Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rasmi Rekha Tripathy

Inspirational Abstract

3  

Rasmi Rekha Tripathy

Inspirational Abstract

ସଂସ୍କାର

ସଂସ୍କାର

1 min
7.4K



       ମୋ ବୋହୁ ଜିନସ୍ ପିନ୍ଧେ l ସର୍ଟସ୍ ବି ପିନ୍ଧେ l ଚୁଡି ଓ ସିନ୍ଦୂର ପିନ୍ଧିବା ତା ମତରେ କୁସଂସ୍କାର l ସେ ଆଶା କରେ ଯେ ମୋ ପୁଅ ବି ଘର କାମ କରୁ l ମୋ ଝିଅ ତା ଶାଶୁ ଘରେ ବହୁତ କଷଣ ସହିଛି l ଏଣୁ ମୁଁ, ମୋ ପୁଅ ଓ ତା ବାବା ସ୍ଥିର କରିଥିଲୁ, ଆମ ଘରକୁ ଯେଉଁ ଝିଅଟି ଆସିବ, ତାକୁ ଆମେ ଖୁସୀ ଦେବୁ l କିଛି କହିବୁ ନାହିଁ l କିନ୍ତୁ ସେ ଆମର ନୀରବତାକୁ ଆମର ଅସହାୟତା ବୋଲି ଭାବିନେଲା l ଅସହ୍ୟ ହେଲେ ବି ନୀରବ ରହିବାକୁ ପଡେ l ନ ହେଲେ କେତେ ଯେ ଧାରା ଆମ ତିନି ଜଣଙ୍କ ପାଇଁ ଲାଗିଯିବ, କେ ଜାଣେ ?

       ସେ ଦିନ ସମୁଦୁଣୀ ଆସିଥିଲେ l ମାଆ ଆସିଛନ୍ତି ବୋଲି ବୋହୁ ମୋର ନିଜେ ଯାଇ କେତେ କଣ କିଣି ଆଣିଲା l ସମୁଦୁଣୀ ଭାବିଲେ ତାଙ୍କ ଝିଅ ବୋଧେ ସବୁ ଦିନ ବଜାର ହାଟ କରେ l କହିଲେ “ଝିଅ ବୋହୁ ବଜାର ହାଟ କରିବା ଆମ ସଂସ୍କାରରେ ନାହିଁ l”

       ମୁଁ କିନ୍ତୁ କହିପାରିଲି ନାହିଁ ଯେ ବାହା ହୋଇ ଚୁଡି, ସିନ୍ଦୂର ନ ପିନ୍ଧିବା ବି ଆମ ସଂସ୍କାରରେ ନାହିଁ l ମୋ ସଂସ୍କାର ମୋ ମୁହଁରେ ତାଲା ପକେଇ ଦେଇଥିଲା l


Rate this content
Log in

Similar oriya story from Inspirational