍ନରେ ବିଚାରପତି ସମୀତ୍ କୁ ଦୋଷୀ ଘୋଷଣା କରିବା ସହ , ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ।

ଉପସ୍ଥିତ ଜନତା ଆଜୀବନ କାରାଦଣ୍ଡକୁ ଗ୍ରହଣ କରି ପାରୁ ନ ଥିଲେ । ଫାଶୀ ଦିଆଯାଉ ଏକା ସାଙ୍ଗରେ କହୁଥିଲେ ।କିନ୍ତୁ ଅଦାଲତର ନିଷ୍ପତ୍ତି ଅନୁସାରେ ଆଜୀବନ କାରାଦଣ୍ଡକୁ ଶେଷରେ ଜନ ସାଧାରଣ ଗ୍ରହଣ କରିବାକୁ ବାଧ୍ୟ ହେଲେ ।

ସମୀତ୍ କୁ ଚୌଦ୍ଵାର ଜେଲକୁ ପଠେଇ ଦିଆଗଲା । ମିଡିଆ ଠାରୁ ଆରମ୍ଭ କରି ଦୈନିକ ସମ୍ବାଦପତ୍ରରେ ଖବର ପ୍ରସାରଣ ହେଲା ପରେ ସମସ୍ତେ ଧିରେ ଧିରେ ନିରବି ଗଲେ ।

ଏହା ଭିତରେ ତିନି ବର୍ଷ ବିତି ସାରିଥାଏ । ଜନମାନସ ମଧ୍ୟରେ ସେହି କଳଙ୍କ ଚେହେରାକୁ ଲୋକେ ଭୂଲି ବାକୁ ଲାଗିଲେଣି ।

ଏହା ଭିତରେ ସମୀତ୍ ଜେଲର ଜୀବନକୁ କେମିତି ଆଉ କୌଣସି ପରିସ୍ଥିତି ସାମନା କରିଛି କାହାରି ପାଖରେ କୌଣସି ଖବର ନାହିଁ ।

ଚୌଦ୍ୱାର ଜେଲ ଭିତରେ କିନ୍ତୁ ସମୀତ୍ ଭାରି ପରିଚିତ ହୋଇ ସାରିଥିଲା । ସମସ୍ତ କଏଦୀ ମାନଙ୍କ ସହ ସଂପର୍କ ଥିଲା ସମୀତ୍ ର ବହୁତ ଭଲ ।

କିନ୍ତୁ ସବୁ ପରେ ବି ତାର ନିଃସଙ୍ଗତା ଥିଲା ସେହି ପୁରୁଣା ଦିନ ଆଘାତର ଚିହ୍ନ । ଯାହାକୁ ସେ ଭୂଲି ପାରୁ ନ ଥିଲା ।

ଯୌବନର ଆରମ୍ଭରେ ସେ ଯେଉଁ ସଫଳତାର ସପ୍ନ ଦେଖି ଚାଲୁଥିଲା । ତାହା ଆଜି ଅପୂରଣ ରହିଗଲା । ଜେଲ ଭିତରେ କଏଦୀ ମାନଙ୍କୁ ଶିକ୍ଷା ଦାନ କରାଏ । ବଗିଚାର ବିଭିନ୍ନ କାମ କରିବା ସହ ସମସ୍ତଙ୍କୁ ଅପରାଧୀ ମୂଳକ କର୍ମରୁ ନିବୃତ୍ତ ରହିବାକୁ ବହୁତ ବୁଝାଏ । ତାଙ୍କର ଟିକେ ଭୂଲ ପାଇଁ ପରିବାରର ବୋଝ କେମିତି ଅନ୍ୟ ମାନଙ୍କୁ କଷ୍ଟ ଦିଏ , ସେଥିପାଇଁ କଏଦୀ ମାନଙ୍କୁ ସକାରାତ୍ମକ ଚିନ୍ତା କରିବା ସହ ସମାଜରେ ଭଲରେ ରହିବାକୁ ଅନେକ ପ୍ରକାର ବୃଦ୍ଧି ଦେଇଥାଏ ।

କେହି କେହି କଏଦୀ ସମୀତ୍ କୁ ପୁଅ ମଧ୍ୟ କରି ସାରିଥାନ୍ତି ।

ଶିକ୍ଷିତ ଆଉ ସଂସ୍କାରି ପିଲା କୌଣସି ଝିଅରରେପ୍ କରିଥିବ ? କେହି ବି ସମୀତ୍ କୁ ଦେଖିଲେ କିମ୍ବା ତା ସହ ମିଶିଲେ ବିଶ୍ୱାସ କରି ପାରୁ ନ ଥିଲେ । ସମୀତ୍ର ବ୍ୟବହାର ବହୁତ ଭଲ ଥିଲା । କେହି କେହି କଣ ହୋଇଥିଲା ସେ ଦିନରରାତି ଘଟଣାକୁ ପଚାରିଲେ , ସମୀତ୍ କିଛି ନ କହି ଚୁପରୁହେ ।

ବାଧ୍ୟ କଲେକୁହେ , ମୋ ଦୋଷ କୋର୍ଟରେ ପ୍ରମାଣ ହୋଇସାରିଛି । ସେଥିପାଇଁ ତ ମୁଁ ଦୋଷୀ ।

ଏମିତି କିଛି ଦିନ ବିତିଗଲା ପରେ । ଚୌଦ୍ୱାର ଜେଲରେ ନୂଆ ଜେଲର ମିସ୍ ରେଣୁବାଳା ପଟ୍ଟନାୟକ ଦାୟିତ୍ୱରେ ଯୋଗ ଦିଅନ୍ତି ।

ତାଙ୍କର ସ୍ୱଳ୍ପ ବୟସ ମଧ୍ୟରେ, ସେ ପ୍ରଶାସନିକ ଅଧିକାରୀ ଭାବେ ବହୁତ ବଡ ବଡ ଘଟଣାକୁ ସହଜରେ ସମାଧାନ କରିଥିବାରୁ, ତାଙ୍କୁ ପ୍ରମୋସନ୍ ମିଳି ସାରିଥିଲା ।

ଯେଉଁ ମାନେ ଝିଅ ଆଉ ନାରୀ ସମାଜକୁ କଳୁଷିତ କରିବାକୁ ଚେଷ୍ଟା କରିଥାନ୍ତି । ସେ ସେମାନଙ୍କ ପାଇଁ ବହୁତ କଠୋର ପଦକ୍ଷେପ ଗ୍ରହଣ କରିବାକୁ କେବେ ପଛକୁ ଫେରନ୍ତି ନାହିଁ।

ଦାୟିତ୍ୱ ନେବାର ପ୍ରଥମ ଦିନରେ , ସମସ୍ତରେପ୍ ଆଉ ବଧୂ ହତ୍ୟା, ନାରୀ ନିରଯାତନା କେସ୍ ରେ ଜେଲରେ ଥିବା କଏଦୀ ମାନଙ୍କର ଏକ ଲିସ୍ଟ ପ୍ରସ୍ତୁତ କରି ଦେବା ପାଇଁ ନିମ୍ନସ୍ଥ କର୍ମଚାରୀଙ୍କୁ ନିର୍ଦେଶ ଦେଇ ଥିବାରୁ , ଜେଲ ମଧ୍ୟରେ ସମସ୍ତେ ଟୁପୁରୁ ଟାପୁର ହୋଉଥାନ୍ତି ।

ସେ ଲିସ୍ଟର ପ୍ରଥମ ନାଁ ଥିଲା ସମୀତ୍ ର କାରଣ ସେରେପ୍ କେସ୍ ରେ ଆଜୀବନ ଜେଲ ଦଣ୍ଡ ଭୋଗୁଥିଲା ।

ସେଥିପାଇଁ ତା ପ୍ରତି କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କେହି ବି କିଛି କହି ପାରୁ ନ ଥିଲେ । ସବୁ ପରେ ବି ସମୀତ୍ ଥିଲା ନିରବ , ନିର୍ଭୟ । ସେ ତାର ଦୈନିକ କର୍ମ କରି ଚାଲିଥାଏ ।

ବଢୁଥିବା ଅପରାଧ ଆଉ ଅପରାଧୀ ମାନଙ୍କର ସଂଖ୍ୟା ପାଇଁ ସରକାର ଚିନ୍ତିତ ଥିଲେ । ସେଥିପାଇଁ ସଚେତନତା କାର୍ଯ୍ୟକ୍ରମ ମାଧ୍ୟରେ ଜେଲରେ ଥିବା କଏଦୀ ମାନଙ୍କୁ ଶିକ୍ଷା ଦାନ କରିବାର ସମସ୍ତ ପ୍ରକାର ସରକାରୀ କାର୍ଯ୍ୟକ୍ରମର ଆୟୋଜନ କରୁଥାନ୍ତି ।

ସେ ସବୁ କାର୍ଯ୍ୟକ୍ରମ ଭିତରେ ମନ୍ କି ବାତ୍ କାର୍ଯ୍ୟକ୍ରମ ଥିଲା ଅନ୍ୟତମ ।

ପ୍ରଥମ କରି ଚୌଦ୍ୱାର ଜେଲରେ ଆୟୋଜନ ହୋଉ ଥାଏ ମନ୍ କି ବାତ୍ କାର୍ଯ୍ୟକ୍ରମର ।ରେଣୁ ମାଡମ୍ ଙ୍କ ନିର୍ଦ୍ଦେଶ ଅନୁସାରେ ସମୀତ୍ ଥିଲା ସେ ଉଦଘାଟନୀ ଉତ୍ସବର ପ୍ରଥମ କଏଦୀ । ଯିଏ ଆଜି ତା ଜୀବନର ସମସ୍ତ ଘଟଣାକୁ ଜୀବନ୍ତ କରି ବର୍ଣ୍ଣନା କରିବ ଜେଲରେ ଥିବା କଏଦୀ ମାନଙ୍କ ସାମ୍ମାନରେ।

ବିତି ଯାଉଥିବା ସମୟ ସହ , ଏକ ବନ୍ଦ ଥିବା କଠୋରୀ ମଧ୍ୟରେ ବନ୍ଦୀ ଏକ ସୌଦାଗର କାହାଣୀ ଆରମ୍ଭ କରିବାକୁ ଲାଗିଲା ସମୀତ୍ ।

ସମସ୍ତେ ଥିଲେ ଉତ୍କଣ୍ଠାର ସହ , ଶୁଣିବାକୁ ସମୀତ୍ ର ଜୀବନର ଘଟଣା ବହୁଳ କାହାଣୀ ।

ସମୀତ୍ କାହାଣୀ କହିବାକୁ ଆରମ୍ଭ କରେ :-

ଜୀବନର ମୂଲ୍ୟ କଣ ବୁଝିବା ଆଗରୁ , ଏ ଦୁନିଆଁ ମୋ ଠାରୁ ଛଡେଇ ନେଇ ଥିଲା ମତେ ଜନ୍ମ ଦେଇଥିବା ସେହି ମହିୟସୀ ମାକୁ । ଜାଣେନା କି ଅପରାଧ ମୁଁ କରିଥିଲି । ପିତୃ ମାତୃ ହୀନ ହୋଇ ବଂଚିବାକୁ ଆରମ୍ଭ କଲି ଏକ ଅନାଥ ଆଶ୍ରମରେ ।

ସମୟ ସହ ବଡ ହେବାକୁ ଲାଗିଲି। ଜୀବନ ସହ ସଂଗ୍ରାମ କରିବାକୁ ନିଜକୁ ପ୍ରସ୍ତୁତ କଲି । ହେଲେ ଥରେ ଜାଣିବାକୁ ଚେଷ୍ଟା କରୁଥିଲି ଯେତେବେଳେ ମୋ ମା କିଏ ?

ମୋ ପାଇଁ ହେତୁ ପାଇବା ପରେ ତା ଥିଲା ସପ୍ରାଇଜ । ଯୌବନର ଉଷ୍ମତାକୁ ସେ ଦିନ ମୋ ମା କେହି ଜଣେ ଘୃତରାକ୍ଷାସକୁ ଭେଟି ଦେଇ ଦେଇଥିଲା ତାର ଭଲପାଇବାର ମୂଲ୍ୟ ବଦଳରେ । ରାତିର ଅନ୍ଧାର ଆଉ ଦିନର ଆଲୁଅ ଆସିବା ପରେ ସେହି ଭଲ ପାଇବାର ବିଶ୍ୱାସ ବି ଭାଙ୍ଗି ସାରିଥିଲା , ମିଛି ମିଛିକା ଭଲପାଇବାର ପାପର ଖେଳରେ ।

ଆଉ ମୁଁ ସେହି ପାପରୁ ଜନ୍ମିତ ଆଉ ଏକରାବଣ ଏ ସମାଜ ପାଇଁ ପାଲଟି ଗଲି ।

ଭୂଲ କଣ କରିଥିଲି , ଆଜି ବି ବୁଝିବାକୁ ଚେଷ୍ଟାକରୁଛି । ଭଲ ପାଇବା କଣ ପାପ । ତେବେ ଯେଉଁ ଠି ମୋ ଜନ୍ମର ଘଟଣା ଆରମ୍ଭ ହୋଇଥିଲା । ସେଇଠୁ କଣ ମୋ ଆଶାର ସପ୍ନକୁ ଭାଙ୍ଗି ମୁଁ କଣ ନିଜର ପୁରୁଷତ୍ବକୁ ନିଲାମ କରି ପାରି ଥାନ୍ତି ।

ସେମିତି ମଣିଷ ମୁଁ ନୁହେଁ । ହୁଏତ ମୁଁ ଭୂଲ ଥିଲି । ଭଲପାଇବାକୁ ଚିହ୍ନିବାରେ । ସେଥିପାଇଁର ଧୋକା ଖାଇଗଲି ।

ଆଉ ବାକି ଜୀବନ ଅନ୍ଧକାର କଠୋରୀ ମଧ୍ୟରେ କାଟି ବାକୁ ବାଧ୍ୟ ହେଲି ।

ଜୀବନର ପ୍ରଥମ ଯୌବନ ପାହାଚର ପାଦ ଦେଲା ପରେ । ହାଇସ୍କୁଲ ଜୀବନର ସଫଳତା ପାହାଚ ଚଢି ନିଜ ଗୋଡରେ ଆଜି ମୁଁ ଉତ୍କଳ ବିଶ୍ୱବିଦ୍ୟାଳୟରେ 2 ବିଜ୍ଞାନରେ ଆଡମିସନ କରିଥାଏ । ଆଖିରେ ଆଖିଏ ସପ୍ନ ଧରି ସହର ଆସିଥିଲି । ଜୀବନର ସଉଦା କରିବା ପାଇଁ । କିଛି ଭଲ ଶିକ୍ଷି ଆଗକୁ ବଢିବା ପାଇଁ । କିନ୍ତୁ ମୋ ଜୀବନର ସେ ଦିନର ଘଟଣା ଥିଲା ଆକର୍ଷଣ କି ପ୍ରେମ ତାହା ହୁଏତ ପାୟଲ କହି ପାରିବେ ।


କଲେଜ ସମୟରେ ପାୟଲ ମାନସିଂ ଥିଲେ ଜଣେ ଧନୀ ଘର ଝିଅ । ବାପା ମାଙ୍କର ଅତି ଅଲିଅଳି । ବାପା ରାଜଧାନୀର ମେୟର ଥିଲେ । ସେଥିପାଇଁ ପାୟଲ ଥିଲେ ବିନଦାସ୍ ମିଜାଜ୍‌ର । ଦେଖିବାକୁ ବହୁତ ସୁନ୍ଦର ଆଉ ଆକର୍ଷଣୀୟ । ଯେ କେହି ବି ତାଙ୍କ ପ୍ରେମରେ ପଡିଯାଇ ପାରେ । ମୋ ଭବିଷ୍ୟତ ପାଇଁ ମୁଁ ଭଲପାଇବା ଠାରୁ ଟିକେ ଦୂରରେ ରହୁଥିଲି। ତା ମାନେ ନୁହେଁ ମତେ ଭଲପାଇବା ଦରକାର ନାହିଁ ।

ଦରକାର କିନ୍ତୁ ଲାଇଫ୍ ସେଟଲ୍ ହେଲା ପରେ । କଲେଜ ସମୟରେ ଏକ ପୋଗ୍ରାମରେ ଆମ ଦୁହିଁଙ୍କର ଦେଖା ହୁଏ । ସେହିଠାରୁ ପରସ୍ପର ସହ ମିଳାମିଶା ବଢି ବାକୁ ଲାଗେ । ଧିରେ ଧିରେ ତାହା ବନ୍ଧୁ ତାରୁ ଭଲପାଇବାକୁ ଆକର୍ଷିତ କରେ । ପାୟଲଙ୍କ ଭଲପାଇବା ଆଉ ଯତ୍ନ ନେବା ମୋ ପ୍ରତି ଦେଖି ମତେ ଭାରି ଆକୃଷ୍ଟ କରୁଥାଏ ତାଙ୍କ ପ୍ରତି । ବେଳେ ବେଳେ ଫାଇନାନ୍ସ ସାହାଯ୍ୟ ବି କରୁଥାନ୍ତି ।

ପ୍ରଥମ ପ୍ରେମକୁ ଜୀବନରେ ପାଇ ଭଲ ଲାଗୁଥାଏ । ଏହା ଭିତରେ ଗୋଟେ ବର୍ଷ ବିତି ସାରିଥାଏ । ଦୁହେଁ ସେଲିବ୍ରେସନ କରିବା ପାଇଁ ସ୍ଥିର କଲୁ । ଭାଗ୍ୟକୁ ସେଦିନ ପାୟଲର ମମି ଡାଡି ଦିଲ୍ଲୀ ଯାଇଥିଲେ କିଛି କାର୍ଯ୍ୟ ପାଇଁ ଗୋଟେ ଦିନ । ପାୟଲଙ୍କ ନିମନ୍ତ୍ରଣ ପାଇବା ପରେ ମୁଁ ତାଙ୍କ ଘରେ ପହଞ୍ଚିଲି । ପରସ୍ପରକୁ ଚିହ୍ନିବା ପାଇଁ ଏକ ଉତ୍ତମ ସମୟ ଥିଲା ।

ସେ ଦିନରରାତି , ମୋ ଜୀବନରେ ଆଜି ବି ଏକ ପ୍ରଶ୍ନ ବାଚୀ । କାହିଁକି ମୁଁ ତାଙ୍କର ଅନୁରୋଧ ରକ୍ଷା କରି , ଦେଖା କରିବାକୁ ଆସିଲି । ସମାଜରେ ନିଜର ଚରିତ୍ର ସଂହାର ହୁଏତ ଆଜି ହୋଇ ନ ଥାନ୍ତା । ଯଦି ମୁଁ ପାୟଲଙ୍କ ଘରକୁ ସେ ଦିନ ଯାଇ ନ ଥାନ୍ତି !

ରାତ୍ରି ଭୋଜନ ସରିଲା ପରେ, ମୁଁ ଯେତେବେଳେ ବିଦାୟ ନେବାକୁ ଇଛା ପ୍ରକାଶ କଲି । ପାୟଲ କହିଲେ ଘରେ କେହି ନାହାନ୍ତି । ଡର ଲାଗୁଛି। ଦୟାକରି ଆଜିରହି ଯାଅରାତିଟା କାଲି ସକାଳୁ ଚାଲିଯିବ। ପ୍ଲିଜ ମୋରାଣ ।

ଏତେ ପାଖରେ ମନର ମାନସୀକୁ ପାଇ , ତାର ଇଛାକୁ ସହମତି ଦେବାକୁ ଉଚିତ ମନେ କଲି । ହୁଏତ ସେତେବେଳେ ମୋ ଭିତରେ ଯୌବନର ଅଗ୍ନି ଲାଗି ସାରିଥିଲା । ସେଥିପାଇଁ ମୋ ଚେତନା ଉପରେ ନିୟନ୍ତ୍ରଣ ନ ଥିଲା ।

କିଛି ସମୟ ପରେ ପାୟଲ ମୋ ପାଖକୁ ଏ ହଟ ନାଇଟ୍ ଡ୍ରେସ ପିନ୍ଧି ପହଞ୍ଚିଲେ, ହାତରେ ଦୁଇ ଗ୍ଲାସ ୱାଇନ୍ ଧରି । ହଷ୍ଟେଲରେ ଥିବା ସମୟରେ କେବେ କେବେ ପିଇ ଥିଲି ।ଭାବିଲି ପ୍ରେମିକା ହାତର ହୁଏତ ଟେଷ୍ଟ ଟିକେ ଭଲ ଥିବ । ପିଇ ସାରିବା ପରେ ଏତେ ନିଶା ହୋଇଥିଲା ଯେ ନିଜ ଉପରେ କଣ୍ଟ୍ରୋଲ ନ ଥିଲା । ନିଶାଶକ୍ତ ସମୟରେ ଦୁହେଁ ନିଜର ଯୌବନକୁ ଉପଭୋଗ କରିବା ଭିତରେ , ଧୀରେ ଧୀରେ ତାହା ତରୁଣ ବୟସର ସୀମା ଡେଇଁ କାମନାର ଅଗ୍ନିରେ ଦେହର ଭରା ଉଷ୍ମତାକୁ ପ୍ରଶମିତ ପାଇଁ ଯୌନ କ୍ରିୟାକୁ କରିବାକୁ ଇଛା ପ୍ରକାଶ କରିବାରୁ ପାୟଲ ,ମୁଁ ପ୍ରତିରୋଧ କଲି । ସେ ସମୟର ପ୍ରତିରୋଧ ଥିଲା , ଆଜି ମୋର ପ୍ରେମିକ ହେବାର ଶାସ୍ତି ।

ନିଜକୁ ରୋକି ଦେଇଥିଲି। ବୁଝାଇବାକୁ ପୟଲକୁ ବହୁତ ଚେଷ୍ଟା କଲି । କିନ୍ତୁ ପୁରୁଷ ଆଉ ନାରୀ ମଧ୍ୟରେ କାମନାର ନିଶା ନାରୀ ଠାରେ ଅଧିକ ଥାଏ । ସେଥିପାଇଁ ସେ ଉପଭୋଗକୁ ରୋକି ବାକୁରାଜି ନ ଥିଲେ ।

ବହୁତ ଚେଷ୍ଟା ପରେ ବି ଯେତେବେଳେ ମୋ ଆୟତର ସୀମା ଡେଇଁ ଗଲା । ପାୟଲଙ୍କୁ ଏକ ଶକ୍ତ ଥାଫଡ୍ ମାରି ଥିଲି । ପୁଅ ଟିଏ ହୋଇ ଯଦି ମୁଁ ଆଗ୍ରହ କରୁ ନାହିଁ । ତା ହେଲେ ତୁମେ କାହିଁକି ଯିଦି କରୁଛ । ଭଲ ପାଇବାର ସାର୍ଥକତା ଯୌବନର ଉପଭୋଗ ନୁହେଁ । ସେଥିପାଇଁ ବିବାହ ଆଗରୁ ଏହା ମୋ ଦ୍ୱାରା କେବେ ହୋଇ ପାରିବନି ।

ନିଶା ଅବସ୍ଥାରେ ସେ ଦିନ ବି ମୁଁ କେମିତି, ସେ ପରିସ୍ଥିତିକୁ ସମ୍ଭାଳି ଥିଲି ତା ମୋ ଛଡା କେହି କହି ପାରିବେନି ।

ନିଶା ପାଇଁ କେତେବେଳେ ମୋର ନିଦ ହୋଇଯାଇଛି ଜଣା ନାହିଁ । ସକାଳର ରବି କିରଣରେ ଯେତେ ବେଳେ ମୋ ନିଦ ଭାଙ୍ଗିଲା, ମୁଁ ପୋଲିସ୍ ଜିପରେ ବସିଥିଲି ଆରେଷ୍ଟ ହୋଇ ।

ମୋ ନିଜର ଭୂଲ କଣ ବୁଝିବା ଆଗରୁ , ମୁଁ ଦୋଷୀ ହୋଇ ଗଲି । ତା ପରର ଘଟଣା ଜଣା ନାହିଁ । କି ପାୟଲ ସହ ମୋର ଦେଖା ହୋଇ ନାହିଁ ।

ଭଲପାଇବାର ମୂଲ୍ୟ ଗୋଟେ ରାତ୍ରିର ପ୍ରିତି ନା" ତାକୁ ପରିତ୍ୟାଗ କରିବାରୁ ଜେଲ ଦଣ୍ଡର ଶାସ୍ତି । ଏବେ ମୋ ଜୀବନ ପାଇଁ ଏହା ଏକ ଜଟିଳ ପ୍ରଶ୍ନ ?

ଏ ମଣିଷ ଯେଉଁଠି ବଂଚିବା ପାଇଁ ପେଟର ଭୋକ ସହ ସଂଘର୍ଷ କରୁଥିଲା । ସେ ଆଜି ଜୀବନର ମୁକ୍ତି ପାଇଁ ଦିନ ଗଣୁଛି । କେବଳ ଥରୁଟିଏ ପାଇଁ ଜୀବନର ଅପସ୍ୱସ୍ ରହିଗଲା । ଥରୁଟିଏ ପାୟଲ କହି ଦେଇ ଥାନ୍ତେ କି ମୁଁ ଅପରାଧ କଣ କରିଥିଲି ?

ହେଲେ ବୋଧ ହୁଏ ମୋ ପ୍ରେମର ପବିତ୍ରତା ପାୟଲଙ୍କ ମନକୁ ବୁଝି ନ ପାରିବା ଅପରାଧ ହୋଇରହିଗଲା ।

ବାସ୍ ଏବେ ତ କେବଳ ମୁକ୍ତି ଦରକାର ।

" ତୁମ ବିନା ଏ ଜୀବନ ଫିକା ଅଭିରରଙ୍ଗ ।

କାହିଁକି ଭୂଲିଗଲ ମୋ ଆଖିର ଭାଙ୍ଗିଦେଇ ନିଦ" ।।

କାର୍ଯ୍ୟକ୍ରମର ଶେଷ ହେଲା ପରେ , ସମସ୍ତେ ସମୀତ୍ ର ଭୂଲ କେଉଁଠି ଥିଲା ଖୋଜୁଥିଲେ ।

କାହାଣୀ ସାରି ସମୀତ୍ ନିଜର ଜେଲ କଠୋରୀକୁ ଫେରି ଯାଇଥିଲା ।

କିଛି ଦିନ ପରେ ରେଣୁ ମାଡମ୍ ଜେଲର ସମୀତ୍ କୁ ଘରକୁ ଫେରିବା ପାଇଁ ପ୍ରସ୍ତୁତ ହେବା ପାଇ ପାଇଁ କହିଗଲେ ଆସି ।

ସେ ଦିନର ତାରିଖ ଥିଲା ପନ୍ଦର ନଭେମ୍ବର । ପାୟଲ ଆଉ ମୋର ଆନିଭର୍ସରୀ ଦିନ । ହେଲେ କେମିତି ମୁଁ ଜେଲରୁ ମୁକୁଳିଲା ଆଉ କାହାର ନିର୍ଦ୍ଦେଶରେ , ମତେ କିଛି ବୁଝା ପଡୁ ନ ଥିଲା !!

ଜେଲର କଠୋରୀରୁ ବାହାରି ଆସିଲା ସମୟରେ ରେଣୁ ମାଡ଼ମଙ୍କୁ ଦେଖା କରିବାକୁ ଇଚ୍ଛା କଲି ।

ଜେଲରେ ଫେରୁ ଥିବା ସମୟରେ ରେଣୁ ମାଡମ୍ ଛୁଟିରେ ଥିବା ଜାଣିବାକୁ ପାଇଲା ସମୀତ୍ ।

ଯେତେବେଳେ ସମୀତ୍ ମୁଖ୍ୟ ଫାଟକ ଦେଇ ବାହାରକୁ ଆସିଲା । ତା ସାମ୍ନାରେ ରେଣୁ ମାଡମ୍ ଏକ ଫୁଲ ତୋଡା ନେଇ ଠିଆ ହୋଇଥିଲେ ।

ଅଭିନନ୍ଦନ ସମୀତ୍ ,

ସମୀତ୍ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ।

ଏବେ ଯିବା ସମୀତ୍ ।

ହେଲେ କୁଆଡେ ଯିବି ମାଡମ୍ ।

ମତେ ମାଡମ୍ କଣ ପାଇଁ ଡାକୁଛ ସମୀତ୍ ।

ମୁଁରେଣୁ , ତୁମେ ହୁଏତ ଜାଣି ପାରୁ ନ ଥିବ ।

ତୁମେ ଯେଉଁ ଆଶ୍ରମରେ ବଡ ହୋଇଛ , ମୁଁ ବି ତୁମ ସହ ବଡ ହୋଇ ସେଇ ଆଶ୍ରମରୁ ଆସିଛି । ପିଲାଟି ଦିନରୁ ତୁମକୁ ଦେଖିଛି ।

ଆଜି ତୁମକୁ ଜେଲରୁ ମୁକ୍ତ କରି , ମତେ ବହୁତ ଖୁସି ଲାଗୁଛି ସମୀତ୍ ।

ହେଲେ ଆପଣ କେମିତି ମତେ ମୁକ୍ତ କଲେ ।

ତୁମର ବ୍ୟବହାର ଆଉ ସତ୍ୟ ଅହିଂସା, ତଥା ପରିବର୍ତନକୁ ପ୍ରମାଣ କରିବା ସହରାଷ୍ଟ୍ରପତିଙ୍କୁ ତୁମର ଦୋଷ କୋହଳ କରିବା ପାଇଁ ନିବେଦନ କରାଯାଇଥିଲା ।

ଯାହାର ବୋଡ ଅଫ ଇନକୱାରୀ ହେଲା ପରେ ଅନୁମୋଦନ ମିଳିଲା ।

ଏବେ କୁହନ୍ତୁ ତୁମର କେହି ନ ହେଲେ ବି କଣ ମଣିଷ ପଣିଆର ବିବେକ ଅନୁଯାୟୀ ମୁଁ ମୋର ଦାୟିତ୍ୱ କରିପାରବି ନାହିଁ !

ଚାଲ୍ ଏବେ ଯିବା ।

ହେଲେ କୁଆଡେ ଯିବି ?

ମୋର ଏ ଦୁନିଆଁ ସହ ଆଉ ସଂପର୍କ ରଖିବାର ଇଛା ନାହିଁ ।

ଯେଉଁ ଠି ମୋ ଚରିତ୍ର ନିଲାମ ହୋଇ ସାରିଛି । ସେଠି କଣ ମୋ ବଂଚିବାର ସୀକୃତି ସମାଜ ଦେବ । ମୁଁ ଚାହେଁ ନା ଆଉ ଥରେ ଲୋକଙ୍କ ନଜରରେ ଘୃଣାର ପାତ୍ର ହେବାକୁ ।

ବରଂ ମୋ ଜୀବନ ଜେଲ କଠୋରୀ ମଧ୍ୟରେ ସୁରକ୍ଷିତ ଥିଲା।

ଆରେ କିଛି ଚିନ୍ତା କରନି ସମୀତ୍। ତୁମେ, ମୋ ପାଖରେରହିବ । ମୁଁ କଥା ଦେଉଛି, ତୁମ ସୁରକ୍ଷାର ଦାୟିତ୍ୱ କେବଳ ମୋର ।

ହେଲେ ଆପଣ କଣ ପାଇଁ ମୋର ଯତ୍ନ ନେବେ ।

ତା ପ୍ରତିବଦଳରେ କଣ ଚାହାନ୍ତି ।

ହସି କି ରେଣୁକୁହନ୍ତି ।

ବୋଧ ହୁଏ କେବଳ ତୁମକୁ ପ୍ରେମ ହୋଇଥିଲା ସମୀତ୍ ।

ଆଉ ମତେ ହୋଇ ପାରିବନି କି ?

ଆଉ ମୋ ପ୍ରେମ ତ ପିଲା ଦିନରୁ ,

କେବଳ ତୁମକୁ କହିବା ଟା ଡେରି ହୋଇ ଯାଇଥିଲା ।

କାହିଁକି ନା ତୁମକୁ ପସନ୍ଦ କରୁଥିଲି ଯେତେବେଳେ ତୁମ ବିଷୟରେ କିଛିଟା ଅନୁସନ୍ଧାନ କଲା ପରେ ଜାଣିଲି ତୁମେ କ୍ୟାରିୟର ପାଇଁ ଚିନ୍ତିତ ଥିଲ ମୋ ପରି । ସେଥିପାଇଁ କାଳେ ଭବିଷ୍ୟତରେ ଭଲପାଇବା ଆମ ସପ୍ନକୁ ଭାଙ୍ଗି ଦେବ ।ସେଥିପାଇଁ ମୁଁ ଚୁପ ଥିଲି ।

ତୁମର ଉପସ୍ଥିତି ମୋ ଜୀବନର ସବୁଠୁ ବଡ ଖୁସି ।

ଆସ ଏବେ ଯିବା , ତୁମର ନୂତନ ଜୀବନର ସପ୍ନକୁ ସାକାର କରିବାର ସମୟ ଆସି ଯାଇଛି ।

ଶବ୍ଦ ଶୂନ୍ୟ ହୋଇ ସମୀତ୍ କଣ କହିବ ଭାବିବା ଭିତରେ ରେଣୁ ଗାଡିରେ ବସେଇ ସମୀତ୍ କୁ ଘର ଅଭିମୁଖେ ଯାତ୍ରା ଆରମ୍ଭ କରି ଦେଇଥିଲେ ।

ଘରେ ପହଞ୍ଚିବା ପରେ ରେଣୁର ଘରେ କାମ କରୁଥିବା ମାଉସୀ ମତେ ଘରକୁ ସ୍ୱାଗତ କରି ପାଛୋଟି ନେଲେ ।

ମୋ ମନ ଭିତର ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ ମତେ ପ୍ରେସ ହୋଇ ଆସିବାକୁ କହିରେଣୁ ଖାଇବା ଟେବୁଲ ପାଖରେ ଅପେକ୍ଷା କରିଛି କହି ରୁମ ଦେଖେଇ ଦେଲେ ।

କିଛି ସମୟ ପରେ ସମୀତ୍ ନୂଆ ପୋଷାକ ପିନ୍ଧି ଆସିଲା ପରେ ଆଉ ଥରେ ନୂତନ ଉର୍ଜାର ଉପଲବ୍ଧି ଦେହରେ ଅନୁଭବ ହୁଏ । ହେଲେରେଣୁ ମାଡମ୍ ଙ୍କ ସହ କେମିତି କଳଙ୍କର ଟିକା ନେଇ ବଂଚିବି । ମତେ ତାଙ୍କୁ ଅନୁରୋଧ କରି ଅନ୍ୟତ୍ର କୁଆଡେ ଚାଲି ଯିବାଟା ଭଲ ହେବ ।

କାହିଁକି ଆଉ ଥରେ ଜାଣି ଜାଣି ମୁଁ ତାଙ୍କର ରେପୁଟେସନକୁ କିପରି ଖରାପ କରିବି ।

ଖାଇବା ଟେବଲରେ ବସି ଖାଇବା ସମୟରେ,

ତୁମର ମୁହଁରେ ଥିବା ପ୍ରଶ୍ନକୁ ବୁଝି ପାରୁଛି ସମୀତ୍ ।

ଯଦି ଭାବୁଛ ତୁମେ ନିର୍ଦୋଶ ହେଇ ନ । ତା ହେଲେ ଏହା ତୁମର ଭୂଲ ଧାରଣା ।

ଠିକ ଏହି ସମୟରେ ରେଣୁ ଟେଲିଭିଜନର ଅନ କରି ରିମୋଟରରେ ନିୟୁଜ ଚ୍ୟାନେଲ ଲଗାଇବା ପରେ ।

ସମୀତ୍ ଯାହା ଦେଖିଲେ ପୁରା ଆଶର୍ଯ୍ୟ ହୋଇ ଗଲା।

ବହୁ ଚର୍ଚ୍ଚିତ ପାୟଲ ରେପ୍ କେସ୍ ର ବଡ ଖୁଲାସା ହୋଇ ସାରିଛି । ଅଭିଯୁକ୍ତ ସମୀତ୍ ଯିଏ କି ବିନା ଦୋଷରେ ଦଣ୍ଡ ଭୋଗି ଥିଲେ , ସେ ନିର୍ଦୋଶରେ ଜେଲରୁ ଖଲାସ ହୋଇ ଫେରିଛନ୍ତି ।

ପାୟଲଙ୍କ ଭଲପାଇବା ଆଉ ମିଛ ପ୍ରତାରଣାର ଛବି ଆଜି ଜନ ସମାଜରେ ଘୃଣା ପାଲଟି ଯାଇଛି ।

ଜେଲର ରେଣୁବାଳା ପଟ୍ଟନାୟକ ମାଡମ୍ ଙ୍କର ଆଉ ଏକ ସଫଳତା । ଆଜୀବନ ଜେଲ ଦଣ୍ଡର ଶାସ୍ତି ପାଇଥିବା ସମୀତ୍ ଆଜି ଶେଷରେ ମୁକ୍ତ । ଠିକ୍ ଏହି ସମୟରେ ପାୟଲ ନିଜର ଭିଡିଓ ଟେପ୍ ମାଧ୍ୟମରେ ଦେଇ ଥିବା ବିବରଣୀ ଆଉ ଚକ୍ରାନ୍ତର କାହାଣୀକୁ ମାନ୍ୟବର କୋର୍ଟ ଶୁଣିବା ପରେ ସମୀତ୍ କୁ ବିନା ଦୋଷରେ ଖଲାସ କରିଥିବା ସହ, ତାଙ୍କ ପ୍ରତି ଲାଗିଥିବା ସମସ୍ତ ଦଫାକୁ ହଟାଇ ଦେଇଛନ୍ତି । ପାୟଲଙ୍କ ଚକ୍ରାନ୍ତ ଆଉ ମିଛ ପ୍ରତାରଣା ପାଇଁ ତାଙ୍କୁ ପାଞ୍ଚ ବର୍ଷ ଜେଲ ଦଣ୍ଡ ସହ ଜଣେ ଯୁବକର ଇଜତକୁ ସମାଜରେ କଳଙ୍କିତ କରିବା ସହ ଭବିଷ୍ୟତକୁ ନଷ୍ଟ କରିଥିବାରୁ ଦୁଇ ଲକ୍ଷ ଜୋରିମାନା ରାଶି ସମୀତ୍ କୁ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଲେ।

ଏ ଖବର ଶୁଣିବା ପରେ ରେଣୁକୁ କେମିତି ଧନ୍ୟବାଦ ଦେବ , ସମୀତ୍ ବୁଝି ପାରୁନଥିଲା ।

ଧନ୍ୟବାଦ ରେଣୁ ମାଡମ୍ ।

ଆରେ କଣ ପାଇଁ ସମୀତ୍ ।

କହିଥିଲି ନା ହା ତୁମ ପ୍ରତି ମୋ ଭଲ ପାଇବା ।

ଏବେ ବି ତୁମେ ଅଛ ମୋ ହୃଦୟରେ ସମୀତ୍ ।

ଖାଲି ତୁମର ଜୀବନର ରାସ୍ତାରେ ମତେ ସାଥି ରୂପରେ ବାଛି ପାର କି ଏକା ଚାଲି ପାର , ଏହା କେବଳ ତୁମର ନିଷ୍ପତ୍ତି ।

ମୋର କୌଣସିରେ ଆପତ୍ତି ନାହିଁ ।

ମୋ ମନର ସୌଦାଗର ଆଜି ବଦନାମରୁ ମୁକ୍ତ । ଏହା ମୋ କ୍ୟାରିୟର ସବୁଠୁ ବଡ ସଫଳତା ।

ତୁମେ ଜେଲ ଗଲା ପରେ , ମୋ ସିଭିଲ୍ ସର୍ଭିସ୍ କୋଚିଙ୍ଗ୍ ସମୟରେ ପାୟଲ ଆଉ ମୋ ଭିତରେ ଭଲ ସଂପର୍କ ସ୍ଥାପନ ହୋଇଯାଏ । ତୁମ ପ୍ରତି ଅନ୍ୟାୟ ହୋଇଛି କି ତୁମେ ସତରେ ଭୂଲ କରିଛ । ତାହା ମୋର ଇଛା ଶକ୍ତିକୁ କେସ୍ ପ୍ରତି ଆକୃଷ୍ଟ କରିଥିଲା ।

ଥରେ ପାୟଲ ମୋରୁମକୁ ବୁଲି ବାକୁ ଆସିବା ପାଇଁ ଫୋନ୍ ରେ କହିଥିଲେ । ସେଥିପାଇଁ ମୁଁ ଜାସୁସୀରେ କ୍ୟାମେରା ଲୁଚେଇ ରଖି ଭିଡିଓ କରିଥିଲି ।

ଯେଉଁ ଥରେ ସେ ସମସ୍ତ ଘଟଣା ବର୍ଣ୍ଣନା କରି କହିଲା ପରେ ଜାଣି ପାରିଥିଲି, ପକୃତ ଦୋଷୀ କିଏ ।

ହେଲେ ସେତେବେଳେ ମୋ ପାଖରେ ପାୱାର ନ ଥିଲା । କାଳେ ପୋଲିସ ଏହାକୁ ପାୟଲ ବାପାଙ୍କ ପ୍ରେସରରେ ବଦଳେଇ ଦେବେ । ମୁଁ ଡରି କି କାହାକୁ କହିନଥିଲି ।

ଯେଉଁଟା କି ଆଜି ତୁମ କଳଙ୍କର ଟିକାକୁ ପୋଛି ଦେଇ ପାରିଲା । କେବଳ ଏହା ମୋର କର୍ତ୍ତବ୍ୟ ଥିଲା ।

ସମୀତ୍ କଣ କହିବ ।

ଯେଉଁଠି ଜୀବନର ବଂଚିବାର ଆଶାକୁ କେହି ଜଣେ ଭଲପାଇବା ଦେଇ ଛଡେଇ ନିଏ ଅନ୍ଧାର ଭିତରକୁ, ସେଠି ଆଉ ଜଣେ ଦୂରେ ରହି ବି ପକୃତ ଭଲପାଇବାରେ ସେ ଅନ୍ଧାରରୁ ମୁକ୍ତ ହୋଇ ଆଲୋକର ଦୁନିଆଁରେ ସମ୍ମାନ ସହ ବଂଚିବାର ଅଧିକାର ମଧ୍ୟ ମିଳିଥାଏ ।

ଏହା ହିଁ ତ ଭଲ ପାଇବା ।

ହେଲେ ମୁଁ କଣ ଯୋଗ୍ୟ ରେଣୁଙ୍କ ପାଇଁ ।

ଯିଏ ମତେ ପାଇବା ପାଇଁ ଏତେ ସଂଗ୍ରାମ କରି ପାରିଲେ । ମୁଁ ତାଙ୍କ ରାସ୍ତାରେ ଚାଲିବାକୁ ହେଲେ ପ୍ରଥମେ ନିଜକୁ ଯୋଗ୍ୟ କରିବାକୁ ପଡିବ ।

ବଳିଦାନର ମୂଲ୍ୟ କେବଳ ଏ ସୌଦାଗର ବେଉସା କରି ଜୀବନକୁ ସମର୍ପି ଦେଇ ପାରିଲେ ଆପଣଙ୍କର ଯାଇ ତାର ମୂଲ୍ୟରହିବ ।

କଣ ଭାବୁଛ ସମୀତ୍ ।

ଛୋଟ ଅନୁରୋଧ ରେଣୁ ମାଡମ୍ ।

ଟିକେ ଆଉ ସମୟ ଦେଇ ପାରିବେ ନିଜ ଭଙ୍ଗା ସପ୍ନକୁ ଆଉ ଥରେ ସାକାର କରିବାକୁ ଚାହୁଁଚି ।

ତା ପରେ ଯାଇ ମୁଁ ମୋର ନିଷ୍ପତ୍ତି ନେଇ ପାରିବି ।

ରେଣୁ ହସି କି କହିଲେ ।

ଏଇ ଟିକେ କଥା ।

ପ୍ରେମକୁ ପାଇବା ଆଉ ସାଥେ ବଂଚିବାର ସାଥି ସେହି ହୋଇଥାଏ ଯିଏ କୌଣସି ବି ମୁହୂର୍ତ୍ତର ତାର ଭଲପାଇବା ସହ ସବୁ ପରିସ୍ଥିତିରେ କାନ୍ଧରେ କାନ୍ଧ ମିଶେଇ ପାଦରେ ପାଦରଖି ବାଟ ଚାଲେ ।

ଆଉ ତୁମର ଇଛା ମୋ ପାଇଁ ସମ୍ମାନର କଥା ।

ମୁଁ ଅପେକ୍ଷାରେ ଆଜି ବି ଅଛି କାଲି ବି ଥିବି କିନ୍ତୁ ଯାହା ବି କରିବ କେବଳ ପ୍ରତିଶୃତି ଦିଅ ମୋ ପାଖରେ ରହି ହିଁ କରିବ ।

ଯାହା ତୁମର ଇଛା ରେଣୁ ।

ଏବେ ମୁକ୍ତ ଆକାଶ ତଳେ ସୌଦାଗର ଆଉ ଥରେ ପାଦରଖିଛି ସପ୍ନର ସେହି ସହର ମଧ୍ୟରେ, ଯାହାକୁ ଅଧାରଖି ଚାଲି ଯାଇଥିଲା ଭୂଲ ବାଟକୁ । ସଫଳତା ଆଜି ତା ପାଇଁ ରେଣୁର ସମ୍ମାନର କଥା ।

ଆଉ ସୌଦାଗର ହେଲେ ବି ସେ ସଂପର୍କରେ କେବେ ସଉଦା କରେ ନାହିଁ କାହା ଜୀବନ ସହ ।

ଏବେ ନିଶ୍ଚିତ ସେ ସଫଳ ହେବ । କାହିଁକି ନା କାହାର ତ୍ୟାଗର , ଆଜି ଋଣ ସୁଝିବାର ସମୟ ଆସି ଯାଇଛି ।


Rate this content
Log in

Similar oriya story from Romance